ପୁରୀ: ‘ଫୋନି’ ବାତ୍ୟାର ତାଣ୍ଡବରେ ଉଜୁଡ଼ି ଯାଇଥିଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ। ବାତ୍ୟାରେ ଲକ୍ଷ ଲକ୍ଷ ବୃହତକାୟ ଓ ପୁରାତନ ଗଛ ଉପୁଡ଼ି ପଡ଼ିଥିଲା। ତେବେ ବାତ୍ୟାକୁ ୩ ମାସ ପୂରିଥିବା ବେଳେ ପୂର୍ବ ଅବସ୍ଥା ଫେରାଇ ଆଣିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ବିଭାଗ ପକ୍ଷରୁ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଓ ବାଲୁଖଣ୍ଡ ଅଭୟାରଣ୍ୟରେ ଗଛ ଲଗାଇବା କାମ ଜୋରସୋର ଚାଲିଛି। ଏପରିକି ଗଛ ଲଗାଇବା ପାଇଁ ଇଚ୍ଛୁକ […]
ଆଳି(ବନମାଳି ସାହୁ): ନଦୀରେ କୁମ୍ଭୀର ଭୟ। କେନ୍ଦ୍ରାପଡ଼ା ଦେଇ ପ୍ରବାହିତ ଯେକୌଣସି ନଦୀକୁ ପଶିଲା ମାତ୍ରେ ଲୋକଙ୍କୁ କୁମ୍ଭୀର ଭୟ ଘାରୁଛି। ଏଥିପାଇଁ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କେତେବେଳେ କୁମ୍ଭୀର ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ଲୋକଙ୍କ ଆକ୍ରମଣରେ କୁମ୍ଭୀରଙ୍କ ମୃତ୍ୟୁ ହେଉଛି। ସ୍ଥାନୀୟ ଅଞ୍ଚଳରେ ଲଗାତାର ଭାବେ ଏଭଳି ସ୍ଥିତି ଦେଖାଦେଉଛି। ବର୍ଷକ ଭିତରେ କୁମ୍ଭୀର ଆକ୍ରମଣରେ ୧୨ଜଣ ଲୋକଙ୍କ […]
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରର ଚଥରାପଡ଼ାରୁ ୩ଟି ଭାଲୁ ଛୁଆ ଉଦ୍ଧାର କରାଯାଇଛି। ଗାଁ ମୁଣ୍ଡରେ ଥିବା ଗୋଟିଏ ଖଜୁରୀ ଗଛ ମୂଳରେ ସକାଳେ ୩ଟି ଭାଲୁ ଛୁଆ ଖେଳୁଥିବା ଗାଁ ଲୋକେ ଦେଖିଥିଲେ। ଏହାପରେ ଜୟପାଟଣା ବନ ବିଭାଗକୁ ଖବର ଦିଆଯାଇଥିଲା। ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଛୁଆ ୩ଟିକୁ ଉଦ୍ଧାର କରି ନେଇଛନ୍ତି। ଏହି ଛୁଆଗୁଡ଼ିକୁ ସୁରକ୍ଷିତ ଭାବରେ ଜଙ୍ଗଲେ ପୁଣିଥରେ ଛାଡ଼ିଦିଆଯିବ ବୋଲି ବନକର୍ମଚାରୀ ସୂଚନା ଦେଇଛନ୍ତି। ତେବେ ମାଆ […]
ମୟୂରଭଞ୍ଜ: ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆଁ ଓ ସୁକ୍ରୁଳୀ ବ୍ଲକର ୭ରୁ ୮ଟି ଗାଁରେ ଝାଡ଼ଖଣ୍ଡୀ ହାତୀ ଉପଦ୍ରବ ଚଳାଇଛନ୍ତି। ଗତ ୩ ଦିନ ହେଲା ୨୩ଟି ହାତୀ ଗାଁଗୁଡ଼ିକରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ରରୁଆଁର ଜାମୁଡ଼ିରେ ୫ଟି, ଝୁମକାପାଲରେ ୨ଟି ଓ ସୁକ୍ରୁଳୀର ଜେଠମାରେ ୬ଟି ଘର ଭାଙ୍ଗି ଦେଇଛନ୍ତି ହାତୀପଲ। ଏହାସହ ରାତିରେ ଲୋକଙ୍କ ଘରେ ପଶି ଧାନ ଚାଉଳ ଖାଇବା ସହ ବ୍ୟାପକ ଫସଲ ନଷ୍ଟ ବି […]
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଗାଁରେ ଥିବା ଦନ୍ତେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଠାକୁରଙ୍କ ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସବୁଦିନ ଭଳି ଆଜି ଭୋରରୁ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ଏହି ସମୟରେ ମନ୍ଦିର କବାଟ ତାଲା ଭଙ୍ଗା ଯାଇଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ ପୂଜକ। ଦେବୀଙ୍କ ସୁନା ଓ ରୁପା ମୁକୁଟ ସହ ଅନ୍ୟାନ୍ୟ ଜିନିଷ ଚୋରି ଯାଇଥିବା ଜାଣିବାକୁ ପାଇଥିଲେ ଗ୍ରାମବାସୀ। ଖବରପାଇ କୋକସରା ପୁଲିସ ଘଟଣାସ୍ଥଳରେ […]
ନୟାଗଡ଼: କୁକୁଡ଼ା ଫାର୍ମକୁ ନେଇ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ବାଲିଆ ଗାଁରେ ଗାଁରେ ଉତେଜନା ସୃଷ୍ଟି ହୋଇଛି। ସରକାରୀ ଜାଗାରେ ଏକ କୁକୁଡ଼ା ଫାର୍ମକୁ ଉଚ୍ଛେଜ ଦାବିରେ ଆଜି ତହସିଲଦାର ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି ବାଲିଆ ଗ୍ରାମବାସୀ। ତେବେ ଖୁବ୍ଶୀଘ୍ର ଏନେଇ ଏକ ନୋଟିସ୍ ଦେଇ ବେଆଇନ ଫାର୍ମକୁ ଉଚ୍ଛେଦ କରିବାକୁ ତହସିଲଦାର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ପୂର୍ବରୁ କୁକୁଡା ଫାର୍ମ ଦ୍ୱାରା ଗାଁରେ ପ୍ରଦୂଷଣ ଏବଂ ଅସ୍ୱାସ୍ଥ୍ୟକର ପରିବେଶ […]
ଜଗତସିଂହପୁର: ଶାରଳା ମନ୍ଦିର ବଡ଼ପଣ୍ଡା ବିବାଦର ସମାଧାନ ହୋଇଛି। ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ସାମୟିକ ଭାବେ ଏହି ବିବାଦରେ ପୂର୍ଣ୍ଣଛେଦ ଲାଗିଛି। ପାଳି ଅନୁଯାୟୀ ସେବାପୂଜା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦେବୋତ୍ତର ଅତିରିକ୍ତ କମିଶନଙ୍କ ଯାହା ନିର୍ଦ୍ଦେଶ ରହିଛି ତାକୁ ମାନିବାକୁ ଜିଲ୍ଲାପାଳ କହିଛନ୍ତି। ଯଦି, ସେବାପୂଜାରେ ବ୍ୟାହତ ହୁଏ, ତେବେ ବଡ଼ପଣ୍ଡା ବ୍ୟବସ୍ଥା ଉଚ୍ଛେଦ ନେଇ ଚେତାବନୀ ଦେଇଛନ୍ତି ଜିଲ୍ଳାପାଳ। ଖାଲି ସେତିକି ନୁହେଁ, ଆବଶ୍ୟକ ପଡ଼ିଲେ ଜନମତ ନିଆଯାଇ […]
ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଲା ଗାନ୍ଧୀ-ଗଡ୍ସେ ପ୍ରସଙ୍ଗ। ଏହି ବିଷୟକୁ ନେଇ ଆଜି ଗୃହରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ନରସିଂହ ମିଶ୍ର, କଂଗ୍ରେସ ବିରୋଧରେ ବିଷ୍ଣୁ ସେଠୀ ଦେଇଥିବା ମନ୍ତବ୍ୟ କଥା ଉଠାଇଥିଲେ। ସେ କହିଥିଲେ, ଭାରତ ମାତା କି ଜୟ ପାଇଁ ବିଜେପି କାହାକୁ ବାଧ୍ୟ କରିପାରିବ ନାହିଁ, ଏହା କଂଗ୍ରେସର ମତ। କଂଗ୍ରେସ କେବେ ବି ଭାରତ […]
ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ମେଡିକାଲ୍ ଓ ଡେଣ୍ଟାଲ୍ କଲେଜ ସିଟ୍ ପାଇଁ ଆଡମିଶନ୍ ଆରମ୍ଭ ହେବ। ଆସନ୍ତାକାଲିଠାରୁ ତିନି ଦିନ ଯାଏ ସ୍ପଟ୍ ଆଡମିଶନ୍ କରାଯିବ। ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛି ଓଜେଇଇ। ଆସନ୍ତାକାଲି ସକାଳ ୧୦ଟାରୁ ଭୁବନେଶ୍ୱରରେ ଏନେଇ ସ୍ୱତନ୍ତ୍ର ଆଡମିଶନ୍ ହବ୍ କରାଯାଇଛି। ଯାହା ତିନି ଦିନ ଧରି ଚାଲିବ। ପ୍ରକାଶ ଥାଉକି, ରାଜ୍ୟର ୮ଟି ମେଡିକାଲ୍ ଓ ୨ଟି ଡେଣ୍ଟାଲ୍ କଲେଜ୍ରେ ୧୮୦ଟି ସିଟ୍ ଖାଲିପଡ଼ିଛି।
ଭଦ୍ରକ: ଜଣେ ଅନ୍ତସତ୍ତ୍ୱା ନାବାଳିକା ଓ ତାଙ୍କ ପରିବାର ସଦସ୍ୟ ଭଦ୍ରକ ଏସ୍ପିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନାବାଳିକାଙ୍କ ପରିବାର ଧାରଣା ଦେଇଛନ୍ତି। ଖବର ଅନୁସାରେ, ତିହିଡ଼ି ଅଞ୍ଚଳର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ କରିବା ସହ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲା। ଏହାପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ହେଲେ ସଂପୃକ୍ତ ଯୁବକ ବିବାହ କରିବାକୁ ରାଜି ନ ହେବାରୁ ନାବାଳିକା ଥାନାରେ ଅଭିଯୋଗ […]
କଟକ: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ୪ ସପ୍ତାହ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିସହ ଘଟଣାର ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍-SIT ତଦନ୍ତ ଲାଗି କହିବା ସହିତ ଏଥିରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ରଖିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ଆବେଦନ […]
ଭୁବନେଶ୍ୱର: ବିଧାନସଭାରେ ନିଜ ବିବାଦୀୟ ବୟାନକୁ ନେଇ ଗୃହରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ। ଏପରି ମନ୍ତବ୍ୟ ସେ ଉଦ୍ଦେଶ୍ୟମୂଳକ ଭାବେ ଦେଇ ନଥିବା କହିଛନ୍ତି ବିଷ୍ଣୁ। ଏଥିସହିତ ଗୃହର ବିବରଣୀରୁ ତାଙ୍କ ମନ୍ତବ୍ୟକୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ସେ ଅନୁରୋଧ ମଧ୍ୟ କରିଛନ୍ତିf। ବାଚସ୍ପତି ମଧ୍ୟ ବିଧାନସଭା ବିବରଣୀରୁ ବିଷ୍ଣୁଙ୍କ ମନ୍ତବ୍ୟକୁ ବାଦ୍ ଦେବାକୁ ରୁଲିଂ ଦେଇଛନ୍ତି। ବିଷ୍ଣୁଙ୍କ ଦୁଃଖ ପ୍ରକାଶ ପରେ ସ୍ୱାଭାବିକ ରହିଛି ଗୃହ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗକୁ ରସଗୋଲା ପାଇଁ ମିଳିଥିବା GI ଟ୍ୟାଗ୍ର ପୁନଃ ବିଚାର କରାଯିବ। କେନ୍ଦ୍ର ସରକାରଙ୍କ ଜୋଗ୍ରଫିକାଲ୍ ଇଣ୍ଡିକେଟର୍ ରେଜଷ୍ଟ୍ରି ପକ୍ଷରୁ ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଖାଦ୍ୟ ଓ ପ୍ରକ୍ରିୟାକରଣ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଏହି ନୋଟିସ୍ ଜାରି କରିଛି GI ବିଭାଗ। ସେପ୍ଟେମ୍ବର ୬ ତାରିଖରେ ଏହି ମାମଲାରେ ଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଭୁବନେଶ୍ୱରର ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଏନେଇ ଜିଆଇ ବିଭାଗରେ […]
କୋରାପୁଟ: ଗୋଟିଏ ପଦବି ପାଇଁ ଦୁଇ ଜଣ ଦାବିଦାର। କୋରାପୁଟ ଜିଲ୍ଲା ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୋଟିଏ ପଦବିକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି। ଅଧିକ୍ଷଣ ଯନ୍ତ୍ରୀ ପଦବି ପାଇଁ ଏଠାରେ ଦୁଇ ଜଣ ଅଫିସରଙ୍କ ମଧ୍ୟରେ ଟଣା ଓଟରା ଲାଗିଛି। ଜୁଲାଇ ୨୯ରେ ମାଲକାନଗିରି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ ପଦୋନ୍ନତି ପାଇ ଏହି କାର୍ଯ୍ୟାଳୟକୁ […]
କଟକ: କଟକରେ ତିନି ତିନିଟି ହତ୍ୟାକାଣ୍ଡ ଘଟାଇଥିବା ସିରିଏଲ୍ କିଲର ନାରାୟଣ ସାହୁକୁ ଗତକାଲି ଗିରଫ କରିବା ପରେ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି କମିଶନରେଟ୍ ପୁଲିସ୍। ରାଣୀହାଟ ହତ୍ୟାକାଣ୍ଡର ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ିନାହିଁ। ତେଣୁ ସେହି ହତ୍ୟାକାଣ୍ଡରେ ନାରାୟଣର ସମ୍ପୃକ୍ତି ଅଛି ନା ନାହିଁ, ତାର ଖୋଳତାଡ଼ କରିବ ପୁଲିସ। ଗତକାଲି ଓଏମ୍ପି ଛକର ଯେଉଁ ସ୍ଥାନରେ ନାରାୟଣ ହତ୍ୟାକାଣ୍ଡ ଘଟାଇଥିଲା, ସେହି ସ୍ଥାନକୁ ତାକୁ ନେଇ ପୁଲିସ ତଦନ୍ତ କରିଥିଲା ଯେଉଁ ଧାରୁଆ ଅସ୍ତ୍ରରେ […]
ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ସ୍ଥିତ ନାଲ୍କୋ ସ୍ମେଲଟର୍ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ ଆଜି ଏଠାରେ ଉତ୍ତେଜନା ପ୍ରକାଶ ପାଇଛି। ଠିକା ଶ୍ରମିକମାନେ ମୃତଦେହକୁ କମ୍ପାନୀର ପ୍ରଶାସନିକ କୋଠା ସମ୍ମୁଖରେ ରଖିଥିବା ବେଳେ ସ୍ମେଲ୍ଟର ପ୍ଲାଣ୍ଟ୍ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହିତ ଜଣଙ୍କୁ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି। ଶ୍ରମିକଙ୍କ ଆନ୍ଦୋଳନ ଯୋଗୁ ପ୍ଲାଣ୍ଟ ଭିତରକୁ କାହାରିକୁ ଛଡ଼ା […]
ଭୁବନେଶ୍ୱର: ରାଜସ୍ଥାନରୁ ମଣିପୁର ପର୍ଯ୍ୟନ୍ତ ଏକ ମନସୁନ୍ ଟ୍ରପ୍ଲାଇନ ରହିଛି। ଏହା ଆସନ୍ତା ୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ୩ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ବିଶେଷ କରି ମାଲକାନାଗିରି, ନବରଙ୍ଗପୁର, ଭଦ୍ରକ, ବାଲେଶ୍ୱର,କୋରାପୁଟ, କଳାହାଣ୍ଡି, ମୟୁରଭଞ୍ଚ, […]
ରାୟଗଡା: ରାୟଗଡ଼ାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ପୁଲିସ ପକ୍ଷରୁ ଗତକାଲି ବିଭିନ୍ନ ସ୍ଥାନରେ ଗାଡିମଟର ଯାଞ୍ଚ କରାଯାଇଥିଲା। ଏଥିରେ ୩୦ଟି ମଟର୍ ସାଇକେଲ, ୧୦ଟି ଅଟୋ, ୪ଟି ମୋପେଡ୍ ଓ ୩ଟି ଡ୍ରାଇଭିଂ ଲାଇସେନସ ଜବତ କରାଯାଇଛି। ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା, ହେଲ୍ମେଟ୍ ବ୍ୟବହାର କରୁ ନଥିବା, ଶବ୍ଦ ପ୍ରଦୂଷଣ କରୁଥିବା ଓ ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଗୁଣପୁର […]
ନୂଆଦିଲ୍ଲୀ: ବିଶିଷ୍ଟ ସ୍ଥପତି ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମା ଲକ୍ଷ୍ମୀଙ୍କର ଏକ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଉପହାର ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶାର ଅନ୍ୟ ସାଂସଦମାନେ ମୂର୍ତ୍ତି ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଶାଲ୍ ମିଡିଆରେ ନିଜର ଖୁସି ଜଣାଇଛନ୍ତି।
ଭୁବନେଶ୍ୱର: ରାଜଧାନୀରେ ଲଗାତର ଲୁଟର ୨ ଦିନ ପରେ ବି ପୁଲିସର ହାତ ଖାଲି। ଅପରାଧୀଙ୍କ ଟେର ପାଉନି କମିଶନରେଟ ପୁଲିସ। ଦୁଇଦିନ ଧରି ରାତି ତମାମ ବ୍ଲକିଂ, ଚେକିଂରୁ ମଧ୍ୟ କିଛି ବି ସଫଳତା ମିଳୁନି। ତେଣୁ ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ ଆପଣାଇଛି ପୁଲିସ। ବିଶେଷ କରି ସନ୍ଧ୍ୟା ସମୟରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ଲିଙ୍ଗିପୁରରୁ ପାଣ୍ଡରା ମଧ୍ୟରେ ଥିବା ରାସ୍ତା ଶୂନଶାନ ରହୁଥିବାରୁ ସେହି ରାସ୍ତାରେ ପାଟ୍ରୋଲିଂ ଜୋରଦାର କରାଯାଇଛି। ନିଛାଟିଆ ରାସ୍ତା […]
ରାୟଗଡ଼ା: କେବେ ସରିବ ଏ ଦୁଃଖ ? କେତେ ଦିନ ପର୍ଯ୍ୟନ୍ତ ଖଟିଆରେ ବୁହା ହେଉଥିବେ ରୋଗୀ ଓ ଗର୍ଭବତୀ। ଏବେ ପୁଣି ଜଣେ ଗର୍ଭବତୀ ଖଟିଆରେ ବୁହା ହୋଇ ଡାକ୍ତରଖାନା ଯିବା ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଜଣେ ଗର୍ଭବତୀଙ୍କୁ ଖଟରେ ବୁହାଇ ଡାକ୍ତରଖାନା ନେଇଛନ୍ତି ତାଙ୍କ ପରିବାର ଲୋକେ। ଡିମିରିଗୁଡ଼ା ପଞ୍ଚାୟତ କଟାଙ୍ଗ ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ୭କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ପରିବାର ଲୋକେ। ଗର୍ଭ […]
ମାଲକାନଗିରି: ୪ଦିନ ପରେ ପୁଣି ଲଗାଣ ବର୍ଷା ମାଲକାନଗିରିକୁ ବେହାଲ୍ କରିଛି। ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। କୋରକୋଣ୍ଡା ଓ MV 36 ପୋଲ ଉପରେ ୫ଫୁଟ୍ ଉଚ୍ଚର ପାଣି ଚାଲିଛି। ଏଥିଯୋଗୁ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲଗାତର ୨ ଦିନ ଧରି ବର୍ଷା ଲାଗି ରହିଥିବାରୁ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ। ଗତ […]
ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗତକାଲି ୬୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଅପରେସନ ପରୀ -୩ କାର୍ଯ୍ୟକ୍ରମ ଅନୁଯାୟୀ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ୬ଟି ପୁଲିସ ଷ୍ଟେସନ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଇଥିଲା। ହୋଟେଲ, ଢାବା, ଜଳଖିଆ ଦୋକାନ ଓ ଅନ୍ୟ ସ୍ଥାନରେ କାମ କରୁଥିବା ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତ ଶିଶୁଙ୍କ ଡାକ୍ତରୀ ପରୀକ୍ଷା ପରେ ବୌଦ୍ଧର ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଯାଇଥିଲା। ଏହାପରେ ଭିଭାବକମାନଙ୍କ […]
ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ଗୁଇନ୍ଦା ରିପୋର୍ଟ ମିଳିଛି। ଏହି ସୂଚନା ମିଳିବା ପରେ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବାକୁ ପୁରୀ ପୁଲିସ ପ୍ରସ୍ତୁତ ଥିବା କହିଛନ୍ତି ଏସ୍ପି ଉମାଶଙ୍କର ଦାସ। ଏହି ସୂଚନା ମିଳିବା ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମୁଦ୍ର ଉପକୂଳ ଅଞ୍ଚଳରେ ନାଭାଲ ଓ କୋଷ୍ଟଗାର୍ଡ ତରଫରୁ ପାଟ୍ରୋଲିଂକୁ ଜୋରଦାର କରାଯାଉଥିବା ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି […]