ବରଗଡ଼: ବରଗଡ଼ ଜିଲ୍ଲାର ପାଇକମାଲ ଓ ପଦମପୁର ଅଂଚଳରେ ବର୍ଷା ଲାଗି ରହିଛି। ପାଇକମାଲରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ବର୍ଷା ଆଶଙ୍କାରେ ଜିଲ୍ଲାରେ ସମସ୍ତ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ଅନେକ ଅଂଚଳ ଜଳମଗ୍ନ ହୋଇପଡ଼ିଥିଲା। ବରଗଡ଼ ସହରର ବିଭିନ ସ୍ଥାନରେ ପାଣି ଜମି ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା। ବର୍ଷା ଯୋଗୁ ଗତକାଲି ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ […]
ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମରୁ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଡାକବାଜି ଯନ୍ତ୍ର ଯୋଗେ ବନ୍ୟା ଜଳ ନିଷ୍କାସନ ନେଇ ସୂଚନା ଦିଆଯାଇଛି। ସେହି ସମୟ ମଧ୍ୟରେ ମହାନଦୀ ମଧ୍ୟକୁ ନଯିବାକୁ ଓ ଗୃହ ପାଳିତ ପଶୁଙ୍କୁ ନ ଛାଡ଼ିବାକୁ ପ୍ରଚାର କରାଯାଉଛି। ଆଜି ଦିନ ୧୧ଟା ପରେ ଯେ କୌଣସି ସମୟରେ ଗେଟ୍ ଖୋଲିବା ଆରମ୍ଭ ହେବ। ଅନ୍ୟ ବର୍ଷ ଭଳି ପ୍ରଥମେ ୭ […]
ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବାର ସତର୍କ ସୂଚନା ମିଳିଛି। ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଆସନ୍ତାକାଲି ସକାଳ ୬ଟାରୁ ୧୦ଟା ଭିତରେ ମୁଣ୍ଡୁଳିଠାରେ ୧୧.୫ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ମହାନଦୀ ଓ ଏହାର ଶାଖା ନଦୀରେ ମଧ୍ୟମ ଧରଣ ବନ୍ୟା ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରଭାବିତ […]
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଉଲଂଘନ ଅଭିଯୋଗର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଓ ଜଷ୍ଟିସ୍ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କେ. ବୀଣା ପଟ୍ଟନାୟକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କର ୨୦୧୯ ମାର୍ଚ୍ଚ ୧୯ର ଅନ୍ତରୀଣ ନିର୍ଦ୍ଦେଶ ଉଲଂଘନ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ କୋର୍ଟ ଜିଲ୍ଲାପାଳଙ୍କୁ ନିଲମ୍ବନ କରିବା […]
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ ଜିଲ୍ଲାରେ ଫ୍ଲାସ୍ ବନ୍ୟା ସ୍ଥିତି ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନବୀନ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି। ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡଳିରେ ୧୦ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ ବୋଲି ସୂଚନା ଦିଆଯାଇଛି। ତେଣୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ […]
ଭୁବନେଶ୍ୱର: ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡ଼ା ଓ ଝାରସୁଗୁଡ଼ା। ଆଜି ଏହି ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ସେହିପରି କୋରାପୁଟ, ରାୟଗଡ଼ା, କନ୍ଧମାଳ ଭଳି ୧୦ଟି ଜିଲ୍ଲାକୁ ଜାରି ହୋଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ୧୦ଟି ଜିଲ୍ଲାରେ ବି ପ୍ରବଳ ବର୍ଷା […]
ଭୁବନେଶ୍ୱର : ନିଜ ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଏଥର ନିର୍ବାଚନରେ ଖର୍ଚ୍ଚ କରିବାକୁ ବିଜେଡି ଦେଇଥିଲା ୩୯ କୋଟି ୪୦ ଲକ୍ଷ ଟଙ୍କା। କେବଳ ପିନାକୀ ମିଶ୍ରଙ୍କୁ ଛାଡ଼ି ଦେଲେ ନିର୍ବାଚନରେ ଲଢ଼ିଥିବା ସବୁ ବିଧାୟକ ପ୍ରାର୍ଥୀଙ୍କୁ ୨୦ ଲକ୍ଷ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲା ବିଜେଡି। ନିର୍ବାଚନ କମିଶନଙ୍କୁ ଦଳ ଏ ତଥ୍ୟ ଦେଇଛି। ବଡ଼କଥା ହେଉଛି ବିଜେଡିର କିଛି ବିଧାୟକ ପ୍ରାର୍ଥୀ ଦଳ ଦେଇଥିବା ଟଙ୍କାକୁ ଖର୍ଚ୍ଚ […]
ନୟାଗଡ଼: ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ବଣି। ଜେଲରେ ଥିବା ବେଳେ ସେ ପାଚେରୀ ଡେଇଁ ଦୁଇ ଥର ଖସି ପଳାଇଥିଲା। ତେବେ ୯ ତାରିଖରେ ପୁଲିସ ତାକୁ ଧରି କୋର୍ଟ ଆଣୁଥିବା ବେଳେ ପୁଣି ଖସି ଯାଇଥିଲା। ଏହି ଘଟଣାରେ ନୟାଗଡ଼ ଏସପି ଆଉ ୫ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ତପନର ଘର ଫତେଗଡ଼ ଥାନା ଅନ୍ତର୍ଗତ କରବର ଗାଁ ହାଡୁଆସାହିରେ। ଗତ ୯ ତାରିଖରେ ତପନକୁ ଏକ ଭ୍ୟାନ୍ରେ ଖଣ୍ଡପଡ଼ା ସବ୍ଜେଲରୁ […]
ଯାଜପୁର: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଯାଜପୁର ବଡ଼ିଚଣା ବ୍ଲକ ରଇପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ସ୍କୁଲ୍ ଫାଟକରେ ତାଲା ପକାଇ ଫାଟକ ସମ୍ମୁଖରେ ଧାରଣାରେ ବସିରହିଛନ୍ତି ଛାତ୍ରାଛାତ୍ରୀ ଓ ଅଭିଭାବକ। ଦୀର୍ଘଦିନ ହେଲା ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବାବେଳେ ସାହିତ୍ୟ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ସାମାଜିକ ବିଜ୍ଞାନ ବିଷୟ ପାଇଁ ଶିକ୍ଷକ ନାହାଁନ୍ତି। ଏ ସମ୍ପର୍କରେ ଅନେକ ଥର ବ୍ଲକ ଶିକ୍ଷାଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ […]
ତେଲକୋଇ (ଚିନ୍ମୟ କୁମାର ସାହୁ): ତେଲକୋଇ ବଜାର ପାଖରେ ଥିବା ସମାକୋଇ ନଦୀ ପୋଲ ଉପରୁ ଆଜି ଅପରାହ୍ନରେ ଜଣେ ବୃଦ୍ଧା ଖସି ପଡ଼ି ଭାସି ଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ବୃଦ୍ଧାଙ୍କର ଏଯାଏ କୌଣସି ଖୋଜ୍ ଖବର ମିଳି ନଥିବା ବେଳେ ସେ ଘୋଡ଼ାଇ ହେଉଥିବା ଏକ ଚାଦର ଉଦ୍ଧାର କାର୍ଯ୍ୟ ବେଳେ ମିଳିଛି। ବୃଦ୍ଧା ଜଣକ ତେଲକୋଇ ବଜାର ଆସି […]
ବଲାଙ୍ଗୀର( ଘଟେଶ୍ୱର ମିଶ୍ର): ଲଗାଣ ବର୍ଷାରେ ବେହାଲ ହେଲାଣି ବଲାଙ୍ଗୀରର ଅବସ୍ଥା । ଗତ ୨ ଦିନ ଧରି ବଲାଙ୍ଗୀରରେ ପ୍ରବଳ ବର୍ଷା ହେଉଛି। ଗତକାଲି ରାତି ତମାମ ବର୍ଷା ହେବା ପରେ ବଲାଙ୍ଗୀର ସହରର ଅବସ୍ଥା ସଙ୍ଗୀନ ହୋଇ ପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, ଘରେ ଘରେ ପାଣି ପଶିଯାଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଧୋଇ ହୋଇ ଯିବାରୁ ବାଧାପ୍ରାପ୍ତ ଯାତାୟତ […]
କଳାହାଣ୍ଡି: ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ବର୍ଷା ପାଣିଘେରରେ ରହିଛି। କେସିଙ୍ଗା ବେଲଖଣ୍ଡି ଶିବ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପାଣି ହଠାତ ମାଡିଆସିବାରୁ ୨୦ରୁ ଅଧିକ ଲୋକେ ପାଣିଘେରରେ ରହିଛନ୍ତି। ସେହିପରି ମଦନପୁର ରାମପୁର ବ୍ଲକ ମୋହନଗିରିର କାଳି ଗଙ୍ଗା ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଗତକାଲି ରାତିରେ ଏହି ନାଳରେ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଭାସିଯାଇଥିଲା। କିନ୍ତୁ ଚାଳକ ଜଣକ […]
ବାଲେଶ୍ୱର: ଟ୍ରିପଲ ତଲାକ୍କୁ ଦଣ୍ଡନୀୟ ଅପରାଧ ବୋଲି ଆଇନ ଅଣାଯିବା ପରେ ବି ଥମୁନି ଟ୍ରିପଲ୍ ତଲାକ୍ ଅଭିଯୋଗ। ପବିତ୍ର ଇଦ୍-ଉଲ୍-ଜୁହାରେ ବି ସ୍ୱାମୀ ପତ୍ନୀଙ୍କୁ ତିନି ତଲାକ ଦେଇଛି। ଏଭଳି ଅଭିଯୋଗ ଆସିଛି ସୋର ପଠାଣ ମହଲାରୁ। ଏ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ପୀଡ଼ିତା। ତାଙ୍କ ଅଭିଯୋଗ ଅନୁସାରେ, ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା। ତାଙ୍କୁ ଦୀର୍ଘ ଦିନ ହେଲାଣି ନିର୍ଯାତନା ଦିଆଯାଉଥିଲା। ଶାଶୂ ଘର ଲୋକେ ତାଙ୍କୁ ହଇରାଣ, […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ତାଲିକାର ଅବଧିକୁ ବଢ଼ାଇ ଦିଆଯାଇଛି। ଆସନ୍ତାକାଲି ଯାଞ୍ଚର ଶେଷ ତାରିଖ ଥିଲା। କିନ୍ତୁ ଏହାକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ଇତିମଧ୍ୟରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ସରିଛି। ଆସନ୍ତା ୨୭ତାରିଖରେ ପଞ୍ଚାୟତ ସ୍ତରରେ ଓ ୨୯ତାରିଖରେ ବ୍ଲକ୍ ସ୍ତରରେ ଏବଂ […]
କଟକ: କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ। ମୃତ ବ୍ୟକ୍ତି ଦଣକ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଦେବକୀ ବେହେରା। ସେ ଗତ ୨୯ ତାରିଖରୁ ଡେଙ୍ଗୁ ୱାର୍ଡର ICUରେ ସେ ଚିକିତ୍ସାଧୀନ ଥିଲେ। କିନ୍ତୁ ଆଜି ତାଙ୍କର ପରଲୋକ ହୋଇଛି। ତେବେ କଟକ ବଡ଼ ମେଡିକାଲରେ ଚଳିତ ବର୍ଷର ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ। ତେବେ କେବଳ କଟକ ନୁହେଁ, ପୂର୍ବରୁ ଗଞ୍ଜାମ୍ରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ […]
ପୁରୀ: ଚିଲିକା ରାଜହଂସ ନିକଟରେ ଅଟକିଛି ମାଲେସିଆର ମାଲବାହୀ ଜାହାଜ ଜିନ୍ ହ୍ୱା-୩୨। ଦୁଇ ଦିନ ହେଲା ରାଜହଂସ ଦ୍ୱୀପ ନିକଟ ବଙ୍ଗୋପସାଗରରେ ଭେସେଲ ସହିତ କଣ୍ଟେନର ଅଟକି ରହିଛି। ଏହି ଜାହାଜଟି ମାଲେସିଆରୁ ଆସି ବାଂଲାଦେଶରେ ଜିନିଷ ଓହ୍ଲାଇ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ତେବେ ସମୁଦ୍ର ମଧ୍ୟରେ ବୈଷୟିକ ତ୍ରୁଟି ଯୋଗୁ ଜାହାଜଟି ଆଉ ଆଗକୁ ଯାଇ ପାରି ନଥିଲା। ଏହି ମାଲବାହୀ ଜାହାଜ ସମୁଦ୍ରର ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ଯୋଗୁ ଏହା […]
ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଦକ୍ଷିଣ ଓଡ଼ିଶାର ୯ଟି ଜିଲ୍ଲାର ୪୫ଟି ବ୍ଲକର ୧୦୩୫ଟି ଗାଁ ଏବଂ ୬ଟି ସହରାଞ୍ଚଳରେ ମୋଟ ୧ଲକ୍ଷ ୭୬ହଜାର ୭୦୬ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଜିସୁଦ୍ଧା ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ନିଖୋଜ ଅଛନ୍ତି। ଆଜି ମହାନଦୀ ସମେତ କେତେକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ବର୍ଷା ଛାଡ଼ି ଯାଇଥିବାରୁ ସ୍ଥାନାନ୍ତର ହୋଇଥିବା […]
ପୁରୀ: ଚିଲିକା ରାଜହଂସ ନିକଟରେ ଅଟକିଛି ବିଶାଳ ମାଲବାହୀ ଜାହାଜ। ଗତକାଲିଠୁ ଚିଲିକା କୂଳରେ ଏହି ବିଶାଳ ଜାହାଜଟିକୁ ଦେଖିବାକୁ ମିଳିଛି। ଜାହଜଟି ମାଲେସିଆରୁ ବାଲାଂଦେଶ ଅଭିମୁଖେ ଯାଉଥିଲା ତେବେ ଅତ୍ୟଧିକ ଝଡ଼ ପବନ ଯୋଗୁ ଏହା ଆଗକୁ ଯାଇ ନପାରି ଗୋପାଳପୁର ନିକଟରୁ ଚିଲିକା କୂଳ ଆଡ଼କୁ ଚାଲି ଆସିଥିବା ଅନୁମାନ କରାଯାଇଛି। ରାଜହଂସରେ ଲାଗିବା ପରେ ଇଞ୍ଜିନରେ ତ୍ରୁଟି କାରଣରୁ ଜାହାଜଟି ଚିଲିକା ଉପକୂଳରେ ଅଟକିଛି। ମାଲେସିଆରୁ ବିଶାଖାପାଟଣାରୁ ବାଂଲଦେଶ ଅଭିମୁଖେ ଯିବାର ଥିଲା। […]
ବଲାଙ୍ଗିର (ମନୋରଞ୍ଜନ ଯୋଷୀ): ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍। ପାଇଖାନା ନିର୍ମାଣ ନକରି କାଗଜକଲମରେ ଟଙ୍କା ଉଠାଇ ନିଆଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହିତାଧିକାରୀ ଏ ସମ୍ପର୍କରେ କିଛି ବି ଜାଣିପାରୁ ନାହାନ୍ତି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ତଥ୍ୟ ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୮ ପ୍ରତିଶତ ହିତାଧିକାରୀ ସ୍ୱଚ୍ଛ ଭାରତ ମିଶନରେ ଅନ୍ତର୍ଭୁକ୍ତ ହୋଇ ସାରିଲେଣି। ହେଲେ ସରକାରୀ ଜିଓ ଟ୍ୟାଗିଂ ତଥ୍ୟରେ ଏ ସଂଖ୍ୟା ୭୧ ପ୍ରତିଶତ ରହିଛି। ଅଗଷ୍ଟ […]
ପୁରୀ: ତାଜ୍ମହଲର ଇତିହାସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ତାଜମହଲର ପ୍ରକୃତ ନାଁ ‘ତେଜ ମହାଲୟା’। ଏହା ଏକ ଶୈବ ପୀଠ ଥିଲା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ସେହିପରି କୋହିନୂର ହୀରା ସମ୍ପର୍କରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ରାଜା ରଣଜିତ ସିଂହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ହୀରାକୁ ଅର୍ପଣ କରିଥିଲେ। ତେବେ କୋହିନୂରକୁ ଲୁଟ କରାଯାଇଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। କେବଳ କୋହିନୂର ନୁହେଁ, ଭାରତର ଅନେକ ମୂଲ୍ୟବାନ […]
ଭୁବନେଶ୍ୱର: ବିଜୁଳି ଶୁଳ୍କ କମାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖା ଅଭିଯାନ ଆରମ୍ଭ ହୋଇଛି। ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏହି ଅଭିଯାନ। ଏଥିରେ ସଦସ୍ୟ ତଥା ସାଧାରଣ ଲୋକେ ଏକ ପୋଷ୍ଟକାର୍ଡରେ ବିଜୁଳି ଦର କମାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱର ରେଡକ୍ରସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ […]
ଭୁବନେଶ୍ୱର : ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ଲାଗି ସରକାର ସର୍ବକ୍ଷମା ଯୋଜନା ପ୍ରଣୟନ କରିଥିଲେ। ହେଲେ ଏହି ଯୋଜନାକୁ ଲୋକେ ଏବଂ ବେଆଇନ ନିର୍ମାଣକାରୀ ଗ୍ରହଣ କରୁନାହାନ୍ତି। ଯାହାକୁ ଲକ୍ଷ୍ୟ କରି ସରକାର ଥରକୁ ଥର ଯୋଜନାର ଅବଧି ବଢ଼ାଇବା ସହ ଜୋରିମାନା ରାଶି ହ୍ରାସ କରିଛନ୍ତି। ପୂର୍ବ ଥର ଅପେକ୍ଷା ଏଥର ନିୟମକୁ କୋହଳ କରିବା ସହ ଜରିମାନା ରାଶିକୁ ବେଶ୍ କମ୍ କରିଛନ୍ତି। ସରକାର ପୂର୍ବରୁ ଆପାର୍ଟମେଣ୍ଟ ଓ ହାଇରାଇଜ୍ ବିଲ୍ଡିଂ […]
ଯାଜପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଲେ ପ୍ରେମିକ। ଯୁବତୀ ୬ ମାସର ଗର୍ଭବତୀ ହେବାପରେ ଯୁବକ ଜଣକ ଫେରାର ହୋଇଯାଇଛି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରୁ। ଥାନା ଓ ଏସ୍ପିଙ୍କ ନିକଟରେ ଫେରାଦ ହେବା ପରେ ବି ନ୍ୟାୟ ନ ମିଳିବାରୁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ସେପଟେ ପୁଲିସ କହିଛି ତଦନ୍ତ ଚାଲିଛି ଖୁବ୍ଶୀଘ୍ର ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ସାରା ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ ହେବାକୁ ଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ପରେଡ୍ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମସ୍ତ ଜିଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। କେଉଁ ଜିଲାରେ କେଉଁ ମନ୍ତ୍ରୀ ପରେଡ୍ ଅଭିବାଦନ ଗ୍ରହଣ କରିବେ, ସେ ସମ୍ପର୍କରେ ସୂଚନା ଦିଆଯାଇଛି। କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ। ସେହିପରି […]
ସୁନ୍ଦରଗଡ଼: ଆଜି ବିଶ୍ୱ ଆଦିବାସୀ ଦିବସ। ଏହି ଅବସରରେ ସୁନ୍ଦରଗଡ଼ସ୍ଥିତ ଭବାନୀ ଭବନ ଷ୍ଟାଡିୟମରେ ବିଶ୍ୱ ଆଦିବାସୀ ଦିବସ ପାଳ କରାଯାଇଛି। ଆଦିବାସୀ ମୂଳ ନିବାସୀ ଅଧିକାର ସୁରକ୍ଷା ମଞ୍ଚ, ଆଦିବାସୀ ମୂଲବାସୀ ବଚାଓ ମଞ୍ଚ ଆଠକୋଶିଆ ଆଦିବାସୀ ଏକତା ମଞ୍ଚ ଓ ପେଶା ଗ୍ରାମସଭା ସଂଗଠନ ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ କୋଣରୁ ଆସିଥିବା ଆଦିବାସୀ ପୁରୁଷ ଓ ମହିଳା ପାରମ୍ପରିକ ପୋଷାକ ପିନ୍ଧି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେହିପରି ରାଉରକେଲା […]