ନୂଆଦିଲ୍ଲୀ: ସମ୍ବାଦିକତାରୁ ରାଜନୀତିକୁ ଆସିଥିବା ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ନେତା ଆଶୁତୋଷ ଗୁପ୍ତା ଦଳ ଛାଡ଼ିଛନ୍ତି। ଟ୍ୱିଟ୍ କରି ଆଶୁତୋଷ ଏହି ସୂଚନା ଦେଇଛନ୍ତି। ନିଜ ଇସ୍ତଫାର କାରଣ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ସେ ଟ୍ୱିଟ୍ ଯୋଗେ କହିଛନ୍ତି। ତେବେ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଶୁତୋଷଙ୍କ ଏହି ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ‘ଆପ୍’ରୁ ଇସ୍ତଫା ସଂପର୍କରେ ୫୩ ବର୍ଷିୟ ଆଶୁତୋଷ ତାଙ୍କ ଟ୍ୱିଟ୍ରେ କହିଛନ୍ତି, ‘‘ପ୍ରତ୍ୟେକ ଯାତ୍ରାର ଶେଷ ଥାଏ। […]
ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୨ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବମାନଙ୍କ ପାଇଁ ଦେଶର ସବୁଠୁ ବଡ ଜନ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ୧୦ କୋଟି ପରିବାର ଉପକୃତ ହେବେ । ପାଖାପାଖି ୫୦ କୋଟି ନାଗରିକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚର ଭରଣା କରାଯିବାର ବ୍ୟବସ୍ଥା ରହିଛି। […]
ନୂଆଦିଲ୍ଲୀ: ଆଜି ହେଉଛି ୭୨ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିବାଦନ ଜଣାଇବା ସହ ଶୁଭେଚ୍ଛା, ଶୁଭକାମନା ମଧ୍ୟ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି। ଏଥିପାଇଁ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। आप सभी को स्वतंत्रता के इस महान पर्व पर मेरी बहुत-बहुत शुभकामनाएं। देश इस समय नवनिर्माण के आत्मविश्वास से सराबोर […]
ପୁରୀ: ହଜାର ହଜାର ବର୍ଷ ଧରି ଶ୍ରୀମନ୍ଦିରରେ ଚାଲିଛି ଠାକୁରଙ୍କ ପୂଜା ନୀତି ଓ ସେବା ପରମ୍ପରା। ବର୍ଷ ତମାମ ମହାପ୍ରଭୁଙ୍କ ୧୧୯ ପ୍ରକାର ସେବାରେ ବଂଶାନୁକ୍ରମିକ ଭାବେ ନିୟୋଜିତ ହୋଇଛନ୍ତି ବିଭିନ୍ନ ନିଯୋଗର ସେବାୟତ। ହେଲେ ଏବେ ସେ ବଂଶାନୁକ୍ରମିକ ସେବାକୁ ଉଚ୍ଛେଦ ସହ ସେବାୟତ ନେଉଥିବା ଦାନ ଦକ୍ଷିଣା, ଅନ୍ନଦାନ ଆଟିକା ବନ୍ଦ ଏବଂ ଶ୍ରୀମନ୍ଦିର ଆଇନ-୧୯୫୪ରେ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ନେଇ ତେଜିଛି ବିବାଦ। ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ଧାର୍ଯ୍ୟ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ସହ ଏକା ସମୟରେ ହେବ କି କିଛି ରାଜ୍ୟର ବିଧାନସଭା ନିର୍ବାଚନ? ଏହା ସପକ୍ଷରେ ଗତକାଲି ଲ’ କମିଶନ୍ଙ୍କୁ ବିଜେପି ପ୍ରସ୍ତାବ ଦେବା ପରେ ଜୋର୍ ଧରିଛି ଚର୍ଚ୍ଚା। ସୂଚନା ଅନୁସାରେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ୪ଟି ବିଧାନସଭା ଓ ଆସନ୍ତା ବର୍ଷ ଶେଷ ଆଡ଼କୁ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ସାଧାରଣ ନିର୍ବାଚନ ସହିତ ଏକାସାଙ୍ଗରେ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏହା […]
ରାୟପୁର: ଛତିଶଗଡ଼ର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ବଳରାମଜୀ ଦାସ ଟଣ୍ଡନ୍ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ହସ୍ପିଟାଲ୍ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କୁ ନିକଟସ୍ଥ ଭୀମ୍ରାଓ ଆମ୍ବେଦକର ସ୍ମାରକୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହୋଇ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରାଜଭବନ ପକ୍ଷରୁ କୁହାଯାଇଛି। ଜନସଂଘର ଅନ୍ୟତମ ପ୍ରତିଷ୍ଠାତା […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାହାଘର ପକ୍କା ହୋଇଛି। ଖୁବ୍ ଶୀଘ୍ର ରିଲ୍ ଲାଇଫ୍ର ଏହି ହିଟ୍ ଯୋଡ଼ି ଏବେ ରିୟଲ ଲାଇଫ୍ରେ ବାନ୍ଧି ହେବାକୁ ଯାଉଛନ୍ତି । ଆଉ ବେଶୀ ବିଳମ୍ବ ନୁହେଁ ନଭେମ୍ବର ୨୦ରେ ଦୁଇ ଜଣ ବାହା ହେବେ ବୋଲି ଟ୍ୱିଟ୍ କରିଛନ୍ତି। ତେବେ ଗଣମାଧ୍ୟମ ଚର୍ଚ୍ଚାରୁ ଦୂରେଇ ରହିବାକୁ ଉଭୟ ପରିବାର ତାରିଖକୁ ଗୋପନ ରଖିଥିଲେ। ବହୁ ଆଡ଼ମ୍ବରର ସହ ଏହି ବାହାଘର ହେଉଛି। କୁହାଯାଉଛି […]