Advertisment

ବିନା ମାଇକ୍ରୋୱେଭରେ କରନ୍ତୁ ତାୱା ପିଜା

ପିଜାର ସ୍ୱାଦ ନିଆରା ହୋ‍ଇଥିବାରୁ ଅନେକ ଲୋକ ପିଜାକୁ ବହୁତ ପସନ୍ଦ କରନ୍ତ। କିନ୍ତୁ କରୋନା ଭାଇରସର ଦ୍ଵିତୀଯ ଲହର ହେତୁ ଲକଡାଉନରେ ବାହାର ଖାଦ୍ୟ ଖାଇବାକୁ ମଧ୍ୟ ଭୟ ଲାଗୁଛି। ଏଭଳି ପରିସ୍ଥିତିରେ ପିଜା ପସନ୍ଦ କରୁଥିବା ଲୋକ ରହିବେ…

author-image
Pramod Behera
ଅଦ୍ୟତନ ହୋଇଛି
ବିନା ମାଇକ୍ରୋୱେଭରେ କରନ୍ତୁ ତାୱା ପିଜା

ପିଜାର ସ୍ୱାଦ ନିଆରା ହୋ‍ଇଥିବାରୁ ଅନେକ ଲୋକ ପିଜାକୁ ବହୁତ ପସନ୍ଦ କରନ୍ତ। କିନ୍ତୁ କରୋନା ଭାଇରସର ଦ୍ଵିତୀଯ ଲହର ହେତୁ ଲକଡାଉନରେ ବାହାର ଖାଦ୍ୟ ଖାଇବାକୁ ମଧ୍ୟ ଭୟ ଲାଗୁଛି। ଏଭଳି ପରିସ୍ଥିତିରେ ପିଜା ପସନ୍ଦ କରୁଥିବା ଲୋକ ରହିବେ ବା କେମିତି! କିନ୍ତୁ ଘରେ ମାଇକ୍ରୋୱେଭ୍ ଚୁଲି ନ ଥିବାରୁ ମନକୁ ମାରି ରହିବାକୁ ପଡୁଛି। କିନ୍ତୁ ବ୍ୟସ୍ତ ହେବାର ନାହିଁ, ଏହି କ୍ଷେତ୍ରରେ ତାୱା ପିଜା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ। ଆପଣ କେବେ ତାୱା ପିଜା ଚେଷ୍ଟା କରିଛନ୍ତି କି? ଏହାର ସ୍ଵାଦ ଏକଦମ ପିଜା ପରି ହୋଇଥାଏ। ତେବେ ଆସନ୍ତୁ ଜାଣିବା ତାୱା ପିଜା କିପରି ତିଆରି କରାଯାଏ।

Advertisment

ପ୍ରସ୍ତୁତି ପାଇଁ ସାମଗ୍ରୀ

publive-image

ମଇଦା – ୨ କପ୍

କ୍ୟାପସିକମ୍ -୧

ମକା – ୩

ପିଜା ସସ୍ – ୧/୨

ଛେନା – ୧/୨ କପ୍

ଇଟାଲୀୟ ମିକ୍ସ ହର୍ବସ୍ – ୧/୨ ଛୋଟ ଚାମଚ

ଅଲିଭ୍ / ରିଫାଇନ୍ଡ ତେଲ -୨ ଚାମଚ

ଚିନି – ଛୋଟ ଚାମଚ

ଇଷ୍ଟ – ଛୋଟ ଚାମଚ

ଲୁଣ – ସ୍ୱାଦ ଅନୁସାରେ

ପିଜା ବେସ୍ ତିଆରି କରିବାକୁ, ପ୍ରଥମେ ମଇଦାକୁ ଚାଲୁଣିରେ ଚଲେଇ ନିଅନ୍ତୁ। ଏହା ପରେ ଏଥିରେ ଇଷ୍ଟ, ଅଲିଭ୍ ତେଲ, ଚିନି ଏବଂ ଲୁଣ ମିଶାନ୍ତୁ। ତା’ପରେ ଉଷୁମ ପାଣି ମିଶାଇ ଭଲ ଭାବରେ ଗୋଳାନ୍ତୁ।

ମଇଦାକୁ ଏକ ପାତ୍ରରେ ରଖି ଏହାକୁ ଦୁଇ ଘଣ୍ଟା ଏକ ଗରମ ସ୍ଥାନରେ ଘୋଡାଇ ରଖନ୍ତୁ। ମଇଦାର ଉପର ପୃଷ୍ଠରେ ଅଳ୍ପ ତେଲ ଲଗାନ୍ତୁ, ଯାହାଫଳରେ ଏହା ଉପର ଶୁଖି ପାମ୍ପଡ ପରି ହୁଏ ନାହି। ମଇଦାକୁ ନେଇ ଏହାକୁ ପ୍ରାୟ ଅଧା ସେମି ମୋଟାରେ ପୁରୀ ଭଳି ବେଲନ୍ତୁ। ଏବେ ଗ୍ୟାସ ଉପରେ ଏକ ନନ୍ ଷ୍ଟିକ୍ ପ୍ୟାନ ବସାନ୍ତୁ। ଏଥିରେ ଅଳ୍ପ ତେଲ ପକେଇ ପୁରୀକୁ ପକାନ୍ତୁ। କମ୍ ନିଆଁରେ ପୁରୀର ଉଭୟ ପାର୍ଶ୍ୱକୁ ଭଲଭାବେ ସେକନ୍ତୁ। ବର୍ତ୍ତମାନ ପିଜା ବେସ୍ ପ୍ରସ୍ତୁତ।

Advertisment
publive-image
Source : Swasthi’s Repice

ପିଜା ତିଆରି କରିବା ପାଇଁ, ସର୍ବପ୍ରଥମେ କ୍ୟାପସିକମ୍ ଧୋଇ ଛୋଟ ଛୋଟ ଖଣ୍ଡରେ କାଟି ଏହାର ମଞ୍ଜି ବାହାର କରନ୍ତୁ। ମକାକୁ ଛୋଟ ଛୋଟ କରି କାଟନ୍ତୁ। ଗ୍ୟାସରେ ତାୱା ବସେଇ ଗରମ କରନ୍ତୁ ଏବଂ ପନିପରିବା ପକେଇ ଏହାକୁ ନରମ ହେବା ଯାଏ ଭାଜନ୍ତୁ। ବର୍ତ୍ତମାନ ସର୍ବପ୍ରଥମେ, ଏହା ଉପରେ ପିଜା ସସ୍ ର ଏକ ପତଳା ସ୍ତର ଲଗାନ୍ତୁ। ଏହା ପରେ କ୍ୟାପସିକମ୍ ଏବଂ ମକାକୁ ଏହା ଉପରେ ବିଛେଇକୁ ପକାନ୍ତୁ। ଏହା ପରେ ଛେନା ପକାନ୍ତୁ।

ପିଜାକୁ ଏକ ପାତ୍ରରେ ଘୋଡାଇ ଦିଅନ୍ତୁ ଏବଂ ଏହାକୁ ପ୍ରାୟ ପାଞ୍ଚ-ସାତ ମିନିଟ୍ ପାଇଁ ଗରମ କରନ୍ତୁ। କିଛି କିଛି ସମୟ ଛାଡ଼ି ଢାଙ୍କୁଣି ଖୋଲି ପିଜାକୁ ଦେଖନ୍ତୁ। ଛେନା ସଂପୂର୍ଣ୍ଣ ଭାବେ ତରଳିଯାଏ ଏବଂ ପିଜା ବେସ୍ ତଳୁ ବାଦାମୀ ହୋଇଯାଏ ସେତେବେଳେ ଗ୍ୟାସ୍ ବନ୍ଦ କରନ୍ତୁ। ବର୍ତ୍ତମାନ ତାୱା ପିଜା ପ୍ରସ୍ତୁତ। ଏହା ଉପରେ ଇଟାଲୀୟ ମିକ୍ସ ହର୍ବ ପକାନ୍ତୁ ଏବଂ ତା’ପରେ ପିଜାକୁ ଚାରି ଖଣ୍ଡରେ କାଟି ଗରମ ଗରମ ପରିବେଷଣ କରନ୍ତୁ।

Advertisment
Advertisment