ମୁମ୍ବାଇ: ବାପା ମା’ ସେମାନଙ୍କର ସନ୍ତାନଙ୍କ ଖୁସି ପାଇଁ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥାନ୍ତି । ହେଲେ ଆମେ ଆଜି ବଲିଉଡ୍ର ଏମିତି ଜଣେ ବାପାଙ୍କ କଥା କହିବୁ, ଯେ କି ସେ ତାଙ୍କ ପୁଅର ସ୍କୁଲ୍ରେ ଆଡମିଶନ ପାଇଁ ଘର ବିକ୍ରି କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। କଥା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ। ବଲିଉଡ୍ର ପ୍ରସିଦ୍ଧ ଗାୟକ ଅର୍ମାନ୍ ମଲିକ୍ଙ୍କ ବାପା ତଥା ଅଭିନେତା ଡବୁ ମଲିକ୍ ଅର୍ମାନ୍ଙ୍କୁ […]
ଗୁୱାହାଟୀ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଥିରେ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ୩୩ଟି ଜିଲ୍ଲାରୁ ୨୫ଟି ଜିଲ୍ଲା ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। ବାର୍ପେଟା ଅଞ୍ଚଳ ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟରେ ଆହୁରି ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ […]
ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ପାଇଁ କାଉଣ୍ଟ୍ ଡାଉନ୍ ଆରମ୍ଭ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ସକାଳ ୬ଟା ୫୧ରୁ ୨୦ ଘଣ୍ଟିଆ କାଉଣ୍ଟ୍ ଡାଉନ୍ ଆରମ୍ଭ ହୋଇଛି। ୧୫ ତାରିଖ ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସତୀଶ ଧାଓ୍ୱନ୍ ମହାକାଶ କେନ୍ଦ୍ରରୁ ଜିଏସ୍ଏଲ୍ଭି ମାର୍କ ଥ୍ରୀ ରକେଟ୍ ବା ବାହୁବଳୀ ସାହାଯ୍ୟରେ ଏହାର ଉତ୍କ୍ଷେପଣ ହେବ। ‘ଚନ୍ଦ୍ରଯାନ-୨’ ମିଶନକୁ ଅର୍ବିଟର, ଲ୍ୟାଣ୍ଡର ଓ ରୋଭର୍ ଏହିଭଳି […]
ମୁମ୍ବାଇ: ସମସ୍ତେ ଜାଣନ୍ତି, ବଲିଉଡ୍ର ଖିଲାଡି ଅକ୍ଷୟ କୁମାର ହାଇଏଷ୍ଟ ପେଡ୍ ଷ୍ଟାର। ସେଥିପାଇଁ ଫୋବର୍ସ ମାଗାଜିନ୍ ପକ୍ଷରୁ ନିକଟରେ ଏକ ଲିଷ୍ଟ ପ୍ରକାଶ ପାଇଛି, ଯେଉଁଥିରେ ଅକ୍ଷୟ କୁମାର ସବୁଠୁ ଅଧିକ ଇନ୍କମ୍ କରୁଥିବା ଅଭିନେତା ବୋଲି କୁହାଯାଇଛି। ମାଗାଜିନ୍ରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ୨୦୧୮ ମସିହା ଜୁନ୍ରୁ ୨୦୧୯ ମସିହା ଜୁନ୍ ପର୍ଯ୍ୟନ୍ତ ଅକ୍ଷୟ ୪୪୪ କୋଟି ଟଙ୍କା ଇନ୍କମ୍ କରିଛନ୍ତି। ଏ କ୍ଷେତ୍ରରେ ରିହାନା, ସ୍କାରଲେଟ୍ ଜୋହନସର୍ ଓ ବ୍ରେଡ୍ଲି କୁପରଙ୍କ ଭଳି […]
ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ପାକିସ୍ତାନ ଡରିବା ଆରମ୍ଭ କରିଛି। କାଳେ ଭାରତ ଆଉ ଥରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିବ, ସେଥିପାଇଁ ଇସ୍ଲାମାବାଦ ଭାରତ ପାଇଁ ତା’ର ବାୟୁସୀମାକୁ ବନ୍ଦ କରିଦେଇଛି। ଭାରତକୁ ଆସୁଥିବା କିମ୍ବା ଭାରତରୁ ଯାଉଥିବା କୌଣସି ବିମାନ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରିପାରିବ ନାହିଁ। କିନ୍ତୁ ପାକିସ୍ତାନ ଏବେ ଭାରତ ପାଇଁ ତା’ର ଆକାଶ ମାର୍ଗ ଖୋଲିବା ନିମନ୍ତେ ନୂଆଦିଲ୍ଲୀ ଆଗରେ ସର୍ତ୍ତ ଉପସ୍ଥାପନ […]