ମାଲକାନଗିରି: ସସ୍ପେଣ୍ଡ ହେଲେ ଲାଞ୍ଚ ନେଇ ଧରାପଡ଼ିଥିବା ଆଇଆଇସି ରଞ୍ଜନ ସାହୁ। ପୁଲିସ ଡିଜି ଆଇଆଇସି ରଞ୍ଜନଙ୍କୁ ସସ୍ପେଣ୍ଡ କରିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନାର ୩ ପୁଲିସ ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। IIC ରଞ୍ଜନ ସାହୁ, SI ମାନସ ରଞ୍ଜନ ଓ ସୁନିଲ କୁମାରଙ୍କୁ ଲାଞ୍ଚ ନେଉଥିବାବେଳେ ଧରିଥିଲେ ଭିଜିଲାନ୍ସ ଟିମ୍। ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ ଏମାନଙ୍କୁ ଗରିଫ କରିଛି। […]
କୋରାପୁଟ: କୋଡିଙ୍ଗାମାଳିରେ ଖଣି ଖନନକୁ ବିରୋଧ କରିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତି ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀ ଏହାକୁ ଖାତିର ନକରି ନିଜ ଜିଦ୍ରେ ଅଡ଼ି ବସିଛନ୍ତି। ଲୋକେ ଦୀର୍ଘ ସମୟ ଧରି ରାସ୍ତାରୋକ କରିବା ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜିଛି। ଉତ୍ତେଜନାମୂଳକ ପରିସ୍ଥିତିକୁ ଦେଖି ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶ ପରେ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ବିଡିଓ ଉପସ୍ଥିତ […]
ସୋର (ଶଶିକାନ୍ତ ବେହେରା): ମଧ୍ୟାହ୍ନ ଭୋଜନ ଖାଇ କେନାଲ୍ରେ ହାତ ଧୋଇବା ବେଳେ ଗୋଡ଼ ଖସିଯିବାରୁ ଦୁଇଜଣ ଛାତ୍ର ବୁଡ଼ି ପ୍ରାଣ ହରାଇଛନ୍ତି। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଟିଣା ହାଇସ୍କୁଲରେ ଘଟିଛି। ଏହି ଖବର ପ୍ରଚାର ହେବା ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କ କାର୍ ଭଙ୍ଗାରୁଜା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ସ୍କୁଲରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଖଇରା ତହସିଲଦାର ଓ […]
ପୁରୀ: ପରମ୍ପରା ମୁତାବକ ଆଜିଠୁ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ। ପ୍ରଥମେ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛିା ଏହାପରେ ଅନ୍ୟ ଦୁଇ ରଥ ତାଳଧ୍ୱଜ ଏବଂ ନନ୍ଦିଘୋଷକୁ ମଧ୍ୟ ଭଙ୍ଗାଯିବ। ପ୍ରାୟ ୧୨ ଦିନ ମଧ୍ୟରେ ଏହି କାର୍ଯ୍ୟ ସରିବ। ରଥରେ ଥିବା ଆସନ, ଚକ ସମେତ କିଛି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ନିଲାମ କରାଯିବ। ଯାହାକୁ ଗୁଣ୍ଡିଚା ମନ୍ଦିରରେ ରଖିବେ ଭୋଇ ସେବାୟତ।
ଭୁବନେଶ୍ୱର: ଅଚନାକ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଭୁବନେଶ୍ୱର ୟୁନିଟ ୬ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସିଟି ସ୍କୁଲକୁ ଅନାଚକ ପରିଦର୍ଶନ କରିଛନ୍ତି ମନ୍ତ୍ରୀ। ସିଧା ଶ୍ରେଣୀଗୃହକୁ ଯାଇ ପାଠ ପଢ଼ା ସଂପର୍କରେ ଛାତ୍ରୀଙ୍କୁ ପଚାରି ବୁଝିଛନ୍ତି। ସ୍କୁଲରେ ସବୁ ଠିକ୍ଠାକ୍ ଅଛି କି ନାହିଁ, କେଉଁ ସମସ୍ୟା ଅଛି କି, ଆହୁରି କଣ ଦରକାର, ସେ ସଂପର୍କରେ ମଧ୍ୟ ଛାତ୍ରୀଙ୍କୁ ସେ ପଚାରି ବୁଝିଛନ୍ତି। ମଧ୍ୟାହ୍ନ ଭୋଜନ ମଧ୍ୟ ଠିକରେ […]
ସମ୍ବଲପୁର: ସମ୍ବଲପୁର ଫାଟକ ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଜଗନ୍ନାଥ କଲୋନୀର ସନ୍ତୋଷ ପଟ୍ଟନାୟକ। ସକାଳୁ ଦୋକାନକୁ ଯାଉଥିବା ବେଳେ ବିଚ୍ ରାସ୍ତାରେ ଏକାଧିକ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଶରୀରର ବିଭିନ୍ନ ଅଂଶରେ କଟାଦାଗ ଥିବା ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅଇଁଠାପାଲି […]
ଭୁବନେଶ୍ୱର: ଜୟଦେବ ବିହାର ଅଞ୍ଚଳରେ ଡ୍ରେନରେ ଭାସିଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏକାମ୍ର ଭିଲ୍ଲା ଛକରେ ଏଭଳି ଘଟିଛି। ମୃତକ ହେଲେ ସାଲିଆସାହି ଆଦିବାସୀ ଗାଁର ଟି.ଆକାମା। ଏହି ଘଟଣା ପରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଭିଆଇପି ରୋଡ୍ରେ ରାସ୍ତାରୋକ୍ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ନୟାପଲ୍ଲୀ ବେହେରାସାହି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି। ଫଳରେ ଯାନବାହନ ଚଳାଚଳ […]
ରାଉରକେଲା: ବିଶ୍ୱକପ୍ କ୍ରିକେଟ୍ ବେଟିଂ ଅଭିଯୋଗର ଅଭିଯୁକ୍ତକୁ ଜାମିନ୍ ପ୍ରଦାନ କରିବାକୁ ପ୍ରତିବାଦ କରି ଧାରଣା ଦେଲେ ଓକିଲା। କୋର୍ଟ ବନ୍ଦ ଥିବା ସତ୍ତ୍ୱେ ଅଭିଯୁକ୍ତିଙ୍କୁ କେମିତି ଯାମିନ୍ ମିଳିଲା ବୋଲି ପ୍ରଶ୍ନ କରିବା ସହିତ ରାଉରକେଲା ବାର ଆସୋସିଏସନର ସଦସ୍ୟମାନେ ଆଜି ଏସ୍ଡିଜେଏମ୍ କୋର୍ଟ ଆଗରେ ଧାରଣା ଦେଇଛନ୍ତି। ଫଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିଛି। ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ଓକିଲମାନେ ନିଷ୍ପତ୍ତି ନେଇଛନ୍ତି। ଜାମିନ୍ ଦେଇଥିବା ଜଜ୍ଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି […]
କେନ୍ଦୁଝର: ଦିନକୁ ଦିନ ସତର୍କ ହେଉଛନ୍ତି ସାଧାରଣ ଜନତା। ଲାଞ୍ଚୁଆ ଅଫିସର୍ଙ୍କ ଖୋଇ ଛଡ଼େଇବାକୁ ଜାଲ ବିଛେଇ ତୟାର ରହୁଛି ଭିଜିଲାନ୍ସ। ଏବେ ପୁଣି ଜଣେ ସରକାରୀ ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ। କେନ୍ଦୁଝର ଜିଲ୍ଲା ସହରପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ବିଭୁତିଭୂଷଣ ପ୍ରଧାନ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମହ୍ଲାରପଦା କମ୍ୟୁନିଟି ସେଣ୍ଟର ନିର୍ମାଣ କାର୍ଯ୍ୟର ବିଲ୍ କରାଇଦେବା ଲାଗି ଠିକାଦାରଙ୍କଠାରୁ ୭ ହଜାର ୫୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ […]
ଢେଙ୍କାନାଳ: ନିଶ୍ଚିତ ରେଳ ଦୁର୍ଘଟଣାରୁ ବର୍ତ୍ତିଗଲେ ହାତୀ ପଲ। ଡ୍ରାଇଭର୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ୨୦ ଟି ହାତୀଙ୍କର ଜୀବନ ବଞ୍ଚିଯାଇଛି। ଏଥିପାଇଁ ଡ୍ରାଇଭର୍ଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ଖବର ଅନୁସାରେ, ଗତକାଲି ୨୦ଟି ହାତୀ ଥିବା ଏକ ହାତୀ ପଲ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳର ମତ୍ସ୍ୟପୁର ରେଳଷ୍ଟେସନ ନିକଟ ରେଳ ଲାଇନ ପାରହେଉଥିଲେ। ଠିକ୍ ଏହି ସମୟରେ ଢେଙ୍କାନାଳରୁ ମଙ୍ଗୁଳି ଅଭିମୁଖେ ଏକ ଟ୍ରେନ୍ ଆସୁଥିଲା। କିନ୍ତୁ ହାତୀ […]
ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ବେକାରୀ ସମସ୍ୟା। ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇ ନିଶାଖୋର ହେଉଛନ୍ତି। ଆଉ ଏଥିପାଇଁ ଅପରାଧ ବି ବୃଦ୍ଧି ପାଉଛି। ନିଯୁକ୍ତି ଏବଂ ବେକାରୀ ସମସ୍ୟା ପ୍ରସଙ୍ଗରେ ଆଜି ଗୃହରେ ଏଭଳି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଉଭୟ କଂଗ୍ରେସ ଓ ବିଜେପି। ଦେଶ ଓ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଉଦ୍ବେଗ ପ୍ରକାଶ […]
କଟକ: ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କୁ ହତ୍ୟା କରି କଟକବାସୀଙ୍କ ନିଦ ହଜାଇଦେଇଥିବା ସନ୍ଦିଗ୍ଧ ସାଇକୋ କିଲର୍କୁ ନେଇ ନାକେଦମ୍ ହେଲାଣି କମିଶନରେଟ୍ ପୁଲିସ୍। କିଏ ସେହି ସିରିୟଲ୍ କିଲର୍ ? କାହିଁକି ସେ ଭିଆଇଛି ଲୋମଟାଙ୍କୁରା ଅପରାଧ ? ନରହନ୍ତାଙ୍କୁ ସହରର ଗଳିକନ୍ଦିରେ ଖୋଜୁଛି ପୁଲିସ। ତଥାପି ହାତରେ ଲାଗିପାରୁନି ସୁରାଗ୍। ସେପଟେ ବିଜୁଳି ବେଗରେ ସାଇକୋ କିଲର୍ ସମ୍ପର୍କରେ ଖବର ବ୍ୟାପିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ସହରର ନିରାଶ୍ରୟ। ପ୍ରଥମେ ରାଣୀହାଟ, ପରେ […]
ଭୁବନେଶ୍ୱର: ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ଶୁଖିଲା ରହିବ। ହେଲେ ଆସନ୍ତା ୨୪ତାରିଖରୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ ଉଜୁଡ଼ି ଗଲାଣି। ଅନେକ ଅଞ୍ଚଳରେ ଗଜା ମରୁଡ଼ିର ଆଶଙ୍କା ଦେଖା ଦେଇଛି। […]
ଯାଜପୁର: ଧର୍ମଶାଳା ଥାନା ଜାତୀୟ ରାଜପଥର ରଥିଆ ନିକଟ ୧୬ନମ୍ବର ଜାତୀୟ ରାଜପଥରେ ଆଜି ଏକ ଗୋରୁ ବୋଝେଇ କଣ୍ଟେନର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଓଲଟି ପଡ଼ିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ହୋଇଛି। କିଛି ଗୋରୁ ଚାପି ହୋଇ ରହିଛନ୍ତି। ବେଆଇନ ଭାବେ ୪୫ଟି ଗୋରୁ ନେଇ କଣ୍ଟେନର୍ଟି ଖୋର୍ଦ୍ଧାରୁ କଲିକତା ଅଭିମୁଖେ ଯାଉଥିଲା। ଭୋର ୩ଟା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପିଡ଼ିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି […]
ସମ୍ବଲପୁର: ଶତ ପ୍ରତିଶତ ନିଯୁକ୍ତି ଦାବିରେ ସମ୍ବଲପୁର ଚିପିଲିମାର ଓୟୁଏଟି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଉହ୍ଲାଇଛନ୍ତି। ଚାକିରି ଦାବି କରି ଓୟୁଏଟିର ଉଦ୍ୟାନକୃଷି ବିଭାଗର ଛାତ୍ରଛାତ୍ରୀ ତଥା ବିଭାଗର ପୁରାତନ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସହକାରୀ ଉଦ୍ୟାନ କୃଷି ଅଧିକାରୀ ବା ଆସିଷ୍ଟାଣ୍ଟ ହର୍ଟିକଲ୍ଚର୍ ଅଫିସର ପଦବି ପାଇଁ ଏଗ୍ରିକଲ୍ଚର୍ ବିଭାଗର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉଛି। ଯାହାର କଡ଼ା ବିରୋଧ କରିଛନ୍ତି ହର୍ଟିକଲ୍ଚର୍ ବିଭାଗର ଛାତ୍ରଛାତ୍ରୀ। ଉକ୍ତ ବିଭାଗରେ ପାଠ […]
କଳାହାଣ୍ଡି: ବିଭିନ୍ନ ଦାବି ନେଇ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀମାନେ ପଦଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶହ ଶହ ଚାଷୀ ଏକାଠି ହୋଇ ପଦଯାତ୍ରାରେ ପ୍ରାୟ ୨୫ କିଲୋମିଟର ରାସ୍ତା ଆସିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବେ। ଏଠାରେ ପହଞ୍ଚି ଜିଲ୍ଲାପାଳଙ୍କ ଆଗରେ ବିଭିନ୍ନ ଦାବି ଉପସ୍ଥାପନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ଏହି ଅଞ୍ଚଳରେ ମରୁଡି ଭଳି ପରିସ୍ଥିତି ଉପୁଜିଥିବାରୁ ଗତବର୍ଷର କୃଷି ବୀମା ଟଙ୍କା ପ୍ରଦାନ କରିବାକୁ ଚାଷୀ […]
କଳାହାଣ୍ଡି: ମାଓବାଦୀଙ୍କ ଟାର୍ଗେଟରେ ଏବେ ଠିକାଦାର। ଦୁଇ ଦିନରେ ଦୁଇ ଜଣ ଠିକାଦାରଙ୍କୁ ହତ୍ୟା କଲେଣି ମାଓବାଦୀ। ଗତକାଲି କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ମାଲିପଡ଼ା ସାପ୍ତାହିକୀ ହାଟରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ହତ୍ୟା କରିବା ପରେ ପୁଣି ସେଇ ରାତିରେ ଲାଞ୍ଜିଗଡ଼ ବ୍ଲକ୍ ବିଶ୍ୱନାଥପୁର ଥାନା ବାବୁପଦର ଗାଁର ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ଭୀମ ଦୋରା। ମାଓବାଦୀମାନେ ଭୀମଙ୍କୁ ଡୁକରିଗୁଡ଼ାରେ ଗୁଳି କରି ହତ୍ୟା କରିଛନ୍ତି। ଭୀମ ପେଷାରେ ଜଣେ ଠିକାଦାର […]
ସମ୍ବଲପୁର: ଶ୍ରେଷ୍ଠ ପ୍ରଶାସକର ଚାକିରି କରି କାହିଁକି କେଜାଣି ଥରୁଟେ ଶିକ୍ଷକ ହେବାକୁ ମନହେଲା। ପିଲାଙ୍କୁ ପାଠ ପଢ଼ାଇବାକୁ ସ୍କୁଲ୍ ଚାଲି ଆସିଲେ ଜିଲ୍ଲାପାଳ। ସ୍କୁଲ୍ ପିଲାଙ୍କୁ ପାଠ ବି ପଢ଼ାଇଲେ। ପର୍ଯ୍ୟଟନ ସ୍ଥଳ ବି ବୁଲାଇଲେ। ଆମେ କହୁଛୁ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଶୁଭମ୍ ସକ୍ସେନାଙ୍କ କଥା। ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା ଆଜି ଜିଲ୍ଲାର ମାଓ ପ୍ରଭାବିତ ନାକଟିଦେଉଳ ବ୍ଲକ ପରିଦର୍ଶନ ବେଳେ ଶିମିଳିପାଳ ଓ ଘୋଷରାମାଲ ପଞ୍ଚାୟତର ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି। […]
ଖୋର୍ଦ୍ଧା: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ। ନୟାଗଡ଼ ଟାଉନ ଷ୍ଟେସନ ଠାରୁ ମହିପୁର ଷ୍ଟେସନ ପର୍ଯ୍ୟନ୍ତ ୧୨ କିଲୋମିଟର ନବନିର୍ମିତ ରେଳ ଲାଇନ ଉପରେ ଆଜି ପରୀକ୍ଷାମୂଳକ ଭାବେ ଟ୍ରେନ୍ ଗଡ଼ିଛି। ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ ନୟାଗଡ଼ରୁ ବଗି ସହ ଏକ ଟ୍ରେନ୍ ସ୍ପିଡ୍ ଟ୍ରାଏଲ୍ରେ ମହିପୁର ପର୍ଯ୍ୟନ୍ତ ଆସିଥିଲା। ଯଦି ଏହା ସଫଳ ହେବେ ତେବେ ନିର୍ଦ୍ଧାରିତ ସମୟରେ ବିଧିବଦ୍ଧ ଭାବେ ମହିପୁର ଷ୍ଟେସନକୁ ରେଳ ଚଳାଚଳ ଆରମ୍ଭ […]
ଭୁବନେଶ୍ୱର: ଆଜି ଜେଲ୍ରୁ ମୁକୁଳିପାରନ୍ତି ସାରଥି ଓରଫ୍ ସନ୍ତୋଷ ରାଉଳ। ଏଥିପାଇଁ କେନ୍ଦ୍ରାପଡ଼ା SDJM କୋର୍ଟରେ ସାରଥୀଙ୍କ ପକ୍ଷରୁ ବେଲ୍ ବଣ୍ଡ୍ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥୀ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି। ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ମାମଲାରେ ହାଇକୋର୍ଟ ସାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା […]
ସୁନ୍ଦରଗଡ଼: ଆଷାଢ଼ ଯାଇ ଶ୍ରାବଣ ମାସ ହେଲାଣି। କିନ୍ତୁ ବର୍ଷାର ଦେଖା ନାହିଁ। ଚଳିତ ବର୍ଷ ମରୁଡ଼ି ଆଶଙ୍କା କଲେଣି ଚାଷୀ କୂଳ। ଏପରି ଅବସ୍ଥାରୁ ତ୍ରାହି ପାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ତଥା ଏହାର ଆଖପାଖ ଅଞ୍ଚଳର ଶତାଧିକ ମହିଳା ଭଲ ବର୍ଷା ଓ ଭଲ ଚାଷ ପାଇଁ ବ୍ରାହ୍ମଣୀ ଦେବୀଙ୍କୁ ପୂଜା କରିଛନ୍ତି। ତେବେ ଏ ପରମ୍ପରା ଆଜିର ନୁହେଁ। କାହିଁ କେଉଁ ଯୁଗ ହେଲା ଏହି ପରମ୍ପରା ଚଳିଆସୁଛି। ୯ଶହ ନାଗରା […]
ଭୁବନେଶ୍ୱର: ଆଜି ବିଧାନସଭାରେ ଜଳ ସଂପଦ ବିଭାଗର ଆଲୋଚନା ବେଳେ ଭୂପୃଷ୍ଠ ଜଳକୁ ନେଇ ମନ୍ତ୍ରୀ ଦେଇଥିବା ତଥ୍ୟ ଉପରେ ଆଲୋଚନା ହୋଇଛି। ରାଜ୍ୟରେ ୯୫,୫୪୦ ମିଲିୟନ ଘନମିଟର ଭୂପୃଷ୍ଠ ଜଳରୁ ୫୦,୬୪୦ ମିଲିୟନ ଘନ ମିଟର ଜଳ ସମୁଦ୍ରକୁ ବୋହିଯାଉଛି ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି। ତେବେ ଭୂପୃଷ୍ଠ ଜଳ ରୋକିବାକୁ ୧୪,୫୮୮ ଆଡ଼ିବନ୍ଧ ନିର୍ମାଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୂତଳ ଜଳ ପରିମାଣ କ୍ରମାଗତ ଭାବେ କମିବା ନେଇ ବିଧାୟକ […]