• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

jadeja
ବିଶ୍ୱ ରେକର୍ଡ କଲେ ଜାଡେଜା

ବିଶାଖପାଟଣା: ଟିମ୍ ଇଣ୍ଡିଆ ସ୍ପିନର ରବୀନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ନିଜର ୨୦୦ ୱିକେଟ୍ ପୂରଣ କରି ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଏସିଏ-ଭିଡିସିଏ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟରେ ସେ ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାରଙ୍କ ଆଉଟ୍ କରି ନିଜର ୨୦୦ତମ ୱିକେଟ୍ ପୂରଣ କରିଛନ୍ତି। ଏଥିସହ ସେ ଟେଷ୍ଟରେ ଦ୍ରୁତ ୨୦୦ ୱିକେଟ୍ ହାସଲକାରୀ ବାମହାତୀ ବୋଲର ହୋଇଛନ୍ତି। ଜାଡେଜା ମାତ୍ର ୪୪ ଟେଷ୍ଟ ଖେଳି ଏହି ମାଇଲଖୁଣ୍ଟ […]

sataka
୯ ବର୍ଷ ପରେ ଭାରତରେ ଶତକ ହାସଲ କଲା ଦକ୍ଷିଣ ଆଫ୍ରିକା

ଭାଇଜାଗ: ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଆକର୍ଷଣୀୟ ଶତକ ମାରି ରେକର୍ଡ କରିଛନ୍ତି। ଏଲଗାର୍ ଦକ୍ଷିଣ ଆଫ୍ରିକାର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୯ ବର୍ଷ ପରେ ଭାରତରେ ଶତକ ମାରିବାର ଗୌରବ ଅର୍ଜନ କରିଛନ୍ତି। ଦକ୍ଷିଣ ଆଫ୍ରିକା ଇନିଂସର ୬୦ତମ ଓଭରରେ ଏଲଗାର୍ ନିଜର ଦ୍ୱାଦଶ ଶତକ ପୂରଣ କରିଥିଲେ। ତାଙ୍କ ପୂର୍ବରୁ ୨୦୧୦ରେ ହାଶିମ୍ ଆମଲା ଭାରତ ଗସ୍ତରେ ଶେଷଥର ପାଇଁ ଶତକ ମାରିଥିଲେ। ତେବେ ୨୦୧୨ରେ […]

bvvbn
ନିଜ ହେଲିକପ୍ଟରକୁ ମିଶାଇଲ୍‌ ମାଡ଼ କରି ଉଡ଼ାଇ ଦେଇଥିଲା ବାୟୁସେନା

ନୂଆଦିଲ୍ଲୀ: ଧୋକା ଖାଇଥିଲା ସ୍ପାଇଡର୍ ଏୟାର୍ ଡିଫେନ୍ସ ସିଷ୍ଟମ୍। ନିଜ ହେଲିକପ୍ଟରକୁ ଚିହ୍ନିପାରିନଥିଲେ ଭାରତୀୟ ବାୟୁସେନା ଅଧିକାରୀ। ଶତ୍ରୁ ପକ୍ଷର ବିମାନ ଭାବି କରିଥିଲେ ମିସାଇଲ୍ ମାଡ଼। ଫଳରେ ଆକାଶମାର୍ଗରୁ ଖସି ପଡ଼ି ଧ୍ୱଂସ ହୋଇଯାଇଥିଲା MI-17 ଚପର୍।  ଏହି ପ୍ରାଣଘାତୀ ତ୍ରୁଟି, ବାୟୁସେନାର ଏକ ବଡ଼ ଭୁଲ୍ ଥିଲା ବୋଲି ସ୍ୱୀକାର କରିଛନ୍ତି ବାୟୁସେନା ମୁଖ୍ୟ ଏୟାର୍ ଚିଫ୍  ମାର୍ସଲ୍ RKS ଭଦୌରିଆ। ଗତ ଫେବୃୟାରୀ ୨୭ରେ ଫ୍ରେଣ୍ଡ୍ଲି ଫାୟାର୍ ବା ଭୁଲ୍ ବଶତଃ ନିଜ […]

saikh-hasina
ଦର ୧୦୦ ଛୁଇଁବା ପରେ ବିନା ପିଆଜରେ ଖାଉଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ: ପିଆଜ ନଥିବାରୁ ଅସୁବିଧାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ବଜାରରେ ପିଆଜ ନ ମିଳିବାରୁ ବିନା ପିଆଜରେ ରୋଷେଇ କରିବାକୁ ନିଜ ରୋଷେୟାକୁ କହିଛନ୍ତି ହାସିନା। ନୂଆଦିଲ୍ଲୀରେ ଓ୍ୱାର୍ଲଡ ଇକୋନୋମିକ୍ ଫୋରମ ଆଲୋଚନାରେ ଭାଗ ନେଇ ହାସିନା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ହଠାତ ପିଆଜ ରପ୍ତାନୀ ବନ୍ଦ କରିଦେବାରୁ ସେ ଖୁବ୍ ହଇରାଣ ହୋଇଛନ୍ତି। ତେଣୁ ସେ ତାଙ୍କ ରୋଷେୟାଉ ବିନା ପିଆଜରେ ରୋଷେଇ କରିବାକୁ କହିଛନ୍ତି। ପିଆଜ ରପ୍ତାନୀ ଉପରେ କେନ୍ଦ୍ର ସରକାର […]

ff
ଲେଖକ ରାମଚନ୍ଦ୍ର ଗୁହା ଓ ଫିଲ୍ମ ନିର୍ମାତା ମଣିରତ୍ନମଙ୍କ ସମେତ ୫୦ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

ପାଟନା: ଲେଖକ ରାମଚନ୍ଦ୍ର ଗୁହା, ଫିଲ୍ମ ନିର୍ମାତା ମଣିରତ୍ନମ ଏବଂ ଅପର୍ଣ୍ଣା ସେନଙ୍କ ସମେତ ୫୦ ଜଣ ସେଲେବ୍ରେଟିଙ୍କ ବିରୋଧରେ ବିହାରର ମୁଜାଫରପୁରରେ ଦେଶଦ୍ରୋହ ମାମଲା ଦାୟର ହୋଇଛି। ଭିଡ଼ ହିଂସା, ଅସହିଷ୍ଣୁତା ଭଳି ଘଟଣା ବଢ଼ୁଥିବା ଉପରେ ଉଦ୍‌ବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବାରୁ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପୁଲିସ କହିଛି। ସ୍ଥାନୀୟ ଆଇନଜୀବୀ ସୁଧିର ଓଝାଙ୍କ ଆବେଦନର ଶୁଣାଣି କରି ମୁଜାଫରପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ […]

hockey-1
ସବୁଯାକ ମ୍ୟାଚ୍‌ ଜିତିନେଲା ଭାରତ

ଆଣ୍ଟେ୍ୱର୍ପ: ବେଲଜିୟମ ଗସ୍ତରେ ଭାରତୀୟ ପୁରୁଷ ହକି ଟିମ୍ ବିଜୟ ସହ ଅଭିଯାନ ଶେଷ କରିଛି। ଏଠାରେ ଭାରତୀୟ ହକି ବିଜୟଧାରା ଅବ୍ୟାହତ ରଖି ଗୁରୁବାର ଅନ୍ତିମ ମ୍ୟାଚରେ ଆୟୋଜକ ବେଲଜିୟମକୁ ୫-୧ ଗୋଲରେ ପରାସ୍ତ କରି ତା’ର ରେକର୍ଡକୁ ଶତପ୍ରତିଶତ କାଏମ ରଖିଛି। ବିଶ୍ୱର ପାଞ୍ଚ ନମ୍ବର ଟିମ୍ ଭାରତ ଏହି ଗସ୍ତରେ ସମସ୍ତ ପାଞ୍ଚଟି ଯାକ ମ୍ୟାଚ୍ ଜିତି କ୍ଲିନସୁଇପ୍ କରିଛି। ପ୍ରଥମ ମ୍ୟାଚରେ ଭାରତ ବେଲିଜୟମକୁ ୨-୦ ଗୋଲରେ ହରାଇଥିଲା ବେଳେ ଦ୍ୱିତୀୟ […]

seha
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଉପରେ ବର୍ଷିଲେ ସେହୱାଗ୍; କହିଲେ ଏମିତି କଥା

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ବର୍ଷିଛନ୍ତି। ସେ ସୋଶାଲ ମିଡିଆରେ ଇମ୍ରାନଙ୍କ ଏକ ଭିଡିଓ କ୍ଲିନ୍ ଶେଆର୍ କରି କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି। କିଛି ଦିନ ତଳେ ଆମେରିକାର ନ୍ୟୁଜ୍ ଚ୍ୟାନେଲ୍ ଏମଏସଏନବିସି ସହ ଇମ୍ରାନଙ୍କର ସାକ୍ଷାତକାର ହୋଇଥିଲା। ଏଥିରେ ସେ ଆମେରିକା ଓ ଚୀନର ବିକାଶକୁ ନେଇ ଏଭଳି ଏକ ଉଦାହରଣ ଦେଇଥିଲେ, ଯାହାକୁ ଶୁଣି […]

f
ରେକର୍ଡ ବର୍ଷା କଲେ ରୋହିତଓ ମୟଙ୍କ ଅଗ୍ରୱାଲ୍

ବିଶାଖାପାଟଣା: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ମୟଙ୍କ ଅଗ୍ରୱାଲ୍ ଓପନିଂ ଯୋଡ଼ି ଭାବେ ନିଜର ପ୍ରଥମ ଟେଷ୍ଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ଯୋଡ଼ି ବୀରେନ୍ଦ୍ର ସେହ୍ୱାଗ ଓ ଗୌତମ ଗମ୍ଭୀରଙ୍କ ଦ୍ୱାରା ୧୫ ବର୍ଷ ତଳେ ହୋଇଥିବା ରେକର୍ଡକୁ ଭାଙ୍ଗିଛନ୍ତି। ୨୦୦୪-୦୫ରେ କାନପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେହ୍ୱାଗ ଓ ଗମ୍ଭୀର ୨୧୮ ରନର ଭାଗୀଦାରୀ କରିଥିଲେ। ଏହି ରେକର୍ଡକୁ ରୋହିତ୍ ଓ ମୟଙ୍କ ଭାଙ୍ଗିଛନ୍ତି, ଯାହାକି ଦକ୍ଷିଣ ଆଫ୍ରିକା ବିରୋଧରେ […]

aditya-thackeray-shiv-sena-12545_201907272859
ମହାରାଷ୍ଟ୍ର ରାଜନୀତିରେ ଯୋଡ଼ି ହେଲା ନୂଆ ଅଧ୍ୟାୟ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ନିର୍ବାଚନ ଠାରୁ ଦୂରରେ ରହୁଥିବା ଠାକ୍‌ରେ ପରିବାରର ପ୍ରଥମ ସଦସ୍ୟ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପୁଅ  ଆଦିତ୍ୟ ଠାକ୍‌ରେ। ପରମ୍ପରାକୁ ଭାଙ୍ଗି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଠାକ୍‌ରେ। ପରିବାରର ତୃତୀୟ ପିଢ଼ିର ଏହି ଯୁବନେତା ଆଜି ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ କରିଛନ୍ତି।    ନାମାଙ୍କନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଯୁବ ନେତା ଆଦିତ୍ୟ ଠାକ୍‌ରେ। ବିରାଟ ଶୋଭାଯାତ୍ରା […]

mana
କାଲି ଭାରତ ଆଡ଼କୁ ମାଡ଼ି ଆସିପାରନ୍ତି ପାକିସ୍ତାନୀ

ଶ୍ରୀନଗର: LOCରେ ବିଶୃଙ୍ଖଳା ପାଇଁ ପାକିସ୍ତାନ ସେନାର ନୂଆ ଚାଲ୍। କାଲି ଭାରତ ଆଡ଼କୁ ମାଡ଼ି ଆସି ପାରନ୍ତି ପାକିସ୍ତାନୀ। ଧାରା ୩୭୦ ଉଚ୍ଛେଦ ପରେ ବିବ୍ରତ ହୋଇପଡ଼ିଥିବା ପାକିସ୍ତାନ, କାଶ୍ମୀରରେ ଅଶାନ୍ତି ସୃଷ୍ଟି ପାଇଁ ଏଭଳି ଷଡ଼ଯନ୍ତ୍ର କରୁଥିବା ସୂଚନା ମିଳିଛି। ଖବର ସରବରାହ ସଂସ୍ଥା ଏଏନ୍ଆଇର ସୂଚନା ଅନୁସାରେ, କାଲି ପିଓକେରୁ LOCକୁ ସ୍ଥାନୀୟ କାଶ୍ମୀରବାସୀଙ୍କ ଏକ ପଦଯାତ୍ରା ବାହାର କରୁଛି ପାକିସ୍ତାନ। ସେନା ଏହି ମାର୍ଚ୍ଚରେ କାଶ୍ମୀରବାସୀଙ୍କୁ ସାମିଲ କରି ଉପତ୍ୟକାରେ ଅଶାନ୍ତି […]