• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ood
ଚମକାଇ ଦେବ କି ଆସ୍ଥା ଭୋଟ ଫଳାଫଳ ?

ଭୋପାଳ:ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ମଧ୍ୟପ୍ରଦେଶରେ କମଳନାଥ ସରକାର ଏବେ ସଙ୍କଟରେ। ତଥାପି କମଳନାଥଙ୍କର ପୂର୍ଣ୍ଣ ଭରସା ରହିଛି ସଙ୍କଟମୋଚକ ଦିଗ୍‌ବିଜୟ ସିଂହଙ୍କ ଉପରେ। ତେଣୁ ତାଙ୍କ ସରକାର ଯେ ଭାଙ୍ଗିବ ନାହିଁ, ଏକଥା ସେ ଦୃଢତା  କହୁଛନ୍ତି। ଅନ୍ୟପକ୍ଷେ ଦିଗ୍‌ବିଜୟ ମଧ୍ୟ ଭରସା ଦେଇଛନ୍ତି, କମଳନାଥ ସରକାର ଭାଙ୍ଗିବନି।  ଏପରିକି  ଫ୍ଲୋର ଟେଷ୍ଟ ଫଳାଫଳ ସମସ୍ତଙ୍କୁ ଚମକାଇ ଦେବ ବୋଲି ଦିଗ୍‌ବିଜୟ କହିଛନ୍ତି।   ଦିଗ୍‌ବିଜୟ କହିଛନ୍ତି, ଫ୍ଲୋର ଟେଷ୍ଟ ଯେତେବେଳେ ବି ହେଉ, ଫଳାଫଳ […]

mp
ଇସ୍ତଫା ପରେ ଦଳରୁ ବହିଷ୍କୃତ ହେଲେ ସିନ୍ଧିଆ

ଭୋପାଳ: ଇସ୍ତଫା ପରେ ଦଳରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ। କଂଗ୍ରେସରୁ ଇସ୍ତଫା ଦେବାର କିଛି ସମୟ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜ୍ୟୋତିରାଦିତ୍ୟଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ମହାସଚିବ କେ.ସି. ଭେନୁଗୋପାଳ। ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ନିଜ ଇସ୍ତଫା ଦେଇଥିଲେ ଜ୍ୟୋତିରାଦିତ୍ୟ। ତାଙ୍କ ଅଫିସ୍‌ର […]

iran
ଇରାନରେ ଥିବା ୫୮ ଭାରତୀୟ ତୀର୍ଥଯାତ୍ରୀ ସ୍ୱଦେଶ ଫେରିଲେ

ତେହରାନ: କରୋନା ପ୍ରଭାବିତ ଇରାନରେ ଫସିଥିବା ୫୮ ଭାରତୀୟ ତୀର୍ଥଯାତ୍ରୀ ସ୍ୱଦେଶ ଫେରିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଏହି ଭାରତୀୟଙ୍କୁ ତେହେରାନରୁ ଆଣିଛି। ତେହେରାନରୁ ୫୮ ଜଣ ଭାରତୀୟଙ୍କୁ ଧରି ଗାଜିଆବାଦ ହିଣ୍ଡନ ଏୟାରବେସରେ ପହଞ୍ଚିଛି। ଭାରତୀୟଙ୍କୁ ଉଦ୍ଧାର କରିବା ପରେ ଇରାନ ସ୍ଥିତ ଭାରତୀୟ ଦୂତାବାସ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଏହାସହ ବାୟୁସେନା ଯବାନଙ୍କୁ ମଧ୍ୟ ଜୟଶଙ୍କର ସାଧୁବାଦ ଜଣାଇଛନ୍ତି। ଚୀନ୍, ଇଟାଲୀ […]

jyoti
କଂଗ୍ରେସରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ  କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହା ପୂର୍ବରୁ ସିନ୍ଧିଆ ୭ ଲୋକକଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ଅଧ ଘଣ୍ଟାରୁ ଅଧିକ ସମୟ ଧରି ଦୁହିଁଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଆଲୋଚନାବେଳେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ମୁଖ୍ୟ ରଣନୀତିକାର ଅମିତ ଶାହ ଉପସ୍ଥିତ ଥିଲେ। ଇସ୍ତଫା ଦେବା ପରେ ଆଜି ବିଜେପିରେ ମିଶି ପାରନ୍ତି କଂଗ୍ରେସ ନେତା […]

priyanka-gandhi-cropped-1556620628
ୟେସ ବ୍ୟାଙ୍କ ମାମଲା; ପ୍ରିୟଙ୍କା ଗାନ୍ଧିଙ୍କୁ ଜେରା କରିପାରେ ଇଡି

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିପାରେ। ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବୟାନକୁ ଭିତ୍ତି କରି ପ୍ରିୟଙ୍କାଙ୍କୁ ଜେରା କରିବାକୁ ଯୋଜନା କରୁଛି ଇଡି । ଏଣୁ ଖୁବଶୀଘ୍ର ପ୍ରିୟଙ୍କାକୁ ସମନ କରିବା ସହ ସିମଳାରେ ଥିବା ତାଙ୍କ ଘରକୁ ଜବତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରବିବାର ରାଣା କପୁର କହିଥିଲେ ଯେ, ପ୍ରିୟଙ୍କାଙ୍କ […]

corona
ଚୀନ୍‌ରେ ସୁଧୁରୁଛି ସ୍ଥିତି, କମୁଛି କରୋନା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା କବଳରେ ସାରା ବିଶ୍ୱ।  କରୋନା ମୃତକଙ୍କ ସଂଖ୍ୟା ୪୨୯୪କୁ ବୃଦ୍ଧି ପାଇଛି। ଗତକାଲି କାନାଡ଼ାରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସେହିପରି ଗୋଟିଏ ଦିନରେ କାଲି ଇଟାଲୀରେ ୧୭୯୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଇଟାଲିରେ ଆଜି ସୁଦ୍ଧା ୯୭ ଜଣଙ୍କ ଜୀବନ ଯାଇଛି। ସେହିପରି ଇରାନରେ ନୂଆ ୫୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଚୀନରେ କରୋନା ମୃତ୍ୟୁ […]

kamalnath
ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ: ସମସ୍ତ ମନ୍ତ୍ରୀ ନିଜ ପଦରୁ ଦେଲେ ଇସ୍ତଫା

ଭୋପାଳ: ମଧ୍ୟପ୍ରଦେଶରେ ୧୫ ମାସର ସରକାରକୁ ବଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ କମଳନାଥ ଓ ବରିଷ୍ଠ ନେତା ଚଳାଇଛନ୍ତି ପ୍ରୟାସ।  ଦଳ ଭିତରେ ଥିବା ଅସନ୍ତୋଷ ଦୂର କରିବା ସହ ବିଜେପିର ଚାଲ୍‌କୁ  ସଫଳ ନ ହେବାକୁ ଦେବା ଲାଗି କମଳନାଥଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଳମ୍ବିତ ରାତିରେ କମଳନାଥଙ୍କ ସହ ବୈଠକ ପରେ ମନ୍ତ୍ରୀମାନେ ନିଜ ନିଜର ଇସ୍ତଫାପତ୍ର କମଳନାଥଙ୍କୁ ଦେଇଛନ୍ତି । ଏହାସହ ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ […]

INDIAN ARMY
ଦୁଇ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଶ୍ରୀନଗର:  ହୋଲିରେ ଏକ ବଡ ଧରଣର ଅଘଟଣ ଘଟାଇବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ କରୁଥିଲେ। ଭାରତୀୟ ସେନା ଆତଙ୍କବାଦୀଙ୍କ ଏହି ଚାଲ୍‌ରେ ପାଣି ପକାଇ ଦେଇଛନ୍ତି।  ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲାସ୍ଥିତ ଖାଜପୁରା ରେବନ ଅଞ୍ଚଳରେ ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଯାବତ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାସହ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସାମଗ୍ରୀ ମଧ୍ୟ ଆତଙ୍କବାଦୀ ପାଖରୁ […]

ship
ବିଦେଶୀ ଜାହାଜକୁ ବନ୍ଦର ମନା

ନୂଆଦିଲ୍ଲୀ: ଭାରତକୁ ଆସିବନି କୌଣସି ବେଦେଶୀ କ୍ରୁଜ ସିପ୍।  କୌଣସି ବିଦେଶୀ କ୍ରୁଜକୁ ଭାରତୀୟ ବନ୍ଦରକୁ ଆସିବାକୁ ଅନୁମତି ମିଳିବନି। ଆଜି ଏନେଇ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ, ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି ା କରୋନା କାୟା ବିସ୍ତାର କରୁଥିବା ଯୋଗୁଁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ସେପଟେ ସିଙ୍ଗାପୁର କ୍ରୁଜ୍ ସିପକୁ ମିଳୁନି ବନ୍ଦର। ସିଙ୍ଗାପୁର, ମାଲେସିଆ,ଥାଇଲାଣ୍ଡ, ଚୀନ, ଦକ୍ଷିଣ କୋରିଆ ପ୍ରଭୃତି ଦେଶ ଏହି କ୍ରୁଜକୁ […]

1213
ମହିଳା ଦିବସରେ ବାପାଙ୍କୁ ମିଳିଲା ଶ୍ରେଷ୍ଠ ମା’ର ସମ୍ମାନ

ପୁଣେ: ସରିଯାଇଛି ଆନ୍ତର୍ଜାତିକ ମହିଳା ଦିବସ। ଏହି ଅବସରରେ ଅନେକ ମହିଳାଙ୍କୁ ସମ୍ମାନିତ କରାଯାଇଛି। ଅନେକ ମହିଳାଙ୍କ ସାହସିକତା, କରୁଣ କାହାଣୀ ଶୁଣିବାକୁ ମିଳିଛି। ଏପରିକି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ ଜଣ ମହିଳାଙ୍କୁ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ହେଲେ ଏ ହେଉଛନ୍ତି ମହାରାଷ୍ଟ୍ରର ପୁଣେ ସହରର ଆଦିତ୍ୟ ତିୱାରୀ। ଆଦିତ୍ୟଙ୍କୁ ମିଳିଛି ଆନ୍ତର୍ଜାତିକ ମହିଳା ଦିବସରେ ଶ୍ରେଷ୍ଠ ମା’ ପୁରସ୍କାର। ଆଶ୍ଚର୍ଯ୍ୟ ଲାଗୁଛି ନା ! […]

lion
ଗାଁ ଦାଣ୍ଡରେ ଗୋଡାଇଲା ସିଂହ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦି ଦ୍ୱିପହର। ଲୋକ ଭିଡ଼। ହଠାତ୍‌ ପଶି ଆସିଲା ସିଂହ। ଯିଏ ଯୁଆଡେ ପାରିଲେ ଦୌଡିଲେ। ସିଂହ ବି ପଛେ ପଛେ ଦୌଡିଲା….ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ଏକ ଗାଁରେ। ଏହାର ଭିଡିଓ ଭାଇରାଲ ମଧ୍ୟ ହୋଇଛି। ଏହି ଭିଡିଓ ଦେଖି ଲୋକେ ଭୟଭିତ ହୋଇ ଯାଇଛନ୍ତି। ଭିଡିଓଟିକୁ ଇଣ୍ଡିଆନ ଫରେଷ୍ଟ ସର୍ବିସର ଜଣେ ଅଫିସର ସୁଶାନ୍ତ ନନ୍ଦ ଟ୍ୱିଟରରେ ଶେୟାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହାର ୬ ହଜାର ଭିଉଜ୍‌ ହୋଇ […]

congress
୬୦ ବର୍ଷରେ ବାହାହେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ:କଂଗ୍ରେସ୍‌ର ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାଶନିକ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୬୦ ବର୍ଷ ବୟସରେ  ବନ୍ଧୁ ରବିନା ଖୁରାନାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଏକ ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କୁ ଉପସ୍ଥିତିରେ ସେ ରବିନାଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ମହାରାଷ୍ଟର ବରିଷ୍ଠ ନେତା ବାଲକ୍ରିଷ୍ଣଙ୍କ ପୁଅ ମୁକୁଲ ୱାଶନିକ୍‌। ତାଙ୍କ ନାଁ ସେତିକିବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ […]

corona
କରୋନାରେ ଆକ୍ରାନ୍ତ ତିନିବର୍ଷର ଶିଶୁ

ଥିରୁଅନନ୍ତପୁରମ୍‌: ଭାରତରେ କରୋନା ଭାଇରସ୍‌ର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଲାଣି। କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଏହାକୁ ମିଶାଇ କେରଳରେ କରୋନା ରୋଗୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଶିଶୁଟି ନିଜ ପରିବାର ଲୋକଙ୍କ ସହ ଇଟାଲି ଯାଇଥିଲା। ଇଟାଲିରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।ଛୋଟ ଛୁଆଟିକୁ ଏବେ କେରଳର ଏର୍ନାକୁଲମ ମେଡିକାଲ କଲେଜର […]