କାବୁଲ: ଆଫଗାନିସ୍ତାନର ପୂର୍ବ ନଙ୍ଗରହାର ପ୍ରୋଭିନ୍ସରେ ସୋମବାର ରାତିରେ ଭୁଲରେ ଆତଙ୍କବାଦୀ ଭାବି ୯ ଜଣଙ୍କୁ ସଂହାର କରିଛନ୍ତି ଆଫଗାନ ସେନା I ପ୍ରୋଭିନସିଆଲ ଗଭର୍ନର ହାୟାତୁଲା ହୟତ ଏ କଥା ସ୍ଵୀକାର କରିଛନ୍ତି I ଏହି ଘଟଣାରେ ଜଣେ ସ୍ଥାନୀୟ ପୋଲିସ କମାଣ୍ଡରଙ୍କ ସହ ୮ ଜଣ ଆହତ ହୋଇଛନ୍ତି I ସୂଚନା ମୁତାବକ, ଚାପରହାର ଜିଲ୍ଲାରେ ଏକ ସନ୍ଦିଗ୍ଧ ସ୍ଥାନରୁ ଗତ କାଲି ରାତିରେ ଗୁଳି ଗୋଳା ଶବ୍ଦ ଆସିବା ପରେ ସେନା ପକ୍ଷରୁ […]
ନୂଆଦିଲ୍ଲୀ: ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବ୍ୟାଙ୍କରେ ଅଛି କି? ତେବେ ଆଜି ହିଁ ବାକି ଥିବା କାମ ସାରିଦେଲେ ଭଲ। କାରଣ କାଲିଠୁ ଆପଣଙ୍କ ବ୍ୟାଙ୍କ ସେବାରେ ବାଧା ସୃଷ୍ଟି ହୋଇପାରେ। ଜାଣନ୍ତୁ ପ୍ରକୃତ କାରଣ କ’ଣ: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କ ଗୁଡ଼ିକର କର୍ମଚାରୀ କାଲିଠାରୁ ଦେଶବ୍ୟାପୀ ୨ ଦିନ ଧରି ଧାରଣା ଦେବାକୁ ଯାଉଛନ୍ତି। ଫଳରେ ଆସନ୍ତାକାଲି ଓ ପଅରଦିନ ଅର୍ଥାତ ବୁଧବାର ଓ ଗୁରୁବାର, […]
ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। CBSE Class 10 results for 2017-18 declared — Anil Swarup (@swarup58) 29 May 2018 ଛାତ୍ରଛାତ୍ରୀମାନେ ୱେବସାଇଟ୍ www.cbse.nic.in କିମ୍ବା www.cbseresults.nic.inରେ ନିଜର ରେଜଲ୍ଟ ଦେଖିପାରିବେ। କେମିତି ଜାଣିବେ ରେଜଲ୍ଟ…. ସିବିଏସ୍ଇ ବୋର୍ଡ଼ ଅଫିସିଆଲ ୱେବ୍ସାଇଟ୍ cbseresults.nic.in କୁ ଯିବେ। ୱେବ୍ସାଇଟ୍ର ରେଜଲ୍ଟ ୨୦୧୮ ଉପରେ କ୍ଲିକ୍ କରିବେ। କ୍ଲିକ୍ […]
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଅପରାହ୍ନ ୪ଟାରେ ପରୀକ୍ଷାଫଳ CBSE ୱେବସାଇଟ୍ cbse.nic.inରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ cbse.examresults.net କିମ୍ବା cbse.nic.inରେ ନିଜର ରେଜଲ୍ଟ ଦେଖିପାରିବେ। ସିବିଏସ୍ଇ ଦଶମ ପରୀକ୍ଷା ଗତ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ରେ ସରିଥିଲା। ଦେଶବ୍ୟାପି ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। All the best […]
ସୁରତ : ସୁରତ ସହରରେ ୫୯୦ ବର୍ଷ ଧରି ଗୋଡ଼ିୟାବା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ଆଜି ରୀତିନୀତିରେ ପୂଜା ସମ୍ପାଦନ ହେବା ପରେ ମହାପ୍ରଭୁ ରଥାରୁଢ଼ ହୋଇଥିଲେ। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କର ରଥକୁ ଟାଣି ନେଇଥିଲେ। ମହିଧରପୁର, ରାମପୁର ଓ ଲାଲଦରଜା ଦେଇ ରଥ ମନ୍ଦିରକୁ ଫେରିଆସେ। ମହାପ୍ରଭୁଙ୍କର ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। କାମନାଥ ଆଚାର୍ଯ୍ୟ ନାମକ ଜଣେ ସନ୍ଥ ଗୋଡ଼ିୟାବାବା ମନ୍ଦିର ପ୍ରତିଷ୍ଠା କରିଥିଲେ। […]
ନୂଆଦିଲ୍ଲୀ : ଟେଲିକମ୍ ଦୁନିଆକୁ ଓହ୍ଲାଇଲା ବାବା ରାମ ଦେବଙ୍କ ପତଞ୍ଜଳି ସଂସ୍ଥା। ରିଲାଏଲ୍ସ ଜିଓର ଧମାକା ଅଫର ପରେ ଏବେ ଟେଲିକମ୍ ସେକ୍ଟରରେ ଏହି ସ୍ୱଦେଶୀ କଂପାନୀ ପ୍ରବେଶ କରିଛି। ବାବା ରାମଦେବ ଏକ ଉତ୍ସବରେ ପତଞ୍ଜଳି ସିମ୍ କାର୍ଡ ଲଞ୍ଚ କରିଛନ୍ତି। ସୂଚନା ଅନୁସାରେ, ଏହି ସିମ୍ର ‘ସ୍ୱଦେଶୀ ସମୃଦ୍ଧି ସିମ୍ କାର୍ଡ’ ନାଁ ଦିଆଯାଇଛି। ଆଉ ଏହାକୁ ପତଞ୍ଜଳି ଓ ଭାରତ ସଞ୍ଚାର ନିଗମ ଲିମିଟେଡ୍(BSNL) ଉଭୟ ମିଶି ଲଞ୍ଚ କରିଛନ୍ତି। ପତଞ୍ଜଳି […]
ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୧୧୯ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପର ଅନ୍ତିମ-୪ରେ ସ୍ଥାନ ହାସଲ କରିଛି। ଏହା ପୂର୍ବରୁ ୧୯୯୨ରେ ଇଂଲଣ୍ଡ ସେମିରେ ପ୍ରବେଶ କରିଥିଲା। ପରାଜୟ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ଆଶା ଉଜ୍ଜୀବିତ ରହିଛି। ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଜନ୍ନି ବେୟାରଷ୍ଟୋଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୫ ରନ୍ […]
ମୁମ୍ବାଇ: ଏ ଏକ ମନଗଢ଼ା ଗଳ୍ପ ନୁହେଁ, ସତ କାହାଣୀ ଟିଏ I ଯାହା ଆପଣଙ୍କ ହୃଦୟକୁ ବିଦୀର୍ଣ୍ଣ କରି ଆଖିରୁ ଲୁହ ନିଗାଡ଼ି ଦେଇ ପାରେ I ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଗୀତା କପୁରଙ୍କ କାହାଣୀ I ପୁଅ ଝିଅ ଜନ୍ମ କରିଥିଲେ ମଲା ବେଳେ ମୁହଁରେ ପାଣି ଟୋପେ ଦେବେ ବୋଲି I କିନ୍ତୁ ବର୍ଷକ ତଳୁ ବୁଢ଼ୀ ବୟସରେ ମାଆକୁ ନେଇ ମେଡିକାଲରେ ଫିଙ୍ଗି ଦେଇ ଚାଲିଯାଇଥିଲା ପୁଅ I […]
ନୂଆଦିଲ୍ଲୀ : ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଟୁର୍ଣ୍ଣାମେଣ୍ଟରେ ଧୋନି ରନ୍ କରିବା ପାଇଁ ଯେଉଁଭଳି ସଂଘର୍ଷ କରୁଛନ୍ତି, ତାହା ତାଙ୍କର ପୂରା କ୍ୟାରିୟରରେ କେବେ ହୋଇନାହିଁ। ଏଭଳି ସ୍ଥିତିରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର ପରାଜୟ ପରେ ଧୋନିଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହା ପରେ ଧୋନିଙ୍କୁ ସୋଶାଲ ମିଡିଆରେ ଜୋରଦାର୍ ଟ୍ରୋଲ୍ କରାଯାଇଥିଲା। ଏବେ ଧୋନିଙ୍କର ଏକ ଫଟୋ […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂଙ୍କୁ ଧମକ! ଆଉ ଏହି ଧମକ ମିଳିଛି ହ୍ୱାଟ୍ସଆପ୍ ମେସେଜ୍ରେ। ଯାହାକୁ ନେଇ ପୋଲିସ୍ ତନାଘନା ଚଳାଇଛି। ସୂଚନା ଅନୁସାରେ, ରାଜନାଥଙ୍କ ପୁଅ ତଥା ବିଜେପି ବିଧାୟକ ପଙ୍କଜଙ୍କୁ ଏହି ଧମକପୂର୍ଣ୍ଣ ମେସେଜ୍ ମେ ୨୫ ରୁ ମିଳୁଛି। ଏକ ଅଜଣା ନମ୍ବରରୁ ହ୍ୱାଟ୍ସଆପ୍ ମେସେଜ୍ ଜରିଆରେ ଏହି ଧମକ ଦିଆଯାଉଥିବାର ଜଣାପଡ଼ିଛି। ଏନେଇ ପୋଲିସ୍ ରବିବାର ଏକ ମାମଲା ରୁଜୁ କରିଛି। ସାଇବର ସେଲ୍ ଏହି ମାମଲାର […]