• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

trump
କରୋନା ମୁକାବିଲା: ଔଷଧ ଯୋଗାଇବା ପାଇଁ ଭାରତକୁ ଅନୁରୋଧ କଲେ ଟ୍ରମ୍ପ

ନୂଆଦିଲ୍ଲୀ:କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ମୁ୍‌କାବିଲା ହାଇଡ୍ରୋକ୍ଲୋରକୁଇନ୍‌ ଔଷଧ ଆମେରିକାକୁ ସପ୍ଲାଏ ପାଇଁ ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍‌ ରା କରୋନା ରୋଗୀଙ୍କ ଚିକିତ୍ସା କରାଯାଇ ପାରିବ । ଯାହାକୁ ସେ  ନିଜେ ମଧ୍ୟ ଖାଇବେ ବୋଲି କହିଛନ୍ତି। କରୋନା ଭାଇରସ ଯୋଗୁ ସାରା ବିଶ୍‌:ରେ ଯେପରି […]

raveena
ଗଳିରେ ପଶିବା କ୍ଷଣି ଏମାନଙ୍କ ଉପରେ ଲୋକେ ଫୁଲବର୍ଷା କଲେ...ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ ରବିନା ଟଣ୍ଡନ ତାଙ୍କର ସ୍ୱତନ୍ତ୍ର ବିଚାର, ଚିନ୍ତାଧାରାକୁ ନେଇ ପପୁଲାର । ସମସାମୟିକ ସମସ୍ୟା ଉପରେ ସେ ଖୁବ୍‌ ଭାବିଚିନ୍ତି ସୋଶାଲ ମିଡିଆରେ ନିଜର ମତାମତ ଦିଅନ୍ତି ଯାହାକୁ ତାଙ୍କର ଫ୍ୟାନମାନେ ପ୍ରଶଂସା କରନ୍ତି । ନିକଟରେ ସେ ଗୋଟିଏ ଭିଡିଓ ସେୟାର କରିଛନ୍ତି ଯାହାକୁ ନେଇ ବେଶ ଚଚ୍ଚା ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି, ଲୋକେ ସଫେଇ କର୍ମଚାରୀଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି । ଏହି ଲୋକମାନେ […]

mask
ଅସାମ ସରକାରଙ୍କ ଚିନ୍ତା ବଢାଇଲେ କରୋନା ଆକ୍ରାନ୍ତ ବ୍ୟବସାୟୀ, ଏତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ....

ଗୁଆହାଟୀ: ଅସାମରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କେବଳ ଶୁକବ୍ରାର ୧୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଶନିବାର ରାତିରେ ଏହି ସଂଖ୍ୟାବୃଦ୍ଧି ପାଇ ୨୬ରେ ପହଞ୍ଚିଛି । ଏହି ସଂକ୍ରମିତଙ୍କ ମଧ୍ୟରେ ଜଣେ ବ୍ୟବସାୟୀ ରହିଛନ୍ତି ଯିଏ ଅସାମ […]

army
୫ ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ସେନା

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପ୍‌ୱାଡା ଜିଲ୍ଲାରେ ରବିବାର ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ଜବାନ । ଏଥସହିତ ୫ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଏହାକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଯବାନ ୯ ଆତଙ୍କୀଙ୍କୁ ନିପାତ କରିସାରିଛନ୍ତି । ଶନିବାର ଗୁଲଗାମ ନିକଟରେ ଆଉ ୪ ଆତଙ୍କୀଙ୍କୁ ମାରିବାରେ ସକ୍ଷମ ହୋଇଥିଲେ ଭାରତୀୟ ସେନା । କୁପ୍‌ୱାଡାର କେରନ ସେକ୍ଟର ଏଲଓସି ନିକଟରେ ଏହି ଆତଙ୍କୀମାନେ ଭାରତ ମଧ୍ୟକୁ ପଶିବାକୁ […]

kanika
କନିକା କପୁରଙ୍କ ପଞ୍ଚମ ଟେଷ୍ଟ ରିପୋର୍ଟ ବିଷୟରେ ଏମିତି କହିଲେ ଡାକ୍ତର

ମୁମ୍ବଇ: କରୋନା ସଂକ୍ରମିତ ବଲିଉଡ ସିଙ୍ଗର କନିକା କପୁରଙ୍କୁ ନେଇ ଏକ ଭଲ ଖବର । କନିକାଙ୍କର ପଞ୍ଚମ କୋଭିଡ ୧୯ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ତେବେ ପରବର୍ତ୍ତୀ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଏଠି କହି ରଖିବୁ, ୪ ଥର ଟେଷ୍ଟ ପରେ ବି କନିକାଙ୍କ ରିପୋର୍ଟ ପଜିଟିଭ ଆସୁଥିଲା`। ସେ ତାଙ୍କ ଇନଷ୍ଟ୍ରାଗ୍ରାମ୍ ଆକାଉଣ୍ଟରେ ତାଙ୍କ […]

saru
କରୋନା ମୁକାବିଲା ପାଇଁ ଶାହରୁଖଙ୍କ ନିଆରା ସହାୟତା: ଏମିତି ପ୍ରଶଂସା କଲେ ଫ୍ୟାନ

ମୁମ୍ୱାଇ: କରୋନା ମୁକାବିଲା ପାଇଁ ବଲିଉଡ୍ କଳାକାର ହୃଦୟ ଖୋଲି ସହାୟତା ଅଜାଡି ଦେଉଛନ୍ତି। କୋଟି କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡକୁ ଦେଉଛନ୍ତି ଅନେକ ନାମୀ ଦାମୀ ବଲିଉଡ କଳାକାର। ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ ବାଦଶାହ ଶାହରୁଖ ଖାନ୍‌। କରୋନା ସଙ୍କଟ ବେଳେ ସେ ଯେଉଁ ସାହାଯ୍ୟ କରିଛନ୍ତି ସେଥିପାଇଁ ସମସ୍ତେ ତାଙ୍କର ପ୍ରଶଂସାରେ ଶତମୁଖ। ଶାହରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ତାଙ୍କର ୪ ମହଲା ବିଶିଷ୍ଟ କୋଠା ବିଏମସି (BMC)କୁ ଦେଇଛନ୍ତି। […]

pm modi
'କେବଳ ଲାଇଟ୍ ଅଫ୍ କରିବାକୁ ମୋଦି କହିଛନ୍ତି, ଘରୋଇ ଇଲେକ୍ଟ୍ରୋନିକ୍ସ ନୁହେଁ'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ବ୍ଲାକ ଆଉଟ ସମୟରେ ଯେ କୌଣସି ସମସ୍ୟାର ସମାଧାନ ପାଇଁ ଲୋଡ ଡେସ୍‌ପାଚ୍‌ ସେଣ୍ଟର ପ୍ରସ୍ତୁତ ଅଛନ୍ତି । ଗ୍ରୀଡ୍‌ ଉପରେ ଆସିବାକୁ ଥିବା ଯେ କୌଣସି ପ୍ରତିକୂଳ ପରିସ୍ଥିତିର ସେମାନେ ମୁକାବିଲା କରିପାରିବେ ବୋଲି ଶନିବାର Union Ministry of Power ପକ୍ଷରୁ କୁହାଯାଇଛି । ଏପ୍ରିଲ ୫ ତାରିଖ ରାତି ୯ଟାରେ ୯ ମିନିଟ୍‌ ପାଇଁ ଘରର ସମସ୍ତ ଲାଇଟ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ କିମ୍ବା […]

usa
କରୋନାକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ କୁଖ୍ୟାତ ଆତଙ୍କୀକୁ ଏମିତି ସୁଯୋଗ ଦେଲା ପାକିସ୍ତାନ

ଇସଲାମବାଦ- ଆମେରିକା ସାମ୍ବାଦିକ ଡେନିଅଲ ପର୍ଲଙ୍କ ହତ୍ୟା ମାମଲାରେ ଗତ ୧୮ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଖ୍ୟାତ ଆତଙ୍କବାଦୀ ଅହମ୍ମଦ ଉମର ଶେଖ ସଇଦ ଖୁବ୍ର ଶିଘ୍ର ମୁକ୍ତି ପାଇବ । ପାକିସ୍ତାନର ଏକ ଅଦାଲତ ସଇଦଙ୍କ ଫାଶୀ ଦଣ୍ଡକୁ ଜେଲ୍‌ ଦଣ୍ଡରେ ପରିଣତ କରି ଦେଇଛନ୍ତି । ଏଠି ମନେ ପକେଇ ଦେବୁ, ସଇଦ ସେଇ ଆତଙ୍କବାଦୀ, ଯାହାକୁ  ଅପହୃତ କାନ୍ଦାହାର ବିମାନକୁ ଛାଡ଼ିବା ପାଇଁ ୧୯୯୯ ମସିହାରେ ଭାରତ ମୁକ୍ତି […]