କଟକ: ଶୁଣାଣି ସମୟରେ କଳା କୋଟ୍ ଓ ଗାଉନ୍ ନ ପିନ୍ଧିବାକୁ ହାଇକୋର୍ଟ ଓକିଲଙ୍କୁ ପରାମର୍ଶ ଦେଲେ ମୁଖ୍ୟ ବିଚାରପତି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଇନଜୀବୀଙ୍କୁ ଏଭଳି ପରାମର୍ଶ ଦିଆଯାଇଛି। କଳା କୋଟ୍, ଗାଉନ୍ ପରିବର୍ତ୍ତେ ଧଳା ସାର୍ଟ, ପ୍ୟାଣ୍ଟ ଓ କମିଜ୍ ପିନ୍ଧିବାକୁ ଓକିଲଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ମହିଳା ଓକିଲଙ୍କୁ ଧଳା ଶାଢ଼ି ସହ ସାଧା ଧଳା ନେକ୍ ବ୍ୟାଣ୍ଡ୍ ପରିଧାନ କରିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି। ପରବର୍ତ୍ତୀ ନୋଟିସ୍ […]
ଯାଜପୁର଼: ନିଜ ହକ୍ରୁ ବଞ୍ଚିତ ଜଣେ ବୃଦ୍ଧା ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡ଼ ତଳେ ପଡ଼ିବାର ଏକ ଭିଡିଓ ଭାଇରାଲ ହୋଇଛି। ଯାଜପୁର ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗତ ସୋମବାର ଦିନ ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ବୃଦ୍ଧା ଚାଉଳ ଆଣିବାକୁ ଡିଲରଙ୍କ ପାଖକୁ ଯାଇଥିଲେ। ହେଲେ ଡିଲର ତାଙ୍କ କୋଟାରୁ ୫ କେଜି ଚାଉଳ କମ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ବୃଦ୍ଧା ଜଣକ ଏହାର […]
ଭୁବନେଶ୍ୱର: ନେତାଙ୍କୁ ଭୁଲିଗଲେ କି ସରକାର ? କରୋନା ଲଢ଼େଇରେ ବିଧାୟକଙ୍କୁ ବିଶ୍ୱାସକୁ ନେଇ କାର୍ଯ୍ୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଚିଠି ଲେଖି ସେ କହିଛନ୍ତି, ଗଞ୍ଜାମକୁ ୨ରୁ ୩ ଲକ୍ଷ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଆସିବେ। ସ୍ଥାନୀୟ ବିଧାୟକମାନେ ସେମାନଙ୍କର ଅଞ୍ଚଳ ସହ ଭଲ ଭାବେ ପରିଚିତ। ତେଣୁ ବିଧାୟକଙ୍କ ସହ ଗାଁ କମିଟିକୁ କରୋନା ମୁକାବିଲା ଦାୟିତ୍ୱ ଦିଆଯାଉ। ଅଫିସରଙ୍କ ଅପେକ୍ଷା ସ୍ଥାନୀୟ […]
ଆଳି: ଲକ୍ଡାଉନ୍ ପରେ ଘରକୁ ଫେରି ନ ପାରି ଜଣେ ଓଡ଼ିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବାଜପୁର ଗାଁରେ। ତାଙ୍କ ନାଁ ଗଙ୍ଗାଧର ବିଶ୍ୱାଳ। ଗଙ୍ଗାଧର ହରିୟାଣାର ଯମୁନାନଗରରେ ରହି ଏକ ପ୍ଲାଏଉଡ୍ କମ୍ପାନୀରେ କାମ କରୁଥିଲେ। କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍ଡାଉନ୍ ଜାରି ହେବା ଯୋଗୁ କମ୍ପାନୀଟି ବନ୍ଦ ହୋଇଯାଇଥିଲା। ଏହାପରେ ଘରକୁ ଫେରିବାକୁ ସେ ବହୁ […]
ଉମରକୋଟ: ଲୁଣ ମିଳିବନି ବୋଲି ଗୁଜବ ପରେ ଲୁଣ ନେବା ପାଇଁ ଦୋକାନରେ ଲୋକଙ୍କ ଭିଡ଼। ଏପରିକି ଲୋକମାନେ ଳମ୍ବା ଲାଇନ୍ରେ ଛିଡ଼ା ହୋଇ ବସ୍ତା ବସ୍ତା ଲୁଣ ବୋହି ନେଉଥିବା ଦେଖିବାକୁ ମିଳିଛି। ନବରଙ୍ଗପୁରରେ ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ଲୋକମାନେ ଲୁଣ ପାଇଁ ସାମାଜିକ ଦୂରତ୍ୱକୁ ମଧ୍ୟ ଭୁଲି ଯାଇଥିଲେ। ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ ଏବଂ ଚନ୍ଦାହାଣ୍ଡି ବ୍ଲକରେ ଏବେ ଲୁଣ ସଙ୍କଟ ନେଇ […]
ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ଯାଏ ଭୁବନେଶ୍ୱର ସ୍ଥିତ ବାପୁଜୀ ନଗର ମାର୍କେଟକୁ ସିଲ୍ କରାଯାଇଛି। ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ। ଏନେଇ ବିଏମ୍ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି। ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଓ ବିଏମ୍ସିର ଅନୁମତି ନ ନେଇ ଦୋକାନ ଖୋଲିବା ଅଭିଯୋଗରେ ମାର୍କେଟ୍କୁ ସିଲ୍ କରାଯାଇଛି। କେବଳ ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ […]
ଭୁବନେଶ୍ୱର: ଚାକିରିଆଙ୍କ ସୁବିଧା ପାଇଁ କାଲିଠୁ କଟକ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ବସ୍। କାଲିଠୁ OSRTCର ଗୋଟିଏ ବସ୍ କଟକ-ଭୁବନେଶ୍ୱର ମଧ୍ୟରେ ଚାଲିବ। ବସ୍ଟି ଅଫିସ୍ ଟାଇମ୍ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ରଖାଯାଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଲକ୍ଡାଉନ୍ ଯୋଗୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି। କରୋନା ଯୋଗୁ ଅଧିକ ପ୍ରଭାବିତ ହୋଇନଥିବା ଅଞ୍ଚଳରେ କଟକଣା କୋହଳ ହୋଇଥିବା ବେଳେ ଅଧିକ ସଂକ୍ରମିତ ହୋଇଥିବା ଅଞ୍ଚଳରେ କଟକଣା […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ଣ ସାଢ଼େ ୩ଟା ରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କନ୍ଧମାଳ, ଗଜପତି, ମାଲକାନଗିରି, ସୁନ୍ଦରଗଡ଼, ନୂଆପଡ଼ା ଓ ନବରଙ୍ଗପୁର। ସୂଚନାଥାଉ କି, ଗତକାଲି ରାଜ୍ୟର ବିଭିନ୍ନ […]
ଭୁବନେଶ୍ୱର: ମାଟ୍ରିକ ଖାତାଦେଖାରେ ନିୟୋଜିତ ହେବେ ଅଧିକ ଶିକ୍ଷକ। ଆସନ୍ତା ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେଉଥିବା ବେଳେ ଖାତା ଦେଖିବା ପାଇଁ ଆଉ ଅଧିକ ୬ ହଜାର ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିଲେ। ଏବେ ଆଉ ଅଧିକ ୬ ହଜାର ଶିକ୍ଷକ ଖାତା ଦେଖିବେ। ଯେଉଁ ଶିକ୍ଷକ ଯେଉଁ କେନ୍ଦ୍ରରେ ରିପୋର୍ଟ କରିଥିଲେ, ସେଇଠି ଖାତା ଦେଖିବେ। ଖାତାଦେଖା କେନ୍ଦ୍ରରେ […]
ଭୁବନେଶ୍ୱର: ଏଣିକି ବସ୍ ବଦଳରେ ଟ୍ରେନ୍ରେ ଫେରିବେ ପ୍ରବାସୀ ଓଡ଼ିଆ। ଏଥିପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ହେବ। ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରବାସୀମାନେ ଟ୍ରେନରେ ଆସିପାରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ ଓ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ ଟ୍ରେନରେ ଅଣାଯିବ। ତେବେ ବସ୍ରେ ଆସିବାର ଆଉ କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁମାନେ ଚାହିଁବେ ନିଜସ୍ୱ ବ୍ୟବସ୍ଥାରେ ସ୍ଥାନୀୟ ପ୍ରଶାସନର ଅନୁମତି […]
ଭୁବନେଶ୍ୱର: ମେ’ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ୬୦ଟି କ୍ରେନ୍ଦ୍ରରେ ପରୀକ୍ଷା ଖାତା ଦେଖାଯିବ। ମେ’୧୯ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯୋଗଦେବେ ମୂଲ୍ୟାୟନକାରୀ। ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ସାମାଜିକ ଦୂରତା ରକ୍ଷା କରି ଖାତା ମୂଲ୍ୟାୟନ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହାସହ ଏଥିରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯେମିତି କରୋନା ସଂକ୍ରମଣରୁ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନଙ୍କୁ ସସ୍ପେଣ୍ଡ୍ କରାଯାଇଛି। ତାଙ୍କ ସ୍ଥାନରେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗତ କିଛିଦିନ ତଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍ ଭୁଶୁଡ଼ି ଯିବା ଯୋଗୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ୨୦୧୪ ମସିହା ଜାନୁଆରୀ ମାସରେ ୧୮୨ ମିଟର ଦୀର୍ଘ ବିଶିଷ୍ଟ ଏହି ବ୍ରିଜ୍ର […]
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା କ୍ୱାରେଣ୍ଟିନ୍ ସେଣ୍ଟର ପରିସରରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା କୋହିଦପୁର ଗାଁର ଗୋକୁଳ ସେଠ୍(୨୧)। ଆଜି ସକାଳେ ସେ ଶୌଚ ପାଇଁ ଯାଇ ଥିବାବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଛି। ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ ୪ ମାସ ହେବ ଗୋକୁଳ ଓ ଅନ୍ୟ ୭ଜଣ ଯୁବକ ସିଂଘିଯୁବା […]
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଗିରିଙ୍ଗାପୁଟରେ ୨ ମାସ ଧରି ଉତ୍ପାତ ମଚାଇଥିବା ହନୁ ମାଙ୍କଡ଼କୁ ଶେଷରେ କାବୁ କରିଛି ବନ ବିଭାଗ। ଚନ୍ଦକା ବନ ବିଭାଗ ଟିମ୍ ପହଞ୍ଚି ମାଙ୍କଡ଼କୁ ଧରିବା ଲାଗି ଉଦ୍ୟମ କରିଥିଲା। ବହୁ ଉଦ୍ୟମ ପରେ ହନୁ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ଗତକାଲି ଏହି ହନୁ ମାଙ୍କଡ଼ର ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ୨ ମାସ ଭିତରେ ଏହି ହନୁ ମାଙ୍କଡ଼ର ଆକ୍ରମଣରେ ଏହି […]
ଛତ୍ରପୁର: ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ସୁରତ୍ ଫେରନ୍ତାଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଆନ୍ତର୍ଗତ ଢୁଙ୍କାପଡ଼ା ପଞ୍ଚାୟତର ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ ଏହି ଘଟଣା ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗାଁର ପ୍ରଫୁଲ୍ଲ କୁମାର ବେହେରା। ସୂଚନା ଅନୁସାରେ, କିଛି ଦିନ ତଳେ ପ୍ରଫୁଲ୍ଲ, ସୁରତରୁ ବସ୍ ଯୋଗେ ଫେରିଥିଲେ। ଫେରିବା ପରେ ସେ ଢୁଙ୍କାପଡ଼ା ପଞ୍ଚାୟତର ଏକ ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗୁରୁବାର ସେ କୌଣସି […]
ପୁରୀ: ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା। ବିଳମ୍ବରେ ହେଲେ ମଧ୍ୟ ଆଜିଠୁ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ବିଶ୍ୱକର୍ମାମାନେ ରଥଖଳାରେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି। ଚକ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ହେଉଛି ତୁମ୍ବ କାମ। ରଥ ନିର୍ମାଣରେ ବିଶ୍ୱକର୍ମାମାନଙ୍କୁ ସାହାଯ୍ୟ କରୁଛନ୍ତି ଭୋଇ ସେବାୟତ। ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ ସହ ୩ ମୁଖ୍ୟ ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଥିଲା। ଲକ୍ଡାଉନ୍ ନିୟମାବଳୀ ଆଧାରରେ ସାମାଜିକ […]
ଜଳେଶ୍ୱର: ମାଛ ପାଟି ଭିତରେ ବ୍ରାଉନ୍ସୁଗର୍ ଚାଲାଣ। ଲକ୍ଡାଉନ୍ ବେଳେ ଏମିତି ଅଭିନବ ଉପାୟରେ ବ୍ରାଉନ୍ସୁଗର୍ ଚାଲାଣ କରି ପୁଲିସ୍ ହାତରେ ଧରା ପଡ଼ିଛନ୍ତି ଜଣେ ଯୁବକ। ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ଜଣକ ମାଛ ପାଟି ଭିତରେ ୩ଟି ବ୍ରାଉନ୍ସୁଗର୍ ପୁଡ଼ିଆ ଭର୍ତ୍ତି କରି ଜଳେଶ୍ୱରରୁ ପଶ୍ଚମବଙ୍ଗ ଚାଲାଣ କରୁଥିଲେ। ଏହି ସମୟରେ ଲକ୍ଷ୍ମଣନାଥ ସୀମାରେ ଜଳେଶ୍ୱର ପୁଲିସ୍ ତାଙ୍କୁ ଧରିଥିଲା। ଜବତ ହୋଇଥିବା ୩୦ ଗ୍ରାମ୍ ବ୍ରାଉନ୍ସୁଗର୍ର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା […]
ଢେଙ୍କାନାଳ: ୨ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ସହର ଉପକଣ୍ଠ ଶକ୍ତି ସୁଗାର୍ସ ମିଲ୍ ପରିସରରେ ଥିବା ପାର୍କିଂ ସ୍ଥାନରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ବିହାରର ଓ ଏମାନେ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। । ସୂଚନା ଅନୁସାରେ, ଲକ୍ଡାଉନ୍ ପୂର୍ବରୁ ଖୋର୍ଦ୍ଧାର ଏକ କମ୍ପାନୀ ପାଇଁ ସ୍ପିରିଟ୍ ନେବାକୁ ଟ୍ୟାଙ୍କର ନେଇ ଏହି ୩ ଜଣ ଶକ୍ତି ସୁଗାର୍ସ […]
ଭୁବନେଶ୍ୱର: ସନ୍ଧ୍ୟା ୭ଟା ପରେ କେବଳ ଭୂତ ବୁଲି ପାରିବେ। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲାଗୁ ହୋଇଥିବା ବେଳେ, ଏସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଏଭଳି କିଛି ଟ୍ୱିଟ୍ କରିଛି କମିଶନରେଟ୍ ପୁଲିସ୍। କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି ଯେ, ସନ୍ଧ୍ୟା ୭ଟା ପରେ କେବଳ ଭୂତଙ୍କୁ ବାହାରେ ବୁଲିବାକୁ ଅନୁମତି ରହିଛି ଏବଂ ଆପଣ ଭୂତ ନୁହନ୍ତି। ଏହା […]
ଢେଙ୍କାନାଳ: ବାଣ ବିସ୍ଫୋରଣ ଘଟି ୨ ଶିଶୁଙ୍କ ମୃତ୍ୟୁ ହୋଇ ଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଶିଶୁ ଦ୍ୱୟଙ୍କ ବୟସ ୬ ବର୍ଷ ଓ ୮ ବର୍ଷ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସୋଗର ଗାଁରେ ଥିବା ଏକ ଘରେ ଗଚ୍ଛିତ ଥିବା ବାଣରେ ଆଜି ହଠାତ୍ ନିଆଁ ଲାଗି ଯିବାରୁ ବିସ୍ଫୋରଣ ଘଟିଥିଲା। ୩ ଶିଶୁ ସେଇ ଘର […]
ବିନିକା: ବାଟରେ ଅଟକିଲା ସୁରତ ଫେରନ୍ତା ବସ୍। ରାସ୍ତାରେ ଗଛ ପଡ଼ି ଥିବାରୁ ବରପାଲି-ବିନିକା ମୁଖ୍ୟ ରାସ୍ତା ଏମ୍ଡି୍ଆର -୩୯ ଠାରେ ୫ଟି ସୁରତ ଫେରନ୍ତା ବସ୍ ଅଟକି ରହିଛି। ବସ୍ରୁ ଓହ୍ଲାଇ ପ୍ରବାସୀ ଓଡ଼ିଆ ବାହାରେ ବୁଲାବୁଲି କରୁଥିବା ସୂଚନା ମିଳିଛି। ଗତକାଲି କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ି ରାସ୍ତାରେ ପଡ଼ି ରହିଛି। ଫଳରେ ରାସ୍ତା ଅବରୋଧ ହେବାସହ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସେବା ମଧ୍ୟ ଠପ୍ ହୋଇଯାଇଛି। ରାସ୍ତାରେ ଗଛ ପଡ଼ିଥିବାରୁ ଏହି ବାଟ […]
ଭୁବନେଶ୍ୱର: କିଛି ସମୟ ପୂର୍ବରୁ ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ନେଇ ଖବର ସାମ୍ନାକୁ ଆସିଥିବାବେଳେ, ଏବେ କରୋନାରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ମୃତ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ସୂଚନା। ପୂର୍ବରୁ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସେ ଖୋର୍ଦ୍ଧା ଜିଲ୍ଲାର […]
ଭଦ୍ରକ: ଟଙ୍କା ଡିପୋଜିଟ୍ କରିବା ପାଇଁ ବ୍ୟାଙ୍କ ଯାଉଥିବାବେଳେ ଜଣେ ଗ୍ୟାସ୍ ଏଜେନ୍ସି କର୍ମଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଛି। ସୂଚନ ଅନୁସାରେ, ତିହିଡ଼ିର ଜଣେ ଗ୍ୟାସ୍ ଏଜେନ୍ସି କର୍ମଚାରୀ ଟଙ୍କା ଡିପୋଜିଟ୍ କରିବା ପାଇଁ ବ୍ୟାଙ୍କ୍ ଯାଉଥିଲେ। ଏହି ସମୟରେ ଜିଝାରପୁର ନିକଟରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ପ୍ରଥମେ ଭୁଜାଲିରେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ନିକଟରୁ ଟଙ୍କା ବ୍ୟାଗ୍ […]
ଭଦ୍ରକ: ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳେ ‘ଆଶୀର୍ବାଦ’ ନାମକ ଏକ ଘରୋଇ ବସ୍ ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ବସ୍ଟି ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ବସ୍ ଡ୍ରାଇଭର ଓ ହେଲ୍ପର୍ ସାମାନ୍ୟ ଆହତ ହୋଇବା […]
ବାଲେଶ୍ୱର: କରୋନା ଭୟରେ ହଜିଗଲା ମାନବିକତା। ଗତକାଲିଠୁ ଗାଁରେ ପଡ଼ି ରହିଛି ମୃତଦେହ। କରୋନା ଭାଇରସ୍ ସଂକ୍ରମଣ ଭୟରେ ଗାଁଲୋକେ ଶବ ସତ୍କାର ପାଇଁ ଆସୁ ନ ଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡି ପଞ୍ଚାୟତ ଖଟନଗର ଅଞ୍ଚଳରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ ୩ରେ କୋଲକାତାରୁ ଶ୍ରୀଧର ଦଳାଇ ନାମକ ଜଣେ ବ୍ୟକ୍ତି ଘରକୁ ଫେରିଥିଲେ। ହଠାତ୍ ତାଙ୍କ ଦେହ […]