ଘିକୁଆଁରୀ ବା ଆଲୋଭେରା ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ବେଶ୍ ଉପକାରୀ। ଏହା ଆମର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରେ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି।
ଆଲୋଭେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ। ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଏବଂ ଏଥିରେ ଥିବା ଭିଟାମିନ୍ ବି୧୨ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା ଆଲୋଭେରା ଜୁସ୍ ପିଇଲେ କ’ଣ ଫାଇଦା ମିଳେ ।
୧. ଓଜନ କମ୍ କରିଥାଏ: ଆଲୋଭେରାକୁ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ବ୍ୟବହାର କରି ଆପଣ ସବୁ ମାସରେ ନିଜ ଓଜନ କମାଇ ପାରିବେ। ଏହା କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ।
୨. ଆଖି ପାଇଁ ଲାଭଦାୟକ: ଯଦି ଆପଣ ଟିଭି ଅଧିକ ଦେଖନ୍ତି କିମ୍ବା ମୋବାଇଲ୍ ଅଧିକ ବ୍ୟବହାର କରନ୍ତି ତେବେ ଆପଣଙ୍କ ଆଖିରେ ଏହା ଖରାପ ପ୍ରଭାବ ପକାଇବ। ଆଲୋବେରା ଜୁସ୍ ପିଇଲେ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢ଼ିବ।
୩. ସୁଗାରକୁ ନିୟନ୍ତ୍ରଣରେ ରଖେ: ଗବେଷଣାରୁ ଜଣାପଡ଼ିଛି, ଘିକୁଆଁରୀ ବା ଆଲୋଭେରାରେ ଥିବା ଇମୋଡିନ୍ ନାମକ ତତ୍ତ୍ୱ ଶରୀରରେ ଗ୍ଲୁକୋଜ୍ର ସ୍ତରକୁ କମ୍ କରିଥାଏ। ଏଥିସହ ଆଲୋଭେରା ଇନ୍ସୁଲିନ୍ ସ୍ତର ନିୟନ୍ତ୍ରଣ କରି ଡାଇବେଟିସ୍କୁ କଣ୍ଟ୍ରୋଲ୍ କରିଥାଏ।
୪. ରକ୍ତ ଚାପ କମ୍ କରେ: ଆଲୋଭେରା ପ୍ରତିଦିନ ଖାଇଲେ ଆପଣଙ୍କ ରକ୍ତଚାପ କମ୍ ହୋଇପାରେ। ତେଣୁ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ଭଲ। କିନ୍ତୁ କମ୍ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ବିପଦ ଆଣିପାରେ।
୫. ଅଲସର୍ ଭଲ କରେ: ଆଲୋଭେରାରେ ଥିବା ଆଣ୍ଟି ଇନ୍ଫ୍ଲାମେଟୋରି ତତ୍ତ୍ୱ ଓ ଭିଟାମିନ୍ ସି’ ଆମ ହଜମ କ୍ରିୟାକୁ ଭଲ ରଖିବା ସହ ପେଟର ଅଲସର୍ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।