• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

virat
୫୨୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଲଣ୍ଡନ: ନଟିଂହାମ୍ ଟେଷ୍ଟରେ ଇଂଲଣ୍ଡ ଅାଗରେ ୫୨୧ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଅାଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୩୫୨ ରନର ଅଗ୍ରଣୀ ନେଇ ଏହି ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେପଟେ ପ୍ରଥମ ଇନିଂସରେ ୯୭ରନ କରି ଶତକରୁ ବଞ୍ଚିତ ହୋଇଥିବା ବିରାଟ କୋହଲି ଦ୍ୱିତୀୟ ଇନିଂସରେ ଶତକୀୟ ଇନିଂସ ଖେଳିଛନ୍ତି। ସେ ୧୦୩ ରନ କରି ଅାଉଟ ହୋଇଛନ୍ତି। ସେହିଭଳି ପୂଜାରାଙ୍କ ୭୨ ରନ୍ ଓ […]

parrikar-manohar
ଆଜି ମନୋହର ପାରିକରଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇ ବହୁ ଦିନ ଧରି ଯନ୍ତ୍ରଣା ଭୋଗିବା ପରେ ଗତକାଲି ସନ୍ଧ୍ୟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର। ୬୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଆଜି ସନ୍ଧ୍ୟାରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କର ଶେଷ ଦର୍ଶନ ପାଇଁ ଗତକାଲିଠାରୁ ପାଣାଜି ସ୍ଥିତ ତାଙ୍କ ବାସଭବନରେ ନେତା, ମନ୍ତ୍ରୀ, ସମର୍ଥକ, ଶୁଭେଚ୍ଛୁ […]

Ajira-Anuchinta
ଆଜିର ଅନୁଚିନ୍ତା: ଈଶ୍ୱରଙ୍କ ଦରବାରରେ ସମସ୍ତେ ସମାନ, ସେ ପାତର ଅନ୍ତର କରନ୍ତି ନାହିଁ

-ଓମ୍‌ପ୍ରକାଶ ସାହୁ ଆପଣ ଅଫିସର ହୋଇଥା’ନ୍ତୁ କି ଜମିଦାର । ଈଶ୍ୱରଙ୍କ ଦରବାରରେ ସମସ୍ତେ ସମାନ। ଆପଣ ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ଆପଣଙ୍କ କର୍ମଫଳ ଆଉ କେହି ଭୋଗ କରିବେ ନାହିଁ । ଈଶ୍ୱର ଲାଞ୍ଚ ନିଅନ୍ତି ନାହିଁ କି ପାତର ଅନ୍ତର କରନ୍ତି ନାହିଁ। ଆପଣ ତାଙ୍କୁ ଲାଞ୍ଚ ଦେଲେ ବି ସେ ନେବେ ନାହିଁ। କାରଣ ସେ ବ୍ୟବସ୍ଥା ବି ସେ କରି ନାହାନ୍ତି । ଆପଣ ଯଦି ଅନ୍ୟକୁ […]

vinesh
ଏସିଆନ୍ ଗେମ୍‌ସ: କୁସ୍ତିରେ ସ୍ୱର୍ଣ୍ଣ ଜିତିଲେ ଭିନେଶ, ଭାରତର ପଦକ ସଂଖ୍ୟା ୫

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ୧୮ ତମ ଏସିଆନ୍‌ ଗେମ୍ସର ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ। ଦ୍ୱିତୀୟ ଦିନରେ ଭାରତ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଛି। ଭାରତ ପାଇଁ ଭିନେଶ ଫୋଗାଟ ଏହି ଗୌରବ ଆଣିଛନ୍ତି। ଏଥିସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ସେହିପରି ଆଜି ଶୁଟିଂରେ ଭାରତକୁ ୨ଟି ରୌପ୍ୟ ପଦକ ମିଳିଥିଲା। ଭାରତ ପାଇଁ ୧୯ ବର୍ଷୀୟ ଲକ୍ଷ୍ୟ ଶେହରାନ୍‌ ଓ ଦୀପକ କୁମାର ଏହି ପଦକ ଜିତିଥିଲେ। ଭିନେଶ […]

india england
ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ: କୋହଲି ଓ ପୂଜାରାଙ୍କ ଅର୍ଦ୍ଧଶତକ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଭାରତର ସ୍ଥିତି ଦୃଢ଼ ରହିଛି। ପ୍ରଥମ ଇନିଂସ୍‌ରେ ୧୬୮ ରନ୍‌ର ଅଗ୍ରଣୀ ଲାଭ କରିଥିବା ଟିମ୍‌ ଇଣ୍ଡିଆ ଏବେ ସୁଦ୍ଧା ଘରୋଇ ଦଳ ଆଗରେ ଏକ ବିଶାଳ ସ୍କୋର୍‌ ଛିଡ଼ା କରିସାରିଛି। ଅଧିନାୟକ ବିରାଟ୍‌ କୋହଲି ଆଜି ତାଙ୍କ ଟେଷ୍ଟ୍‌ କ୍ୟାରିୟରର ୧୯ ତମ ଅର୍ଦ୍ଧଶତକ ହାସଲ କରି ଇଂଲଣ୍ଡ ବୋଲ୍‌ରଙ୍କ ଉପରେ ଚାପ ପକାଇଛନ୍ତି। ସେହିପରି ଟେଷ୍ଟ୍‌ ସ୍ପେଶାଲିଷ୍ଟ୍‌ ଚେତେଶ୍ୱର ପୂଜାରା ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶେଷ ଖବର […]

asian game
ଭାରତକୁ ଶୁଟିଂରେ ଆଉ ଏକ ରୌପ୍ୟ ଦେଲେ ଲକ୍ଷ୍ୟ ଶେହରାନ୍‌

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ୧୮ ତମ ଏସିଆନ୍‌ ଗେମ୍ସର ଭାରତକୁ ଆଉ ଏକ ପଦକ। ଦ୍ୱିତୀୟ ଦିନରେ ଭାରତ ଶୁଟିଂରେ ପୁଣି ଏକ ରୌପ୍ୟ ପଦକ ଜିତିଛି। ଭାରତ ପାଇଁ ୧୯ ବର୍ଷୀୟ ଲକ୍ଷ୍ୟ ଶେହରାନ୍‌ ଏହି ପଦକ ଜିତିଛନ୍ତି। ଅନ୍ତିମ ପର୍ଯ୍ୟାୟରେ ଲକ୍ଷ୍ୟ ୧୫ଟି ଶଟ୍‌ରୁ ୧୪ ଥର ଟାର୍ଗେଟ ଭେଦ କରିବାରେ ସକ୍ଷମ ହୋଇଥିଲେ। ସେହିପରି ସମୁଦାୟ ୪୫ଟି ଶଟ୍‌ରୁ ଲକ୍ଷ୍ୟ ୩୯ଟି ଟାର୍ଗେଟ୍‌ ଭେଦ କରିପାରି  ଥିଲେ। ତେବେ ତାଙ୍କ ସହ ସ୍ୱର୍ଣ୍ଣ […]

vlcsnap-error032
କେରଳ ବନ୍ୟାରେ ଫସିରହିଛନ୍ତି ଓଡ଼ିଆ ବୁଣାକାର

କେରଳରେ ଫସିଛନ୍ତି କଟକ, ସୁନ୍ଦରଗଡ଼, ବଲାଙ୍ଗିର, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲ୍ଲାର ୧୧ଟି ଏସ୍.ଏଚ୍.ଜିର ସଦସ୍ୟ । ସେମାନଙ୍କୁ ମଧ୍ୟ ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଯାଇଛି। ତାଙ୍କର ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।