• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ନାବାଳକକୁ ବନ୍ଦୀ ଜୀବନରୁ ମୁକ୍ତି ଦେଲା ପୁଲିସ୍

ରାଉରକେଲା: ବିନ୍ଦୀ ଜୀବନରୁ ନାବାଳକକୁ ମଳିଲା ମୁକ୍ତି। ଦୀର୍ଘ ୫ ବର୍ଷ ଧର ଜଣଙ୍କ ଘରେ ବନ୍ଦୀ ଥିବା ନାବାଳକକୁ ପୁଲିସ ଉଦ୍ଧାର କରିଛି। ଏଥିସହ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ରାଉର୍‌କେଲାରେ ଘଟିଛି ଏଭଳି ଘଟଣ। ଅଭିଯୋଗ ଅନୁସାରେ, ଗତ ୫ ବର୍ଷ ହେଲା ଏମାନେ ନାବାଳକକୁ ଘରେ ବନ୍ଦ କରି ରଖିଥିଲେ। ଏହାସହ ବିଭିନ୍ନ ଘର କାମରେ ନିୟୋଜିତ କରୁଥିଲ। ତେବେ କୌଣସି ସୂତ୍ରରୁ ଖବର ପାଇବା ପରେ ପୁଲିସ୍‌ ଗତକାଲି […]

  • Thursday, 22 July 2021
fdead
ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗି ଜଳିଗଲେ ବୃଦ୍ଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ମଧୁପୁର ବସ୍ତିରେ ନିଆଁରେ ପୋଡ଼ି ହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେଦାର ସିଂ। କେଦାର ସିଂହଙ୍କ ଘର ଝାରଖଣ୍ଡ ଅଞ୍ଚଳରେ। ସେ ଏଠାରେ ତାଙ୍କ ପତ୍ନୀଙ୍କ ସହ ରହୁଥିଲେ ଏବଂ କୋଇଡା ଅଞ୍ଚଳରେ କାମ କରୁଥିଲେ। ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ କେଦାର ସିଂହ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ତାଙ୍କ ସ୍ତ୍ରୀ  ରାଗି ବାପ ଘରକୁ ପଳାଇଥିଲେ। ଗତକାଲି […]

  • Thursday, 22 July 2021
moringo
କଲ୍ଲୋଳର ପଞ୍ଚମ ସଂସ୍କରଣ; ପେଶାଦାର ଫିଲ୍ମ ନିର୍ମାତା ବି ଭାଗ ନେଇପାରିବେ

ଭୁବନେଶ୍ୱର: ଆରମ୍ଭ ହେଲା ଶିଶୁ ଅଧିକାର ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳର ପଞ୍ଚମ ସଂସ୍କରଣ। ସାମାଜିକ ଅନୁଷ୍ଠାନ ଆଇନା ଓ ୟୁନିସେଫ୍ ଓଡ଼ିଶା ପକ୍ଷରୁ ଏହା ଆୟୋଜିତ ହୋଇଛି।  ଚଳିତ ବର୍ଷର ଥିମ୍‌ ରହିଛି ସୁପୋଷଣ-ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର। ଥିମକୁ ନେଇ ୩୦, ୬୦ ଏବଂ ୯୦ ସେକେଣ୍ଡ ଅବଧିର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ପାଇଁ ଅଂଶଗ୍ରହଣକାରୀଙ୍କ ଠାରୁ ଦରଖାସ୍ତ ଗ୍ରହଣ ଆରମ୍ଭ ହୋଇଛି। ଏଥିରେ ପେଶାଦାର ଚଳଚ୍ଚିତ୍ର ନିର୍ମାତା, ଛାତ୍ରଛାତ୍ରୀଙ୍କ […]

  • Thursday, 22 July 2021
save
ଏହିସବୁ ଜିଲ୍ଲାରେ ବର୍ଷା ହେବ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଅଧିକ ପରିମାଣରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ତା’ସହିତ ମାଲକାନଗିରି, ରାୟଗଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର ଆଦି ଜିଲ୍ଲାରେ ଅଧିକ ବର୍ଷିପାରେ। ସେହିପରି ରାଜ୍ୟରେ ଅନ୍ୟ କିଛି ସ୍ଥାନରେ ସାମାନ୍ୟ ବର୍ଷା ସହ ଘଡ଼ଘଡ଼ ବର୍ଷା ହୋଇପାରେ। ଏନେଇ […]

  • Thursday, 22 July 2021
secretariat-odisha-123
ସ୍ୟାଟ୍ ଉଚ୍ଛେଦ ନେଇ ଗେଜେଟ୍ ନୋଟିଫିକେସନ୍‌ ଜାରି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ ବା ସ୍ୟାଟକୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ସ୍ୟାଟ୍  ଉଚ୍ଛେଦ ନେଇ କେନ୍ଦ୍ର ସରକାର ଗେଜେଟ ନୋଟିଫିକେସନ ଜାରି କରିଛନ୍ତି। ୧୯୮୬, ଜୁଲାଇ ୪ରେ ଓଡ଼ିଶା ପ୍ରାଶାସନିକ ଟ୍ରିବ୍ୟୁନାଲ୍ ପ୍ରତିଷ୍ଠା ନେଇ ପ୍ରକାଶିତ ବିଜ୍ଞପ୍ତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଦ୍ଦ କରିଛନ୍ତି। ସ୍ୟାଟ୍ ଉଚ୍ଛେଦ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିଲା। ଏନେଇ ହାଇକୋର୍ଟଙ୍କ ଅନୁମୋଦନ ମିଳିବା ପରେ କେନ୍ଦ୍ର ସରକାର ଏହାର ଉଚ୍ଛେଦ ସଂପର୍କିତ ନୋଟିଫିକେସନ ଜାରି କରିଛନ୍ତି। […]

  • Thursday, 22 July 2021
enocunter
ଭୋର୍ ସମୟରେ ଏନ୍‌କାଉଣ୍ଟର୍‌ କଲା ପୁଲିସ୍‌: ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କନ୍ଦ୍ରାପଡ଼ା: ରାଜଧାନୀ ପରେ ଏବେ କେନ୍ଦ୍ରାପଡ଼ାରେ ବି ଏନ୍‌କାଉଣ୍ଟର ହୋଇଛି। ଭୋର୍‌ ସମୟରେ କେନ୍ଦ୍ରାପଡ଼ା- ଗଣ୍ଡାଖିଆ ରାସ୍ତାର ଏରା ଛକ ଠାରେ ସଦର୍ ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରି ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବ୍‌କୁ ଏନ୍‌କାଉଣ୍ଟର କରିଛନ୍ତି। ଖବର ଅନୁସାରେ ମେହେତାବ୍‌ ଓ ତାର୍‌ ସହଯୋଗୀ ବାଇକ୍‌ରେ କେନ୍ଦ୍ରାପଡ଼ା ଆସୁଥିବାର ଖବର ପାଇଁ ପୁଲିସ୍‌ ଓ ସ୍ପେଶାଲ୍‌ ସ୍କ୍ୱାର୍ଡ ମିଳିତି ଭାବେ ଚଢ଼ଉ କରି ଏନ୍‌କାଉଣ୍ଟର୍‌ କରିଥିଲା। ପ୍ରଥମେ ମେହେତାବ୍ ଓ […]

  • Thursday, 22 July 2021
bhubaneswar-750x420
ଭୁବନେଶ୍ୱରରେ ଖୋଲିବ ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର। ସ୍ମୃତିଶକ୍ତି, ମାନସିକ ଶାନ୍ତି ତଥା ଆହୁରି ଅନେକ ଅନ୍ତର୍ନିହିତ ଶକ୍ତିର ବିକାଶ ଦିଗରେ ଏହି ଗବେଷଣାଗାର କାର୍ଯ୍ୟ କରିବ। ସବୁ ବର୍ଗର ଲୋକଙ୍କୁ ଏଠାରେ ଶିକ୍ଷା ଦିଆଯିବ। ମଣିଷ ଭିତରେ ଥିବା ଅନ୍ତଃର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ପାଇଁ ଲିମ୍‌କା ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡର ଅଧିକାରୀ ବୀରେନ୍ଦ୍ର ମେହେତା ଏହି ଗବେଷଣାଗାର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ […]

  • Thursday, 22 July 2021
b
ପାଠ ପଢ଼ିବା ପାଇଁ ଏଠି ନିଇତି ବାଜିରେ ଲାଗୁଛି ଜୀବନ

ବରଗଡ଼: ପିଲାଏ ପଢ଼ିବେ, ପିଲାଏ ବଢ଼ିବେ। ସର୍ବଶିକ୍ଷା ଅଭିଯାନର ଏ ହେଉଛି ସରକାରୀ ନାରା। ହେଲେ ପିଲା କେମିତି ପଢ଼ୁଛନ୍ତି ଆଉ କେମିତି ବଢ଼ୁଛନ୍ତି, ତାହାର ଦୃଶ୍ୟ ଦେଖିଲେ ଆପଣ ବି ତାଜୁବ୍ ହୋଇଯିବେ। ପାଠ ପଢ଼ିବେ ବୋଲି ଜୀବନକୁ ପାଣି ଛଡ଼ାଇ ଭରା ନଈରେ ସ୍କୁଲ ଯାଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ଛାତ୍ରଛାତ୍ରୀ। ପ୍ରବଳ ବର୍ଷା ହେଲେ ତ ଅଘୋଷିତ ସ୍କୁଲ ଛୁଟି। ବର୍ଷ ବର୍ଷ ଧରି ଲାଗିରହିଥିବା ଏଭଳି ସମସ୍ୟା ଉପରେ ନା […]

  • Thursday, 22 July 2021
bhai
ଯାଜପୁର ବାପା-ପୁଅ ବିବାଦରେ ନୂଆ ଟ୍ୱିଷ୍ଟ୍

ଯାଜପୁର: ଯାଜପୁର ଜିଲ୍ଲାର ବାପା-ପୁଅ ବିବାଦରେ ନୂଆ ଟ୍ୱିଷ୍ଟ। ବିବାଦର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ପୁଅ ସୂର୍ଯ୍ୟମୋହନ ମିଶ୍ର। ବାପା କ୍ଷେତ୍ରମୋହନଙ୍କ ସମସ୍ତ ଦାୟିତ୍ୱ ସେ ନେବାକୁ ପ୍ରସ୍ତୁତ। ସମ୍ପର୍କୀୟଙ୍କୁ ଛାଡ଼ି ତାଙ୍କ ସହ ତାଙ୍କ ବାପା କ୍ଷେତ୍ରମୋହନ ରୁହନ୍ତୁ ବୋଲି ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି ପୁଅ ସୂର୍ଯ୍ୟମୋହନ। ସେପଟେ ଏହା ଏକ ପାରିବାରିକ ବିବାଦ ତେଣୁ ପରିବାର ସଦସ୍ୟଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଜିଲ୍ଲାପାଳ ପରାମର୍ଶ […]

  • Thursday, 22 July 2021
bb
ଗାନ୍ଧି-ଗଡ଼ସେ କଳି; ବିଜେପି-କଂଗ୍ରେସ କଳିରୁ ମଜା ନେଲା ଶାସକ ଦଳ

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧି ଓ ତାଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ନେଇ ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ବନ୍ଦେ ମାତରମ୍‌, ଭାରତମାତା କି ଜୟ, ଜାତୀୟ ପତାକା, RSS , ନାଥୁରାମ ଗଡ଼ସେ ଓ ମହାତ୍ମା ଗାନ୍ଧି ଆଦି ପ୍ରସଙ୍ଗ ନେଇ ଦୁଇ ବିରୋଧୀ ଦଳ ଭିତରେ କଳିର ମଜା ନେଇଛି ଶାସକ ବିଜେଡି ଦଳ। କେବଳ ଆଜି ନୁହେଁ, ଗତ ୪ରୁ ୫ ଦିନ ହେବ ଏହି […]

  • Thursday, 22 July 2021
scbn
ଏସ୍‌ସିବି ମେଡିକାଲରେ ଆଟେଣ୍ଡାଣ୍ଟ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ

କଟକ: ଏସ୍‌ସିବି ମେଡିକାଲରେ ଆଟେଣ୍ଡାଣ୍ଟ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।    ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ମୃତିରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଖବର ଅନୁସାରେ, ଆଟେଣ୍ଡାଣ୍ଟ ନିଯୁକ୍ତି ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ନିୟମ ଅନୁସାରେ, ଟେଣ୍ଡରରେ ଯେଉଁ କମ୍ପାନୀକୁ ଆଟେଣ୍ଡାଣ୍ଟ ନିଯୁକ୍ତ ପାଇଁ ଅନୁମତି ମିଳିବା କଥା […]

  • Thursday, 22 July 2021
khani
କ୍ରାଇମବ୍ରାଞ୍ଚ ଏସଟିଏଫ୍ କବ୍‌ଜାରେ ଆଉ ଜଣେ ଖଣି ମାଫିଆ

ଖୋର୍ଦ୍ଧା: କ୍ରାଇମବ୍ରାଞ୍ଚ ଏସଟିଏଫ୍ କବ୍‌ଜାରେ ଆଉ ଜଣେ ଖଣି ମାଫିଆ। ଖୋର୍ଦ୍ଧା ବେଗୁନିଆ ଥାନା ଦଳକ ଗାଁର ବାଦଲ ବଡ଼ଜେନା ବର୍ତ୍ତମାନ ଏସଟିଏଫ୍ କବଜାରେ। ଖୋର୍ଦ୍ଧା ଅଞ୍ଚଳରୁ ତାକୁ ଗିରଫ କରାଯିବାପରେ ଏସଟିଏଫ୍ କାର୍ଯ୍ୟାଳୟକୁ ଅଣାଯାଇଛି। ବେଆଇନ ପଥର ଖଣି ମାମଲାରେ ସେ ଜଡ଼ିତ ଥିଲା। ତା’ ନାଁରେ ଚୋରା ପଥର ଖଣି ନେଇ ମାମଲା ରହିଥିଲା। ଗତ କିଛି ଦିନ ଭିତରେ ଏକାଧିକ ଖଣି ମାଫିଆ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।  ଆଗୁଆ ଜାମିନ […]

  • Thursday, 22 July 2021
IAS
ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। କୋରାପୁଟ ଓ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିରଞ୍ଜନ ସାହୁଙ୍କୁ ଶ୍ରମ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ମ୍ୟୁନିସିପାଲ ପ୍ରଶାସକ ତଥା ଗୃହିନର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ୍ ନାୟକଙ୍କୁ ଭୁବନେଶ୍ୱର ମହାନଗର ନିଗମର ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ […]

  • Thursday, 22 July 2021
kunduli-victim-1-640x367
କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଦେଲେ ସରକାର

ଭୁବନେଶ୍ୱର: ବହୁତର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ଘଟଣା ଏବେ ସୁଦ୍ଧା ଏକ ରହସ୍ୟ ହୋଇ ରହିଛି ଏବଂ ଅଧିକ ତଦନ୍ତ ହେଲେ ଏହି ରହସ୍ୟ ଉପରୁ ପରଦା ହଟିବ ବୋଲି ଏହି ମାମଲାର ରିପୋର୍ଟରେ କୁହାଯାଇଥିବା ପ୍ରକାଶ। ରିପୋର୍ଟରେ ପୀଡ଼ିତାଙ୍କ ପରିବାରର ଭୂମିକା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ପରିବାର ଲୋକେ ତଦନ୍ତରେ ସହଯୋଗ କରୁନଥିବା ରିପୋର୍ଟରେ ଦର୍ଶାଯିବା ସହ […]

  • Thursday, 22 July 2021
08THFANI-EFFECT
ପୁନରୁଦ୍ଧାର ଦିଗରେ ବାଲୁଖଣ୍ଡ ଅଭୟାରଣ୍ୟ

ପୁରୀ: ‘ଫୋନି’ ବାତ୍ୟାର ତାଣ୍ଡବରେ ଉଜୁଡ଼ି ଯାଇଥିଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ। ବାତ୍ୟାରେ ଲକ୍ଷ ଲକ୍ଷ ବୃହତକାୟ ଓ ପୁରାତନ ଗଛ ଉପୁଡ଼ି ପଡ଼ିଥିଲା। ତେବେ ବାତ୍ୟାକୁ ୩ ମାସ ପୂରିଥିବା ବେଳେ ପୂର୍ବ ଅବସ୍ଥା ଫେରାଇ ଆଣିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ବିଭାଗ ପକ୍ଷରୁ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଓ ବାଲୁଖଣ୍ଡ ଅଭୟାରଣ୍ୟରେ ଗଛ ଲଗାଇବା କାମ ଜୋରସୋର ଚାଲିଛି। ଏପରିକି ଗଛ ଲଗାଇବା ପାଇଁ ଇଚ୍ଛୁକ […]

  • Thursday, 22 July 2021
crocodile
ନଦୀରେ ଅଛି କୁମ୍ଭୀର; ଗାଁରେ କୋକୁଆ ଭୟ

ଆଳି(ବନମାଳି ସାହୁ): ନଦୀରେ କୁମ୍ଭୀର ଭୟ। କେନ୍ଦ୍ରାପଡ଼ା ଦେଇ ପ୍ରବାହିତ ଯେକୌଣସି ନଦୀକୁ ପଶିଲା ମାତ୍ରେ ଲୋକଙ୍କୁ କୁମ୍ଭୀର ଭୟ ଘାରୁଛି। ଏଥିପାଇଁ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କେତେବେଳେ କୁମ୍ଭୀର ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ଲୋକଙ୍କ ଆକ୍ରମଣରେ କୁମ୍ଭୀରଙ୍କ ମୃତ୍ୟୁ ହେଉଛି। ସ୍ଥାନୀୟ ଅଞ୍ଚଳରେ ଲଗାତାର ଭାବେ ଏଭଳି ସ୍ଥିତି ଦେଖାଦେଉଛି। ବର୍ଷକ ଭିତରେ କୁମ୍ଭୀର ଆକ୍ରମଣରେ ୧୨ଜଣ ଲୋକଙ୍କ […]

  • Thursday, 22 July 2021
beer
୩ଟି ଭାଲୁ ଛୁଆ ଉଦ୍ଧାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରର ଚଥରାପଡ଼ାରୁ ୩ଟି ଭାଲୁ ଛୁଆ ଉଦ୍ଧାର କରାଯାଇଛି। ଗାଁ ମୁଣ୍ଡରେ ଥିବା ଗୋଟିଏ ଖଜୁରୀ ଗଛ ମୂଳରେ ସକାଳେ ୩ଟି ଭାଲୁ ଛୁଆ ଖେଳୁଥିବା ଗାଁ ଲୋକେ ଦେଖିଥିଲେ। ଏହାପରେ ଜୟପାଟଣା ବନ ବିଭାଗକୁ ଖବର ଦିଆଯାଇଥିଲା। ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଛୁଆ ୩ଟିକୁ ଉଦ୍ଧାର କରି ନେଇଛନ୍ତି। ଏହି ଛୁଆଗୁଡ଼ିକୁ ସୁରକ୍ଷିତ ଭାବରେ ଜଙ୍ଗଲେ ପୁଣିଥରେ ଛାଡ଼ିଦିଆଯିବ ବୋଲି ବନକର୍ମଚାରୀ ସୂଚନା ଦେଇଛନ୍ତି। ତେବେ ମାଆ […]

  • Thursday, 22 July 2021
elephant
ରାତୀ ହେଲେ ହାତୀ ଆସେ, ଗାଁ ଲୋକଙ୍କର ନିଦ ହଜେ

ମୟୂରଭଞ୍ଜ: ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆଁ ଓ ସୁକ୍ରୁଳୀ ବ୍ଲକର ୭ରୁ ୮ଟି ଗାଁରେ ଝାଡ଼ଖଣ୍ଡୀ ହାତୀ ଉପଦ୍ରବ ଚଳାଇଛନ୍ତି। ଗତ ୩ ଦିନ ହେଲା ୨୩ଟି ହାତୀ ଗାଁଗୁଡ଼ିକରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ରରୁଆଁର ଜାମୁଡ଼ିରେ ୫ଟି, ଝୁମକାପାଲରେ ୨ଟି ଓ ସୁକ୍ରୁଳୀର ଜେଠମାରେ ୬ଟି ଘର ଭାଙ୍ଗି ଦେଇଛନ୍ତି ହାତୀପଲ। ଏହାସହ ରାତିରେ ଲୋକଙ୍କ ଘରେ ପଶି ଧାନ ଚାଉଳ ଖାଇବା ସହ ବ୍ୟାପକ ଫସଲ ନଷ୍ଟ ବି […]

  • Thursday, 22 July 2021
ThinkstockPhotos-183991278-1024x683
ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଗାଁରେ ଥିବା ଦନ୍ତେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଠାକୁରଙ୍କ ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସବୁଦିନ ଭଳି ଆଜି ଭୋରରୁ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ଏହି ସମୟରେ ମନ୍ଦିର କବାଟ ତାଲା ଭଙ୍ଗା ଯାଇଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ ପୂଜକ। ଦେବୀଙ୍କ ସୁନା ଓ ରୁପା ମୁକୁଟ ସହ ଅନ୍ୟାନ୍ୟ ଜିନିଷ ଚୋରି ଯାଇଥିବା ଜାଣିବାକୁ ପାଇଥିଲେ ଗ୍ରାମବାସୀ। ଖବରପାଇ କୋକସରା ପୁଲିସ ଘଟଣାସ୍ଥଳରେ […]

  • Thursday, 22 July 2021
savevv
କୁକୁଡ଼ା ଫାର୍ମକୁ ନେଇ ଧାରଣାରେ ବସିଲେ ଗ୍ରାମବାସୀ

ନୟାଗଡ଼: କୁକୁଡ଼ା ଫାର୍ମକୁ ନେଇ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ବାଲିଆ ଗାଁରେ ଗାଁରେ ଉତେଜନା ସୃଷ୍ଟି ହୋଇଛି। ସରକାରୀ ଜାଗାରେ ଏକ କୁକୁଡ଼ା ଫାର୍ମକୁ ଉଚ୍ଛେଜ ଦାବିରେ ଆଜି ତହସିଲଦାର ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି ବାଲିଆ ଗ୍ରାମବାସୀ। ତେବେ ଖୁବ୍‌ଶୀଘ୍ର ଏନେଇ ଏକ ନୋଟିସ୍ ଦେଇ ବେଆଇନ ଫାର୍ମକୁ ଉଚ୍ଛେଦ କରିବାକୁ ତହସିଲଦାର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ପୂର୍ବରୁ କୁକୁଡା ଫାର୍ମ ଦ୍ୱାରା ଗାଁରେ ପ୍ରଦୂଷଣ ଏବଂ ଅସ୍ୱାସ୍ଥ୍ୟକର ପରିବେଶ […]

  • Thursday, 22 July 2021
Sarala Temple
ତୁଟିଲା ଶାରଳା ମନ୍ଦିର ବଡ଼ପଣ୍ଡା ବିବାଦ

ଜଗତସିଂହପୁର: ଶାରଳା ମନ୍ଦିର ବଡ଼ପଣ୍ଡା ବିବାଦର ସମାଧାନ ହୋଇଛି। ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ସାମୟିକ ଭାବେ ଏହି ବିବାଦରେ ପୂର୍ଣ୍ଣଛେଦ ଲାଗିଛି। ପାଳି ଅନୁଯାୟୀ ସେବାପୂଜା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦେବୋତ୍ତର ଅତିରିକ୍ତ କମିଶନଙ୍କ ଯାହା ନିର୍ଦ୍ଦେଶ ରହିଛି ତାକୁ ମାନିବାକୁ ଜିଲ୍ଲାପାଳ କହିଛନ୍ତି। ଯଦି, ସେବାପୂଜାରେ ବ୍ୟାହତ ହୁଏ, ତେବେ ବଡ଼ପଣ୍ଡା ବ୍ୟବସ୍ଥା ଉଚ୍ଛେଦ ନେଇ ଚେତାବନୀ ଦେଇଛନ୍ତି ଜିଲ୍ଳାପାଳ। ଖାଲି ସେତିକି ନୁହେଁ, ଆବଶ୍ୟକ ପଡ଼ିଲେ ଜନମତ ନିଆଯାଇ […]

  • Thursday, 22 July 2021
bidhanshava
ବିଧାନସଭାରେ ପୁଣି ଉଠିଲା ଗାନ୍ଧୀ-ଗଡ୍‌ସେ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଲା ଗାନ୍ଧୀ-ଗଡ୍‌ସେ ପ୍ରସଙ୍ଗ।  ଏହି ବିଷୟକୁ ନେଇ ଆଜି ଗୃହରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ନରସିଂହ ମିଶ୍ର, କଂଗ୍ରେସ ବିରୋଧରେ ବିଷ୍ଣୁ ସେଠୀ ଦେଇଥିବା ମନ୍ତବ୍ୟ କଥା ଉଠାଇଥିଲେ। ସେ କହିଥିଲେ, ଭାରତ ମାତା କି ଜୟ ପାଇଁ ବିଜେପି କାହାକୁ ବାଧ୍ୟ କରିପାରିବ ନାହିଁ, ଏହା କଂଗ୍ରେସର ମତ। କଂଗ୍ରେସ କେବେ ବି ଭାରତ […]

  • Thursday, 22 July 2021
nayagada
ଆସନ୍ତାକାଲି ମେଡିକାଲ୍ ଓ ଡେଣ୍ଟାଲ୍ କଲେଜ୍ ସିଟ୍ ପାଇଁ ଆଡମିଶନ୍

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ମେଡିକାଲ୍ ଓ ଡେଣ୍ଟାଲ୍ କଲେଜ ସିଟ୍ ପାଇଁ ଆଡମିଶନ୍ ଆରମ୍ଭ ହେବ। ଆସନ୍ତାକାଲିଠାରୁ ତିନି ଦିନ ଯାଏ ସ୍ପଟ୍ ଆଡମିଶନ୍ କରାଯିବ। ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛି ଓଜେଇଇ। ଆସନ୍ତାକାଲି ସକାଳ ୧୦ଟାରୁ ଭୁବନେଶ୍ୱରରେ ଏନେଇ ସ୍ୱତନ୍ତ୍ର ଆଡମିଶନ୍ ହବ୍ କରାଯାଇଛି। ଯାହା ତିନି ଦିନ ଧରି ଚାଲିବ। ପ୍ରକାଶ ଥାଉକି, ରାଜ୍ୟର ୮ଟି ମେଡିକାଲ୍ ଓ ୨ଟି ଡେଣ୍ଟାଲ୍ କଲେଜ୍‌ରେ ୧୮୦ଟି ସିଟ୍ ଖାଲିପଡ଼ିଛି।

  • Thursday, 22 July 2021
bhadrak
ନ୍ୟାୟ ପାଇଁ ଏସ୍‌ପିଙ୍କ ଅଫିସ୍ ଆଗରେ ଧାରଣା ଦେଲେ ଅନ୍ତସତ୍ତ୍ୱା ନାବାଳିକା

ଭଦ୍ରକ: ଜଣେ ଅନ୍ତସତ୍ତ୍ୱା ନାବାଳିକା ଓ ତାଙ୍କ ପରିବାର ସଦସ୍ୟ ଭଦ୍ରକ ଏସ୍‌ପିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନାବାଳିକାଙ୍କ ପରିବାର ଧାରଣା ଦେଇଛନ୍ତି। ଖବର ଅନୁସାରେ, ତିହିଡ଼ି ଅଞ୍ଚଳର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ କରିବା ସହ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲା। ଏହାପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ହେଲେ ସଂପୃକ୍ତ ଯୁବକ ବିବାହ କରିବାକୁ ରାଜି ନ ହେବାରୁ ନାବାଳିକା ଥାନାରେ ଅଭିଯୋଗ […]

  • Thursday, 22 July 2021
Kunduli-1
କୁନ୍ଦୁଲି ଗଣ ଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲା: ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦିଅ

କଟକ: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ୪ ସପ୍ତାହ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିସହ ଘଟଣାର ସ୍ପେଶାଲ୍ ଇନ୍‌ଭେଷ୍ଟିଗେସନ୍ ଟିମ୍-SIT ତଦନ୍ତ ଲାଗି କହିବା ସହିତ ଏଥିରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ରଖିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ଆବେଦନ […]

  • Thursday, 22 July 2021

Total Seats 70

BJP 48
APP 21
INC 1
OTHERS 0

Delhi Vidhan Sabha Election Result