ଭୁବନେଶ୍ୱର: ବିଧାନସଭାରେ ନିଜ ବିବାଦୀୟ ବୟାନକୁ ନେଇ ଗୃହରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ। ଏପରି ମନ୍ତବ୍ୟ ସେ ଉଦ୍ଦେଶ୍ୟମୂଳକ ଭାବେ ଦେଇ ନଥିବା କହିଛନ୍ତି ବିଷ୍ଣୁ। ଏଥିସହିତ ଗୃହର ବିବରଣୀରୁ ତାଙ୍କ ମନ୍ତବ୍ୟକୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ସେ ଅନୁରୋଧ ମଧ୍ୟ କରିଛନ୍ତିf। ବାଚସ୍ପତି ମଧ୍ୟ ବିଧାନସଭା ବିବରଣୀରୁ ବିଷ୍ଣୁଙ୍କ ମନ୍ତବ୍ୟକୁ ବାଦ୍ ଦେବାକୁ ରୁଲିଂ ଦେଇଛନ୍ତି। ବିଷ୍ଣୁଙ୍କ ଦୁଃଖ ପ୍ରକାଶ ପରେ ସ୍ୱାଭାବିକ ରହିଛି ଗୃହ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗକୁ ରସଗୋଲା ପାଇଁ ମିଳିଥିବା GI ଟ୍ୟାଗ୍ର ପୁନଃ ବିଚାର କରାଯିବ। କେନ୍ଦ୍ର ସରକାରଙ୍କ ଜୋଗ୍ରଫିକାଲ୍ ଇଣ୍ଡିକେଟର୍ ରେଜଷ୍ଟ୍ରି ପକ୍ଷରୁ ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଖାଦ୍ୟ ଓ ପ୍ରକ୍ରିୟାକରଣ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଏହି ନୋଟିସ୍ ଜାରି କରିଛି GI ବିଭାଗ। ସେପ୍ଟେମ୍ବର ୬ ତାରିଖରେ ଏହି ମାମଲାରେ ଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଭୁବନେଶ୍ୱରର ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଏନେଇ ଜିଆଇ ବିଭାଗରେ […]
କୋରାପୁଟ: ଗୋଟିଏ ପଦବି ପାଇଁ ଦୁଇ ଜଣ ଦାବିଦାର। କୋରାପୁଟ ଜିଲ୍ଲା ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୋଟିଏ ପଦବିକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି। ଅଧିକ୍ଷଣ ଯନ୍ତ୍ରୀ ପଦବି ପାଇଁ ଏଠାରେ ଦୁଇ ଜଣ ଅଫିସରଙ୍କ ମଧ୍ୟରେ ଟଣା ଓଟରା ଲାଗିଛି। ଜୁଲାଇ ୨୯ରେ ମାଲକାନଗିରି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ ପଦୋନ୍ନତି ପାଇ ଏହି କାର୍ଯ୍ୟାଳୟକୁ […]
କଟକ: କଟକରେ ତିନି ତିନିଟି ହତ୍ୟାକାଣ୍ଡ ଘଟାଇଥିବା ସିରିଏଲ୍ କିଲର ନାରାୟଣ ସାହୁକୁ ଗତକାଲି ଗିରଫ କରିବା ପରେ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି କମିଶନରେଟ୍ ପୁଲିସ୍। ରାଣୀହାଟ ହତ୍ୟାକାଣ୍ଡର ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ିନାହିଁ। ତେଣୁ ସେହି ହତ୍ୟାକାଣ୍ଡରେ ନାରାୟଣର ସମ୍ପୃକ୍ତି ଅଛି ନା ନାହିଁ, ତାର ଖୋଳତାଡ଼ କରିବ ପୁଲିସ। ଗତକାଲି ଓଏମ୍ପି ଛକର ଯେଉଁ ସ୍ଥାନରେ ନାରାୟଣ ହତ୍ୟାକାଣ୍ଡ ଘଟାଇଥିଲା, ସେହି ସ୍ଥାନକୁ ତାକୁ ନେଇ ପୁଲିସ ତଦନ୍ତ କରିଥିଲା ଯେଉଁ ଧାରୁଆ ଅସ୍ତ୍ରରେ […]
ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ସ୍ଥିତ ନାଲ୍କୋ ସ୍ମେଲଟର୍ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ ଆଜି ଏଠାରେ ଉତ୍ତେଜନା ପ୍ରକାଶ ପାଇଛି। ଠିକା ଶ୍ରମିକମାନେ ମୃତଦେହକୁ କମ୍ପାନୀର ପ୍ରଶାସନିକ କୋଠା ସମ୍ମୁଖରେ ରଖିଥିବା ବେଳେ ସ୍ମେଲ୍ଟର ପ୍ଲାଣ୍ଟ୍ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହିତ ଜଣଙ୍କୁ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି। ଶ୍ରମିକଙ୍କ ଆନ୍ଦୋଳନ ଯୋଗୁ ପ୍ଲାଣ୍ଟ ଭିତରକୁ କାହାରିକୁ ଛଡ଼ା […]
ଭୁବନେଶ୍ୱର: ରାଜସ୍ଥାନରୁ ମଣିପୁର ପର୍ଯ୍ୟନ୍ତ ଏକ ମନସୁନ୍ ଟ୍ରପ୍ଲାଇନ ରହିଛି। ଏହା ଆସନ୍ତା ୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ୩ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ବିଶେଷ କରି ମାଲକାନାଗିରି, ନବରଙ୍ଗପୁର, ଭଦ୍ରକ, ବାଲେଶ୍ୱର,କୋରାପୁଟ, କଳାହାଣ୍ଡି, ମୟୁରଭଞ୍ଚ, […]
ରାୟଗଡା: ରାୟଗଡ଼ାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ପୁଲିସ ପକ୍ଷରୁ ଗତକାଲି ବିଭିନ୍ନ ସ୍ଥାନରେ ଗାଡିମଟର ଯାଞ୍ଚ କରାଯାଇଥିଲା। ଏଥିରେ ୩୦ଟି ମଟର୍ ସାଇକେଲ, ୧୦ଟି ଅଟୋ, ୪ଟି ମୋପେଡ୍ ଓ ୩ଟି ଡ୍ରାଇଭିଂ ଲାଇସେନସ ଜବତ କରାଯାଇଛି। ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା, ହେଲ୍ମେଟ୍ ବ୍ୟବହାର କରୁ ନଥିବା, ଶବ୍ଦ ପ୍ରଦୂଷଣ କରୁଥିବା ଓ ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଗୁଣପୁର […]
ନୂଆଦିଲ୍ଲୀ: ବିଶିଷ୍ଟ ସ୍ଥପତି ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମା ଲକ୍ଷ୍ମୀଙ୍କର ଏକ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଉପହାର ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶାର ଅନ୍ୟ ସାଂସଦମାନେ ମୂର୍ତ୍ତି ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଶାଲ୍ ମିଡିଆରେ ନିଜର ଖୁସି ଜଣାଇଛନ୍ତି।
ଭୁବନେଶ୍ୱର: ରାଜଧାନୀରେ ଲଗାତର ଲୁଟର ୨ ଦିନ ପରେ ବି ପୁଲିସର ହାତ ଖାଲି। ଅପରାଧୀଙ୍କ ଟେର ପାଉନି କମିଶନରେଟ ପୁଲିସ। ଦୁଇଦିନ ଧରି ରାତି ତମାମ ବ୍ଲକିଂ, ଚେକିଂରୁ ମଧ୍ୟ କିଛି ବି ସଫଳତା ମିଳୁନି। ତେଣୁ ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ ଆପଣାଇଛି ପୁଲିସ। ବିଶେଷ କରି ସନ୍ଧ୍ୟା ସମୟରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ଲିଙ୍ଗିପୁରରୁ ପାଣ୍ଡରା ମଧ୍ୟରେ ଥିବା ରାସ୍ତା ଶୂନଶାନ ରହୁଥିବାରୁ ସେହି ରାସ୍ତାରେ ପାଟ୍ରୋଲିଂ ଜୋରଦାର କରାଯାଇଛି। ନିଛାଟିଆ ରାସ୍ତା […]
ରାୟଗଡ଼ା: କେବେ ସରିବ ଏ ଦୁଃଖ ? କେତେ ଦିନ ପର୍ଯ୍ୟନ୍ତ ଖଟିଆରେ ବୁହା ହେଉଥିବେ ରୋଗୀ ଓ ଗର୍ଭବତୀ। ଏବେ ପୁଣି ଜଣେ ଗର୍ଭବତୀ ଖଟିଆରେ ବୁହା ହୋଇ ଡାକ୍ତରଖାନା ଯିବା ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଜଣେ ଗର୍ଭବତୀଙ୍କୁ ଖଟରେ ବୁହାଇ ଡାକ୍ତରଖାନା ନେଇଛନ୍ତି ତାଙ୍କ ପରିବାର ଲୋକେ। ଡିମିରିଗୁଡ଼ା ପଞ୍ଚାୟତ କଟାଙ୍ଗ ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ୭କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ପରିବାର ଲୋକେ। ଗର୍ଭ […]
ମାଲକାନଗିରି: ୪ଦିନ ପରେ ପୁଣି ଲଗାଣ ବର୍ଷା ମାଲକାନଗିରିକୁ ବେହାଲ୍ କରିଛି। ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। କୋରକୋଣ୍ଡା ଓ MV 36 ପୋଲ ଉପରେ ୫ଫୁଟ୍ ଉଚ୍ଚର ପାଣି ଚାଲିଛି। ଏଥିଯୋଗୁ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲଗାତର ୨ ଦିନ ଧରି ବର୍ଷା ଲାଗି ରହିଥିବାରୁ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ। ଗତ […]
ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗତକାଲି ୬୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଅପରେସନ ପରୀ -୩ କାର୍ଯ୍ୟକ୍ରମ ଅନୁଯାୟୀ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ୬ଟି ପୁଲିସ ଷ୍ଟେସନ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଇଥିଲା। ହୋଟେଲ, ଢାବା, ଜଳଖିଆ ଦୋକାନ ଓ ଅନ୍ୟ ସ୍ଥାନରେ କାମ କରୁଥିବା ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତ ଶିଶୁଙ୍କ ଡାକ୍ତରୀ ପରୀକ୍ଷା ପରେ ବୌଦ୍ଧର ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଯାଇଥିଲା। ଏହାପରେ ଭିଭାବକମାନଙ୍କ […]
ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ଗୁଇନ୍ଦା ରିପୋର୍ଟ ମିଳିଛି। ଏହି ସୂଚନା ମିଳିବା ପରେ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବାକୁ ପୁରୀ ପୁଲିସ ପ୍ରସ୍ତୁତ ଥିବା କହିଛନ୍ତି ଏସ୍ପି ଉମାଶଙ୍କର ଦାସ। ଏହି ସୂଚନା ମିଳିବା ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମୁଦ୍ର ଉପକୂଳ ଅଞ୍ଚଳରେ ନାଭାଲ ଓ କୋଷ୍ଟଗାର୍ଡ ତରଫରୁ ପାଟ୍ରୋଲିଂକୁ ଜୋରଦାର କରାଯାଉଥିବା ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି […]
କୋରାପୁଟ: ରାଜ୍ୟରେ ବଢ଼ି ଚାଲିଛି ଲାଞ୍ଚ ଓ ଲାଞ୍ଚୁଆଓ ଅଫିସର୍ଙ୍କ ସଂଖ୍ୟା। ପ୍ରାୟ ସବୁ ଲେବୁଲ୍ରେ ପିସି କାରବାରରେ ଚାଲିଛି କାମ। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ସିଡିପିଓ ସୁରମା ସେଠ୍। ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପ୍ରି ସ୍କୁଲ କିଟ୍ କିଣା ବାବଦକୁ ପ୍ରତି ଅଙ୍ଗନଓ୍ୱାଡ଼ି କର୍ମୀଙ୍କଠାରୁ ୫ ଶହ ଟଙ୍କା ଲେଖାଏ ଲାଞ୍ଚ ନେଇଥିବା ସଙ୍ଗୀନ ଅଭିଯୋଗ ତାଙ୍କ ନାଁରେ ଆସିଛି। ସୁରମା କିଛି ଦିନ ତଳେ କୋଟପାଡ଼ ଗିର୍ଲାଠାରେ ଅଙ୍ଗନଓ୍ୱାଡ଼ି […]
ଭୁବନେଶ୍ୱର: ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବ୍ୟାଗ୍ର ଓଜନ ପରଖିବେ ସ୍କ୍ୱାଡ୍। ସ୍କୁଲ ପିଲାଙ୍କ ବ୍ୟାଗ୍ ଓଜନ ହ୍ରାସ କଡ଼ାକଡ଼ି ପାଳନ କରିବାକୁ ଆଜି ସବୁ ଜିଲ୍ଲାପାଳ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ପିଲାଙ୍କ ସ୍କୁଲ ବ୍ୟାଗ୍ର ଧାର୍ଯ୍ୟ ଓଜନ ଏବଂ ନିର୍ଦ୍ଧାରିତ ବହି ଯାଞ୍ଚ୍ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡ ଦ୍ୱାରା ପରିଚାଳିତ କିଛି ସ୍କୁଲରେ ପିଲାମାନେ […]
ଭୁବନେଶ୍ୱର: ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ନିଜର ମନ୍ତବ୍ୟ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ ନଚେତ୍ କଂଗ୍ରେସ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି। ବିଧାନସଭାରେ ଆଜି ବିଜେପି ବିଧାୟକ ବିଷ୍ଣୁ ସେଠୀ ମୁସଲିମ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରିବା ସହ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି। କଂଗ୍ରେସ ଭବନଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି […]
ପୁରୀ: ବହୁଚର୍ଚ୍ଚିତ ଚନ୍ଦ୍ରଯାନ-୨ ମିଶନରେ ରହିଛି ପୁରୀ ଶଙ୍କରାଟର୍ଯ୍ୟଙ୍କ ଅବଦାନ। ଜଗତ୍ଗୁରୁଙ୍କଠାରୁ ବୈଦିକ ଗାଣିତିକ ସୂତ୍ରକୁ ନେଇ କାମରେ ଲଗାଇଛି ଇସ୍ରୋ। ଯାହାଦ୍ୱାରା ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠ ଛୁଇଁବା ନେଇ ଆକଳନ କରୁଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକ। ତେବେ ଜଗଦ୍ଗୁରୁଙ୍କ କେଉଁ ପ୍ରକାର ଗାଣିତିକ ସୂତ୍ରକୁ କାମରେ ଲଗାଇଛି ଇସ୍ରୋ, ତାକୁ ନେଇ ଲାଗି ରହିଛି ଉତ୍କଣ୍ଠା। ଭାରତର ମିଶନ ଚନ୍ଦ୍ରାୟନ-୨ର ସଫଳ ଉତକ୍ଷେପଣ ପଛରେ ରହିଛି ପୁରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରେରଣା। […]
ଭୁବନେଶ୍ୱର: ୨୮ ନୁହେଁ, ରାଜ୍ୟରେ ଅଧିକ ବାଘ ଅଛନ୍ତି। କେନ୍ଦ୍ରୀୟ ବାଘ ଗଣନା ରିପୋର୍ଟ ଆସିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହା କହିଛନ୍ତି ରାଜ୍ୟ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ । ବାଘ ଦୃଷ୍ଟିଗୋଚର ହୋଇଥିବା ରାଜ୍ୟର ନୂଆ ବନଖଣ୍ଡକୁ ଗଣନାରେ ସାମିଲ କରାନଯିବା ଏବଂ କେବଳ କ୍ୟାମେରା ଟ୍ରାପ୍ ମାଧ୍ୟମରେ ଗଣନାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ବାଘଙ୍କ ପ୍ରକୃତ ସଂଖ୍ୟା ଜାଣିବାକୁ ରାଜ୍ୟ ସରକାର ନିଜସ୍ୱ ଗଣନା କରିବେ ବୋଲି […]
ଭୁବନେଶ୍ୱର: ଜଳ ବିବାଦର ସମାଧାନ ନେଇ ଏକକ ଟ୍ରିବ୍ୟୁନାଲ୍ ଗଠନ ପାଇଁ ଆସିଥିବା ବିଲକୁ ଲୋକସଭାରେ ମଞ୍ଜୁରୀ ମିଳିଛି। ଏହାକୁ ନେଇ ଆଜି ବିଧାନସଭାରେ ତାତି ଦେଖିବାକୁ ମିଳିଛି। ଶାସକ ବିଜେଡି ଆରମ୍ଭରୁ ଏକକ ଟ୍ରିବ୍ୟୁନାଲକୁ ବିରୋଧ କରୁଥିବା ବେଳେ ପାର୍ଲାମେଣ୍ଟରେ କେମିତି ଏହି ବିଲକୁ ସମର୍ଥନ କଲା ବୋଲି ଶୂନ୍ୟ କାଳରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମହାନଦୀର ପାଣି କମୁଥିବା ବେଳେ ରାଜ୍ୟର କେଉଁ ସ୍ୱାର୍ଥ ରକ୍ଷା ପାଇଁ […]
କଟକ: କଟକ ଓଏମ୍ପି ଛକ ଡବଲ୍ ମର୍ଡର ଘଟଣାରେ କମିଶନରେଟ୍ ପୁଲିସକୁ ସୁରାଗ୍ ମିଳିଛି। ସିରିଏଲ୍ କିଲିଂ ମାମଲାରେ ୪ ଦିନ ତଳୁ ଅଟକ ଥିବା ନୟାଗଡ଼ର ନାରାୟଣ ସାହୁ ହିଁ ହତ୍ୟାକାରୀ ବୋଲି ଦାବି କରିଛି ପୁଲିସ। ପୂର୍ବ ପ୍ରତିଶୋଧ ନେବାକୁ ବିଳମ୍ବିତ ରାତିରେ ନାରାୟ ହିଁ ଘଟାଇଥିଲା ଏହି ନାରକୀୟ କାଣ୍ଡ ଘଟାଇଥିବା ପୁଲିସ୍ କହିଛି। କଟକ ସିରିଏଲ କିଲିଂକୁ ନେଇ କମିଶନରେଟ୍ ପୁଲିସ୍ ଆଜି ସାମ୍ବାଦିକ ସମ୍ମିଳନୀରେ ଏ ଖୁଲାସା କରିଛି। ଏହା […]
ମୟୂରଭଞ୍ଚ: ଆଜିର ଦୁନିଆରେ ସମ୍ପର୍କର ମାନେ ଯେମିତି କିଛି ନାହିଁ। କ୍ରୋଧ ଓ ତିକ୍ତତା ଭିତରେ ହଜି ଯାଉଛି ମାୟା ମମତା। କଥା କଥାରେ ରକ୍ତରଞ୍ଜିତ ହେଉଛି ସମ୍ପର୍କ। କେତେବେଳେ ବାପା ମାରୁଛି ପୁଅକ ତ ଆଉ କେତେବେଳେ ଭେଣ୍ଡିଆ ପୁଅ ହତ୍ୟା କରୁଛି ଜନ୍ମଦାତାକୁ। ଏଭଳି ହତ୍ୟା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନଛିପୁର ଗାଁରେ। ଦାଦାଙ୍କୁ ପଥରରେ ଛେଚି ହତ୍ୟା କରିଛି ପୁତୁରା। ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ଗତକାଲି ସନ୍ଧ୍ୟାରେ […]
ଭଦ୍ରକ: ଆଜିକାଲି ପ୍ରାୟ ପ୍ରତି ଦିନେ,ଦୁଇଦିନ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି ଲାଞ୍ଚଖୋର୍ ଅଫିସର୍, ନେତା ଓ ଠିକାଦାରଙ୍କ ଭଳି ଲାଞ୍ଚୁଆ ବ୍ୟକ୍ତି। ଏଥର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି, ଭଦ୍ରକ ବାସୁଦେବପୁର ବ୍ଲକ ବରଣ୍ଡୁଆ ସେବା ସମବାୟ ସମିତିର ସଭାପତି ନଗେନ୍ଦ୍ର ବିଶ୍ୱାଳ ଓ ତାଙ୍କ ସରପଞ୍ଚ ପତ୍ନୀ ବସନ୍ତୀ ମଞ୍ଜରୀ ବିଶ୍ୱାଳ। ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ବାସୁଦେବପୁର ବ୍ଲକ୍ ସ୍ଥିତ ରତାଙ୍ଗ ପୈତୃକ ଘର, ବରଣ୍ଡୁଆ […]
ବ୍ରହ୍ମପୁର: ପୁଣି ବ୍ରହ୍ମପୁରରେ ମାତିଲେ ଲୁଟେରା। ପୁରୁଣା ଷ୍ଟାଇଲ୍ରେ ପୁଲିସର ପରିଚୟ ପତ୍ର ଦେଖାଇ ଲୁଟେରାମାନେ ଜଣେ ମହିଳାଙ୍କଠୁ ୭ ଭରି ଓଜନର ସୁନା ଚେନ୍ ଓ ମଙ୍ଗଳସୂତ୍ର ଲୁଟି ନେଇଛନ୍ତି। ବ୍ରହ୍ମପୁର ଦଳୁଆସାହି ନିକଟରେ ଘଟିଛି ଏହି ଲୁଟ୍ ଘଟଣା। ମନ୍ଦିରକୁ ଯାଉଥିବା ବେଳେ ଏତେ ସୁନା କାହିଁକି ପିନ୍ଧିଛ କହି ମହିଳାଙ୍କଠୁ ଲୁଟ୍ ହୋଇଛି। ସହରରେ ଚୋର ମାତିଛନ୍ତି, ସୁନା ବାହାର କରି କାଗଜରେ ଗୁଡ଼ାଇବା ବାହାନା କରି ତାଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ […]
ଭୁବନେଶ୍ୱର: ଟ୍ରିପଲ୍ ତଲାକ ବିଲ୍ ସଂପର୍କରେ ବିଧାନସଭାରେ ଆଲୋଚନା ହେଉଥିବା ବେଳେ ହଙ୍ଗାମା ହେବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୩ଟା ଯାଏ ମୁଲତବୀ ରଖିଲାଲେ। ଆଲୋଚନା ଚାଲିଥିବା ବେଳେ ବିଜେପିର ବିଷ୍ଣୁ ସେଠୀ ମୁସ୍ଲିମ୍ ମହିଲାଙ୍କ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିସହିତ ବିଭିନ୍ନ ମାଗାଜିନ ଓ ଗଣମାଧ୍ୟମ ରିପୋର୍ଟ ଉଦାହରଣ ଦେଇଥିଲେ ବିଷ୍ଣୁ ସେଠୀ। ଯାହାର ଘୋର ବିରୋଧ କରିଥିଲେ କଂଗ୍ରେସ ବିଧାୟକ। ବିଜେଡି ବିଧାୟକ ମଧ୍ୟ ବିଷ୍ଣୁଙ୍କ ମନ୍ତବ୍ୟକ୍ତୁ ତୀବ୍ର ବିରୋଧ […]