/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739788321.jpg)
Mushroom Masala Toast
ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ମସରୁମ୍ ମସାଲା ଟୋଷ୍ଚ,’।' ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
ଅଧିକ ପଢନ୍ତୁ: Food and Recipe: ଘରେ ତିଆରି କରନ୍ତୁ ପନିରର ଏହି ସୁଆଦିଆ ରେସିପି
ଆବଶ୍ୟକ ସାମଗ୍ରୀ:
ବ୍ରେଡ୍, କଟା ମସରୁମ୍, ରିଫାଇନ୍ ତେଲ, ଗୋଟା ଜିରା, କଶ୍ମିରୀ ଲଙ୍କା, କଟା ରସୁଣ, କଟା ପିଆଜ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, କଟା ଟମାଟୋ, ବଟର୍, ଚିଜ୍ କୋରା, ଲେମ୍ବୁ ରସ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଏକ ପ୍ୟାନ୍ରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ଜିରା, କଶ୍ମିରୀ ଲଙ୍କା, କଟା ପିଆଜ ଓ ରସୁଣ ପକାଇ ଭାଜନ୍ତୁ।
- ପରେ ସେଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଅଳ୍ପ ପାଣି ଦେଇ ସେସବୁକୁ ଭଲଭାବେ କଷନ୍ତୁ।
- ପରେ ଏଥିରେ ଟମାଟୋ ପକାଇ କଷନ୍ତୁ।
- କିଛି ସମୟ କଷିବା ପରେ ଏଥିରେ କଟା ମସରୁମ୍ ପକାନ୍ତୁ।
- ଏଥିସହ ଲୁଣ, ବଟର୍ ଓ ଅଳ୍ପ ଲେମ୍ବୁ ରସ ମଧ୍ୟ ପକାଇ ଦିଅନ୍ତୁ ଏବଂ ମିଶ୍ରଣକୁ ଭଲଭାବେ କଷି ଦିଅନ୍ତୁ।
- ବର୍ତ୍ତମାନ ବ୍ରେଡ୍ଗୁଡ଼ିକୁ ବଟର୍ ଲଗାଇ ଓଭନ୍ରେ ସେକି ଦିଅନ୍ତୁ।
- ପରେ ପ୍ରତି ବ୍ରେଡ ପିସ୍ ଉପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସମରୁମ୍ ମସଲାକୁ ଲଗାନ୍ତୁ।
- ଏହା ଉପରେ କିଛି ଚିଜ୍ କୋରା ପକାନ୍ତୁ। ଏହା ଉପରେ ଆଉ ଏକ ବ୍ରେଡ୍କୁ ରଖନ୍ତୁ।
- କିଛି ସମୟ ଓଭନ୍ରେ ବ୍ରେଡକୁ ରଖି ଦିଅନ୍ତୁ। ପରେ ତାକୁ ବାହାରକୁ କାଢ଼ି ଦିଅନ୍ତୁ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ମସରୁମ୍ ମସାଲା ଟୋଷ୍ଚ । ଏହାକୁ ସସ୍ କିମ୍ବା ଚଟଣୀ ସହ ଗରମାଗରମ୍ ଖାଇପାରିବେ।
ଅଧିକ ପଢନ୍ତୁ: Food and Recipes: ଘରେ ବନାନ୍ତୁ ସୁଆଦିଆ ‘ମଲାଇ ଚପ୍’
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)