ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି।
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସହିତ ଆଗକୁ ବିଶ୍ୱରେ ଉତ୍କଟ ଜଳ ସମସ୍ୟା ଦେଖାଦେବ। ତେଣୁ ଏହାର ସମାଧାନ ପାଇଁ ଜମ୍ମୁ କଶ୍ମୀରର ଲେହ ଅଞ୍ଚଳରେ ଏକ ଛୋଟିଆ ପ୍ରୟାସ କରାଯାଇଛି। ବରଫ ସ୍ତୁପ ଜରିଆରେ ପାଣି ସଞ୍ଚୟ କରାଯାଇଛି। ଯାହାକୁ ବରଫ ସ୍ତୁପ କୁହାଯାଉଛି। ଆଗକୁ ଆସୁଥିବା ଉତ୍କଟ ଜଳ ସମସ୍ୟାର ସମାଧାନ ପାଇଁ ଏହି ନିଆରା ପ୍ରୟାସ କରାଯାଇଛି। ଖରାଦିନେ ବହୁ ସମସ୍ୟା ହୁଏ। ଏହାର ସମାଧାନ ପାଇଁ ବରଫ ସ୍ତୁପ ଜରିଆରେ ସଞ୍ଚୟ କରାଯାଇ […]
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ସିଜିନ୍ରେ ପ୍ରଥମ ମ୍ୟାଚ୍ ଜିତିଲା ଚେନ୍ନାଇ ସୁପର କିଙ୍ଗ୍ସ। ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ୭୦ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଚେନ୍ନାଇର ବୋଲିଂ ଆଗରେ ବାଙ୍ଗାଲୋରର ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରି ନଥିଲେ। ପାର୍ଥିବ ପଟେଲଙ୍କ ବ୍ୟତୀତ ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ହରଭଜନ ସିଂ ଓ ଇମ୍ରାନ ତାହିର ୩ଟି ଲେଖାଏ ୱିକେଟ୍ ନେଇଥିଲେ। ଜବାବରେ ଚେନ୍ନାଇ ମାତ୍ର […]
How to Make Mushroom Paneer Pulao ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ବଟମ୍ ମଶରୁମ, ଛୋଟ ଛୋଟ ଖଣ୍ଡ ପନିର୍, କଟା ପିଆଜ, ଟମାଟୋ ପେଷ୍ଟ୍, ଗରମ ମସଲା ପାଉଡର୍, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ। ଏବେ କଡ଼େଇରେ ଦୁଇ ଚାମଚ […]
ନୂଆଦିଲ୍ଲୀ: ଆର୍ଥିକ ସଂକଟ ଯୋଗୁଁ ଜେଟ୍ ଏୟାର୍ୱେଜ୍ର ସମସ୍ୟା ବଢ଼ିବାରେ ଲାଗିଛି। ୧୩ଟି ଇଣ୍ଟରନ୍ୟାସନାଲ୍ ରୁଟ୍ରେ ବିମାନ ଚଳାଚଳକୁ ରଦ୍ଦ କରିଛି ଏହି କମ୍ପାନି। ଏପ୍ରିଲ ଶେଷ ଯାଏ ଏହି ରୁଟ୍ରେ ସମସ୍ତ ବିମାନ ବନ୍ଦ ରହିବା ସହିତ ବୁକିଂ ମଧ୍ୟ କରାଯିବ ନାହିଁ। ସେହି ରୁଟ୍ ଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀ-ବ୍ୟାଙ୍କକ୍, ମୁମ୍ବାଇ-ବ୍ୟାଙ୍କକ୍, ଦିଲ୍ଲୀ-ସିଙ୍ଗାପୁର। ସଂସ୍ଥାର ଆର୍ଥିକ ସଂକଟ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏହା ସହିତ ୭ଟି ବିମାନର ଚଳାଚଳକୁ ମଧ୍ୟ ବନ୍ଦ […]
ନୂଆଦିଲ୍ଲୀ: ବିହାର ଲୋକସଭା ନିର୍ବାଚନ ପାଇଁ ଏନ୍ଡିଏ ପୂରା ୪୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ବିଜେପି ଓ ଜେଡିୟୁ ୧୭ଟି ଲେଖାଏ ଆସନରେ ନିର୍ବାଚନ ଲଢ଼ିବେ ଏବଂ ଏଲ୍ଜିପି ୬ଟି ଆସନରେ ପ୍ରାର୍ଥୀ ଦେବ। ବିହାର ବିଜେପି ମୁଖ୍ୟ ଭୂପିନ୍ଦ୍ର ଯାଦବ ଆଜି ପାଟଣାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଶତ୍ରୁଘ୍ନ ସିହ୍ନାଙ୍କୁ ଏଥର ଟିକଟ ମିଳି ନାହିଁ। ସେ ଲଢୁଥିବା ଆସନ ପାଟଣା ସାହିବରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ […]
କାଶ୍ମୀର: ଜମ୍ମୁ ଓ କାଶ୍ମୀରର ସୋପୋର ସହରରେ ଗ୍ରେନେଡ୍ ଆକ୍ରମଣରେ ୨ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ସାଢ଼େ ୧୦ଟା ବେଳେ ଓ୍ୱାରପୋରାର ପୁଲିସ୍ ପାର୍ଟି ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ଼ କରିଥିଲେ। ଏଥିରେ ଡାଙ୍ଗିବାଚା ଥାନାର ଷ୍ଟେସନ ହାଉସ୍ ଅଫିସର ମୁଦାସିର ଅହମ୍ମଦ ଏବଂ ତାଙ୍କ ସହ ଥିବା ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆକ୍ରମଣ ପରେ ସୋପୋରକୁ ଘେରାଉ କରି ତଲାସି ଅଭିଯାନ ଚାଲିଛି। ଏହାସହ ବାନ୍ଦିପୋରାରର ହାଜିନ, […]
ଭୁବନେଶ୍ୱର: ୨୦୧୪ ପରି ଏଥର ମଧ୍ୟ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷିକୁ ଗୁରୁତ୍ୱ ଦେବ ବିଜେଡି। ଦଳର ନିର୍ବାଚନୀ ଇସ୍ତାହାରେ ଏହି ସବୁ ପ୍ରସଙ୍ଗ ସ୍ଥାନ ପାଇପାରେ। ଦଳର ଇସ୍ତାହାର ବାସ୍ତବଧର୍ମୀ ହେବ ବୋଲି କହିଛନ୍ତି ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ। ସେ କହିଛନ୍ତି, “ଆଜି ପ୍ରାରମ୍ଭିକ ମିଟିଂ ହୋଇଥିଲା। ୨ ଦିନ ପରେ ଚୂଡ଼ାନ୍ତ ମିଟିଂରେ ଇସ୍ତାହାର ପ୍ରସ୍ତାବ ହେବ। ଅନ୍ୟ ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ଲୋଭନୀୟ କଥା କହିବେ। ତେବେ ବିଜେଡିର ଇସ୍ତାହାର […]
ଆଜିହେଉଛି ଦୋଳ ପୂର୍ଣ୍ଣିମା। ତେବେ ଆଜି ଦୋଳରେ ଆମେ ଆପଣଙ୍କୁ ଏକ ନିଆରା ମିଠା ‘ସେଓ ଜିଲାପି’ ବିଷୟରେ କହିବୁ ଆସନ୍ତୁ ଜାଣିବା। ଆବଶ୍ୟକ ସାମଗ୍ରୀ: ସେଓ, ମଇଦା, ଚିନି, ତେଲ, ଲେମ୍ବୁରସ, ଗୁଜୁରାତି ଗୁଣ୍ଡ, କାଜୁ ଓ ପେସ୍ତା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗରମ ପାଣିରେ ଅଳ୍ପ ଚିନି ପକାଇ ଗୋଳାଇ କିଛି ସମୟ ଯାଏ ରଖି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମଇଦା, କିଛି ବୁନ୍ଦା ତେଲ ଓ ଚିନିକୁ ମିଶାଇ ଏକ ମିଶ୍ରଣ […]
ଭୁବନେଶ୍ୱର: ଆଧୁନିକ ଜୀବନଶୈଳୀରେ କାମ ଓ ମାନସିକ ଚାପ ଯୋଗୁ ଅଧିକାଂଶ ଲୋକେ ବ୍ଲଡ୍ ପ୍ରେସର୍ ବା ରକ୍ତଚାପର ଶିକାର ହେଉଛନ୍ତି। ରକ୍ତଚାପ ଏକ ଗମ୍ଭୀର ସମସ୍ୟା। ଯାହା ଅଧିକ ହେଲେ ଆମ ଜୀବନ ମଧ୍ୟ ନେଇପାରେ। ବ୍ଲଡ୍ ପ୍ରେସର ଯୋଗୁ ହୃଦଘାତ ଭଳି ସମସ୍ୟା ମଧ୍ୟ ଦେଖାଦେଇ ପାରେ। ତେଣୁ ଆପଣ ଏହାକୁ ସାଧାରଣ କଥା ନ ଭାବି ଏହାର ପ୍ରତିକାର ବ୍ୟବସ୍ଥା କରନ୍ତୁ। ଏଥିପାଇଁ ଆପଣ ନିଜ୍ ଡାଏଟରେ ୫ଟି ଖାଦ୍ୟକୁ ସାମିଲ କରିପାରିବେ। […]
ମୁମ୍ବାଇ: ଚୁଲ୍ବୁଲି ଆଲିଆ ଭଟ୍ଟଙ୍କୁ ବଲିଉଡ୍ର ଜଣେ ଦକ୍ଷ ଅଭିନେତ୍ରୀ କହିଲେ ଅତ୍ୟୁକ୍ତି ହେବନି। ଏତେ କମ୍ ବୟସରେ ବଲିଉଡ୍ରେ ସେ ନିଜର ଏକ ସୂତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ୍। ଆଉ ଭାବିଲେ ଦେଖି ଆଲିଆଙ୍କର ଯଦି କିଛି ସ୍ୱପ୍ନ ପୂରା ହେବ ତାଙ୍କ ଫ୍ୟାନ୍ମାନେ କେତେ ଖୁସି ନ ହେବେ। ଆମେ ଏମିତି କହିବାର ଅର୍ଥ ହେଉଛି ଆଲିଆଙ୍କର ପିଲାଦିନର ଏକ ସ୍ୱପ୍ନ ପୂରା ହୋଇଛି। ଆଉ ସେ […]
ଭୁବନେଶ୍ୱର: ପ୍ରାୟ ଅଧିକାଂଶ ଲୋକ ଦିନର ଆରମ୍ଭ କପେ ଚା’ କିମ୍ବା କଫିରୁ କରିଥାନ୍ତି। କିଛି ଲୋକ ଚା’ ସହିତ ସ୍ନାକ୍ସ କିମ୍ବା କିଛି ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି, ଯାହାକୁ ଆମେ ଯଦି ଚା’ ସହ ଖାଇବା ତେବେ ଶରୀରର ଅନେକ କ୍ଷତି ହୋଇଥାଏ। ଏପରିକି ଆପଣଙ୍କୁ ଅଯଥା ଶାରୀରିକ କଷ୍ଟ ଭୋଗିବାକୁ ପଡ଼ିବ। ଏବେ ଚାଲନ୍ତୁ ଜାଣିବା, ଚା’ ସହ କ’ଣ ଖାଇବା […]
How to Prepare Khua Chicken in Odia ଚିକେନ୍ରେ ପ୍ରସ୍ତୁତ ହୋଇଥିବା ଅନେକ ଖାଦ୍ୟ ଆପଣ ଖାଇଥିବେ। କିନ୍ତୁ କେବେ କ’ଣ ‘ଖୁଆ ଚିକେନ୍’ ଖାଇଛନ୍ତି। ଆଜି ଆମେ ଆପଣଙ୍କୁ ଘରେ କିପରି ‘ଖୁଆ ଚିକେନ୍’ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଟିପ୍ସ୍ ଦେବୁ। ଆବଶ୍ୟକ ସାମଗ୍ରୀ: ଚିକେନ୍, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ ଏକ ଚାମଚ୍, ଘିଅ, ପାନମଧୁରୀ, ପିଆଜ, କଳା ଜିରା, ଲବଙ୍ଗ, ଡାଳଚିନି, କ୍ୟାପ୍ସିକମ୍, ଅଦା ରସୁଣ ବଟା ଓ […]
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେନି ବହୁଜନ ସମାଜପାର୍ଟିର ମୁଖ୍ୟ ମାୟାବତୀ। ଏନେଇ ଆଜି ସେ ଘୋଷଣା କରିଛନ୍ତି। ନିର୍ବାଚନରେ ପ୍ରାର୍ଥୀ ହେଉ ନଥିଲେ ମଧ୍ୟ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଉତ୍ତରପ୍ରଦେଶରେ ବହୁଜନ ସମାଜପାର୍ଟି, ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ମଧ୍ୟରେ ମେଣ୍ଟ ହୋଇଛି। ଏପ୍ରିଲ ୧୧ରେ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟରେ ୮ଟି ଲୋକସଭା ପାଇଁ ନିର୍ବାଚନ ହେବ। ଏଥିପାଇଁ ମେଣ୍ଟ ପକ୍ଷରୁ ରଣନୀତି ପ୍ରସ୍ତୁତି […]
ନୂଆଦିଲ୍ଲୀ: ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଆଜି ୨୫ ଲକ୍ଷ ଚୌକିଦାରଙ୍କ ସହ କଥା ହେବେ। ମୋଦି ଅପରାହ୍ଣ ୪ଟା ୩୦ରେ ଅଡିଓ ବ୍ରିଜ ମାଧ୍ୟମରେ କଥା ହେବେ। ହୋଲି ଅବସରରେ ପ୍ରଧାନମନ୍ତ୍ରୀ ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଘରେ ଘରେ ପ୍ରଧାନମନ୍ତ୍ରୀଙ୍କ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଗଡ଼ ବାରଣାସୀରେ ରଣହୁଙ୍କାର ଦେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ଆରମ୍ଭ କରିଥିବା ଗଙ୍ଗା ଯାତ୍ରା ଆଜି ତୃତୀୟ ତଥା ଅନ୍ତିମ ଦିନରେ ପହଞ୍ଚିଛି। ଆଜି ବାରଣାସୀର ଆସି ଘାଟରେ ଗଙ୍ଗା ଯାତ୍ରା ଶେଷ କରିବେ ପ୍ରିୟଙ୍କା। ପରେ ସେ ଏଠାକାର ବିଭିନ୍ନ ମନ୍ଦିର ଓ ଘାଟ ଦର୍ଶନ କରିବେ। ସେପଟେ ବାରଣାସୀର ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ପରିବାରଙ୍କୁ ବି ଭେଟିଛନ୍ତି […]
ନୂଆଦିଲ୍ଲୀ: ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ୍-ଏ-ମହମ୍ମଦ ସଂଗଠନର ମୁଖ୍ୟ ମାସୁଦ ଆଝାରକୁ ନିଷିଦ୍ଧ ଘୋଷଣା କରିବ ୟୁରୋପୀୟ ସଂଘ। ଏନେଇ ଜର୍ମାନୀ ୟୁରୋପିୟନ ୟୁନିୟନରେ ପ୍ରସ୍ତାବ ଆଗତ କରିବ। ଜର୍ମାନୀର ଏହି ପ୍ରସ୍ତାବ ଯଦି କାର୍ଯ୍ୟକାରୀ ହୁଏ, ତେବେ ୟୁରୋପର ୨୮ଟି ଦେଶରେ ମାସୁଦ ଆଝାର ଉପରେ ବ୍ୟାନ୍ ଲାଗିବ। ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନ୍ ଖାରଜ କରିଦେଇଥିଲା। କିନ୍ତୁ ଏବେ ୟୁରୋପରେ […]
ନୂଆଦିଲ୍ଲୀ: କାର୍ଯ୍ୟଭାର ଗ୍ରହଣ କଲେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ଶପଥ ଗ୍ରହଣ କରିଥିଲେ। ରାତି ୨ଟାରେ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିପାଇଁ ଗୋଆ ରାଜଭବନରେ ବିଶେଷ ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ୧୨ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ୪୫ ବର୍ଷୀୟ ପ୍ରମୋଦ ସାୱନ୍ତ ଗୋଆ ବିଧାନସଭାର ବାଚସ୍ପତି ଥିଲେ। […]