ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ପରକୀୟା ପ୍ରେମ ଓ ପ୍ରତାରଣା ପାଇଁ ଘଟିଛି ଲୋମହର୍ଷଣ ହତ୍ୟା। ଜଗତସିଂହପୁର ବାଲିକୁଦା ଥାନା ଦାଆଗାଁ ରହସ୍ୟଜନକ ମୃତ୍ୟୁ ପଛରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଯାହାର ଖୁଲାସା କରିଛନ୍ତି ମୃତ ଯୁବକଙ୍କ ପତ୍ନୀ। ମୃତଦେହକୁ ଚିହ୍ନଟ କରିବା ସହ ଏହା ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ଓ ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ବୋକାଖାଇରେ। କେବଳ ଏତିକି ନୁହେଁ, ମୃତଦେହ ନିକଟରେ ରକ୍ତରେ ଯେଉଁ ‘ମଧୁ’ଙ୍କ ନାଁ ଲେଖାଯାଇଥିଲା, ସେ […]
ପୁର (ଅଶୋକ ବ୍ରହ୍ମା): ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ହଜି ଯାଉଛି ଅନେକ ପରିବାର। ଉଜୁଡ଼ି ଯାଉଛି ସଂସାର। ଥରେ ଯଦି ଗୁଣି ଗାରେଡ଼ି ଅଭିଯୋଗର ଛାପ ଲାଗିଲା, ବର୍ଷ ପରେ ବର୍ଷ ଭୋଗିବାକୁ ପଡୁଛି ନର୍କ ଯନ୍ତ୍ରଣା। ଏପରିକି ନିର୍ଯାତିତଙ୍କୁଗାଁ ଛାଡ଼ିବାକୁ ପଡ଼ୁଛି। ହେଲେ ଏପର୍ଯ୍ୟନ୍ତ ଗାଁକୁ ଫେରି ପାରୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୬ରୁ ଏଯାଏ ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ି ସଂପର୍କିତ ୧୩ଟି ମାମଲା ରୁଜୁ ହୋଇଛି। ସବୁଠୁ ଅଧିକ ମାମଲା ହୋଇଛି ଖଲ୍ଲିକୋଟ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପିଏମ୍ଜି ଏକ ଜନଗହଳିପୂର୍ଣ୍ଣ ସ୍ଥାନ ଓ ବହୁ ବଡ଼ବଡ଼ୁଆଙ୍କ ଘର ରହିଛି। ଏଥିସହିତ ବିଧାନସଭା ସମ୍ମୁଖ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବା ଯୋଗୁ ପିଏମ୍ଜି ରାସ୍ତାରେ ପୁଲିସ ଆଉଟ୍ ପୋଷ୍ଟ୍ ମଧ୍ୟ ରହିଛି। ଏବେ ପୂଜା ପାଇଁ ଅନବରତ ପାଟ୍ରୋଲିଂ କରୁଛି କମିଶନରେଟ୍ ପୁଲିସ୍। ଏସବୁ ସତ୍ତ୍ୱେ ବି ନ୍ୟାୟ ପାଇଁ ଧାରଣା ସ୍ଥଳରେ ଆନ୍ଦୋଳନ ଜାରି ରଖିଥିବା ଜଣେ ଯୁବତୀଙ୍କୁ ରାତିରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ […]
କେନ୍ଦୁଝର: ଆଖି ବୁଜିଲା କେନ୍ଦୁଝର ବାଂଶପାଳ ଉପରସୁମଠରେ ଅସୁସ୍ଥ ହୋଇପଡ଼ିଥିବା ହାତୀ। ଚିକିତ୍ସାଧିନ ଅବସ୍ଥାରେ ଆଜି ମାଈ ହାତୀଟି ପ୍ରାଣ ହରାଇଛି। ଗତ ୨୭ ତାରିଖରେ ହାତିଟି ଅସୁସ୍ଥ ହୋଇ ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ହାତୀଟି ପଡ଼ିଥିବା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ। କିଭଳି ହାତୀଟି ଅସୁସ୍ଥ ହେଲା ସେନେଇ ରକ୍ତ ନମୁନା ମଧ୍ୟ ସଂଗ୍ରହ କରିଥିଲେଯ। ତେବେ ଅସୁସ୍ଥର […]
ଅନୁଗୋଳ (ବିରଜା ଦାଶ): ଅକ୍ଟୋବର ଦୁଇ ତାରିଖରେ ସମଗ୍ର ଭାରତ ବର୍ଷରେ ପାଳିତ ହୋଇଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ। ଅହିଂସା ବଳରେ ଦେଶକୁ ଇଂରେଜ କବଳରୁ ମୁକ୍ତ କରିଥିବା ଏହି ମହାନ ଜନନାୟକଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯାଇଛି। ଆଜି ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲାରୁ ଆସିଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ତାଳଚେର ଯୁବ ସମାଜସେବୀ ସଂଗଠନର […]
ଝାରସୁଗୁଡା: ଝାରସୁଗୁଡ଼ା ପୁଡ଼ାମାଲ ଗାଁ ନିକଟରେ ବୀଭତ୍ସ ହତ୍ୟା କାଣ୍ଡ ଦେଖିବାକୁ ମିଳିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁଣସାଗର ଦାଶ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ସେ ଘରୁ ବାହାରକୁ ଯାଇଥିଲେ। କିନ୍ତୁ ତା’ ପରଠାରୁ ଘରକୁ ଫେରି ନଥିଲେ। ରାତି ସାରା ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ପାଇ ନଥିଲେ। ଆଜି ସକାଳୁ ଗୁଣସାଗରଙ୍କ ଗଳାକ କଟା ମୃତ […]
କେନ୍ଦ୍ରାପଡ଼ା: ସାଉଦି ଆରବରେ ଫସିଥିବା କେନ୍ଦ୍ରାପଡ଼ା ରାଜକନିକାର ସୁବୁନ ନାୟକ ଓଡ଼ିଶା ଫେରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସୁବୁନ ସୁରକ୍ଷିତ ଫେରିଥିବା ଜଣାପଡ଼ିଛି। ସାଉଦି ଆରବରେ ସୁବୁନ ନାୟକ ବିନାଖାଦ୍ୟରେ ନାନା ପ୍ରକାର ନିର୍ଯାତନାର ଶିକାର ହେଉଥିବା ତାଙ୍କ ବାପା ଅଭିଯୋଗ କରିବା ସହ ପୁଅକୁ ଫେରାଇ ଆଣିବାକୁ ବୈଜୟନ୍ତଙ୍କୁ ନିବେଦନ କରିଥିଲେ। ଏନେଇ ବୈଜୟନ୍ତ ଗତ ସେମ୍ବେର ୭ ତାରିଖରେ ସାଉଦି ଆରବରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ହସ୍ତକ୍ଷେପ […]
ଭୁବନେଶ୍ୱର: ଦୁର୍ନୀତିଖୋର OAS ଓ OFS ଚାକିରିରୁ ବିଦାହେବା ପରେ କେବେ ପଡ଼ିବ IAS ଓ IPSଙ୍କ ପାଳି? ଦୁର୍ନୀତିଗ୍ରସ୍ତ ବଡ଼ବାବୁଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ ? ଗତକାଲି ୫ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏବେ ପାଓ୍ୱାର କରିଡରରେ ଏମିତି ଚର୍ଚ୍ଚା ଚାଲିଛି। ନିକଟରେ ଦୁର୍ନୀତିରେ ଲିପ୍ତ ୪ ଜଣ ଅଫିସରଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଜଣକୁ ବହିଷ୍କାର କରିଥିଲେ। ଡେପୁଟି କନଜରଭେଟର ଅଫ୍ ଫରେଷ୍ଟ ଶରତ ପଣ୍ଡା, ଢେଙ୍କାନାଳର ପୂର୍ବତନ […]
ନୂଆପଡ଼ା (ମାୟାଧର ସରାଫ): ଶ୍ରମିକ ପାଇଁ ନୃଶଂସ ହେଲା ବାବୁ। ଟଙ୍କା ମାଗିବାରୁ ହୋତ ଓ ଗୋଡ଼ର ଆଙ୍ଗୁଳି କାଟିଦେଲା। ସୁଦୂର ମହାରାଷ୍ଟ୍ର ନାଗପୁରରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ସାଂଘାତିକ ନିର୍ଯାତନା। ପାରିଶ୍ରମିକ ଟଙ୍କା ମାଗିବାରୁ ଗୋଡ଼ ଓ ହାତର ଅଙ୍ଗୁଳି କାଟିଦେଲେ ଦାଦନ ଦଲାଲ୍। ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲାରୁ। ଦାଦନ ଜଣକ ଘରକୁ ଫେରିବା ପରେ ବଖାଣିଛନ୍ତି ପୂରା ଘଟଣା। ଗତ ରଥଯାତ୍ରା ସମୟରେ କୋମନା ଥାନା ଟିକରାପଡ଼ା ଗାଁର ଚମାରୁ […]
କଟକ: ୧୯୧୯ ମସିହାରୁ ୨୦୧୯। ଇତି ମଧ୍ୟରେ ଦୈନିକ ଖବରକାଗଜ ‘ସମାଜ’କୁ ଶହେ ବର୍ଷ ପୂରିଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ କେବଳ ଏକ ଖବରକାଗଜ ହୋଇ ରହିନାହିଁ, ଓଡ଼ିଶାର ଜନଜୀବନର ଏକ ବିରାଟ ଆନ୍ଦୋଳନ ଭାବେ ଠିଆ ହୋଇଛି। ଶହେ ବର୍ଷ ଭିତରେ ଅନେକ ଖବରକାଗଜ ପ୍ରକାଶନ ହୋଇଛି। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ପଥଭ୍ରଷ୍ଟ ହୋଇଥିବା ବେଳେ ଆଉ କିଛି ବନ୍ଦ ହୋଇଯାଇଛି। ହେଲେ ‘ସମାଜ’ ଏକ ମାଇଲ […]
ବାଲେଶ୍ୱର: ବାଲେଶ୍ୱର ସିଂଲା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି। ସ୍ଥାନୀୟ ଜଣେ ପୋଷ୍ଟ ପିଅନ ନାବାଳିକା ଜଣଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଘରେ ଥିବାବେଳେ ଡାକ ଦେବାକୁ ଆସିଥିଲେ ଡାକ କର୍ମଚାରୀ ବଂଶୀଧର ପାତ୍ର। ଘରେ କେହି ନଥିବାର ସୁଯୋଗ ନେଇ ବଂଶୀଧର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ନାବାଳିକା ଜଣକ ଚିତ୍କାର କରିବାକୁ ପାଖରେ ଥିବା କିଛି ଲୋକ ଦୌଡ଼ି ଆସିଥିଲେ ଗ୍ରାମବାସୀ […]
ଅନୁଗୋଳ/ବ୍ରହ୍ମପୁର: ରାଜ୍ୟରେ ଆଇନ୍କାନୁନ୍ ପ୍ରତି ଯେମିତି ମାଫିଆଙ୍କ ଭୟ ନାହିଁ। କେତେବେଳ ପୁଲିସ୍କୁ ପିଟୁଛନ୍ତ କେତେବେଳେ ସରକାରୀ ଅଫିସରଙ୍କୁ ମାଡ଼ ମାରୁଛନ୍ତି। ଏମିତି କିଛି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁରେ। ଅବକାରୀ ଟିମ୍ ଚଢ଼ାଉ ପାଇଁ ଯାଇଥିବା ଟିମ୍ ଉପରେ ଆକ୍ରମଣ କରିଛନ୍ତି ମଦ ମାଫିଆ। ଆକ୍ରମଣରେ ଅବକାରୀ ଟିମ୍ର ଜଣେ ଡ୍ରାଇଭଙ୍କ ସହ ୪ଜଣ ଆହତ ହୋଇଛନ୍ତି। ଅବକାରୀ ଟିମ୍ ଚଢ଼ାଉ ପାଇଁ ଯାଇଥିବା ବାଗଡ଼ିଆ ଗାଁରେ ୩ ଜଣଙ୍କୁ […]
ବିନିକା (ଦିଲ୍ଲୀପ ସାହୁ): ବାହା ବେଦୀରେ ଜୀବନର ଶେଷ ପର୍ଯ୍ୟନ୍ତ ସାଥି ହୋଇ ଚାଲିବାର କଥା କଥା ଦେଇ ଆଣିଥିଲେ ହେଲେ ଅଧାବାଟରେ ହାତ ଛାଡ଼ି ଚାଲିଗଲେ ସ୍ୱାମୀ। ଆଉ ଏକା ହୋଇଗଲେ ପତ୍ନୀ ପାର୍ବତୀ। ଦିନେ ହୋମ ନିଆଁକୁ ସାଖି ରଖି ସ୍ୱାମୀର ହାତ ଧରି ଶ୍ୱଶୁର ଘର ଆସିଥିଲେ ଆଉ ଆଜି ଯୁଇ ନିଆଁରେ ସ୍ୱାମୀକୁ ମୁକ୍ତି ଦେଇ ସ୍ତ୍ରୀର କର୍ତ୍ତବ୍ୟ କଲେ। ଆଜି ଏପରି ହୃଦୟବିଦାରକ ଦୃଶ୍ୟ ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି। ସୁବର୍ଣ୍ଣପୁର […]
ମୟୂରଭଞ୍ଜ: ପ୍ରାୟ ଦେଢ଼ ଘଣ୍ଟାର ମାଆ ଓ ମମତାର ସଂଘର୍ଷ। ନୂଆ ଦୁନିଆକୁ ଆସିବା ପାଇଁ ଜନନୀ ଜଠରେ ଅପେକ୍ଷା କରିଥିଲା କଅଁଳ ଜୀବନ। ଆଉ ଏପଟେ ନିଜ ଉଜ୍ଜ୍ଵଳ ଭବିଷ୍ୟତକୁ ଦୁନିଆର ଆଲୋକ ଦେଖାଇବା ପାଇଁ ଗର୍ଭ ଯନ୍ତ୍ରଣାକୁ ଦାନ୍ତକାମୁଡ଼ି ସହିଯାଉଥିଲା ମାଆ। କିନ୍ତୁ ଏତିକି ବେଳକୁ ବିଧି ବାମ ହେଲା। ଗର୍ଭବତୀଙ୍କୁ ନେଇ ମେଡିକାଲ୍ ଯାଉଥିବା ଆମ୍ବୁଲାନ୍ସରେ ହଠାତ୍ ତେଲ ସରିଗଲା। ଆଉ ଦେଢ଼ ଘଣ୍ଟାର ସଂଘର୍ଷ ପରେ ଶେଷରେ ମୃତ୍ୟୁଠାରୁ ହାରିଗଲା ମାଆ […]
ଭୁବନେଶ୍ୱର: ଆସାମ ଭଳି କେନ୍ଦ୍ରାପଡ଼ାରେ ଏନ୍ଆରସି ଲାଗୁ ନେଇ ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଚିଠି ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସ୍ଥାନୀୟ ପ୍ରଶାସନ ଏହାକୁ ଲାଗୁ କରିବା ପୂର୍ବରୁ କେନ୍ଦ୍ରର ନିର୍ଦ୍ଦେଶକୁ ଅପେକ୍ଷା କରିଥିବା ବେଳେ ବାଂଲାଦେଶୀ ଅନୁପ୍ରବେଶପ୍ରବଣ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ସ୍ଥିତି ପରଖି ଥିଲା ଓଟିଭି। କେନ୍ଦ୍ରାପଡ଼ା ମହାକାଳପଡ଼ା ପୋସ୍ତା ଗାଁରେ ରହୁଥିବା ଗୀତାଙ୍କ ଅସଲ ନାଁ ହେଉଛି ଗୀତା ମାଲ। ସେ […]
ଭୁବନେଶ୍ୱର: ଚାକିରିରୁ ବିଦା ହେଲେ ୫ ଜଣ ଦୁର୍ନୀତିଗ୍ରସ୍ତ ବରିଷ୍ଠ ଅଧକାରୀ। ଭିଜିଲାନ୍ସ ଯାଞ୍ଚରେ ଦୁର୍ନୀତିର ପ୍ରମାଣ ମିଳିଥିବାରୁ ୪ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଜଣଙ୍କୁ ବହିଷ୍କାର କରାଯାଇଛି। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଡେପୁଟି କନଜରଭେଟର ଅଫ୍ ଫରେଷ୍ଟ ଶରତ ପଣ୍ଡା, ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସର ବସନ୍ତ ବେହେରା, ଡେପୁଟି କମିଶନର ଏକ୍ସାଇଜ୍ ଦିଲୀପ ନାଗ୍, ଆସିଷ୍ଟାଣ୍ଟ ସିଭିଲ ସପ୍ଲାଇ ଅଫିସର ଅଶୋକ ମାଝୀ। ନୂଆପଡ଼ା ଜିଲ୍ଲା କୋମନାର ପୂର୍ବତନ ବିଡିଓ ତଥା […]
ଯାଜପୁର: ୫ ବର୍ଷ ପରେ ପୁଣି ଚର୍ଚ୍ଚାରେ ନଗଡ଼ା। ନଗଡ଼ାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ଜାତୀୟ ମାନବାଧିକାର କମିଶନ। ନଗଡ଼ାରେ କୁପୋଷଣ ରୋକିବାକୁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ଜବାବ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆର୍ସି। ଏ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ନଗଡ଼ା ସ୍ଥିତି ବଦଳୁ ନଥିବା ଏବଂ ଏବେବି ଶିଶୁଙ୍କୁ […]
ନୀଳଗିରି: ଘନେଇଲା ନୀଳଗିରି ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ବିବାଦ। ଏବେ ବି ତହସିଲ ଅଫିସ୍ ସମ୍ମୁଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ସ୍ଥାନୀୟଲୋକେ ଧାରଣାରେ ବସିଛନ୍ତି। ଅନ୍ୟପଟେ ବିଧାୟକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ସହ ଆଇନର ଦ୍ୱାରସ୍ଥ ହେବାକୁ ଧମକ୍ ଦେଇଛନ୍ତି ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ। ସୁଶ୍ରୀତା କହିଛନ୍ତି ଯେ ବିଧାୟକ ପ୍ରଥମେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଆଙ୍ଗୁଠି ଦେଖାଇ ତାଙ୍କ ସହିତ ଅଶାଳୀନ ଭାଷାରେ କଥାବାର୍ତ୍ତା ଆରମ୍ଭ କରିଥିଲେ। […]
ରାଉରକେଲା: ରଖେ ହରି ତ ମାରେ କିଏ, ଏହି ଉକ୍ତିଟି ଏବେ ସତ ପ୍ରମାଣିତ ହୋଇଛି। ରାଉରକେଲାରୁ ଉତ୍ତରପ୍ରଦେଶ ସିଙ୍ଗରୋଲୀକୁ ଯାଉଥିବା କାର୍କୁ ଟ୍ରକ୍ ଏମିତି ଧକ୍କା ଦେଇଛି ଯେ କାର୍ଟି ପୂରା ଚୁର୍ମାର ହୋଇଯାଇଛି। କିନ୍ତୁ ଏଥିରୁ ବର୍ତ୍ତିଯାଇଛନ୍ତି କାର୍ ବସିଥିବା ଯାତ୍ରୀ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ରାଉରକେଲାରୁ ଉତ୍ତରପ୍ରଦେଶ ସିଙ୍ଗରୋଲୀକୁ ଯାଉଥିଲେ ଦେବେନ୍ଦ୍ର ସିଂହ କୁଲହାର୍ଙ୍କ ପରିବାର। ସାଙ୍ଗରେ ଥିଲେ ସ୍ତ୍ରୀ ଓ ୭ ବର୍ଷର ଝିଅ। ତେବେ ବିଜୁ ଏକ୍ସପ୍ରେସ୍ର […]
ମାଲକାନଗିରି: ଶିକ୍ଷକ ଭୂମିକାରେ ଜିଲ୍ଲାପାଳ। ସ୍କୁଲ ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଢ଼ାଇବା ସହ ଭଲମନ୍ଦ ପଚାରି ବୁଝିଲେ ହାକିମବାବୁ।। ମାଲକାନଗିରି ଜିଲ୍ଲାର ଉପାନ୍ତ ଅଂଚଳରେ କିଭଳି ଚାଲିଛି ଶିକ୍ଷାଦାନ ତାହା ଜାଣିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ମାଓ ପ୍ରବଣରେ ଥିବା ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ବୁଲିବାକୁ ଯାଇଥିଲେ। ଏହି ସମୟରେ ସଲିମ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଜିଲ୍ଲାପାଳ। ପରେ ଶ୍ରେଣୀଗୃହରେ ଜିଲ୍ଲାପାଳ ଗଣିତ ପାଠ […]