• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

usa
ଆମେରିକା ଓ ଚୀନ ମଧ୍ୟରେ ଆହୁରି ବିଗିଡ଼ିଲା ସଂପର୍କ

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ଅଧିକରୁ ଅଧିକ ତିକ୍ତ ହେବାରେ ଲାଗିଛି। ହଷ୍ଟନରେ ଥିବା ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବା ଲାଗି ଚୀନ୍‌କୁ ନିର୍ଦ୍ଦେଶ ଦେଇଛି ଆମେରିକା। ଚୀନ୍‌ର ବାଣିଜ୍ୟିକ ଦୂତାବାସରେ ଅନ୍ଧାରରେ କିଛି କାଗଜପତ୍ର ଜଳାଇ ଦିଆଯାଉଥିବା ଏବଂ ପୁଣି ପାଣି ଢାଳି ନିଆଁ ଲିଭାଯାଉଥିବା ଘଟଣା ପ୍ରଚାର ହୋଇଥିଲା। ସ୍ଥାନୀୟ ପୋଲିସ କର୍ମଚାରୀ ଏସମ୍ପର୍କରେ ଖବର ପାଇବା ପରେ ଦୂତାବାସ ପରିସରରେ ପଶିବାକୁ ଚାହିଁଥିଲେ।  ତେବେ ଏଥିପାଇଁ […]

china
LACରୁ ହଟୁନି ଚୀନ; ଏବେ ବି ଠୁଳ କରିଛି ୪୦ ହଜାର ସୈନ୍ୟ

ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି ଚୀନ ! ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ପ୍ରକାଶ ପାଇବା ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେ ବି ଚୀନ ତାର ସେନା ମୁତୟନ କରିଛି। LAC ନିକଟରେ ଅନେକ ସ୍ଥାନରେ ଏବେ ବି ଚୀନ ସେନାର ଉପସ୍ଥିତି ଦେଖିବାକୁ ମିଳିଛି। ଗଲୱାନ ଘାଟୀ, ହଟ୍ ସ୍ପ୍ରିଙ୍ଗ, ଏବଂ ପାନଗଙ୍ଗ ହ୍ରଦ ନିକଟର କିଛି ଅଞ୍ଚଳରୁ ଡ୍ରାଗନ ତାହାର ସେନା ହଟାଇଦେଇଛି ସିନା କିନ୍ତୁ […]

bihar flood
ବିହାରରେ ବନ୍ୟା ପରିସ୍ଥିତି ସଙ୍ଗୀନ; ପାଣିଘେରରେ ଲୋକ

ପାଟନା: ବନ୍ୟା ଜଳରେ ଉବୁଟୁବୁ ହେଉଛି ବିହାର। କିଛି ଦିନ ଧରି ହେଉଥିବା ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କୋସି ନଦୀ ଓ ତିଲଯୁଗାର ଜଳସ୍ତର ବଢିବା ଯୋଗୁଁ ଏବେ ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇଛନ୍ତି । ବିହାରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ଲାଗି ରହିଛି। ଏହା ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭୋଜପୁର, […]

assam
ଆସାମ ବନ୍ୟା; ଗଲାଣି ୮୯ ଲୋକଙ୍କ ଜୀବନ

ଦିଶପୁର: ଆସାମର ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।  ବନ୍ୟାରେ ୨୬ ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୮୯ ଜଣଙ୍କ ଜୀବନ ଯାଇଛି। ଦିବ୍ରୁଗଡ, କୋକ୍ରାଝର ଭଳି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାରିଆଡ଼େ ଖାଲି ପାଣି ଆଉ ପାଣି ଘରଦ୍ୱାର, ଚାଷ ଜମି ଓ ରାସ୍ତା ଘାଟ ସବୁଠି ପ୍ରକୃତିର ବିଭୀଷିକା ।ବହୁ ସଂଖ୍ୟକ ଲୋକଙ୍କ ଘର, ଦ୍ୱାର ପାଣିରେ ବୁଡି ରହିଛି।  ଏମିତିକି ସ୍ଥାନେ ସ୍ଥାନେ ରାସ୍ତାରେ ୩/୪ ଫୁଟ୍ ଉଚ୍ଚରେ […]

corona
୨୪ ଘଣ୍ଟାରେ ସର୍ବାଧିକ ୪୫ ହଜାର କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୪୫ ହଜାର ୭୨୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ପରେ ବର୍ତ୍ତମାନ ଦେଶରେ କୋଭିଡ ମାମଲା ୧୨ ଲକ୍ଷ ୩୮ହଜାର ୬୩୫ରେ ପହଞ୍ଚିଛି । ସେହିଭଳି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୦ ହଜାର ପାଖାପାଖି ପହଞ୍ଚିଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ […]

lover
ପତ୍ନୀଙ୍କର ଥିଲେ ୧୪ ଲଭର୍ସ, ସ୍ୱାମୀ ମାଗିଲେ...

କୋଲକାତା: ପତ୍ନୀ ଧୋକ୍କା ଦେଲେ। ତାଙ୍କ ଅଗୋଚରରେ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଲେ। ଏଥିପାଇଁ ତାଙ୍କର ସୁଖ, ଶାନ୍ତି ନଷ୍ଟ ହେଲା,  ଅନେକ ବଦନାମ୍‌ ବି ସହିବାକୁ ପଡ଼ିଲା। ଏଥିପାଇଁ ସ୍ୱାମୀ ମାଗିଛନ୍ତି ୧୦୦ କୋଟିର କ୍ଷତିପୂରଣ ।  ତାହା ପୁଣି ପତ୍ନୀଙ୍କୁ ନୁହେଁ, ପତ୍ନୀଙ୍କ ପ୍ରେମିକଙ୍କୁ।  ଏପରି ଘଟଣା ଘଟିଛି କୋଲକାତା ଅଞ୍ଚଳରେ। ପଶ୍ଚିମବଙ୍ଗ କୋଲକାତାର ଏହି ବ୍ୟକ୍ତିଜଣକ ଜାଣିବାକୁ ପାଇଲେ ଯେ,  ତାଙ୍କ ପତ୍ନୀଙ୍କର ୧୪ ଜଣ ପ୍ରେମିକ ଅଛନ୍ତି ଏବଂ ସେମାନଙ୍କ […]

nurse
କରୋନା ରୋଗୀଙ୍କ ସେବା କରି ସିଂଗାପୁର ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେଲେ ନର୍ସ

ନୂଆଦିଲ୍ଲୀ: ସିଂଗାପୁରରେ ରହୁଥିବା ଜଣେ ୫୯ ବର୍ଷୀୟ ମୂଳ ଭାରତୀୟ ନର୍ସଙ୍କୁ ତାଙ୍କର ସେବା ପାଇଁ ମିଳିଛି ରାଷ୍ଟ୍ରପତି ପୁରସ୍କାର। କୋଭିଡ-୧୯ ପରି ବିପଦକାଳିନ ସ୍ଥିତିରେ ଏହି ଭାରତୀୟ ମୂଳ ନର୍ସ ନିଜ ଜୀବନକୁ ପାଣି ଛଡେଇ ଯେପରି ରୋଗୀଙ୍କ ସେବା କରିଥିଲେ ତାହାକୁ ଦେଖି ସିଂଗାପୁର ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିଛନ୍ତି। ଏ ନେଇ ସେଠିକାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମୂଳ ଭାରତୀୟ ନର୍ସଙ୍କ ନାମ କଳା ନାରାୟଣସାମୀ। ତାଙ୍କ ସହିତ […]

delhi
୪ ବର୍ଷର ଝିଅକୁ ବଞ୍ଚାଇବା ପାଇଁ କିଡ୍‌ନାପର୍‌ଙ୍କ ସହ ଫାଇଟ୍‌ କଲେ ମା’

ନୂଆଦିଲ୍ଲୀ: ଯଦି ଛୁଆ ଉପରେ ବିପଦ ଆସେ, ତା’ହେଲେ ପରିସ୍ଥିତି ଯାହାବି ହେଉନା କାହିଁକି ଛୁଆର ସୁରକ୍ଷା ଦେବାପାଇଁ ମା’ ଆଗେଇ ଆସେ। ଏବେ ଏମିତି ଜଣେ ମହିଳାଙ୍କ ସାହସିକତାକୁ ନେଇ ବେଶ୍‌ ଚର୍ଚ୍ଚା। ଜୀବନକୁ ବାଜି ଲଗାଇ କିଭଳି ଭାବରେ ଜଣେ ମହିଳା ତାଙ୍କର ୪ ବର୍ଷର ଝିଅକୁ ଅପହରଣକାରୀଙ୍କ କବଳରୁ ରକ୍ଷା କରିଛନ୍ତି, ତା’ର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ମଙ୍ଗଳବାର ଦିନ ଦିଲ୍ଲୀରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, […]

nitin
ସରିଲା ଏନ୍‌ଗେଜ୍‌ମେଣ୍ଟ୍, ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ତେଲୁଗୁ ଅଭିନେତା ନୀତିନ୍‌

ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରେମିକା ଶାଲିନୀ କାଣ୍ଡୁକୁରୀଙ୍କ ସହ ପ୍ରସିଦ୍ଧ ତେଲୁଗୁ ଅଭିନେତା ତଥା ଷ୍ଟାଇଲିଶ୍‌ ହିରୋ ନୀତିନ୍‌ଙ୍କ ଏନ୍‌ଗେଜ୍‌ମେଣ୍ଟ୍‌‌ ସରିଛି। ବୁଧବାର ଦିନ ହାଇଦ୍ରାବାଦରେ ଉଭୟ ପରିବାର ଲୋକ ଓ ସାଙ୍ଗସାଥୀଙ୍କ ଉପସ୍ଥିତିରେ ଏହି ଏନ୍‌ଗେଜ୍‌ମେଣ୍ଟ୍ ହୋଇଥିଲା। ଏନ୍‌ଗେଜ୍‌ମେଣ୍ଟ୍‌ର ଫଟୋ ନୀତିନ୍‌ ସୋସିଆଲ୍‌ ମିଡିଆରେ ଶେଆର୍‌ କରିଛନ୍ତି। ଏହି ଫଟୋରେ ଉଭୟ ବେଶ୍‌ ଖୁସି ଥିବା ନଜର ଆସୁଛନ୍ତି। ନୀତିନ୍‌ ଟ୍ରାଡିସ୍‌ନାଲ୍‌ ଅଫ୍‌ ହ୍ୱାଇଟ୍‌ କୁର୍ତ୍ତା ପିନ୍ଧି ଥିବାବେଳେ ଶାଲିନୀ ଅରେଞ୍ଜ ଓ ରେଡ୍‌ ରଙ୍ଗର […]

doctor
ଡାକ୍ତରଖାନାରେ ଡାକ୍ତରଙ୍କୁ ମିଳିଲାନି ବେଡ୍‌ , ମୃତ୍ୟୁ ସହ ଲଢି ଶେଷରେ ଆଖି ବୁଜି ଦେଲେ କରୋନା ଯୋଦ୍ଧା

ବେଙ୍ଗାଲୁର: କରୋନା ରୋଗୀଙ୍କ ସେବା କରୁଥିଲେ। ରୋଗୀଙ୍କ ଚିକିତ୍ସା କରୁ କରୁ ନିଜେ ପଡ଼ିଗଲେ ରୋଗରେ। ହେଲେ ଦୁଃଖର ବିଷୟ, ତାଙ୍କର ଚିକିତ୍ସା କରିବାକୁ କେହି ଆଗେଇ ଆସିଲେନି। ତିନି ତିନିଟା ଡାକ୍ତରଖାନା ତାଙ୍କୁ ଚିକିତ୍ସା କରିବନି ବୋଲି କହି ଫେରାଇ ଦେଲା। ଶେଷରେ ଏକା ଏକା ମୃତ୍ୟୁ ସହ ଲଢି ଆଖି ବୁଜିଦେଲେ ଜଣେ ୫୦ ବର୍ଷ ବୟସ୍କ ଏଇ କରୋନା ଯୋଦ୍ଧା। ଡାକ୍ତର ମଞ୍ଜୁନାଥ ଏସ୍‌ଟି କନକପୁରା ତାଲୁକର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ  ଡ୍ୟୁଟି […]

two boys
ବିଲ୍ଡିଂରେ ଲାଗିଲା ନିଆଁ, ଦୁଇଭାଇ ଜୀବନ ବଞ୍ଚାଇବା ପାଇଁ ୪୦ ଫୁଟ୍‌ ତଳକୁ ଡେଇଁପଡ଼ିଲେ

ଗ୍ରେନୋବଲ୍‌: ଫ୍ରାନ୍ସରେ ଏକ ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଫଳରେ ସେହି ମହଲାରୁ ଦୁଇ ଭାଇ ନିଜ ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁ ପଡ଼ିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଦୁଇ ଭାଇ ଜୀବିତ ଅଛନ୍ତି। ବିଲ୍ଡିଂ ତଳେ ଛିଡ଼ା ହୋଇଥିବା ଉଦ୍ଧାରକାରୀ ଟିମ୍‌ ସେ ଦୁହିଁଙ୍କୁ ବଞ୍ଚାଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। #COVID19 #accident #grenoble ( Ce mardi il a y’a […]

fabi-flu
ଆଶା ବଢ଼ାଇଲା ଫାବିପିରାବିର ଆଣ୍ଟି ଫ୍ଲ୍ୟୁ ମେଡିସିନ୍!

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମେଡିସିନ୍ ପ୍ରସ୍ତୁତକାରୀ କମ୍ପାନୀ ଗ୍ଲେନମାର୍କ ପକ୍ଷରୁ ବଡ଼ ଖୁସିର ଖବର ମିଳିଛି। କରୋନାର ସାମାନ୍ୟ ଓ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଫାବିପିରାବିର ଆଣ୍ଟି ଫ୍ଲ୍ୟୁ ମେଡିସିନ୍ ସକାରାତ୍ମକ ପ୍ରଭାବ ପକାଉଥିବା ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଦାବି କରିଛି। କମ୍ପାନୀ କହିଛି, ତୃତୀୟ ପର୍ଯ୍ୟାୟ କ୍ଲିନିନାଲ୍ ଟ୍ରାଏଲରେ ଦେଶର ୭ଟି କ୍ଲିନିକରେ ୧୫୦ଜଣ ରୋଗୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଛି ଏବଂ ଏଥିରେ ସଫଳତା ମଧ୍ୟ ମିଳିଛି। ୧୫୦ ଜଣ […]

rajasthan political crisis
ସୁପ୍ରିମ କୋର୍ଟରେ ପାଇଲଟଙ୍କ ବିଜୟ

ନୂଆଦିଲ୍ଲୀ: ସଚିନ ପାଇଲଟ୍ ମାମଲାରେ ଶୁଣାଣି କରିପାରିବେ ରାଜସ୍ଥାନ ହାଇକୋର୍ଟ। ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ତିନିଜଣିଆ ଖଣ୍ଡପୀଠ ରହିତାଦେଶ ଦେବାକୁ ମନା କରିଛନ୍ତି। ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଗଣତନ୍ତ୍ରରେ ବିରୋଧର ସ୍ୱରକୁ ଚପାଇ ଦେଇ ହେବ ନାହିଁ। ରାଜସ୍ଥାନରେ ବିଦ୍ରୋହୀ କଂଗ୍ରେସ ନେତା ସଚିନ୍ ପାଇଲଟ ଓ ତାଙ୍କ ୧୮ ସମର୍ଥକଙ୍କୁ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତି ସିପି ଯୋଶୀ କରିଥିବା ଆବେଦନ ଉପରେ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ। ସେହିପରି […]

slide1
ରାଜଭବନରେ କରୋନା; ୮୪ ପଜିଟିଭ ଚିହ୍ନଟ

ଚେନ୍ନାଇ: ତାମିଲନାଡୁ ରାଜଭବନରେ କରୋନା। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ଏକାଥରରେ ୮୪ କରୋନା ପଜିଟିଭ ବାହାରିଛନ୍ତି। ଏହାପରେ ତାମିଲନାଡୁ ରାଜଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ତାମିଲନାଡୁ ରାଜଭବନରେ କାର୍ଯ୍ୟରତ ୮୪ ସିକ୍ୟୁରିଟି ଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କ ନମୂନା ପଜିଟିଭ ଆସିଛି। ତେବେ ଏମାନଙ୍କ ମଧ୍ୟରୁ କୌଣସି ଆକ୍ରାନ୍ତ ରାଜ୍ୟପାଳଙ୍କ ସଂସ୍ପର୍ଶରେ ଆସି ନ ଥିବା ସୂଚନା ମିଳିଛି। ଏଠି କହି ରଖିବୁ, ଆଜି ଦେଶରେ କରୋନା ପଜିଟିଭଙ୍କ […]

RAM-MANDIR
୧୬୧ ଫୁଟ୍ ଉଚ୍ଚତା ହେବ ଅଯୋଧ୍ୟା ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମନ୍ଦିରର ନୂଆ ମଡେଲରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ, କାରଣ ୧୯୮୮ରେ କରାଯାଇଥିବା ଡିଜାଇନ୍ ଅନୁସାରେ ମନ୍ଦିରର ଉଚ୍ଚତା ୧୪୧ ଫୁଟ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ପୂର୍ବ ଡିଜାଇନ୍ ନିର୍ଦ୍ଧାରିତ ଉଚ୍ଚତାରୁ ଅଧିକ ଉଚ୍ଚ ହେବାକୁ ଯାଉଛି। ଅଯୋଧ୍ୟା ରାମ ମନ୍ଦିରର ଉଚ୍ଚତା ୧୬୧ ଫୁଟ୍ ହେବ। ତେବେ ମନ୍ଦିରକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନରେ […]

cow
୪ ଭୋକିଲା କୁକୁର ଛୁଆକୁ କ୍ଷୀରପାନ କରାଇଲା ଗାଈ; ଭିଡିଓ ଭାଇରାଲ

ମା‘ର ହୃଦୟ ତା’ର ସନ୍ତାନ ପାଇଁ ସବୁବେଳେ ମମତାରେ ଛଳଛଳ।  ସନ୍ତାନର ଆଖିରେ ଲୁହ ଦେଖିଲେ ବିଳପି ଉଠେ ମା’ର ହୃଦୟ। ସେ ସନ୍ତାନ ତା’ର ନିଜର ହେଉ ବା ଅନ୍ୟର। ଏମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି ଯାହା ଅନାବିଳ ମାତୃତ୍ୱର ଏକ ଜ୍ୱଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବନି। ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ଗାଈ ୪ଟି ଛୋଟ ଛୋଟ କୁକୁରକୁ କ୍ଷୀର ପିଇବାକୁ ଦେଉଛି। ସୋଶାଲ ମିଡିଆରେ ଏହି ଭିଡିଓ ଖୁବ୍‌ […]

BAIJAYANTPANDA
ମଣିପୁରରେ ରାଜନୈତିକ ଅସ୍ଥିରତା: ବୈଜୟନ୍ତ ଓ ମନୋଜଙ୍କୁ ଦାୟିତ୍ୱ

ଇମ୍ଫାଲ: ମଣିପୁରରେ ରାଜନୈତିକ ଅସ୍ଥିରତା ଦୂର ଲାଗି ତତ୍ପର ହୋଇପଡ଼ିଛି ବିଜେପି। ବିଧାୟକଙ୍କ ବିଦ୍ରୋହକୁ ନେଇ ମୁଖ୍ୟମନ୍ତ୍ରୀ ବିରେନ ସିଂହ ସରକାର ପ୍ରତି ସୃଷ୍ଟି ହୋଇଥିବା ବିପଦ ଦୂର ଲାଗି ଦଳ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଏଥିଲାଗି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ତଥା ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଇମ୍ପାଲ ପଠାଯାଇଛି। ଦୁଇ ନେତା ମୁଖ୍ୟମନ୍ତ୍ରୀ ସିଂ, ଦଳୀୟ ବିଧାୟକ ଓ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବା […]

4month
ପେଟ ପାଇଁ ୪ମାସ ଶିଶୁକୁ ବିକି ଦେଲା ଅସହାୟ ବାପା

ଆସାମ: ଆସାମରେ ଏକ ସମ୍ୱେଦନଶୀଳ ଘଟଣାକୁ ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ସମୟରେ କାମ ବନ୍ଦ ରହିଛି। ଫଳରେ ଗରିବ ଦିନ ମଜୁରିଆ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ରୋଜଗାର ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଏହି ସମୟରେ ଟଙ୍କା ଅଭାବରୁ ଜଣେ ବାପା ୪ମାସର ତା’ର ଶିଶୁ କନ୍ୟାକୁ ୪୫ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଏହି ଘଟଣା ଆସାମର କୋକ୍ରାଝର ଜିଲ୍ଲାରେ ଘଟିଛି। ଖବର ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ କାମ […]