• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangita Sahu

ଆଜିହେଉଛି ଦୋଳ ପୂର୍ଣ୍ଣିମା। ତେବେ ଆଜି ଦୋଳରେ ଆମେ ଆପଣଙ୍କୁ ଏକ ନିଆରା ମିଠା ‘ସେଓ ଜିଲାପି’ ବିଷୟରେ କହିବୁ ଆସନ୍ତୁ ଜାଣିବା।

ଆବଶ୍ୟକ ସାମଗ୍ରୀ:

ସେଓ, ମଇଦା, ଚିନି, ତେଲ, ଲେମ୍ବୁରସ, ଗୁଜୁରାତି ଗୁଣ୍ଡ, କାଜୁ ଓ ପେସ୍ତା।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗରମ ପାଣିରେ ଅଳ୍ପ ଚିନି ପକାଇ ଗୋଳାଇ କିଛି ସମୟ ଯାଏ ରଖି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମଇଦା, କିଛି ବୁନ୍ଦା ତେଲ ଓ ଚିନିକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ।

ତାପରେ ସିରା ପ୍ରସ୍ତୁତ କରିବାପାଇଁ ଚିନି ଓ ପାଣିକୁ ଫୁଟାଇ ଦିଅନ୍ତୁ। ଯେତେବେଳେ ଏହା ଫୁଟିବ, ଆଞ୍ଚ କମ୍‌ କରି ଏଥିରେ ଅଳ୍ପ ଲେମ୍ବୁ ରସ ଓ ଗୁଜୁରାତି ଗୁଣ୍ଡ ପକାଇ ସେତେବେଳ ଯାଏ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହା ଫୁଟି ଫୁଟି ସିରା ଭଳି ଗାଢ଼ ନ ହୋଇଯାଏ।
ଏବେ ଜିଲାପି ଛାଣିବାକୁ ଏଥିପାଇଁ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ବର୍ତ୍ତମାନ ସେଓକୁ ଗୋଲ ଗୋଲ କରି କାଟି ମଇଦା ମିଶ୍ରଣରେ ବୁଡ଼ାଇ ଗୋଟି ଗୋଟି କରି ଛାଣନ୍ତୁ। ଏହାକୁ ଗୋଲ୍ଡେନ୍‌ ବ୍ରାଉନ୍‌ କଲର୍‌ ହେବା ଯାଏ ଛାଣନ୍ତୁ। ଜିଲାପି ହୋଇଗଲେ ଏହାକୁ ୨ ମିନିଟ୍‌ ଯାଏ ସିରାରେ ବୁଡ଼ାଇ ରଖନ୍ତୁ। ଏହାପରେ ପ୍ଲେଟ୍‌କୁ କାଢ଼ି ଉପରେ କଟା କାଜୁ ଓ ପିସ୍ତା ସଜାଇ ପରଷନ୍ତୁ ଗରମ ସେଓ ଜିଲାପି