ଭୁବନେଶ୍ୱର : ମୋଦି ସରକାରଙ୍କର ୨ୟ ପାଳିରେ ଅର୍ଥମନ୍ତ୍ରୀ ସୀତାରମଣ ଯେଉଁ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି ତାକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତୀବ୍ର ସମାଲୋଚନା କରିଛି। ଏଥିରେ ମୋଦି ସରକାର ପେଟ୍ରୋଲ, ଡିଜେଲ ଲିଟର ପ୍ରତି ୧ ଟଙ୍କା ଅଧିକ ସେସ୍ ଲାଗୁ କରିଛନ୍ତି। ଏହା ଫଳରେ ପ୍ରତ୍ୟେକଟି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇବ। ଚାଷୀ ତା’ର ଫସଲର ଲାଭଜନକ ମୂଲ୍ୟ ପାଇବା କ୍ଷେତ୍ରରେ ବଜେଟ୍ ନିରବ। ଯୁବକମାନଙ୍କୁ ନିଯୁକ୍ତି ମିଳିବା କ୍ଷେତ୍ରରେ କୌଣସି […]
ଦିଲ୍ଲୀ : ଦିଲ୍ଲୀ ମାଲବ୍ୟ ନଗରରେ ଥିବା ରବର ଗୋଦାମରେ ଅଗ୍ନିକାଣ୍ଡ ଘଟଣାରେ ଏବି ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ଗୋଦାମରେ ହଠାତ ନିଆଁ ଲାଗି ଯାଇଥିଲା। ଏହାପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ରାତିରେ ପ୍ରାୟ ୮୦ଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ କରାଯାଇଥିଲା। ତେବେ ଦୀର୍ଘ ୧୫ ଘଣ୍ଟା ପରେ ମଧ୍ୟ ନିଆଁକୁ ଆୟତ […]
ହେଡିଙ୍ଗଲେ : ଆଫଗାନିସ୍ତାନର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇକ୍ରାମ୍ ଅଲୀ ଖିଲ ନୂଆ କୀର୍ତ୍ତିମାନ କରିଛନ୍ତି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ୧୮ ବର୍ଷୀୟ ଇକ୍ରାମ୍ ୯୨ ବଲରେ ୮୬ ରନର ଇନିଂସ୍ ଖେଳି ଭାରତର କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ୨୭ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ସଚିନ ୧୯୯୨ ବିଶ୍ୱକପରେ ମାତ୍ର ୧୮ ବର୍ଷ ବୟସରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୮୪ ରନ୍ କରିଥିଲେ। ତେବେ ସବୁଠାରୁ କମ୍ ବୟସରେ ବିଶ୍ୱକପରେ ସର୍ବାଧିକ ରନର ରେକର୍ଡ […]
ସୋସିଆଲ୍ ମିଡିଆରେ ଟ୍ୱିଟ୍ କରି ପୁଣି ଟ୍ରୋଲ୍ ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ସେ ନିଜ ଟ୍ୱିଟ୍ରେ ଲେଖିଛନ୍ତି- 'ଲେଖିବାର କିଛି ନାହିଁ'। ଅମିତାଭଙ୍କ ଏହି ପୋଷ୍ଟ ଦେଖିବା ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବାକୁ ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ଉପଭୋକ୍ତାମାନେ ତାଙ୍କୁ ଟ୍ରୋଲ୍ କରି ସମାଲୋଚନା କରିଥିଲେ।
ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଶୁକ୍ରବାର ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଛି। ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ଅସମ୍ଭବ ବିଜୟ ଦରକାର। ଏହି ଆଧାରରେ ପାକିସ୍ତାନ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ବାଂଲାଦେଶକୁ ହରାଇବାକୁ ହେଲେ ପାକିସ୍ତାନକୁ ବଡ଼ ସ୍କୋର ଛିଡ଼ା କରିବାକୁ ପଡ଼ିବ। କିନ୍ତୁ ପାକିସ୍ତାନ ଏହାର ବିପରୀତ ବ୍ୟାଟିଂ କରିଛି। ଟିମ୍ ୮ ଓଭରରେ ୧ ୱିକେଟ୍ ହରାଇ ମାତ୍ର ୨୮ […]
ନୂଆଦିଲ୍ଲୀ : ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ଜାକର୍ତ୍ତାରେ ବସବାସ କରୁଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କ ନେଇ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ-ଇଣ୍ଡୋନେସିଆ ସିଇଓ ଫୋରମରେ ଉଭୟ ଦେଶର ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଆଜି ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିପା ଭାଇରସ ସହ ସମାନ । ଯେଉଁ ରାଜନୈତିକ ଦଳ ତାଙ୍କ ସମ୍ପର୍କରେ ଆସିବେ ସେମାନେ ଆକ୍ରାନ୍ତ ହୋଇ ଧ୍ୱଂସ ହୋଇଯିବେ। ଟ୍ୱିଟ୍ ଯୋଗେ ଏଭଳି ଏଭଳି ବିବାଦୀୟ ବୟାନ ରଖିଛନ୍ତି ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜ୍। राहुल गांधी #निपाह वायरस के समान है । जो भी राजनीतिक पार्टी इसके सम्पर्क में आएगी वह फना हो जाएगी । […]
୧: ବଡ଼ ଆୟକାରୀଙ୍କ ଉପରେ ୩% ଓ ୭% ସରଚାର୍ଜ ପ୍ରସ୍ତାବ। ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଓ ୫ କୋଟିରୁ ଅଧିକ, ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ୍ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ ଦେଇଛନ୍ତି। ୨ରୁ ୫ କୋଟି ଆୟ ଯାଏ ଟିକସ ସହ ୩% ସରଚାର୍ଜ ଓ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟିକସ ସହ ୭% ସରଚାର୍ଜ ଦେବେ। ୨: ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ […]
ଭୁବନେଶ୍ୱର : ଗୁରୁଗ୍ରାମ ଦିଲ୍ଲୀ ପବ୍ଲିକ୍ ସ୍କୁଲର ପ୍ରଖର ମିତ୍ତଲ, ବିଜ୍ନୋର ଆର୍.କେ ପବ୍ଲିକ୍ ସ୍କୁଲର ରିମ୍ଝିମ୍ ଅଗ୍ରଓ୍ୱାଲ, ଶ୍ୟାମଲି ସ୍କଟିସ୍ ଇଣ୍ଟରନ୍ୟାସନାଲ ସ୍କୁଲର ନନ୍ଦିନୀ ଗର୍ଗ ଓ କୋଚିନ୍, ଭାବନ୍ ବିଦ୍ୟାଳୟର ଶ୍ରୀଲକ୍ଷ୍ମୀ ଜି. ,ଏମାନେ ହେଉଛନ୍ତି ଚଳିତ ବର୍ଷର ସିବିଏସଇ ଦଶମ ଟପ୍ପର। ୫ଶହରୁ ୪୯୯ ଲେଖାଏଁ ନମ୍ବର ରଖି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ଏହି ୪ ଛାତ୍ରଛାତ୍ରୀ। ଏଥର ମୋଟ୍ ୧୬ ଲକ୍ଷ ୩୮ ହଜାର ୪୨୦ ଜଣ ଛାତ୍ରଛାତ୍ରୀ ସିବିଏସଇ […]
ଲିଡ୍ସ: ଚଳିତ ଆଇସିସି ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ତା’ର ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ୨୩ ରନରେ ପରାସ୍ତ କରି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ହେଡିଙ୍ଗଲେରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ ଲଢ଼ୁଆ ବ୍ୟାଟିଂ କରି ପୂରା ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୮ ରନ୍ କରିବାକୁ ସକ୍ଷମ ହୋଇଛି। ଆଫଗାନିସ୍ତାନ ପକ୍ଷରୁ ଇକ୍ରାମ୍ ଅଲୀଖିଲ୍ ସର୍ବାଧିକ […]
ନୂଆଦିଲ୍ଲୀ : ଚଳିତ ମାସରେ ହିଁ ଅନ୍ତର୍ଜାତୀୟ କୋର୍ଟରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ରାୟ ପ୍ରକାଶ ପାଇବ। ପାକିସ୍ତାନରେ କୁଳଭୂଷଣଙ୍କ ନାମରେ ଗୁଇନ୍ଦାଗିରି କରୁଥିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରାଯିବା ସହ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କୁଳଭୂଷଣ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ। ୨୦୧୭ ମସିହା ଏପ୍ରିଲ ମାସରେ ସେ ଗିରଫ ହୋଇଥିଲେ। ଏହାକୁ ବିରୋଧ କରି ମେ’ ୨୦୧୭ରେ ଭାରତ ଅନ୍ତର୍ଜାତୀୟ କୋର୍ଟ ଦ୍ୱାରସ୍ଥ ହୋଇଥିଲା। […]
ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ କ୍ରିକେଟରୁ ସନ୍ନ୍ୟାସ ନେବାର ୬ ବର୍ଷ ହୋଇଗଲାଣି। ମଇଦାନ ଭିତରେ ସଚିନଙ୍କ ଦକ୍ଷତା ସମ୍ପର୍କରେ ପୂରା ଦୁନିଆ ଅବଗତ, କିନ୍ତୁ ମଇଦାନ ବାହାରେ ବି ସଚିନଙ୍କ ଯାଦୁ ଏବେବି କାଏମ ରହିଛି। ଯେଉଁଠି କ୍ରିକେଟ୍ କଥା କୁହାଯିବ, ସେହିଠାରେ ସଚିନଙ୍କ ପରାମର୍ଶ ଓ ତାଙ୍କ ଦୃଷ୍ଟିକୋଣକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ। ବର୍ତ୍ତମାନ ବିଶ୍ୱକପ୍ ଚାଲିଛି, ତେଣୁ ଏହି ସମୟରେ ଯଦି ସଚିନଙ୍କ କଥା ଅଧିକ ଉଠିବା ସ୍ୱାଭାବିକ। ବିଶେଷକରି ସଚିନଙ୍କ ଭବିଷ୍ୟବାଣୀ […]