• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Capture
ଆଉ କେତେ ଜୀବନ ବାଜିରେ ଲାଗିବା ପରେ ଚେତିବ ପ୍ରଶାସନ ?

ରାୟଗଡ଼ା(ନନ୍ଦ କିଶୋର ପଟ୍ଟନାୟକ): ଗାଁ ବିଚ୍ଛିନ୍ନ କରି ରଖିଛି ମାକିମା ନାଳ। ନାଳ ପାର୍‌ ହେଲେ ଯାଇ ମିଳୁଛି ସାଧାରଣ ସୁବିଧା। ତେବେ ନାଳ ପାର୍‌ ହେବା ସୟମରେ ଜୀବନ ପ୍ରତି ବିପଦ ରହୁଛି। ଏଥିପାଇଁ ଜୀବନ ମଧ୍ୟ ଗଲାଣି କିନ୍ତୁ ତଥାପି ନିର୍ମାଣ ହେଉନି ପୋଲଟିଏ। ଗାଁ ଲୋକ ହାରି ଗୁହାରି କରି ଥଖି ଗଲେଣି।  ଗାଁ ଲୋକଙ୍କର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ରାୟଗଡ଼ା ବିଷମକଟକ ବ୍ଲକ୍‌ରେ। ନାଳରେ ଆଣ୍ଠୁଏ ଉଚ୍ଚର ପାଣି ସହିତ […]

  • Thursday, 22 July 2021
temple
ପୁରୀରେ ଖୋଲିବ ଯାତ୍ରୀ ପରିଚର୍ଯ୍ୟା କେନ୍ଦ୍ର

ପୁରୀ: ପୁରୀରେ ଖୋଲିବ ଯାତ୍ରୀ ପରିଚର୍ଯ୍ୟା କେନ୍ଦ୍ର ବା ଭିଜିଟର୍ ଫେଲିସିଏସନ୍ ସେଣ୍ଟର୍। ଶ୍ରୀମନ୍ଦିରରେ ଯାତ୍ରୀ ପରିଚର୍ଯ୍ୟାକୁ ଘରୋଇକରଣ କରିବାକୁ ଜିଲ୍ଲା ପ୍ରଶାସନ ଏଭଳି ପ୍ରାୟସା ଆରମ୍ଭ କରିଛି। ଟେଣ୍ଡର ମାଧ୍ୟମରେ ବିଭିନ୍ନ ଘରୋଇ କମ୍ପାନୀମାନଙ୍କ ଠାରୁ ଆବେଦନ ଗ୍ରହଣ କରିବା ପରେ ଖୁବଶୀଘ୍ର ଏହାକୁ ଲାଗୁ କରାଯିବା ସହ ଯାତ୍ରୀମାନେ ଏହାର ସୁବିଧା ସୁଯୋଗ ପାଇପାରିବେ। ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଅନୁମୋଦନରେ ଏହାର ନିଷ୍ପତ୍ତି ନେଇଥିବାରୁ ସେବାୟତ ଏହାକୁ ବିରୋଧ କରୁଥିବା ସୂଚନା […]

  • Thursday, 22 July 2021
bisthapita
ଆନ୍ଦୋଳନରତ ୮୦ ଜଣ କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ୍

ଗଞ୍ଚାମ: ଗଞ୍ଜାମ ଚମାଖଣ୍ଡି ଟାଟା ଫେରକ୍ରମ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରତ ୮୦ ଜଣ କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ। ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଥିଲେ ଅସ୍ଥାୟୀ କର୍ମଚାରୀ। ବିସ୍ଥାପିତ ଶ୍ରମିକମାନଙ୍କୁ ଗତ ୨୦୧୬ ମସିହାରୁ ଟାଟା ଫେରୋକ୍ରମ ବଦଳରେ ସହଯୋଗୀ କମ୍ପାନୀ ଟି.ଏସ ଏଲୟସରେ ଅସ୍ଥାୟୀ ଭାବେ ଚାକିରି ଦିଆଯାଇଛି। ସ୍ଥାୟୀ ନିଯୁକ୍ତି ପାଇଁ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ଆନ୍ଦୋଳନ କରି ଫେରୋକ୍ରମ କମ୍ପାନୀରେ ଧସେଇ […]

  • Thursday, 22 July 2021
temple
ବ୍ୟାଙ୍କ ଲୁଟ୍‌ ପରେ ଏବେ ଟାର୍ଗେଟ୍‌ରେ ମନ୍ଦିର

ବାଲେଶ୍ୱର: ବାଲେଶ୍ୱରରେ ବ୍ୟାଙ୍କ ଲୁଟ କରିବା ପରେ ଏବେ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ସହରର ବିଭିନ୍ନ ସ୍ଥାନରେ ସିରିଜ ଲୁଟ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଚାରିଟି ମନ୍ଦିରରେ ପଶି ଦେବାଦେବୀଙ୍କ ଗହଣା ଓ ହୁଣ୍ଡିରୁ ଦାନ ଅର୍ଥ ଲୁଟିଛନ୍ତି। ସହଦେବଖୁଣ୍ଟା ଥାନା ଶୋଭାରାମପୁରର ଅନ୍ଧାରୀ ମଙ୍ଗଳା ମନ୍ଦିର, ଶିବ ମନ୍ଦିର, ତାରିଣୀ ମନ୍ଦିର ଓ ନିକଟସ୍ଥ ରାଧାକୃଷ୍ଣ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ବିଗ୍ରହଙ୍କ ସୁନା […]

  • Thursday, 22 July 2021
dd
ୱାର୍ଲଡ୍‌ ୱାଇଡ୍‌ ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟ-୨୦୧୯ରେ ଓଡ଼ିଆ ବୋହୂ

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ଆସନ୍ତା ଅକ୍ଟୋବର ୧୦ରୁ ୨୦ ତାରିଖ ମଧ୍ୟରେ ଗ୍ରୀସ୍‌ରେ ୱାର୍ଲଡ୍‌ ୱାଇଡ୍‌ ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟ-୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି। ଏହି କଣ୍ଟେଷ୍ଟରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବରେ ଜଣେ ଓଡ଼ିଆ ଝିଅ ଭାଗ ନେବାକୁ ଯାଉଛନ୍ତି। ସେ ହେଉଛନ୍ତି ବଲାଙ୍ଗୀରର ସୌମ୍ୟା ଆଚାର୍ଯ୍ୟ। ଗ୍ରୀସରେ ହେଉଥିବା ଏହି ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟକୁ ହଟ୍‌ମଣ୍ଡ ଅର୍ଗାନାଇଜେସନ୍‌ ପକ୍ଷରୁ ଆୟୋଜନ କରଯାଇଛି। ସାରା ବିଶ୍ୱରେ ଥିବା ବିବାହିତ ମହିଳାଙ୍କୁ ନେଇ ଏହି ସଂସ୍ଥା ପ୍ରତିବର୍ଷ […]

  • Thursday, 22 July 2021
DyTJxitW0AAoCCJ
’ମୋ କଲେଜ’ ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ‘ମୋ ସ୍କୁଲ୍’ ଭଳି ଖୁବ୍‌ଶୀଘ୍ର ’ମୋ କଲେଜ’ ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର। କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ଲକ୍ଷ୍ୟରେ ଖୁବ୍‌ଶୀଘ୍ର ଏହି ଯୋଜନା ଆରମ୍ଭ କରାଯିବ। ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଉଚ୍ଚ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଥିବା ପ୍ରସଙ୍ଗରେ ବିଜେପି ବିଧାୟକ ମୋହନ ମାଝୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଗବେଷଣା ଲାଗି […]

  • Thursday, 22 July 2021
2
ଯୁକ୍ତ ଦୁଇ ପଢ଼ିବାକୁ ମନ ବଳାଉ ନାହାନ୍ତି ଛାତ୍ରଛାତ୍ରୀ; ଖାଲି ପଡ଼ିଛି ଲକ୍ଷାଧିକ ସିଟ୍

ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠ ପଢ଼ା ଆରମ୍ଭ ହେଲାଣି। ହେଲେ ଏବେବି ଖାଲି ପଡ଼ିଛି ଲକ୍ଷାଧିକ ସିଟ୍। ରାଜ୍ୟର ୧ ହଜାର ୯୮୪ଟି ଜୁନିୟର କଲେଜରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ମୋଟ୍‌ ୪ ଲକ୍ଷ ୪୮ ହଜାର ୪୫୧ ସିଟ୍‌ ରହିଛି। ତେବେ ପ୍ରଥମ ପର୍ଯ୍ୟାୟ ଆଡମିଶନ ପରେ ୧ ଲକ୍ଷ ୩୧ ହଜାରରୁ ଅଧିକ ସିଟ୍‌ ଖାଲି ପଡ଼ିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିନ୍ତା […]

  • Thursday, 22 July 2021
rasabali
ରସଗୋଲା ପରେ GI ଟ୍ୟାଗ୍ ପାଇଁ ଏବେ ଆଉ କାହା ପାଳି ?

ଭୁବନେଶ୍ୱର: ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ପରେ ଏବେ କାହା ପାଳି ପଡ଼ିବ? ରାଜ୍ୟର ଅନ୍ୟ ପରମ୍ପରାଗତ ଖାଦ୍ୟକୁ ଜିଆଇ ମାନ୍ୟତା ପାଇଁ ଉଦ୍ୟମ କରିବେ କି ସରକାର? ବିଭିନ୍ନ ଅଞ୍ଚଳରୁ ଏନେଇ ଦାବି ଉଠିଥିଲା ବେଳେ ବିଧାନସଭା ଶୂନ୍ୟକାଳରେ ବି ଆଜି ଏଇ ପ୍ରସଙ୍ଗ ଉଠିଛି। ଓଡ଼ିଆ ପରମ୍ପରାଗତ ଖାଦ୍ୟକୁ ନେଇ କେତେ ଗୀତ, କେତେ କଥା, କେତେ କାହାଣୀ ରଚନା ହୋଇଛି। ଆଉ ଏଭିତରେ ଯେତେବେଳେ ରସଗୋଲାରେ ଜିଆଇ ଟ୍ୟାଗ୍ ଝୁଲିଲାଣି, ସେତେବେଳେ ରାଜ୍ୟର […]

  • Thursday, 22 July 2021
chasi
ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲରେ କାଡା ନାଳ: ଫସଲ ନଷ୍ଟ ଯୋଗୁ ଚାଷୀ ଅସନ୍ତୁଷ୍ଟ

କଟକ: କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲକୁ ବିରୋଧ କରି ଟାଙ୍ଗୀ ବ୍ଲକ ଉଚ୍ଚପଦା ପଞ୍ଚାୟତରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଛି ପ୍ରଭାବଶାଳୀ ବ୍ୟକ୍ତି କାଡାନାଳକୁ ପୋତି ଏହା ଉପରେ ବେଆଇନ ଭାବରେ ଦୋକାନ ଓ ଗୋଦାମଗୃହ ନିର୍ମାଣ କରୁଛନ୍ତି। ଫଳରେ ଚାଷ ଜମିରୁ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ଫସଲ ଉଜୁଡ଼ି ଯାଉଥିବା ଅଭିଯୋଗ କରିଛନ୍ତି, ଦମକା, ଘାସିସନ୍ଥପୁର ଓ ନଶ୍ଚିନ୍ତା ଗ୍ରାମର ଚାଷୀ। ବର୍ଷାଦିନେ ଚାଷଜମିରେ ଆଣ୍ଠୁଏ ଉପରେ ପାଣି ଜମି ରହି ଥିବାରୁ […]

  • Thursday, 22 July 2021
mayurbhanj
ସରକାରୀ କାଗଜରେ ଭୂତ ଦେଲା ଟିପଚିହ୍ନ: ଟଙ୍କା ଆଣି ଆତ୍ମସାତ୍ କଲେ ବାବୁ

ମୟୁରଭଞ୍ଜ: ମୃତ ବ୍ୟକ୍ତିଙ୍କ ନାମରେ କୂଅ ଖନନର କାର୍ଯ୍ୟାଦେଶ ଆଣି ଲକ୍ଷେରୁ ଅଧିକ ଟଙ୍କା ହେରଫେର୍ ହୋଇଥିବା ଅଭିଯୋଗ ହୋଇଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡ଼ଖମାଡ଼ି ଗ୍ରାମର ବାସନ୍ତି ବେହେରାଙ୍କ ସ୍ୱାମୀ ଭଗବାନ ବେହେରାଙ୍କ ନାମରେ ଆସିଛି ଏହି ୱାର୍କ ଅର୍ଡର୍। ଗତ ୨୦୧୫ ମସିହାରେ ଭଗବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୭ରେ ତାଙ୍କୁ ଏକ ଡକ୍‌ୱେଲ୍ ବା କୂଅ ମିଳିଥିବାର ସରକାରୀ କାଗଜକଲମରେ ଦର୍ଶାଯାଇଛି। ଆଉ ଏଥିପାଇଁ ୧ ଲକ୍ଷ ୧୪ ହଜାର ୬୯୬ […]

  • Thursday, 22 July 2021
baitarani
ରାଜ୍ୟର ୫ ପ୍ରମୁଖ ନଦୀର ଜଳ ବର୍ତ୍ତମାନ ପ୍ରଦୁଷିତ

ଭୁବନେଶ୍ୱର:  ରାଜ୍ୟର ୫ ପ୍ରମୁଖ ନଦୀର ଜଳ ବର୍ତ୍ତମାନ ପ୍ରଦୁଷିତ। ମହାନଦୀର ଦୁଇଟି, ବ୍ରାହ୍ଣଣୀର ୪ଟି, ବୈତରଣୀର ୩ କୋଏଲ ଓ ଶଙ୍ଖ ନଦୀର ଗୋଟିଏ ଲେଖାଏ ସ୍ଥାନରେ ନଦୀଗୁଡ଼ିକ ପ୍ରଦୁଷିତ ହୋଇଛି। ଆଜି ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖ୍। ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ଗୃହରେ ସୂଚନା ଦେଇ ଆରୁଖ କହିଛନ୍ତି, କଟକ ଓ […]

  • Thursday, 22 July 2021
saku
ସଫେଇ ଅଭିଯାନ ପାଇଁ ସମ୍ବର୍ଦ୍ଧିତ ହେଲେ ୮୫ ବର୍ଷୀୟା ସଖୁବାଇ

ପୁରୀ: ବେଳାଭୂମୀ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ସଫେଇ ଅଭିଯାନ ଆରମ୍ଭ କରି ଚର୍ଚ୍ଚିତ ହୋଇଥିବା ସଖୁବାଇ ଦେଶମୁଖଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାରାଷ୍ଟ୍ରର ଏହି ୮୫ ବର୍ଷୀୟା ସଖୁଙ୍କୁ ମାନପତ୍ର ପ୍ରଦାନ ସହ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପୁରୀ ଜିଲ୍ଲାପାଳ ବଳଓ୍ୱନ୍ତ ସିଂହ। ଗତ ୨୬ ଓ ୨୭ ତାରିଖରେ ‘ମୋ ବିଚ୍’ ଅଭିଯାନରେ ସାମିଲ ହୋଇ, ମହାରାଷ୍ଟ୍ର ଏଲୋରା ସ୍ଥିତ ଶ୍ରୀସନ୍ଥ ଜନାର୍ଦ୍ଦନ […]

  • Thursday, 22 July 2021
SPICEJET
ପ୍ରତି ସୋମବାର ବନ୍ଦ ରହିବ ବିମାନସେବା

ଝାରସୁଗୁଡ଼ା: ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ପ୍ରତି ସୋମବାର ବନ୍ଦ ରହିବ ବିମାନ ଚଳାଚଳ। ସେପ୍ଟେମ୍ବର ୩୦ ଯାଏ ଏହି ବିମାନସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ। କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନା ଅଧୀନରେ ସ୍ପାଇସ୍ ଜେଟ୍ ପକ୍ଷରୁ ମାର୍ଚ୍ଚ ମାସଠାରୁ ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ଦୈନିକ ବିମାନସେବା ଆରମ୍ଭ ହୋଇଛି। ତେବେ ଆସନ୍ତା ୨ ମାସ କେବଳ ସୋମବାର ପାଇଁ ଏହି ସେବା ବନ୍ଦ ରହିବ ବୋଲି ସ୍ପାଇସ୍ ଜେଟ୍ […]

  • Thursday, 22 July 2021
narasingha
ପୁଣି ଗୃହରେ ନରସିଂହ ଓ ବିଷ୍ଣୁ ମୁହାଁମୁହିଁ

ଭୁବନେଶ୍ୱର: ଗାନ୍ଧି ବନାମ ଗଡ୍‌ସେ ପ୍ରସଙ୍ଗରେ ଗୃହରେ ଆଜି ପୁଣି ନରସିଂହ ମିଶ୍ର ଓ ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗୃହରେ ରଖିଥିବା ପ୍ରତିକ୍ରିୟାକୁ ନେଇ ଆଜି ଖୁବ୍ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗତକାଲି ନରସିଂହ ଅଭିଯୋଗ କରି କହିଥିଲେ, କେନ୍ଦ୍ର ସରକାରଙ୍କ କିଛି ନେତା ଗଡ୍‌ସେଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ। ଏହାପରେ ବିଷ୍ଣୁ ମଧ୍ୟ କଂଗ୍ରେସ ନେତା ମଣିଶଙ୍କର ଆୟାର ଓ […]

  • Thursday, 22 July 2021
strike
ନିଯୁକ୍ତି ଦାବିରେ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା। ରାଜ୍ୟ ସରକାର କୃଷି ଛାତ୍ରଛାତ୍ରୀଙ୍କ ପ୍ରତି ଅବହେଳା କରୁଥିବା ଅଭିଯୋଗ କରି ଧାରଣାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଗତ ଶନିବାର ଠାରୁ OUAT ଭିସିଙ୍କ କାର୍ଯ୍ୟାଳୟ ଆଗରେ ଏହି ଧାରଣା ଚାଲିଛିା ପୂର୍ବରୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିଯୁକ୍ତିରେ ଉଦ୍ୟାନ ବିଭାଗ ଛାତ୍ରଛାତ୍ରୀଙ୍କୁ ଶତ ପ୍ରତିଶତ ଏବଂ ଉପ କୃଷି ଅଧିକାରୀ ପଦବୀରେ ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବାକୁ ଦାବି […]

  • Thursday, 22 July 2021
bijaya naveen
ପାଟକୁରା ଫଳାଫଳକୁ ନେଇ ନବୀନଙ୍କୁ ଏମିତି କହିଲେ ବିଜୟ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ବିଜେଡି ଓ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସରକାର ‘କିଲ୍ ବିଜୟ’ ନାମରେ ଯେଉଁ ସବୁଠୁ ବଡ଼ ଯୋଜନା କରିଥିଲେ ତାହା ସଫଳ ହୋଇଥିବା କହି କଟାକ୍ଷ କରିବା ସହିତ ବିଜେଡିକୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ତେବେ ପାଟକୁରାକୁ ଯେଭଳି ଘେରାବନ୍ଦୀ କରି ରଖାଗଲା, ୧୪ ମନ୍ତ୍ରୀ ଓ ୭୦ ବିଧାୟକ ଡେରା ପକାଇ ଗଡ଼ ଜଗିଲେ ଓ କଳେବଳେ, […]

  • Thursday, 22 July 2021
vv
JNU ପଢୁଆ ଝିଅର ଚେଷ୍ଟାରୁ ଖୋଲିଲା ମା' ହତ୍ୟା ରହସ୍ୟ; ୮ ବର୍ଷ ପରେ ମାଟିତଳୁ ବାହାର କଲେ ଦେହାବଶେଷ

ସମ୍ୱଲପୁର (ସଞ୍ଜୟ ଜେନା): ବାହାଘର କାର୍ଡ ବାଣ୍ଟିବାକୁ ଯାଇ ମାଆ ନିଖୋଜ ହୋଇଯାଇଥିଲେ। ଆଉ ଏପଟେ ମାଆକୁ ଖୋଜୁଥିଲା ଝିଅ। ପୁଲିସ ପାଖରେ ଏତଲା ଦେବାକୁ ଯାଇ ବିଜୟିନୀ ମିଶ୍ରଙ୍କୁ ନାନା ଅପବାଦ ଶୁଣିବାକୁ ମଧ୍ୟ ପଡ଼ିଥିଲା। କିନ୍ତୁ ସେ ହାର ମାନିନଥିଲେ। ଅନ୍ୟାୟ ଓ ଅପବାଦ ବିରୋଧରେ ଦୀର୍ଘ ୮ ବର୍ଷର ଅବିଶ୍ରାନ୍ତ ସଂଘର୍ଷ ପରେ ତାଙ୍କୁ ମିଳିଛି ନ୍ୟାୟ। ମାଆ ଜୟଶ୍ରୀ ମିଶ୍ରଙ୍କ ହତ୍ୟାକାରୀକୁ ଧରିଲା ପୁଲିସ। ଆଉ ମାଟି ତଳୁ ଉଦ୍ଧାର ହେଲା […]

  • Thursday, 22 July 2021
w
ବର୍ଷାରେ ବେହାଲ ପୁରୀ: ବଡ଼ଦାଣ୍ଡରେ ସମୁଦ୍ରର ଭ୍ରମ

ପୁରୀ: ବର୍ଷାରେ ବେହାଲ ପୁରୀ ସହର। ବଡ଼ଦାଣ୍ଡ, ଭିଆଇପି ରୋଡ ସମେତ ବିଭିନ୍ନ ସାହି ବସ୍ତିରେ ଖାଲି ପାଣି ଆଉ ପାଣି। ବିଶେଷ କରି ଲଘୁଚାପ ଜନିତ ବର୍ଷାରେ ବଡ଼ଦାଣ୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବର୍ଷା ସମୟରେ ମେଡିକାଲ ଛକ, ମାଉସୀମା ଛକ, ବଳଗଣ୍ଡି ଛକ ଆଦିରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିବା ଦେଖିବାକୁ ମିଳିଛି। ସେହିଭଳି ଭିଆଇପି ରୋଡରେ ମଧ୍ୟ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। […]

  • Thursday, 22 July 2021
sarathi
କ୍ରାଇମବ୍ରାଞ୍ଚ ସ୍କାନରରେ ରହିବେ ସାରଥୀ

କଟକ: କ୍ରାଇମବ୍ରାଞ୍ଚ ସ୍କାନରରେ ରହିବେ ସାରଥୀ। ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖାଯିବ ବୋଲି ଏଡିଜି କ୍ରାଇମବ୍ରାଞ୍ଚ ସୁଚନା ଦେଇଛନ୍ତି। ବେଲବଣ୍ଡରେ ରହିଥିବା ସର୍ତ୍ତ ଅନୁଯାୟୀ, ଯଦି ସେ ତାର ବିରୁଦ୍ଧାଚରଣ କରନ୍ତି, ତାହେଲେ ତଦନ୍ତକାରୀ ଅଫିସର କୋର୍ଟର ଆଶ୍ରୟ ନେଇ ପରବର୍ତ୍ତୀ ପଦକ୍ଷେପ ପାଇଁ ଆଗକୁ ବଢ଼ିବେ। ୪ ବର୍ଷ ଧରି ଜେଲରେ ରହିବା ପରେ ଗୁରୁବାର ଦିନ ଚୌଦ୍ୱାର ଜେଲରେ ବେଲବଣ୍ଡ ଦାଖଲ କରିବାପରେ ସାରଥୀ ଜେଲରୁ ବାହାରିଥିଲେ।

  • Thursday, 22 July 2021
save
ଲାଞ୍ଚୁଆ ପୁଲିସ୍‌ ବାବୁଙ୍କୁ ସସ୍‌ପେଣ୍ଡ କଲେ ଡିଜିପି

ମାଲକାନଗିରି: ସସ୍‌ପେଣ୍ଡ ହେଲେ ଲାଞ୍ଚ ନେଇ ଧରାପଡ଼ିଥିବା ଆଇଆଇସି ରଞ୍ଜନ ସାହୁ। ପୁଲିସ ଡିଜି ଆଇଆଇସି ରଞ୍ଜନଙ୍କୁ ସସ୍‌ପେଣ୍ଡ କରିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନାର ୩ ପୁଲିସ ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।  IIC ରଞ୍ଜନ ସାହୁ, SI ମାନସ ରଞ୍ଜନ ଓ ସୁନିଲ କୁମାରଙ୍କୁ ଲାଞ୍ଚ ନେଉଥିବାବେଳେ ଧରିଥିଲେ ଭିଜିଲାନ୍ସ ଟିମ୍। ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ ଏମାନଙ୍କୁ ଗରିଫ କରିଛି। […]

  • Thursday, 22 July 2021
jj
ବାବୁ ଚାକିରି ଦିଅ ନହେଲେ ରାସ୍ତା ଛାଡ଼ିବୁନି

କୋରାପୁଟ: କୋଡିଙ୍ଗାମାଳିରେ ଖଣି ଖନନକୁ ବିରୋଧ କରିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତି ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀ ଏହାକୁ ଖାତିର ନକରି ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି। ଲୋକେ ଦୀର୍ଘ ସମୟ ଧରି ରାସ୍ତାରୋକ କରିବା ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜିଛି। ଉତ୍ତେଜନାମୂଳକ ପରିସ୍ଥିତିକୁ ଦେଖି ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶ ପରେ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ବିଡିଓ ଉପସ୍ଥିତ […]

  • Thursday, 22 July 2021
drown
କେନାଲରେ ହାତ ଧୋଇବାକୁ ଯାଇଥିଲେ ଦୁଇ ଛାତ୍ର, ଭାସିଗଲେ

ସୋର (ଶଶିକାନ୍ତ ବେହେରା): ମଧ୍ୟାହ୍ନ ଭୋଜନ ଖାଇ କେନାଲ୍‌ରେ ହାତ ଧୋଇବା ବେଳେ ଗୋଡ଼ ଖସିଯିବାରୁ ଦୁଇଜଣ ଛାତ୍ର ବୁଡ଼ି ପ୍ରାଣ ହରାଇଛନ୍ତି। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଟିଣା ହାଇସ୍କୁଲରେ ଘଟିଛି। ଏହି ଖବର ପ୍ରଚାର ହେବା ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କ କାର୍‌ ଭଙ୍ଗାରୁଜା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ସ୍କୁଲରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଖଇରା ତହସିଲଦାର ଓ […]

  • Thursday, 22 July 2021
444455555
ମହାପ୍ରଭୁଙ୍କ ରଥ ଭାଙ୍ଗିବାକୁ ୧୨ ଦିନ ଲାଗିବ

ପୁରୀ: ପରମ୍ପରା ମୁତାବକ ଆଜିଠୁ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ। ପ୍ରଥମେ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛିା ଏହାପରେ ଅନ୍ୟ ଦୁଇ ରଥ ତାଳଧ୍ୱଜ ଏବଂ ନନ୍ଦିଘୋଷକୁ ମଧ୍ୟ ଭଙ୍ଗାଯିବ। ପ୍ରାୟ ୧୨ ଦିନ ମଧ୍ୟରେ ଏହି କାର୍ଯ୍ୟ ସରିବ। ରଥରେ ଥିବା ଆସନ, ଚକ ସମେତ କିଛି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ନିଲାମ କରାଯିବ। ଯାହାକୁ ଗୁଣ୍ଡିଚା ମନ୍ଦିରରେ ରଖିବେ ଭୋଇ ସେବାୟତ।  

  • Thursday, 22 July 2021

Total Seats 70

BJP 45
AAP 25
INC 0
OTHERS 0

Delhi Vidhan Sabha Election Result