ଭୁବନେଶ୍ୱର: କୁଏତରେ ଫସିଥିବା ଓ ନିର୍ଯାତିତ ୧୫ ଓଡ଼ିଆ ଶ୍ରମିକଙ୍କୁ ଠାବ କରାଯାଇଛି। ବକ୍ରିଦ୍ ପରେ ସେମାନଙ୍କୁ ଭାରତକୁ ପଠାଯିବ ବୋଲି କୁଏତ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଏହା ସହିତ ଯେଉଁ କମ୍ପାନୀ ସେମାନଙ୍କୁ ନିର୍ଯାତନା ଦେଇଥିଲା, ସେହି କମ୍ପାନୀର ଓ୍ୱାର୍କ ପରମିଟ୍ ବାତିଲ କରାଯାଇଛି। କେନ୍ଦ୍ରାପଡ଼ାର ଆଳି ଓ ପଟ୍ଟାମୁଣ୍ଡାଇର ୧୫ ଜଣ ଓଡ଼ିଆ ଶ୍ରମିକ କୁଏତରେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଓ ଭାରତ ପଠାଇବାକୁ ଅନୁରୋଧ କରି […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତ ବାଇଗଡିଆରେ ବିଷାକ୍ତ ଖାଦ୍ୟ ଖାଇ ଝାଡ଼ାବାନ୍ତି ହେବାରୁ ଗତ ୪ ଦିନ ଭିତରେ୨ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ୩ ତାରିଖ ଦିନ ଗାଁରେ ଜଣେ ବ୍ୟକ୍ତିଙ୍କ ଏକାଦଶାହ ଭୋଜି ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ ଲୋକେ। ପରଦିନ ୪ ତାରିଖରେ କଟିଆ ସିଂହ ନାମକ ଜଣେ […]
ଭୁବନେଶ୍ୱର: ଭାରତର ‘ଆଇକନିକ୍’ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ସୂର୍ଯ୍ୟମନ୍ଦିରକୁ ସାମିଲ କରିବାକୁ ଦାବି ହୋଇଛି। ଓଡ଼ିଶାର ସବୁ ବିଜେପି ସାଂସଦ ଏ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ଏହି ଦୁଇ ପର୍ଯ୍ୟଟନ ସ୍ଥଳୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାରୁ ଆଇକନିକ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଏହି ଦୁଇ କ୍ଷେତ୍ରକୁ ସ୍ଥାନ ଦିଆଯାଉ ବୋଲି ସାଂସଦମାନେ ଦାବି କରିଛନ୍ତି। ୨୦୧୯-୨୦ ବଜେଟରେ ହୋଇଥିବା ଘୋଷଣା […]
ଭଦ୍ରକ(ତପନ ସ୍ୱାଇଁ): ମଧ୍ୟାହ୍ନ ଭୋଜନ ଖାଇ ୧୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି। ଗତକାଲି ତିହିଡି ବ୍ଲକ ଚାରିତରଫ ୟୁଜିଏମ୍ଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଏପରିକି ପ୍ରଥମ ବ୍ୟାଚରେ ୧୯ ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା। ଏହି ସମୟରେ ଖାଦ୍ୟରେ ମଲା ମୂଷା ପଡ଼ିଥିବା ଦେଖିବାକୁ ମିଳିଥିବା ଅଭିଯୋଗ […]
ମାଲକାନଗିରି: ଲାଠି ଖୋଜିଲା ଚୋରି ହୋଇଥିବା ଦେବୀଙ୍କ ମୂର୍ତ୍ତି। କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଘଟଣା ଘଟିଛି ମାଲକାନଗିରି ଖଇରପୁଟ ବ୍ଲକ୍ ପୁରୁଣାଗୁମା ଗାଁରେ। ଗତକାଲି ରାତିରେ ପୁରୁଣାଗୁମାରେ ପ୍ରସିଦ୍ଧ ଭୈରବୀ ପୀଠରୁ ଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିଲା। ଏହି କଥା ପ୍ରଘଟ ହେବା ପରେ ସହ ସହ ଶ୍ରଦ୍ଧାଳୁ ଆସି ପୀଠ ନିକଟରେ ପହଞ୍ଚିଥିଲେ। ପରେ ଗୋଟେ ନିଷ୍ପତି କରାଯାଇ ସେ ଅଞ୍ଚଳର ପୁଜକମାନଙ୍କୁ ପୀଠ ନିକଟକୁ ଡକା ଯାଇଥିଲା। ପୂଜକମାନଙ୍କ […]
ବାଲେଶ୍ୱର: ବାଲେଶ୍ୱର ରେମୁଣା ଥାନା ଖୋସାଲିଗଞ୍ଜ ସ୍କୁଲ୍ ନିକଟରେ ଶିକ୍ଷକଙ୍କୁ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତାଙ୍କ ନା ସେକ୍ ଗୁଲା ସଦିକ। ଘର ସୁନହଟ ଅଞ୍ଚଳରେ। ସେ ଦୀର୍ଘ ବର୍ଷ ଧରି ଖୋସାଲିଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଉର୍ଦ୍ଧୁ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି। ଆଜି ସକାଳେ ସ୍କୁଲ ଆସିବା ସମୟରେ ଦୁଇଜଣ ଦୁର୍ବୃତ୍ତ ମୁଖା ପିନ୍ଧି ସ୍କୁଲ୍ ଗେଟ୍ ପାଖରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ତେବେ ସେ ହେଲମେଟ ପିନ୍ଧିଥିବାରୁ ଭୁଜାଲି ତାଙ୍କ […]
କୋରାପୁଟ: ଦେଶକୁ ସୁରକ୍ଷା ଦେଉଥିବା ଯବାନ ପାଖରେ ଅସୁରକ୍ଷିତ ଜଣେ ବିଧବା ମହିଳା ! ଏମିତି ଏକ ଅଭିଯୋଗ ଆସିଛି କୋରାପୁଟ୍ ଜିଲ୍ଲାରୁ। ଯବାନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ବିଧବା ମହିଳା। କୋରାପୁଟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ କାର୍ଯ୍ୟରତ ଆଶିଷ ପାତିକା ନାମକ ଜଣେ ଯବାନ ମହିଳାଙ୍କ ସହିତ ପ୍ରତାରଣ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସହ ଦୀର୍ଘ ୮ ବର୍ଷ ଧରି ସମ୍ପର୍କ ରଖିଥିଲେ ମଧ୍ୟ ତାଙ୍କୁ ବିବାହ କରିବାକୁ ଯବାନ କୁଣ୍ଠାବୋଧ […]
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ କେତେକ ଅଦଳବଦଳ କରିଛନ୍ତି। ୧୭ଜଣ ଆଇଏଏସ୍ ଓ ଆଇପିଏସଙ୍କୁ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ଉନ୍ନୟନ କମିଶନର ଅସିତ୍ କୁମାର ତ୍ରିପାଠୀଙ୍କୁ ଅତିରିକ୍ତ ଭାବେ କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି।ଶ୍ରୀ ତ୍ରିପାଠୀ ମଧ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ସେହିପରି କେବିକେ ମୁଖ୍ୟ ପ୍ରଶାସକ ସୁଦର୍ଶନ ପାଲ […]
ଭୁବନେଶ୍ୱର: କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କିଭଳି ଅର୍ଥ ଆଦାୟ କରିବେ ରାଜ୍ୟ ସରକାର? ଯେଉଁମାନେ କାଳିଆ ଟଙ୍କା ପାଇବାକୁ ଯୋଗ୍ୟ ନୁହନ୍ତି, ସେମାନେ ନିଜ ଆଡୁ ଅର୍ଥ ଫେରସ୍ତ ପାଇଁ ସରକାର ଅପିଲ୍ କରିବା ପରେ କ’ଣ ହେବ ପରବର୍ତ୍ତୀ ପଦକ୍ଷେପ? ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବାଦ୍ ଦେବା ଓ ନୂଆ ହିତାଧିକାରୀଙ୍କ ଚିହ୍ନଟ ପାଇଁ SOP ଜାରି କରିଛନ୍ତି ରାଜ୍ୟ ସରକାର। ଏହା ଅନୁସାରେ ପଂଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ ୩ଟି କମିଟି ଗଠନ […]
ଭୁବନେଶ୍ୱର: ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଦେବାକୁ ମନାକଲେ ହାଇକୋର୍ଟ। ତେବେ ମାମଲାରେ ପକ୍ଷ ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ନୂଆ ମାମଲାଗୁଡ଼ିକୁ ଏଣିକି ହାଇକୋର୍ଟରେ ଦାଖଲ କରାଯାଇପାରିବ ବୋଲି କହିଛନ୍ତି କୋର୍ଟ। ତେବେ ପୂର୍ବ ମାମଲାଗୁଡ଼ିକ ହାଇକୋର୍ଟକୁ ସ୍ଥାନାନ୍ତର କରିବା ସରକାରଙ୍କ କ୍ଷମତାଭୁକ୍ତ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଚ୍ୟାଲେଂଜ କରି କଟକ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଣପୁର ଓ କାଶୀନଗରଠାରେ ନଦୀ ଜଳସ୍ତର ବୃଦ୍ଧି ପାଉଥିବାବେଳେ ରାୟଗଡ଼ା ସମେତ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ଜରୁରୀକାଳୀନ ଭିତ୍ତିରେ ରିପୋର୍ଟ ତଲବ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ସନ୍ଧ୍ୟାରେ ରାୟଗଡ଼ା, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳର ଜିଲ୍ଲାପାଳଙ୍କୁ ଚିଠି ଲେଖି ସମ୍ଭାବ୍ୟ ବନ୍ୟା […]
ଭୁବନେଶ୍ୱର: ଦେଶକୁ କନ୍ଦାଇ ଦେଇ ଆରପାରିକୁ ଚାଲିଗଲେ ସୁଷମା ସ୍ୱରାଜ୍। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ସହ ସୁଷମାଙ୍କ ସଂପର୍କ ବି ବେଶ୍ ନିବିଡ଼ି ଥିଲା। ତାଙ୍କରି ଉଦ୍ୟମରେ ଓଡ଼ିଶାରେ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ବା ଏମ୍ସର ମୂଳଦୁଆ ପଡ଼ିଥିଲା। ବାଜପେୟୀଙ୍କ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ୨୦୦୩ ଜୁଲାଇ ୧୫ ତାରିଖରେ ଭୁବନେଶ୍ୱର ଏମ୍ସର ଭିତ୍ତି ପଡ଼ିଥିଲା। ବାଜପେୟୀଙ୍କ ସହ ସୁଷମା ବି […]
ପୁରୀ: ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତରେ ବାଲୁକାକଳା ମାଧ୍ୟମରେ ଶୋକ ବ୍ୟକ୍ତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା କରି ସୁଷମାଙ୍କୁ ଏକ ପୁସ୍ତକର ଗୋଟିଏ ପାର୍ଶ୍ୱରେ ପ୍ରଦର୍ଶିତ କରିଥିବା ବେଳେ ଅପର ପାର୍ଶ୍ୱରେ ଭାରତ ମାନଚିତ୍ରକୁ ପ୍ରଦର୍ଶିତ କରିଛନ୍ତି। ବାଲୁକା କଳାରେ ୩୭୦ ଧାରାକୁ ନେଇ ସୁଷମାଙ୍କ ଶେଷ ଟୁଇଟ୍ ମଧ୍ୟ ପ୍ରଦର୍ଶିତ ହୋଇଛି। ଖାସ୍ କରି ସୁଷମାଙ୍କୁ ନେଇ ସୁଦର୍ଶନ କରିଥିବା […]
କଟକ: ରସଗୋଲା ପରେ ଏବେ କଟକ ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ପାଇଁ ଦାବି ହୋଇଛି। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ପରେ ତାରକସି କାମକୁ ଜିଆଇ ମାନ୍ୟତା ଦାବି ଜୋର୍ ଧରିଛି। ଚାନ୍ଦିର ଭଳିକି ଭଳି ଅଳଙ୍କାର ହେଉ ବା ମୃଣ୍ମୟୀ ମୂର୍ତ୍ତୀଙ୍କ ମେଢ଼ ସବୁଥିରେ ଚମତ୍କାର ତାରକସିର କାମର ଚମକ୍ ଦେଖାଇଥାନ୍ତି କଟକ କାରିଗର। ଚାନ୍ଦିର କାର୍, ରିକ୍ସା, ହରିଣ, ହାତୀ ଅବା ମାଛ ଭଳି ଭଳିକି […]
ଭୁବନେଶ୍ୱର: ଭୁବନେଶ୍ୱର ଓ କଟକର ୫ଟି ସିନେମା ହଲ୍ର ସ୍କ୍ରିନିଂ ବନ୍ଦ କରିବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କମିଶନରେଟ ପୁଲିସ। ଏହି ନୋଟିସ୍ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି। ଏହି ହଲ୍ଗୁଡ଼ିକ ହେଲା ଭୁବନେଶ୍ୱରର ସ୍ୱାତି, ସ୍ତୁତି, ମହାରାଜ, କେଶରୀ ଓ କଟକର ବୃନ୍ଦାବନ ସିନେମାହଲ୍। ବାରମ୍ବାର ତାଗିଦ୍ ସତ୍ତ୍ୱେ ଏହି ହଲ୍ଗୁଡ଼ିକର ଫାୟାର ଏନ.ଓ.ସି ନଥିବାରୁ ଲାଇସେନ୍ସ ନବୀକରଣ ହୋଇପାରିନାହିଁ। ତେଣୁ ଲାଇସେନ୍ସ ନଥାଇ ସେମାନେ ପ୍ରେକ୍ଷାଳୟରେ ଫିଲ୍ମ […]
ଭୁବନେଶ୍ୱର: ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା। ଏଣିକି ଏଥିରୁ ମିଳିବ ନିସ୍ତାର। କାରଣ, ଫସଲର ରୋଗ ଓ ପୋକ ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ମୋବାଇଲରେ ପରାମର୍ଶ ମିଳିବ। ଏଥିପାଇଁ ଚାଷୀ ନିଜ ଫସଲରେ ଦେଖାଦେଇଥିବା ରୋଗ ବା ପୋକ ସମ୍ପର୍କରେ ଭିଲେଜ୍ ଏଗ୍ରିକଲ୍ଚର ୱାର୍କର ବା ଭିଏଡବ୍ଲ୍ୟୁଙ୍କୁ ଜଣାଇବେ। ତା’ପରେ ଭିଏଡବ୍ଲ୍ୟୁ ଫସଲର ଫଟୋ ଉଠାଇ ମୋବାଇଲ ଆପ୍ରେ ପୋଷ୍ଟ କରିବା ପରେ ଏନେଇ ବିଶେଷଜ୍ଞମାନଙ୍କ ପାଖରୁ ସଠିକ କୀଟନାଶକ, ଏହାର ମାତ୍ରା ଓ ବ୍ୟବହାର ପ୍ରଣାଳୀ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଗୋବିନ୍ଦପୁର ଗାଁରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ଚିକିତ୍ସା ଲାଗି ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲର ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ। ଏକ ଡାକ୍ତରି ଦଳ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଶା ଦିଦି ଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। କୁଢ଼ କୁଢ଼ ମଇଳା ପଡ଼ି ରହିଥିବା ବେଳେ ଡ୍ରେନ୍ ସଫେଇ ହେଇନାହିଁ। […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଆମାନାରା ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଗାଁ ପାଖରେ ବାଘ ୨ଟି ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ବାଘ ଉପରେ ନଜର ରଖିଛନ୍ତି । ତେବେ ବାଘ କୌଣସି ଧନଜୀବନ କ୍ଷତି କରିନାହିଁ ।
କଟକ: କଟକ ଟ୍ରିପଲ୍ ମର୍ଡର ଅଭିଯୋଗରେ ‘ସାଇକୋ କିଲର୍’ କୁହାଯାଉଥିବା ନାରାୟଣ ସାହୁଙ୍କୁ କମିଶନରେଟ୍ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାକୁ ବିରୋଧ କରି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳି କଟକ ଜେଏମ୍ଏଫ୍ସି କୋର୍ଟରେ ମାମଲା ଦାୟର କରିଛନ୍ତି। ଗୀତାଞ୍ଜଳିଙ୍କ କହିବା ଅନୁସାରେ ଗତ ୨୨ ତାରିଖରେ ନାରାୟଣ ଭୁବନେଶ୍ୱରରେ ତାଙ୍କ ଭଉଣୀଙ୍କ ଘରେ ରହିଥିଲେ। ୨୩ ତାରିଖରେ ସେ ରହୁଥିବା ଗଞ୍ଜାମ ଜିଲ୍ଲାର କୁମ୍ପାପଡ଼ା ଘରକୁ ଚାଲିଯାଇ ଥିଲେ। ୨୪ ତାରିଖରେ ନୟାଗଡ଼ ସୁନାମୁହିଁ […]
ଭୁବନେଶ୍ୱର: ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମା ରାଜ୍ୟର ପୁଲିସ୍ ଡିଜି ଇନ୍ଚାର୍ଜ। ସେ ଏବେ ଅଗ୍ନିଶମ ବିଭାଗ ଡିଜି ଦାୟିତ୍ୱରେ ଅଛନ୍ତି। ପୂର୍ବରୁ ସେ କିଛିଦିନ ପାଇଁ ଡିଜିପି ଇନ୍ଚାର୍ଜ ଭାବେ ଦାୟିତ୍ୱ ତୁଲାଇଥିଲେ। ପୁଲିସ ମହାନିର୍ଦ୍ଦେଶ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେଥିପାଇଁ ସେ ମଙ୍ଗଳବାରଠାରୁ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଛନ୍ତି। ନୂଆ […]
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନ୍ର ରୂପ ନେଇଛି। ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାର ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ ଓ ସୋନପୁର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛନ୍ତି। ସେହିପରି ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ନୟାଗଡ଼, ଖୋର୍ଦ୍ଧା, […]
ଭୁବନେଶ୍ୱର: ଓଡ଼ିଶା ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ। ଏନେଇ ଚୟନ କମିଟିର ସୁପାରିଶକୁ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏହି ବଦବୀ ପାଇଁ ପୂର୍ବରୁ ଚୟନ କମିଟି ଆର୍ପି ଶର୍ମାଙ୍କ ନାଁ ସୁପାରିଶ କରିଥିଲା। ଅନ୍ୟପକ୍ଷେ ଆର.ପି ଶର୍ମା ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଯେଉଁ ଆବେଦନ କରିଥିଲେ ତାହା ଏବେ ବି ବିଚାରାଧୀନ ଥିବା ସୂଚନା ମିଳିଛି। ତେବେ ଆର.ପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେଉଥିବାରୁ ରାଜ୍ୟର […]
ନବରଙ୍ଗପୁର: ଉପାନ୍ତରେ ଥମୁନି ଜନନୀ ଯନ୍ତ୍ରଣା। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଡକରିକୋଟରେ ଆମ୍ବୁଲାନ୍ସ ଆସିନପାରିବାରୁ ଗର୍ଭବତୀ ମହିଳାଙ୍କୁ ସେବତୀ ମାଝୀଙ୍କୁ ଷ୍ଟ୍ରେଚରରେ ବୋହି ମେଡ଼ିକାଲ୍ ନେଲେ ସମ୍ପର୍କୀୟ। ପ୍ରାୟ ୫ କିଲୋମିଟର ଧରି କାଦୁଆ ରାସ୍ତା ଉପରେ ବିପଦଜନକ ଭାବେ ଗର୍ଭବତୀଙ୍କୁ ବୋହି ବୋହି ମେଡ଼ିକାଲ ଯାଇଥିଲେ ପରିବାର ଲୋକେ। ତେବେ ମେଡ଼ିକାଲକୁ ପହଞ୍ଚିବା ପୂର୍ବରୁ ବର୍କିଭଟ୍ଟା ଛକ ନିକଟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଉଭୟ ମାଆ ଓ ନବଜାତ ସୁସ୍ଥ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାର ଚକଡ଼ା-ବଗୁଆ ଗାଁରେ ଏକ ଜୋରରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ଦୁହିଁଙ୍କ ଶବ ଭାସୁଥିବା ଦେଖି ପାଖ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୌଣସି କାରଣରୁ ପରିବାରରେ ଝଗଡ଼ା ଲାଗିଥିଲା। ଏହାପରେ ଆଜି ଦୁହିଁଙ୍କ ମୃତଦେହ ଜୋରରେ ଭାସୁଥିବା ଦେଖିବାକୁ ମିଳିଥିଲା। ମାଆ ଝିଅ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, […]