• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

corona doctor
କରୋନାରେ ଡାକ୍ତରଙ୍କ ମୃତ୍ୟୁ; ଦେଶରେ ପ୍ରଥମ

ଇନ୍ଦୋର: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଇନ୍ଦୋରର ଡାକ୍ତର ଶତ୍ରୁଘ୍ନ ପଞ୍ଜଓ୍ୱାନିଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଦେଶର ପ୍ରଥମ ଡାକ୍ତର ଯିଏକି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଗୁରୁବାର ସକାଳ ୪ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତ ଡାକ୍ତର ଜଣଙ୍କ କୌଣସି କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରୁନଥିଲେ। ବରଂ କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବାରୁ ସେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡ଼ିଛି। ମଧ୍ୟପ୍ରଦେଶରେ […]

force
ଏନ୍‌କାଉଣ୍ଟରରେ ଜୈଶ-ଏ-ମହମ୍ମଦ କମାଣ୍ଡର ନିପାତ

ଶ୍ରୀନଗର:ଜମ୍ମୁ କାଶ୍ମୀରର ସୋପୋର ଅଞ୍ଚଳରେ ବୁଧବାର ଏକ ଏନ୍‌କାଉଣ୍ଟରରେ ଜୈଶ-ଏ-ମହମ୍ମଦର ଜଣେ କମାଣ୍ଡରକୁ ନିପାତ କରିଛନ୍ତି ସୁରକ୍ଷା କର୍ମୀ। ଏ ନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ନିହତ କମାଣ୍ଡରର ପରିଚୟ ମିଳିଛି । ତା ନା ସଜାଦ ନବାବ୍‌ ଦର ବୋଲି କୁହାଯାଇଛି। ଅଧିକାରୀ ଜଣକ କହିଛନ୍ତି, ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ସୁରକ୍ଷା କର୍ମମାନେ ସୋପୋରର ଆରାମପୋରା ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଥିଲେ। ଫଳରେ ଆତଙ୍କବାଦୀମାନେ ବାହାରି […]

photo
କଳାବଜାରୀ ରୋକିବାକୁ କେନ୍ଦ୍ର ସରକାରଙ୍କ କଡ଼ା ପଦକ୍ଷେପ  

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବେଳେ କଳାବଜାରୀକୁ ରୋକିବାକୁ କଡ଼ା ପଦକ୍ଷେ ନେଇଛନ୍ତି କେନ୍ଦ୍ର ସରକାର। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯେପରି ଜାରି ରହେ ସେ ନେଇ ଜରୁରୀ ପଦକ୍ଷେପ ନେବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ, ୧୯୫୫ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। କେତେ ପରିମାଣରେ ଜିନିଷ ମହଜୁଦ ହୋଇପାରିବ, ଜିନିଷର ଦର ନିର୍ଦ୍ଧାରଣ, ଉତ୍ପାଦନ କ୍ଷମତା ବୃଦ୍ଧି ଓ ବ୍ୟବସାୟୀମାନଙ୍କ ଆକାଉଣ୍ଟ ତନଖି […]

CORON
ଲକ୍ ଡାଉନ ଅବଧି ବୃଦ୍ଧି ପାଇଁ ଦାବି ବଢୁଛି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍ ଡାଉନ ଅବଧି ବୃଦ୍ଧି ପାଇଁ ଦାବି ହୋଇଛି ।ଏନେଇ କେନ୍ଦ୍ର ମନ୍ତ୍ରୀସ୍ତରୀୟ କମିଟି ଓ ବିଭିନ୍ନ ରାଜ୍ୟ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ଅନେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଲକ ଡାଉନ ଅବଧି ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଏପ୍ରିଲ ୧୪ ପରେ ମଧ୍ୟ ଯଦି ଲକଡାଉନ […]

ganga-1
ସ୍ୱଚ୍ଛ ହେଉଛି ଗଙ୍ଗା, ଯମୁନାର ଜଳ

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଦେଶରେ ପ୍ରଦୂଷଣ ମାତ୍ରା ଅନେକ ପରିମାଣରେ ହ୍ରାସ ପାଇଛି । କଳକାରଖାନା ବନ୍ଦ ଯୋଗୁଁ ଗଙ୍ଗା ଓ ଯମୁନା ନଦୀର ଜଳ ସ୍ୱଚ୍ଛ ହୋଇଛି ।  ହରିଦ୍ୱାରରେ ଥିବା ହର କି ପୌରି ଘାଟରେ ଗଙ୍ଗା ନଦୀର ଜଳ ପୂର୍ବ ଅପେକ୍ଷା ଅନେକ ପରିମାଣରେ ନିର୍ମଳ ହୋଇଯାଇଛି । ୨୧ ଦିନିଆ ଲକ୍‌ଡାଉନ୍ ଭିତରେ ଉତ୍ତରପ୍ରଦେଶରେ ଗଙ୍ଗାନଦୀର ଜଳରାଶି ସ୍ୱଚ୍ଛ ଓ ନିର୍ମଳ ଦିଶୁଛି। ସେହିପରି ବାରଣାସୀ ଓ କାନପୁରରେ ଏହି ଦିନମାନଙ୍କରେ […]