ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଚରିଆଡେ ସତର୍କତା ଜାରି କରାଯାଇଛି। ଲୋକଙ୍କୁ ଏକାଠି ନ ହେବା ପାଇଁ କଡା ପଦକ୍ଷେପ ନିଆଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ବାତିଲ କରାଯାଇଛି। ଏମିତି ସମୟରେ ଏକ ଅଜିବ ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ସିଆଲକୋଟ ଅଞ୍ଚଳରେ ଲୁଚାଛପାରେ ଚାଲିଥିଲା ବାହାଘର। ହେଲେ ପୋଲିସ ଜାଣିବା ପରେ ବରକୁ ବାନ୍ଧି ନେଇଛି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଅଜିମ ନାୱାଜ ନାମକ ଜଣେ ବ୍ୟକ୍ତି ମସ୍ଜିଦ୍ ଛାତ ଉପରେ ଲୁଚି ଲୁଚି […]
ନୂଆଦିଲ୍ଲୀ- କରୋନା ଭାଇରସ ଦ୍ରୁତ ଗତିରେ ତାର କାୟା ବିସ୍ତର କରି ଚାଲିଛି। ସାରା ବିଶ୍ୱ କରୋନା ବିରୁଦ୍ଧରେ ଜାରି ରଖିଛନ୍ତି ଲଢେଇ। ଭାରତରେ ମୃତ୍ୟୁ ସଂଖ୍ୟା ୯ ଥିଲେ ମଧ୍ୟ ଦେଶରେ କଠୋର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଉ ଏଥିପାଇଁ ସଂକ୍ରମଣକୁ କିଛି ମାତ୍ରାରେ ରୋକା ଯାଇ ପାରିଛି। ଭାରତର ଏପରି ପଦକ୍ଷେପକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୪୯୯ ମାମଲା ସାମ୍ନାକୁ ଆସିଛି। ସଂକ୍ରମଣ ରୋକିବା ପାଇଁ […]
ନୂଆଦିଲ୍ଲୀ: ରବିବାର ଜନତା କର୍ଫ୍ୟୁକୁ ମାନିବା ପରେ ସୋମବାର ଘରେ ରହିବାକୁ ଯେମିତି ଲୋକେ ପ୍ରସ୍ତୁତ ନ ଥିଲେ। ସୋମବାର ଅଧିକାଂଶ ଲୋକ ଘରୁ ବାହାରି ଆସିଥିଲେ। ରାସ୍ତାଘାଟ ଥିଲା ଚଳଚଞ୍ଚଳ। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବେଗ ପ୍ରକାଶ କରିବା ସହ ଲକ୍ଡାଉନ୍ କଡାକଡି ପାଳନ କରିବାକୁ ନିବେଦନ କରିଥିଲେ। ଏଥିସହ ରାଜ୍ୟ ସରକାରମାନେ ମଧ୍ୟ କଡା ପଦକ୍ଷେପ ନେଇଥିଲେ। ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିସ୍ଥିତିକୁ ଦେଖି […]
ଚଣ୍ଡିଗଡ: କରୋନା ଭାଇରସର ମୁକାବିଲା କରିବା ଲାଗି ପଞ୍ଜାବ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପଞ୍ଜାବରେ ୨୧ଟି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୋମବାର ସାରା ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ। ଏହି କର୍ଫ୍ୟୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ଏହି କର୍ଫ୍ୟୁ ଲାଗୁ କରିଛି। ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହିତ ସମୀକ୍ଷା ବୈଠକ କରିବା ପରେ ପଞ୍ଜାବ […]
କରୋନା : ଭାରତରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ସମସ୍ତ ଟ୍ରେନ ଚଳାଚଳ ବାତିଲ କରି ଦେଇଛି । ଏପରିକି ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହାଦ୍ୱାରା ସାମାଜିକ ଦୂରତା ବଜାୟ ରହିବ । ତେବେ ମାଲଗାଡ଼ି ଚଳାଚଳ କରିବ ବୋଲି କୁହାଯାଇଛି । ଦେଖାଯାଇଛି […]
ଲଣ୍ଡନ: ଗୋଟିଏ ପଟେ ସାରା ବିଶ୍: କରୋନା ଭାଇରସ ସହ ଲଢୁଛି । କରୋନା ଭାୟରେ ଲୋକେ ଘରୁ ବାହାରୁ ନାହାନ୍ତି । ହେଲେ ଡାକ୍ତର ଏବଂ ମେଡିକାଲ ଟିମ୍ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଏମାନଙ୍କ କାର୍ଯ୍ୟଦକ୍ଷତା, ସେବା ପ୍ରତି ବି ଲୋକେ ଆଙ୍ଗୁଳି ଦେଖାଉଛନ୍ତି । ଉଙଠଓଊ ୧୯ ପୀଡିତ ରୋଗୀଙ୍କ ଚିକିତ୍ସା କରୁଥିବା ବ୍ରିଟେନର ନର୍ସଙ୍କୁ ସେଠିକାର ଲୋକେ ସମ୍ମାନ ଦେବା […]
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସାରା ବିଶ୍ୱ ତତ୍ପର। କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବା ଭ୍ୟାକ୍ସିନ ବାହାରି ନ ଥିବାବେଳେ ଏକମାତ୍ର ଭରସା ହେଉଛି ସାନିଟାଇଜର ଓ ମାସ୍କ। ଏପରି ଅବସ୍ଥାରେ କରୋନା ମୁକାବିଲା ପାଇଁ ଜଣେ ୭ ଗ୍ରେଡ୍ ଭାରତୀୟ ଛାତ୍ରଙ୍କ ଉଦ୍ୟମ କିଛି କମ୍ ନୁହେଁ। ସେ ଏମିତି ଏକ ସାନିଟାଇଜର ରୋବର୍ଟ ତିଆରି କରି ପାରିଛନ୍ତି ଯାହା ୩୦ ସେମି ଦୂରରୁ ହାତକୁ ଚିହ୍ନି ସାନିଟାଇଜ କରିପାରୁଛି। ୟୁଏଇରେ ପଢୁଥିବା […]
ମୁମ୍ବାଇ: ଭାରତରେ ପୁଣି ଏକ ମୁଣ୍ଡ ନେଲା କରୋନା ଭାଇରସ୍। ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସେ ଡାଇବେଟିସ୍ ଏବଂ ବ୍ଲଡପ୍ରେସର ଆକ୍ରାନ୍ତ ଥିଲେ। ଏହି ମାମଲାକୁ ମିଶାଇଲେ ଦେଶରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଛି। ସୂଚନା ଅନୁସାରେ, ଉକ୍ତ ବ୍ୟକ୍ତିଙ୍କୁ ୧୬ ମାର୍ଚ୍ଚରେ ମୁମ୍ବାଇର କସ୍ତୁରବା ଗାନ୍ଧି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ କରୋନା ପଜିଟିଭ ଥିବା ଜଣା […]
ପ୍ୟାରିସ୍: ବିଶ୍ୱର ୧୮୮ ଦେଶରେ ବର୍ତ୍ତମାନ କରୋନା ଭାଇରସ୍ ମହାମାରୀ ରୂପ ନେଇ ସାରିଛି। ଏହି କିଲର ଭାଇରସ୍ ବିଶ୍ୱରେ ୧୩ ହଜାର ଲୋକ ଜୀବନ ହରାଇଲେଣି। ବୈଜ୍ଞାନିକ ଏବଂ ଗବେଷକମାନେ ଏଇ ମହାମାରୀର ଚିକିତ୍ସା ପାଇଁ ଔଷଧ ଏ ପର୍ଯ୍ୟନ୍ତ ବାହାର କରି ପାରି ନାହାନ୍ତି। ଯଦିଓ ଆମେରିକା ଭ୍ୟାକ୍ସିନ ବାହାର କରିଛି ବୋଲି ଦାବି କରିଛି ତେବେ ଏହା ୧୮ ମାସ ପରେ ଉପଲବ୍ଧ ହେବ ବୋଲି କହିଛି। ସେହିପରି ଚୀନ୍ ଭ୍ୟାକ୍ସିନ ବାହାର […]
ନୂଆଦିଲ୍ଲୀ: ଆଇଏସ୍ଆଇଏସ୍ ଆତଙ୍କୀଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ଆମେରିକା ଉପରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଜଣେ ପାକିସ୍ତାନୀ ଡାକ୍ତରଙ୍କୁ ଗିରଫ କରାଯାଇଛି। ଆମେରିକା ମିନେସୋଟା ଜିଲ୍ଲାର ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ମହମ୍ମଦ ମସୁଦ୍ (୨୮ ବର୍ଷ) ନାମକ ଜଣେ ଡାକ୍ତର ଆଇଏସଆଇଏସ୍ ଆତଙ୍କୀଙ୍କୁ ସମର୍ଥନ ଜଣାଇ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏପରି କିଛି ବିବାଦୀୟ ବୟାନ ଦେଇଥିଲେ, ଯେଉଁଥିପାଇଁ ସେ ସନ୍ଦେହ ଘେରକୁ ଆସିଥିଲେ। ଏଥିସହିତ ଆଇଏସଆଇଏସ୍ […]
ନୂଆଦଲ୍ଲୀ: କରୋନା ଭାଇରସର ପ୍ରକୋପ ଭାରତରେ ଦିନକୁ ଦିନ ବଡ଼ିବାରେ ଲାଗିଛି। ଫିଲ୍ମ ଶୁଟିଂ ମଧ୍ୟ ବାତିଲ କରି ଦିଆଯାଇଛି। ବଲିଉଡ କଳାକାରମାନେ ଏବେ ଘରେ ଭିଡିଓ ତିଆରି କରି ଲୋକଙ୍କୁ କରୋନା ଭାଇରସ୍ ସମ୍ପର୍କରେ ସଚେତନ କରୁଛନ୍ତି। ଏପରି ସମୟରେ ବାହୁବଳି ଫେମ୍ ଆକ୍ଟର ପ୍ରଭାସଙ୍କୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ପ୍ରଭାସ ତାଙ୍କର ଅପ୍ କମିଂ ଫିଲ୍ମ ‘ପ୍ରଭାସ୨୦’ର ଶୁଟିଂ ପାଇଁ ଜର୍ଜିଆ ଯାଇଥିଲେ। ସେଠାରୁ ଫେରିବା ପରେ ସେଲ୍ଫ କ୍ୱାରେଣ୍ଟାଇନରେ […]
ନୂଆଦିଲ୍ଲୀ: କରୋନା ଭାଇରସ ମଣିଷ ଆଖିରୁ ନିଦ ହଜାଇ ଦେଇଥିବାବେଳେ ଏହାର ମୁକାବିଲା ପାଇଁ ସରକାର କଠୋର ପଦକ୍ଷେପମାନ ନେଇଛନ୍ତି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନତା କର୍ଫ୍ୟୁ ଡାକରା ଦେଇଛନ୍ତି। ସାରା ଦେଶ ଏହାକୁ ଗ୍ରହଣ କରିଛି। ରବିବାର ସମସ୍ତେ ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ବଲିଉଡ କାଳାକାର ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ବଲିଉଡ ଭାଇଜାନ ସଲମାନ ଖାନ୍ କିପରି ଛୁଟି କଟାଉଛନ୍ତି ଜାଣନ୍ତି ? ଏବେ […]
ନୂଆଦିଲ୍ଲୀ:କରୋନା ପାଇଁ କୌଣସି ଔଷଧ ବାହାରି ନାହିଁ। ଚୀନ ଏବଂ ଆମେରିକା କରୋନା ଭ୍ୟାକ୍ସିନ ବାହାର କରିପାରିଛନ୍ତି ବୋଲି ଦାବି କରିଛନ୍ତି। ଚୀନ ଖୁବ୍ ଶୀଘ୍ର ଏହି ଭ୍ୟାକ୍ସିନ ପ୍ରସ୍ତୁତ କରିପାରିବ ବୋଲି ଦାବି କରିଥିବାବେଳେ ଆମେରିକା ଏଥିପାଇଁ ୧୮ ମାସ ଲାଗିବ ବୋଲି କହିଛି। ତେବେ ଆଜିଯାଏ କେହି କରୋନା ଚିକିତ୍ସା ପାଇଁ ଔଷଧ ବାହାର କରି ନାହାନ୍ତି। ଭାରତର ଏକ ମେଡିସିନ କମ୍ପାନୀ ସିପ୍ଲା କରୋନା ଚିକିତ୍ସା ପାଇଁ ଖୁବ୍ ଶିଘ୍ର ବାହାର କରିବ […]
ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଭାକ୍ସିନ ବାହାରି ନାହିଁ। ଏପରି ପରିସ୍ଥିତିରେ ଦ୍ରୁତ ଗତିରେ ଏହି ଭାଇରସ ତା‘ର କାୟା ବିସ୍ତାର କରି ଚାଲଛି। ତେଣୁ ଭାଇରସ୍ଠାରୁ ଦୂରରେ ରହବା ପାଇଁ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରଯାଉଛି। କାରଣ ଏକମାତ୍ର ସଚେତନତା ହିଁ କରୋନଠାରୁ ମୁକ୍ତି ଦେଇପାରିବ। କରୋନକୁ ନେଇ ବିଭିନ୍ନ ଗବେଷଣା ଚାଲିଛି। ବିଭିନ୍ନ ସମୟରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏବେ କରୋନାର ନୂଆ […]
ଲକ୍ଷ୍ନୌ:କରୋନ ଭାଇରସ ଟେଷ୍ଟରେ ପଜେଟିଭ ଆସିବା କଥା ବଲିଉଡ୍ ସିଙ୍ଗର କନିକା କାପୁର କହିବା ପରେ ତାଙ୍କ ବିରୋଧରେ FIR ରୁଜୁ ଦିଆଯାଇଛି। କନିକା କପୁରଙ୍କ ନାଁରେ ଲକ୍ଷ୍ନେର ସରୋଜିନୀ ନଗର ଥାନାରେ ମାମଲା ରୁଜୁ ହୋଇଛି । ଲକ୍ଷ୍ନୌର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ସେହିପରି କନିକା କପୁରଙ୍କ ନାଁରେ ଆଉ ୨ଟି ମାମଲା ରୁଜୁ ହେବ ବୋଲି ଜଣାପଡିଛି । କନିକା କିଛି […]