ଆଜି ୨୦୨୧ ମସିହା ଡିସେମ୍ବର ତା ୧ରିଖ ବୁଧବାର ବିଛା ୧୬ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ଦ୍ୱାଦଶୀ ତିଥୀ । ଆସନ୍ତୁ ଜାଣିବା ଆଜିର ରାଶିଫଳ । କେମିତି କଟିବ ଦିନ ଏବଂ କ’ଣ ରହିଛି ପ୍ରତିକାର ?
ମେଷ:- ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରାଇବ । ଭ୍ରମଣର ଯୋଗ ରହିଛି, ମହିଳାମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ରହିବ । ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖା ଦେଇପାରେ ।
ପ୍ରତିକାର:- ସାତୋଟି ଲବଙ୍ଗ ପାଖରେ ରଖନ୍ତୁ ।
ବୃଷ:- ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । କର୍ମକ୍ଷେତ୍ରରେ ନୂତନ ଦାୟି୍ତ୍ୱ ନେବେ । ଯାତ୍ରା, ବାଣିଜ୍ୟ, ପ୍ରଶାସନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ବହୁତ ଭଲ ରହିବ ।
ପ୍ରତିକାର:- କୈଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।
ମିଥୁନ:- ଅପ୍ରିୟ ସତ୍ୟ ଭାଷଣ ଜନିତ ବନ୍ଧୁଙ୍କ ସହ କଳହର ସୂଚନା ରହିଛି । ପରିବାରର ବ୍ୟୟ ବୃଦ୍ଧି ହେତୁ ବ୍ୟସ୍ତତା ମଧ୍ୟ ବୃଦ୍ଧି ପାଇପାରେ । ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି ।
ପ୍ରତିକାର:- ଶିବଙ୍କୁ କର୍ପୂରର ଆଳତୀ କରନ୍ତୁ, ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ ।
କର୍କଟ:- ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ । ଅଫିସ୍ କାମରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ । ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ ।
ପ୍ରତିକାର:- ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ ।
ସିଂହ:- ସ୍ଥଗିତ କାମକୁ ଅତିଶୀଘ୍ର ସମ୍ପନ୍ନ କରିବା ଦିଗରେ ଚେଷ୍ଟା କରି ସଫଳ ହେବେ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ କରିବାକୁ ପଡ଼ିବ । କୌଣସି କଥାରେ ତରବର ହୋଇ କାମ କରନ୍ତୁ ନାହିଁ ।
ପ୍ରତିକାର:- ଓଁ ନମଃ ଭଗବତେ ଶ୍ରୀ ସୂର୍ଯ୍ୟ ନାରାୟଣାୟ ଏହି ମନ୍ତ୍ରକୁ ଦଶଥର ଜପ କରନ୍ତୁ ।
କନ୍ୟା:- ଆଜି ମନରେ ଭାବପ୍ରବଣତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଅପୂରଣୀୟ ଆଶା ମନରେ ବିଭିନ୍ନ ପ୍ରକାରର ଆଶଙ୍କା ଉଦ୍ରେକ କରିବ । ସାମାଜିକ ସ୍ତରରେ କାମ କରି ସମାଲୋଚିତ ହୋଇପାରନ୍ତି ।
ପ୍ରତିକାର:- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।
ତୁଳା:- ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ । ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ପ୍ରତିକାର:- ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।
ବିଛା:- ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ । ଯାତ୍ରାରେ ସଫଳତା ହାସଲ କରିବେ । ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ ।
ପ୍ରତିକାର:- ହନୁମାନଙ୍କୁ ଦର୍ଶନ କରନ୍ତୁ ତାଙ୍କ ସିନ୍ଦୂର ମଥାରେ ଲଗାନ୍ତୁ ।
ଧନୁ:- ସଭାସମିତି କିମ୍ବା ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଉପୁଜିପାରେ । ଚେଷ୍ଟା କରୁଥିବା କାମ ଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୁଳ ସୁଯୋଗ ସୃଷ୍ଟି ହେବ ।
ପ୍ରତିକାର:- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ ।
ମକର:- ପୂର୍ବ ସ୍ଥିରୀକୃତ ଯୋଜନା ଠିକ୍ ଭାବରେ ହେବା କଷ୍ଟକର ହେବ । ପ୍ରତ୍ୟେକ କ୍ଷେତ୍ରରେ ଧୈଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ ।
ପ୍ରତିକାର:- ଶିବଙ୍କ ପାଖରେ ପାଞ୍ଚୋଟି ତ୍ରିଶାଖା ବେଲପତ୍ର ମହାମୃତ୍ଯୁଞ୍ଜୟ ମନ୍ତ୍ରରେ ପ୍ରଦାନ କରନ୍ତୁ ।
କୁମ୍ଭ:- ଆଜି ସକାଳୁ ସକାଳୁ ଦେବ ଦର୍ଶନ ସକାଶେ ମନ ବଳାଇପାରନ୍ତି । ଖାଦ୍ୟ ପେୟର ଅନିୟମିତତା ଯୋଗୁ ଶରୀର ଅସୁସ୍ଥ ହୋଇପାରେ । ପରିବାରରେ ପୁତ୍ରକନ୍ୟାଙ୍କ ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି ।
ପ୍ରତିକାର:- ଗାଈକୁ ଦୁବ ଘାସ ଖାଇବାକୁ ଦିଅନ୍ତୁ ।
ମୀନ:- ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ, ଯାନବାହନ ଚଳାଇବା ବେଳେ ଆଜି ସତର୍କତା ଅବଲମ୍ବନ କରନ୍ତୁ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି ।
ପ୍ରତିକାର:- ଅଶ୍ୱତଥ୍ ବୃକ୍ଷ ମୂଳରେ ରାଶି ତେଲର ଦୀପଟିଏ ପ୍ରଦାନ କରନ୍ତୁ