• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

modi
ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାବଣପୋଡ଼ି

ନୂଆଦିଲ୍ଲୀ: ଦେଶା ସାରା ବିଜୟା ଦଶମୀ ପାଳିତ ହେଉଥିବା ବେଳେ ଦିଲ୍ଲୀ ଦ୍ୱାରକା ରାମଲୀଳା ମୈଦାନରେ ମଧ୍ୟ ଗତକାଲି ରାବଣପୋଡ଼ି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ରାବଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ। ମୋଦୀଙ୍କ ସହିତ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ୱାରୀ ଓ ଦଳର ଅନ୍ୟ ବରିଷ୍ଠ ନେତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତି, ପରମ୍ପରାର ଗୁରୁତ୍ୱ ବର୍ଣ୍ଣନା କରି କହିଥିଲେ, ଆମେ […]

d
ପୁଣି ପାକିସ୍ତାନ ଡ୍ରୋନ୍ ପଞ୍ଜାବରେ; ସତର୍କ ବିଏସ୍‌ଏଫ୍‌

ଅମୃତସର: ପୁଣିଥରେ ସୀମା ଲଙ୍ଘିବାକୁ ଉଦ୍ୟମ କରିଛି ପାକିସ୍ତାନ। ଆଜି ପାକିସ୍ତାନ-ପଞ୍ଜାବ ସୀମାନ୍ତରେ ଇସଲାମାବାଦର ଏକ ଡ୍ରୋନ ଉଡ଼ୁଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଛନ୍ତି। ପଞ୍ଜାବର ଫିରୋଜପୁରର ହୁସୱାନିୱାଲା ସୀମାନ୍ତ ଏଚକେ ଟାୱାର ନିକଟରେ ଏହି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ବେଳେ ସୁରକ୍ଷାକର୍ମୀଙ୍କ ନଜର ଏହା ଉପରେ ପଡ଼ିଛି। ଏହି ଖବର ପରେ ବିଏସ୍‌ଏଫ୍‌ ଯବାନଙ୍କୁ ହାଇଆଲର୍ଟ ଜାରି କରାଯାଇଛି। ଭାରତ ଓ ପାକିସ୍ତାନ ସୀମାନ୍ତରେ ୫ଥର ଉଡ଼ିଥିବା ଏହି ଡ୍ରୋନ୍‌ଟି ଗୋଟିଏ ଥର ଭାରତୀୟ ସୀମାରେ ମଧ୍ୟ […]

ff
ପଶୁ ବି ମାନୁଛି ନୂଆ ଟ୍ରାଫିକ୍‌ ନିୟମ; ଭିଡିଓ ଶେୟାର୍‌ କଲେ ବଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍‌ ନିୟମ ହେଲା ପରେ କେବଳ ମଣିଷ ନୁହେଁ ପଶୁମାନେ ବି ଟ୍ରାଫିକ୍‌ ନିୟମ ମାନୁଛନ୍ତି। ରାସ୍ତାରେ ଡ୍ରାଇଭିଂ କଲାବେଳେ ଟ୍ରାଫିକ୍‌ ସିଗ୍‌ନାଲ୍ ଦେଖି ମଣିଷ ସହିତ ପଶୁ ବି ଅଟକି ଯାଉଛି। ସିଗ୍‌ନାଲ୍‌ କୋହଳ ହେଲା ପରେ ଯାଇ ଯାଉଛି। ଏମିତି ଏକ ଭିଡିଓ ନିଜ ଟ୍ୱିଟର୍‌ରେ ଶେୟାର କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା। ଯେଉଁଥିରେ ଗୋଟେ ଗାଈ ଗାଡ଼ିଘୋଡ଼ା ସହିତ ଲୋକଙ୍କ ମଝିରେ ଟ୍ରାଫିକ୍ ନିୟମ ମାନି ସୀମାରେଖା ଏପଟେ […]

ff
ଧାରା ୩୭୦ ଉଚ୍ଛେଦକୁ ଏକ ସାହସିକ ପଦକ୍ଷେପ ବୋଲି କହିଲେ ମୋହନ ଭାଗବତ

ନାଗପୁର: ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଆଜି ମୋଦି-୨ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ମୋଦି-୨ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ଭାଗବତ ଏହାକୁ ଏକ ସାହସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସେହିପରି ଭିଡ଼ ହିଂସାରେ ଆରଏସ୍‌ଏସ୍‌ କେବେ ହେଲେ ସାମିଲ ହୋଇନାହିଁ ବୋଲି ମଧ୍ୟ ସେ କହିଛନ୍ତି।  ଏଥିସହ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମୋଦି ସରକାର ଅମଳରେ ହେଉଥିବା ବିକାଶକୁ ସହ୍ୟ କରିପାରୁନାହାନ୍ତି ବୋଲି ସେ ମତ ଦେଇଛନ୍ତି। ବିଜୟାଦଶମୀ […]

ff
ପ୍ରତିଷ୍ଠା ଦିବସରେ ବାୟୁସେନାର ଶକ୍ତି ପ୍ରଦର୍ଶନ

ଗାଜିଆବାଦ୍‌: ଭାରତୀୟ ବାୟୁସେନାର ପରାକ୍ରମ ଆଜି ସାରା ଦୁନିଆ ଦେଖିଛି। ୮୭ତମ ପ୍ରତିଷ୍ଠା ଦିବସରେ ବାୟୁସେନା ପକ୍ଷରୁ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। ଗାଜିଆବାଦର ହିଣ୍ଡୋନ ଏୟାର ବେସରେ ନୂଆ ପୁରୁଣା ଅନେକ ଯୁଦ୍ଧ ବିମାନ ଆକାଶରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ବାୟୁସେନାର ୯ ନଂ ସ୍କ୍ୱାର୍ଡନକୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି। ଏହି ୯ ନଂ ସ୍କ୍ୱାର୍ଡନ ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ କରିଥିଲା। ଏହି ବୀରତା ପାଇଁ […]

c
ଆତଙ୍କବାଦୀ କ୍ୟାମ୍ପକୁ ପୁଣି ସକ୍ରିୟ କଲା ପାକିସ୍ତାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ଥିବା ସମସ୍ତ ଆତଙ୍କବାଦୀ କ୍ୟାମ୍ପକୁ ପୁଣିଥରେ ସକ୍ରିୟ କରିଛି ପାକିସ୍ତାନ। ଏଗୁଡ଼ିକ ପୂର୍ବରୁ ମଧ୍ୟ ସକ୍ରିୟ ଥିଲେ। ହେଲେ ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ସରକାର ଏଗୁଡ଼ିକୁ ବନ୍ଦ କରି ଦେଇଥିଲେ। ହେଲେ ଏବେ ଭାରତ ଉପରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ବଦଲା ନେବାକୁ ଇମ୍ରାନ୍‌ ଖାନ୍‌ ସରକାର ଏହି ଆତଙ୍କୀ କ୍ୟାମ୍ପଗୁଡ଼ିକୁ ପୁଣିଥରେ ସକ୍ରିୟ କରିଥିବା ଆଜି ଗୁଇନ୍ଦା ବିଭାଗ ସୂଚନା ଦେଇଛନ୍ତି। ଏହି […]

musaraf
କାଶ୍ମୀରକୁ ନେଇ ଏମିତି କହିଲେ ମୁଶାରଫ

ଦୁବାଇ: ଦେଶଦ୍ରୋହ ମାମଲାରେ ନିର୍ବାସିତ ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପୁଣିଥରେ ସକ୍ରିୟ ରାଜନୀତିକୁ ଫେରିଛନ୍ତି। ସେ ସକ୍ରିୟ ରାଜନୀତି ଦୁବାଇରୁ ଭିଡିଓ କନଫରେନ୍ସିଂ ଜରିଆରେ ଆରମ୍ଭ କରିଥିବା ବେଳେ ଜମ୍ମୁ-କାଶ୍ମୀର ସମ୍ପର୍କରେ ପାକିସ୍ତାନବାସୀଙ୍କୁ ଉସକାଇବା ଆରମ୍ଭ କରିଛନ୍ତି। ୭୬ ବର୍ଷୀୟ ମୁଶାରଫ ହେଉଛନ୍ତି ଅଲ ପାକିସ୍ତାନ ମୁସଲିମ ଲିଗ୍‌(ଏପିଏମଏଲ)ର ଅଧ୍ୟକ୍ଷ। ନିଜ ଦଳର କର୍ମୀମାନଙ୍କୁ ଦୁବାଇରୁ ଭିଡିଓ କନଫରେନ୍ସିଂ ଜରିଆରେ ସେ ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, “କାଶ୍ମୀର ପାକିସ୍ତାନର ରକ୍ତରେ […]

dd
୩୫ ବର୍ଷରେ ୯୩ ଜଣ ମହିଳାଙ୍କୁ ତଣ୍ଟି ଚିପି ମାରିଛି ଏହି ସିରିଏଲ୍ କିଲର୍

ୱାଶିଂଟନ୍‌: କେଡ଼େ ଭୟଙ୍କର ଏ ହତ୍ୟାକାରୀ। ଗତ ୩୫ ବର୍ଷ ଭିତରେ ୯୩ ଜଣ ମହିଳାଙ୍କ ତଣ୍ଟିଚିପି ହତ୍ୟା କରିସାରିଲାଣି ଆମେରିକାର ସିରିଏଲ୍ କିଲର୍‌ ସାମୁଏଲ୍‌ ଲିଟିଲ୍‌। ଆମେରିକା ଇତିହାସର ସବୁଠାରୁ କୁଖ୍ୟାତ ସିରିଏଲ କିଲର ଭାବରେ ସେ ଜଣାଶୁଣା। ବର୍ତ୍ତମାନ ଜେଲ୍‌ରେ ଥିବା ସାମ୍ୟୁଏଲ ନିଜେ ଏକଥାକୁ ସ୍ୱୀକାର କରିଛି। ଏହାପରେ ଏଫ୍‌ବିଆଇ ତାକୁ ଆମେରିକାର ସବୁଠାରୁ ବଡ଼ ସିରିଏଲ୍ କିଲର ଭାବେ ତାଲିକାରେ ସାମିଲ କରିଛି। ୨୦୧୨ରୁ ସାମ୍ୟୁଏଲ୍ ବିଭିନ୍ନ ଅପରାଧିକ ମାମଲାରେ ଜେଲରେ […]