• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

fff
ଅକ୍ଟୋବର ୧୫ରୁ ଡିଜେଲ୍ ଚାଳିତ ଜେନେରେଟର ବ୍ୟାନ୍‌

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ(ନିରୋଧ ଓ ନିୟନ୍ତ୍ରଣ) ଅଥୋରିଟିଙ୍କ ବଡ଼ ନିଷ୍ପତ୍ତି। ଅକ୍ଟୋବର ୧୫ରୁ ଦିଲ୍ଲୀ ସମେତ ଏନ୍‌ସିଆର ଅଞ୍ଚଳରେ ମଧ୍ୟ ଡିଜେଲ୍ ଚାଳିତ ଜେନେରେଟର ବ୍ୟାନ୍‌ ହେବ। ଡିଜେଲ୍ ଚାଳିତ ଜେନେରେଟର ପରିବେଶ ଅଧିକ ପ୍ରଦୂଷଣ କରୁଥିବାରୁ ଇପିସିଏ ଏଭଳି ନିଷ୍ପତ୍ତି ନେଇଛି। ଗତବର୍ଷ ଇପିସିଏ କେବଳ ଦିଲ୍ଲୀ ସହରରେ ଡିଜେଲ୍ ଚାଳିତ ଜେନେରେଟର ଉପରେ ରୋକ ଲଗାଇଥିଲା। ହେଲେ ଏବେ ଏନ୍‌ସିଆର ଅଞ୍ଚଳର ଗାଜିଆବାଦ, ନୋଏଡ଼ା, ଗ୍ରେଟର ନୋଏଡ଼ା, ଫରିଦାବାଦ, ଗୁରଗ୍ରାମ, ସୋନପିତ, ପାନିପଥ ଓ […]

iaf
ଜନ୍ମଦିନରେ ଶକ୍ତିଶାଳୀ ହେବ ବାୟୁସେନା; ଆଜି ଫ୍ରାନ୍ସ ଦେବ ରାଫେଲ୍

ନୂଆଦିଲ୍ଲୀ: ଆଜି ବିଜୟାଦଶମୀ ଅବସରରେ ଶକ୍ତିଶାଳୀ ହେବ ଭାରତ। କାରଣ ଆଜି ଫ୍ରାନ୍ସ ଭାରତକୁ ଲଢ଼ୁଆ ରାଫେଲ୍‌ ବିମାନ ଦେବ। ଅନ୍ୟପଟେ  ଆଜି ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ହୋଇଥିବାରୁ ଏହି ଦିନରେ ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ ଆଣିବେ। ଏଥିପାଇଁ ସେ ଗତକାଲିଠାରୁ ଫ୍ରାନ୍ସରେ ଗସ୍ତରେ ଯାଇ ଆଜି ପହଞ୍ଚିଛନ୍ତି। ଆଜି ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ପାଇଁ ଗାଜିଆବାଦର ହିଣ୍ଡୋନ […]

vv
ଆଇସିସି ଦିନିକିଆ ରାଙ୍କିଙ୍ଗରେ ଟିମ୍‌ ଇଣ୍ଡିଆର ମହିଳା କ୍ରିକେଟ୍‌ ଟିମ୍‌କୁ ବଡ଼ ସଫଳତା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଆଇସିସି ଦିନିକିଆ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛି। ମିତାଲୀ ରାଜଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଟିମର ୧୨୫ ପଏଣ୍ଟ ରହିଛି ଏବଂ ଏବେ ଟିମ୍ ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡ(୧୨୨)ଠାରୁ ତିନି ପଏଣ୍ଟ ଆଗରେ ରହିଛି। ସେହିପରି ଟି-୨୦ ରାଙ୍କିଙ୍ଗରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ତେବେ ଅଷ୍ଟ୍ରେଲିଆ ଉଭୟ ଦିନିକିଆ ଓ ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିଛି। ଦିନିକିଆ ରାଙ୍କିଙ୍ଗରେ ୱେଷ୍ଟଇଣ୍ଡିଜକୁ ୫ ପଏଣ୍ଟର କ୍ଷତି […]

rohit
ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଉପରକୁ ଉଠିଲେ ରୋହିତ

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶାଖାପାଟଣା ଟେଷ୍ଟର ଉଭୟ ଇନିଂସରେ ଶତକ ମାରି ରେକର୍ଡ କରିଥିବା ଭାରତର ହିଟମ୍ୟାଚ୍ ରୋହିତ୍ ଶର୍ମା ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ସୋମବାର ଆଇସିସି ପକ୍ଷରୁ ଜାରି ରାଙ୍କିଙ୍ଗରେ ରୋହିତ୍ ୧୭ତମ ସ୍ଥାନକୁ ଉଠିଛନ୍ତି। ରୋହିତଙ୍କ ନାଁରେ ଏବେ ୨୮ ଟେଷ୍ଟ ମ୍ୟାଚରେ ୫ ଶତକ ରହିଛି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତ୍ ଉଭୟ ଇନିଂସରେ ଯଥାକ୍ରମେ ୧୭୬ ଓ ୧୨୭ […]

sonia
ବଦଳିଲା SPG ଗାଇଡଲାଇନ୍; ଗାନ୍ଧୀ ପରିବାର ସୁରକ୍ଷା ନେବାକୁ ବାଧ୍ୟ!

ନୂଆଦିଲ୍ଲୀ: ବଦଳିଲା ଭିଭିଆଇପିଙ୍କୁ ମିଳୁଥିବା ଏସ୍‌ପିଜି ସୁରକ୍ଷା ଗାଇଡଲାଇନ୍। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଏଣିକି ଏସ୍‌ପିଜି ସୁରକ୍ଷାରେ ଥିବା ଭିଭିଆଇପି ବିଦେଶ ଗସ୍ତରେ ଗଲେ ତାଙ୍କ ସହ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବି ବିଦେଶ ଯିବେ। ଅର୍ଥାତ ଏସ୍‌ପିଜି ସୁରକ୍ଷା ନେଉଥିବା ଭିଭିଆପିମାନେ ଦେଶ ବାହାରେ ମଧ୍ୟ ଅହରହ ସୁରକ୍ଷା ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କ ନଜରରେ ରହିବେ। ଏହାଫଳରେ ଭିଭିଆଇପିମାନେ ବିଦେଶକୁ ଆଉ ଗୋପନୀୟ ଯାତ୍ରା କରିପାରିବେ ନାହିଁ। […]

ram
ରାଜ୍ୟ ରାଜନୀତିରେ ରାମ କିଏ, ରାବଣ କିଏ ?

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ରାମ କିଏ, ରାବଣ କିଏ? କାହା ପ୍ରବୃତ୍ତିରେ ଭରି ରହିଛି ରାବଣର ଗୁଣ? ଆସନ୍ତାକାଲି ରାବଣ ପୋଡ଼ି ପାଇଁ ପ୍ରସ୍ତୁତି  ଭିତରେ ଏବେ ତିନି ପ୍ରମୁଖ ଦଳ ନିଜ ଦଳରେ  ରାମ- ରାବଣ ଚରିତ୍ରକୁ ଅବତାରଣା କରିଛନ୍ତି। କିଏ ନବୀନଙ୍କ ଭିତରେ ରାମଙ୍କ ଅବତାର ଦେଖୁଥିବା ବେଳେ କିଏ ନିରଞ୍ଜନଙ୍କ ଭିତରେ ରାମଙ୍କୁ ପାଇଛି। ପୁଣି ଧର୍ମେନ୍ଦ୍ର ଓ ନବୀନଙ୍କୁ ଅଧା ରାବଣ ବୋଲି ବି କଟାକ୍ଷ କରିଛନ୍ତି ନେତା। କଂଗ୍ରେସ ବିଧାୟକ […]

Shilpa Shetty
ସ୍ୱାମୀ ଗିରଫ ହେବା ପରେ ପ୍ରଥମ ଥର ଏମିତି କହିଲେ ଶିଳ୍ପା

ତେବେ ଏଠାରେ କହିରଖୁଛୁ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ୟବସାୟୀ ତଥା ସେଲିବ୍ରିଟି ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି

irpgnna
ଏହି ପାକିସ୍ତାନ କ୍ରିକେଟର୍‌ କହିଲେ ମୁଁ ଗମ୍ଭୀରଙ୍କ କ୍ୟାରିୟର୍‌ ଶେଷ କରିଦେଲି

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୀତି ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଉଭୟ ଦେଶର କ୍ରିକେଟର୍‌ ମଧ୍ୟ ପରସ୍ପର ଉପରକୁ କାଦୁଅ ଫୋପାଡ଼ିବାରେ ଲାଗିଛନ୍ତି। ପାକିସ୍ତାନର ବାମହାତୀ ପେସ୍‌ ବୋଲର ମହମ୍ମଦ ଇରଫାନ୍‌ ଏବେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଇରଫାନ୍‌ ଦାବି କରିଛନ୍ତି ଯେ ତାଙ୍କ ପାଇଁ ଗୌତମ ଗମ୍ଭୀରଙ୍କ କ୍ରିକେଟ୍‌ କ୍ୟାରିୟର ଶେଷ ହୋଇଛି। ୭ଫୁଟ୍‌ ୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଏହି ପାକ୍‌ […]

cx-2
କୁନି ଝିଅର ପାଦ ଧୋଇଦେଲେ ଯୋଗୀ ଆଦିତ୍ୟ ନାଥ

ଗୋରଖପୁର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁରରେ ଥିବା ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ କନ୍ୟାପୂଜନ କରିଛନ୍ତି। ଛୋଟ ଛୋଟ ଝିଅଙ୍କୁ ଖୁଆଇବା ପୂର୍ବରୁ ଯୋଗୀ ଆଦିତ୍ୟନାଥ ପ୍ରଥମେ ସେମାନଙ୍କ ପାଦ ଧୋଇଥିଲେ। ସେହିପରି କନ୍ୟାମାନଙ୍କୁ ସେ ଉପହାର ମଧ୍ୟ ଦେଇଛନ୍ତି। ଗୋରଖପୀଠର ମୁଖ୍ୟ ଭାବେ ମଧ୍ୟ ଯୋଗୀ ଆଦିତ୍ୟ ନାଥ ଜଣାଶୁଣା। ଆସନ୍ତାକାଲି ଦଶହରା ଉପଲକ୍ଷେ ଆୟୋଜିତ ତିଳକ ଉତ୍ସବରେ ସେ ଯୋଗଦେବେ। ଏହାପରେ ମାନସରୋବର ପର୍ଯ୍ୟନ୍ତ ଶୋଭାଯାତ୍ରାର ନେତୃତ୍ୱ ନେବେ। ରାମଲିଲା ଗ୍ରାଉଣ୍ଡରେ […]

kala-dhana
କିଏ ରଖିଛନ୍ତି କଳାଟଙ୍କା; ସୁଇସ୍‌ ବ୍ୟାଙ୍କ୍‌ରୁ ତଥ୍ୟ ଆଣିଲା ଭାରତ

ନୂଆଦିଲ୍ଲୀ: ସ୍ୱିସ୍‌ ବ୍ୟାଙ୍କରେ ଟଙ୍କା ରଖିଥିବା ଭାରତୀୟଙ୍କ ବିସ୍ତୃତ ତଥ୍ୟ ହାସଲ କରିବାରେ ଭାରତ ସରକାର ସଫଳ ହୋଇଛନ୍ତି। ସ୍ୱିଜରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ନୂଆ କରି ହୋଇଥିବା ସୂଚନା ଆଦାନ ପ୍ରଦାନ ବୁଝାମଣା ଅନୁଯାୟୀ ପ୍ରଥମ ଦଫାରେ କିଛି ଲୋକଙ୍କ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରଯାଇଛି। ନିଜର କଳାଧନକୁ ବିଦେଶରେ ଲୁଚାଇ ରଖିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦି ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ, ସେ ଦିଗରେ ଆଜି ଗୋଟିଏ […]

nudrat
ଦୁର୍ଗାପୂଜା କରି ବିବାଦରେ ନୁସରତ ଜାହାନ, ମୌଲବୀ କହିଲେ ଏମିତି କଥା

କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ଦୁର୍ଗାପୂଜା କରି ଅଡ଼ୁଆରେ ପଡ଼ିଛନ୍ତି। ସେ ଜଣେ ମୁସଲିମ ହୋଇ ମଧ୍ୟ ହିନ୍ଦୁ ପର୍ବରେ କେମିତି ଭାଗନେଲେ ବୋଲି ମୁସଲିମ ମୌଲବୀମାନେ ପ୍ରଶ୍ନ କରିଛନ୍ତି। ସେହିଭଳି ନୁସରତ ଯଦି ହିନ୍ଦୁ ପର୍ବରେ ସାମିଲ ହେବାକୁ ଚାହୁଁଛନ୍ତି, ତା’ହେଲେ ନିଜ ନାଁ ପରିବର୍ତ୍ତନ କରନ୍ତୁ। ସେହିପରି ସେ ମୁସଲିମ ଧର୍ମରେ ରହି ଇସଲାମକୁ ଏଭଳି ବଦନାମ କରନ୍ତୁ ନାହିଁ ବୋଲି ମୌଲବୀ ମାନେ କହିଛନ୍ତି। ଚଳିତ ବର୍ଷ […]

bbb
ପୁଲିସ୍‌ ଉପସ୍ଥିତିରେ ସୁରକ୍ଷାକର୍ମୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଗାନ୍ଧୀନଗର: ପୁଲିସ ଉପସ୍ଥିତିରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ। ଖଣ୍ଡା ଓ ଲାଠିରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ।  ଯାହାର ସମ୍ପୂର୍ଣ୍ଣ ଭିଜୁଆଲ୍ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘଟଣା ଘଟିଛି ଗୁଜରାଟ ଜିଲ୍ଲା କଚ୍ଛର କାଣ୍ଡଲା ସ୍ପେସାଲ ଇକୋନୋମିକ ଜୋନ ଗେଟ୍ ସମ୍ମୁଖରେ। ଆକ୍ରମଣକାରୀଙ୍କୁ ଗେଟ୍‌ରେ ପ୍ରବେଶ ପାଇଁ ଅନୁମତି ନମିଳାବାରୁ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।  ସିସିଟିଭି ଫୁଟେଜ୍ ଅନୁସାରେ ୩ରୁ ୪ ଜଣ ବ୍ୟକ୍ତି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏମିତି କି ପାଖରେ […]