• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rodrigo duterte
ମଞ୍ଚରେ ୫ ମହିଳାଙ୍କୁ ଚୁମ୍ବନ ଦେଲେ ଫିଲିପାଇନ୍ସ ରାଷ୍ଟ୍ରପତି

ଟୋକିଓ: ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଜାପାନର ଟୋକିଓଠାରେ ଏକ କାର୍ଯ୍ୟକ୍ରମରେ ଏକାଥରେ ୫ ଜଣ ମହିଳାଙ୍କ ଚୁମ୍ବନ ପାଇଥିବା ଖବର ଏବେ ଚର୍ଚ୍ଚାରେ। ସେ କହିଛନ୍ତି, ଏହି ସୁନ୍ଦରୀ ମହିଳାଙ୍କ ଚୁମ୍ବନ ପାଇ ସେ ‘ସମଲଙ୍ଗୀ’ ହେବାରୁ ରକ୍ଷା ପାଇଯାଇଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ମଧ୍ୟ ମଞ୍ଚ ତଳେ ଉପସ୍ଥିତ ଥିଲେ। ୭୪ ବର୍ଷ ବୟସ୍କ ରୋଡ୍ରିଗୋ ଜାପାନ୍‌ରେ ବସବାସ କରୁଥିବା ଫିଲିପିନୋ ଲୋକଙ୍କୁ ଭେଟିବାକୁ ଯାଇଥିଲେ। ହଠାତ ମଞ୍ଚ ନିକଟରେ ବସିଥିବା ମହିଳା […]

police
ଭର୍ଜିନିଆ ବିଚ୍‌ରେ ଗୁଳିମାଡ଼: ୧୨ ମୃତ, ୬ ଆହତ

ୱାଶିଂଟନ୍‌: ଆମେରିକାର ଭର୍ଜିନିଆ ବିଚ୍‌ରେ ଗୁଳିମାଡ଼ରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସେ ଭର୍ଜିନିଆ ବିଚ୍‌ରେ କାର୍ଯ୍ୟ କରୁଥିଲେ। ଭର୍ଜିନିଆ ବିଚ୍‌ରେ ଥିବା ମ୍ୟୁନିସିପାଲିଟି ଅଫିସ୍‌ରେ ଗତକାଲି ଅପରାହ୍ଣ ୫ଟାରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ତାଙ୍କ ସହକର୍ମୀମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ସେତେବେଳେ ସେଠାରେ ସେମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଖବର […]

injured
ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଭୁବନେଶ୍ୱର: ଛୋଟବେଳେ ଆପଣ ସାଇକେଲ୍‌ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ି ଯାଇ ଖଣ୍ଡିଆ ହୋଇଥିବେ ନିଶ୍ଚୟ। ତେବେ ଖଣ୍ଡିଆ ହୋଇ ଶରୀରରେ ଏହି ଦାଗ ରହିଲେ ଏହା ସୁନ୍ଦର ଦେଖାଯାଇନଥାଏ। ଫଳରେ ଆମେ ବିଭିନ୍ନ ଉପାୟ ମାଧ୍ୟମରେ ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ। କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ  ସବୁ ଲୋକ ଏପରି […]

farmer
ଏବେ ସବୁ ଚାଷୀଙ୍କ ପାଇଁ ପିଏମ୍‌-କିଷାନ୍‌ ଯୋଜନା, ବର୍ଷକୁ ମିଳିବ ୬ ହଜାର ଟଙ୍କା

ନୂଆଦିଲ୍ଲୀ: ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ସମସ୍ତ ଚାଷୀଙ୍କ ପାଇଁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପିଏମ୍‌-କିଷାନ୍‌ ଯୋଜନାରେ ଆଉ ଜମି ପରିମାଣକୁ ନେଇ ରହିଥିବା କଟକଣା ରହିବ ନାହିଁ। ଏଥିରେ ପ୍ରାୟ ୧୫ କୋଟି ଚାଷୀ ପରିବାରକୁ ସିଧାସଳଖ ସହାୟତା ପହଞ୍ଚିବ ବୋଲି ଆକଳନ କରାଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୩୫୦ ଆସନରେ […]

pm modi
ଟିମ୍ ମୋଦି: ଅମିତ ଶାହ ଗୃହମନ୍ତ୍ରୀ, ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ମୋଦି-୨ ସରକାର ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ଗତକାଲି ଶପଥ ଗ୍ରହଣ ଉତ୍ସବ ପରେ ଆଜି ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ମିଳିଛି। ମୋଦିଙ୍କ ଏହି ନୂଆ ମନ୍ତ୍ରିମଣ୍ଡଳରେ ଅମିତ ଶାହଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଦାୟିତ୍ୱ ମିଳିଥିବା ବେଳେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ସେହିପରି ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। […]

jual oram
ଜୁଏଲ୍‌ଙ୍କୁ ଭେଟିଲେ ଧର୍ମେନ୍ଦ୍ର ଓ ପ୍ରତାପ

ନୂଆଦିଲ୍ଲୀ: ମୋଦି-୨ ସରକାରରେ ମନ୍ତ୍ରୀ ଭାବେ ସ୍ଥାନ ପାଇବା ପରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଭେଟିଛନ୍ତି। ଆଜି ସକାଳେ ମନ୍ଦିରରେ ପୂଜାର୍ଚ୍ଚନା ପରେ ଧର୍ମେନ୍ଦ୍ର ଏବଂ ପ୍ରତାପ, ଜୁଏଲଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଥିଲେ। ଦୁଇ ମନ୍ତ୍ରୀ ପହଞ୍ଚିବା ପରେ ଜୁଏଲ୍ ସେମାନଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ଏହି ସାକ୍ଷାତବେଳେ ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପିର ବରିଷ୍ଠନେତା ମନମୋହନ […]

rakhi
ଦୀପକଙ୍କ ସହ ବିଗ୍‌ବସ୍‌ରେ ଏଣ୍ଟ୍ରି କରିବେ ରାକ୍ଷୀ!

ମୁମ୍ବାଇ: ବିଗ୍‌ବସ୍‌ର ନୂଆ ସିଜିନ୍‌ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ବିଗ୍‌ବସ୍‌ରେ କେଉଁ କେଉଁ ମାନେ ଭାଗ ନେବେ ତାକୁ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ଥର ବିଗ୍‌ବସ୍‌ରେ ସେଲିବ୍ରିଟି ପ୍ରତିଯୋଗୀଙ୍କ ମଧ୍ୟରେ ରାକ୍ଷୀ ସାୱନ୍ତ-ଦୀପକ କଲାଲଙ୍କ ପରି ଚର୍ଚ୍ଚିତ ଯୋଡ଼ି, ମିଥୁନ୍‌ ରକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ, ନେହା କକ୍କରଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ନାମ ଶୁଣିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ରାକ୍ଷୀ ଓ ଦୀପକ ବିଗ୍‌ବସ୍‌ ଯିବା ନିଶ୍ଚିନ୍ତ ହୋଇଯାଇଥିବା ଜଣାପଡ଼ିଛି। ରାକ୍ଷୀ […]

face
ଖରାରେ ହଜି ଯାଉଛି କି ତ୍ୱଚାର ଚମକ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର…

ଭୁବନେଶ୍ୱର: ଖରାରେ ସବୁବେଳେ ଘରେ ରହିବା ସମ୍ଭବ ନୁହେଁ। ଆଉ କାମରେ ବାହାରକୁ ବାହାରିଲେ ଖରାର ପ୍ରକୋପ ପ୍ରଥମେ ସିଧା ଆମ ମୁହଁରେ ପଡିଥାଏ। ତେଣୁ ଖରା ଦିନେ କିପରି ଆମ ତ୍ୱଚାର ଯତ୍ନ ନେବା  ତାହା ଏକ ବଡ ସମସ୍ୟା। ଖରାରେ ତ୍ୱଚା କଳା ପଡିଯିବା ସହ ଟ୍ୟାନ୍‌ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଖରା ଡରରେ ସବୁବେଳେ ଘରେ ନ ବସି କିପରି ଆମେ ଘରୋଇ ଜିନିଷ ବ୍ୟବହାର ଦ୍ୱାରା ତ୍ୱଚାର ରଙ୍ଗରେ […]

heavy-weight
ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ଏହି ହେଭିୱେଟ୍‌ ନେତା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିବା ବେଳେ ବହୁ ହେଭିୱେଟ୍‌ ନେତା ବାଦ୍ ପଡ଼ିଛନ୍ତି। ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ ଗତଥର ମୋଦିଙ୍କ କ୍ୟାବିନେଟ୍‌ରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବାବେଳେ ଏଥର ତାଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳିନାହିଁ। କେବଳ ଜୁଏଲ୍ ନୁହନ୍ତି, ବହୁ ହେଭିୱେଟ୍‌ ନେତା ମଧ୍ୟ ବାଦ୍ ପଡ଼ିଛନ୍ତି। ମୋଦିଙ୍କ ଟିମ୍‌ରୁ  ପୂର୍ବତନ ମହିଳା ଓ ଶିଶୁ […]

modi
ମୋଦିଙ୍କ ୬ ମହିଳା ବ୍ରିଗେଡ୍‌

ନୂଆଦିଲ୍ଲୀ: ଦେଶରେ ମୋଦି-୨ ସରକାର ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ୫୭ ଜଣିଆ ମନ୍ତ୍ରିମଣ୍ଡଳରେ ୬ଜଣ ମହିଳା ସାମିଲ ହୋଇଛନ୍ତି। ମୋଦି-୨ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ, ସ୍ମୃତି ଇରାନୀ ଓ ହର୍‌ସିମ୍ରତ କୌର ବାଦଲ ସ୍ଥାନ ପାଇଛନ୍ତି। ନିର୍ମଳା ପୂର୍ବଭଳି ପ୍ରତିରକ୍ଷା ମନ୍ତ୍ରୀ ରହିବେ ବୋଲି କୁହାଯାଉଥିବା ବେଳେ ସ୍ମୃତି ଓ ହର୍‌ସିମ୍ରତ କେଉଁ ବିଭାଗର ମନ୍ତ୍ରୀ ହେବେ, ତାହା ଜଣାପଡ଼ିନାହିଁ। […]

Jp nadda
ଜେ.ପି. ନଡ୍ଡା ଧରି ପାରନ୍ତି ବିଜେପି ମଙ୍ଗ

ନୂଆଦିଲ୍ଲୀ: ବିଜେପି ମଙ୍ଗ ଧରି ପାରନ୍ତି ଜେ.ପି. ନଡ୍ଡା। ଦଳର ବରିଷ୍ଠ ନେତା ଜଗତ ପ୍ରକାଶ ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି।  ବର୍ତ୍ତମାନର ‌ଅଧ୍ୟକ୍ଷ ଅମିତ ଶାହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଥିବାରୁ ନଡ୍ଡାଙ୍କୁ ଦଳର ସଭାପତି କରାଯାଇପାରେ ବୋଲି ଜଣାପଡ଼ିଛି।  ଗତ ଦୁଇ ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ଅଭିଜ୍ଞ ରାଜନୀତିଜ୍ଞ ନଡ୍ଡା ୧୯୯୩ରେ ପ୍ରଥମେ ହିମାଚଳ ପ୍ରଦେଶ […]