ମୁମ୍ବାଇ: ବିଜେପିକୁ ଛାଡ଼ି ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଦମ୍ଭ ଦେଖାଉଥିବା ଶିବସେନାର ତୋଡ଼ ଭାଙ୍ଗିଛି। ଏବେ ପୁଣିଥରେ ଶିବସେନା ଛାଡ଼ପତ୍ର ଦେଇଥିବା ବିଜେପି ସହ ମହାରାଷ୍ଟ୍ରରେ ମିଶି ସରକାର ଗଠନ କରିବାକୁ ମନ ବଳାଉଥିବା ଜଣାପଡ଼ିଛି। ଶିବସେନା ୫୬ଟି ଆସନ ଜିତିବା ପରେ ବିଜେପି ସହ ୫୦:୫୦ ଫର୍ମୁଲାରେ ସରକାର ଗଠନ କରିବା ଦିଗରେ ଆଗକୁ ବଢ଼ିବାକୁ କହିଥିଲା। ହେଲେ ବିଜେପି ଏଥିରେ ରାଜି ହୋଇ ନଥିଲା। ଫଳରେ କ୍ଷମତା ଲୋଭରେ ଅନ୍ଧ ହୋଇ ଶିବସେନା […]
ବେଙ୍ଗାଲୁରୁ: ବିଏସ୍ ୟେଦ୍ୟୁରପ୍ପା ସରକାରଙ୍କୁ ସମର୍ଥନ ଦେବାର ‘ସମସ୍ତ ସୁଯୋଗ’ ରହିଛି ବୋଲି ବରିଷ୍ଠ ଜେଡିଏସ୍ ନେତା ବାସଭରାଜ ହୋରାଟ୍ଟି କହିଛନ୍ତି। ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଥିବାରୁ ଏହାପରେ ଯଦି ପରିବର୍ତ୍ତିତ ମ୍ୟାଜିକ୍ ନମ୍ବର ହାସଲ କରିବାରେ ବିଜେପି ବିଫଳ ହୁଏ ଜେଡିଏସ୍ ସମର୍ଥନ କରିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ସଦ୍ୟ ଭେଟିଥିବା ଏହି ନେତା କହିଛନ୍ତି, ରାଜନୀତିକ ଦଳ ନିର୍ବିଶେଷରେ ମିଡ୍ ଟର୍ମ ନିର୍ବାଚନ ଚାହୁଁନାହାନ୍ତି। ସେ କହିଛନ୍ତି, “କୁମାରସ୍ୱାମୀ ଏବଂ […]
ଚେନ୍ନାଇ: ପ୍ରଥମେ ଜଣେ ବ୍ୟକ୍ତି କୁକୁରଟିକୁ ପାଳିଥିଲେ। ହେଲେ ସେ ତାକୁ ୨ ବର୍ଷ ତଳେ ବାହାରେ ଛାଡ଼ି ଦେଇଥିଲେ। ତେବେ ସେବେଠାରୁ କୁକୁରଟି ଚେନ୍ନାଇର ପାର୍କ ଟାଉନ୍ ରେଲୱେ ଷ୍ଟେସନରେ ଲୋକଙ୍କୁ ସତର୍କ କରାଇବାରେ ଲାଗିଛି। ଆପଣ ଭାବୁଥିବେ କୁକୁରଟି କେମିତି ସତର୍କ କରାଉଛି? ହଁ, ଆପଣ ଠିକ୍ ଶୁଣୁଛନ୍ତି। ରେଳ ଷ୍ଟେସନରେ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ କୁକୁରଟି ଭୁକି ସେମାନଙ୍କୁ ସତର୍କ କରାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୁକୁରଟି ପ୍ରତିଦିନ ରେଳ […]
ନୂଆଦିଲ୍ଲୀ: ନେପାଳ-ଭାରତ ସୀମାରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଛି। ବିଶେଷ କରି ଦିଲ୍ଲୀ-ଏନସିଆର ସମେତ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ଯୋଗୁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ନେପାଳର ଖାପତାଦ ନ୍ୟାଶନାଲ୍ ପାର୍କରେ ଭୂକମ୍ପର କେନ୍ଦ୍ର ସ୍ଥଳ ରହିଥିବା ବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ବୋଲି ଜଣାପଡ଼ିଛି। ଭୂପୃଷ୍ଠରୁ ମାତ୍ର ୧.୩ କିମି ଗଭୀରତାରେ ଏହି […]
କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ସେ ଆଇସିୟୁରେ ଭର୍ତ୍ତି ହେବା ପରେ ଅନେକ କଥା ସୋଶାଲ ମିଡିଆରେ ଘୂରି ବୁଲିଥିଲା। ନୁସରତ କୁଆଡ଼େ ଅଧିକ ଡ୍ରଗ୍ସ ନେବାରୁ ଏଭଳି ଆଇସିୟୁରେ ଭର୍ତ୍ତି ହୋଇଥିବା […]
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ସଂଖ୍ୟାଲଘୁ କଟ୍ଟରପନ୍ଥୀ’ ମନ୍ତବ୍ୟକୁ ନେଇ ଏଆଇଏମ୍ଆଇଏମ୍ ନେତା ଅସାଦୁଦ୍ଦିନ୍ ଓୱେସି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ସମ୍ପ୍ରଦାୟଙ୍କ ମଧ୍ୟରେ ବିଭେଦ ଓ ବିଭାଜନ ସୃଷ୍ଟି କରୁଛନ୍ତି। ଏହା ପୂର୍ବରୁ ମମତା ଏଆଇଏମଆଇଏମର ମୁଖ୍ୟ ଆସଦୁଦ୍ଦିନ ଓୱେସୀଙ୍କ ନାଁ ନନେଇ ସେ ସମାଲୋଚନା କରିଥିଲେ। ସେ କହିଥିଲେ, “ଆଜିକାଲି ସଂଖ୍ୟାଲଘୁଙ୍କ ମଧ୍ୟରେ କଟ୍ଟରପନ୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏମିତି ଏକ ରାଜନୀତିକ ଦଳ ଅଛି, ଯାହାକି […]
ନୂଆଦିଲ୍ଲୀ: ଭାରତୀୟ ଉପକୂଳରେ ସମୁଦ୍ର ଜଳସ୍ତର ଧୀରେ ଧୀରେ ଉପରକୁ ଉଠୁଛି। ଗତ ୫୦ ବର୍ଷରେ ଭାରତୀୟ ଉପକୂଳରେ ସମୁଦ୍ର ଜଳପତ୍ତନ ୮.୫ ସେଣ୍ଟିମିଟର ଉପରକୁ ଉଠିଛି ବୋଲି ରାଜ୍ୟସଭାର ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟ। ତେବେ କେବଳ ପାଗ ପରିବର୍ତ୍ତନ ଯୋଗୁଁ ଏପରି ଘଟୁଛି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଏଥିରେ କିଛି ନିଶ୍ଚିତତା ନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟ କହିଛନ୍ତି […]
ନୂଆଦିଲ୍ଲୀ: କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ। ହେଲେ ଏହି ପ୍ରେମ ଯେ କାହାକୁ ହତ୍ୟାକାରୀ ସଜାଇ ଦିଏ, ତାହା ମଧ୍ୟ ଅସମ୍ଭବ ନୁହେଁ। ବର୍ତ୍ତମାନ ଆମ ଦେଶରେ ପ୍ରେମ ବ୍ୟାପାର ଓ ପରକୀୟା ପ୍ରୀତି ଯୋଗୁ ସର୍ବାଧିକ ହତ୍ୟାକାଣ୍ଡ ଘଟୁଥିବା ତଥ୍ୟ ସାମ୍ନାକୁ ଆସିଛି। ଭାରତ ତଥା ବିଶ୍ୱରେ ହତ୍ୟାକାଣ୍ଡ ଜନିତ ଘଟଣା କମୁଥିଲେ ହେଁ ପ୍ରେମଜନିତ ହତ୍ୟାକାଣ୍ଡ ଘଟଣା ବଢ଼ିଥିବା ନିକଟରେ ପ୍ରକାଶ ପାଇଥିବା ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୦୧ରୁ […]
ଇନ୍ଦୋର: ହୋଲକର ଷ୍ଟାଡିୟମରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ହରାଇବା ସହ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ଏକାଧିକ ରେକର୍ଡ ଯୋଡ଼ି ହୋଇଛି। ସର୍ବାଧିକ ଟେଷ୍ଟ ଇନିଂସ୍ ବିଜୟ ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ତା’ର ଦଶମ ଇନିଂସ୍ ବିଜୟ ହାସଲ କରିଛି। ତେବେ ଧୋନିଙ୍କ ନାଁରେ ୯ଟି ଇନିଂସ୍ ଥିଲା। ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ୮ ଏବଂ ସୌରଭ […]
ନୂଆଦିଲ୍ଲୀ: ରାମଜନ୍ମ ଭୂମି-ବାବ୍ରୀ ମସଜିଦ ବିବାଦ ଓ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ନିଜ ମତ ରଖି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଯୋଗ ଗୁରୁ ରାମଦେବ ବାବା। ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଦେଶର ୯୯% ମୁସଲିମ ନିଜର ପୂର୍ବ ଧର୍ମ ବଦଳାଇ ଇସଲାମ ଗ୍ରହଣ କରିଛନ୍ତି। ଭଗବାନ ରାମ, ଅଯୋଧ୍ୟା ଓ ହିନ୍ଦୁଙ୍କ ଲିଙ୍କ ସମ୍ପର୍କରେ ସେ କହିଛନ୍ତି, “କେବଳ ହିନ୍ଦୁଙ୍କ ପାଇ ନୁହନ୍ତି, ମୁସଲିମଙ୍କ ପାଇଁ ମଧ୍ୟ ଭଗବାନ […]
କଲମ୍ବୋ: ଭୋଟ୍ ଦେବାକୁ ମୁସଲମାନଙ୍କୁ ନେଇଯାଉଥିବା ବସ୍ ଉପରେ ଅତର୍କିତ ପଥର ଓ ଗୁଳିମାଡ଼ ହୋଇଛି। ଏଥିରେ ବସ୍ଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଲେ ହତାହତକୁ ନେଇ କୌଣସି ଖବର ଜଣାପଡ଼ିନାହିଁ। ଆଜି ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଶ୍ରୀଲଙ୍କାରେ। ଆଜି ଶ୍ରୀଲଙ୍କାରେ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ଭୋଟ ଗ୍ରହଣ ହେଉଛି। ଏଥିପାଇଁ କେତେଗୁଡିଏ ବସ୍ ସଂଖ୍ୟାଲଘୁ ମୁସଲିମ ଭୋଟରମାନଙ୍କୁ ନେଇ ଯାଉଥିବା ଦୁର୍ବୃତ୍ତମାନେ ଗୁଳି ଓ ପଥର ମାଡ଼ କରିଛନ୍ତି। ପୁଲିସ୍ ପକ୍ଷରୁ କୁହାଯାଇଛି ଯେ […]
ନୂଆଦିଲ୍ଲୀ: ଶ୍ରମିକଙ୍କ ପାଇଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଯାହାର ସାମ୍ୟାକ ସୂଚନା ଦେଇ ସାରିଛନ୍ତି କେନ୍ଦ୍ରମନ୍ତ୍ରୀ। କାର୍ଯ୍ୟରତ ଶ୍ରମିକ ଓ ଅନ୍ୟାନ୍ୟ ବର୍ଗର କର୍ମଚାରୀଙ୍କ ସ୍ୱାର୍ଥ ସାଧନ ନିମନ୍ତେ କେନ୍ଦ୍ର ସରକାର ୱାନ ନେଶନ, ୱାନ୍ ପେ’ ଡେ’ କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ଏହାର ଅର୍ଥ ହେଲା ଗୋଟିଏ ଦେଶ ଓ ଗୋଟିଏ ଦରମା ତାରିଖ। ଖୁବ୍ଶୀଘ୍ର ଭାରତରେ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର […]
ମୁମ୍ବାଇ: କୋଟି କୋଟି ଟଙ୍କା କ୍ଷତିରେ ଚାଲୁଥିବା ରିଲାଏନ୍ସ କମ୍ୟୁନିକେସନର ଅଧ୍ୟକ୍ଷ ପଦରୁ ଶେଷରେ ଇସ୍ତଫା ଦେଇଛନ୍ତି ଶିଳ୍ପପତି ଅନୀଲ ଧୀରୁଭାଇ ଅମ୍ବାନୀ। ଶ୍ରୀ ଅମ୍ବାନୀଙ୍କ ସହ ସଂସ୍ଥାର ୪ ବରିଷ୍ଠ ଅଧିକାରୀ ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଛାୟା ଭିରାନି, ରାୟନ କରାନି, ମଞ୍ଜରୀ କାକେର ଓ ସୁରେଶ ରଙ୍ଗାଚର। ୨୦୧୯-୨୦ ଆର୍ଥିକ ବର୍ଷର ସେକେଣ୍ଡ କ୍ୱାର୍ଟରରେ ରିଲାଏନ୍ସ କମ୍ୟୁନିକେସନର କ୍ଷତିର ପରିମାଣ ୩୦,୧୪୨ କୋଟି ଟଙ୍କା ଟପି ଯାଇଥିବା ବେଳେ […]
ଇନ୍ଦୋର: ଏଠାରେ ଚାଲିଥିବା ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନକୁ ଆଧାର କରି ବିରାଟ୍ ବ୍ରିଗେଡ୍ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ନଭେମ୍ବର ୨୨ ତାରିଖରୁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହେବ। ଇଡେନରେ ଭାରତ ତା’ର ପ୍ରଥମ ଦିବାରାତ୍ର […]
ବର୍ଷାଦିନେ ଜାମୁକୋଳିର ମଜା ସମସ୍ତେ ନିଅନ୍ତି। ଏହା ପାଟିକୁ ସୁଆଦିଆ ଯେମିତି ଶରୀର ପାଇଁ ହିତକର ବି ସେମିତି। ଏହା କୋଳି ନୁହେଁ ତ ଯେପରି ଏକ ରୋଗ ଉପଶମକାରୀ ଏକ ଟାବଲେଟ୍। ଅନେକ ପ୍ରକାର ରୋଗକୁ ଭଲ କରିବାର ଗୁଣ ଜାମୁକୋଳିରେ ଅଛି। ତେବେ ଆସନ୍ତୁ ଜାଣିବା ଜାମୁକୋଳିର ଔଷଧୀୟ ଗୁଣ ବିଷୟରେ। ମଧୁମେହ ବା ଡାଇବେଟିସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଜାମୁକୋଳି ଅତ୍ୟନ୍ତ ଉପକାରୀ। ଏହିଭଳି ରୋଗୀଙ୍କ ଶରୀରରେ ସୁଗାର ବା ସର୍କରା ଅଧିକ […]
ନୂଆଦିଲ୍ଲୀ; ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କଂଗ୍ରେସକୁ ଘେରିଛି ବିଜେପି। ରାହୁଲ ଗାନ୍ଧି ରାଫେଲକୁ ନେଇ ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲେ ଏବଂ ମନ୍ତବ୍ୟ ଦେଇଥିଲେ, ତା ବିରୋଧରେ ଆଜି ସାରା ଦେଶରେ ବିଜେପି ବିକ୍ଷୋଭ କରୁଛି। ରାଜଧାନୀ ଦିଲ୍ଲୀ ସମେତ ମୁମ୍ବାଇ, ବାଙ୍ଗାଲୋର, କୋଲାକାତା ଏବଂ ଉତ୍ତରପ୍ରଦେଶର ବହୁ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। କୋଲାକାତାରେ ବିଜେପି କର୍ମୀ ମାନେ ରାହୁଲଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ସହ ରାହୁଲ ଓ ପ୍ରିୟଙ୍କାଙ୍କ ପୋଷ୍ଟର ଚିରିଥିଲେ। […]
ଔଷଧ କିଣିଲା ବେଳେ କେତୋଟି ସାଧାରଣ କଥା ବିଷୟରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ଏ ସମ୍ପର୍କିତ କିଛି ଦରକାରୀ ସୂଚନା ଦେବୁ ଯାହା ଜଣେ ସାଧାରଣ ବ୍ୟକ୍ତି ଜାଣିବା ନିହାତି ଆବଶ୍ୟକ। ଔଷଧ କିଣିଲା ବେଳେ ବିଭିନ୍ନ ଟାବ୍ଲେଟ୍ ଖୋଳରେ ଲାଲ୍ ପଟି, Rx, NRx କିମ୍ବା XRx ଲେଖାଯାଇଥାଏ। ଏଗୁଡ଼ିକର ଅର୍ଥ କ’ଣ ଓ ଏହା କାହିଁକି ଲେଖାଯାଇଥାଏ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା। ଲାଲ୍ ପଟିର […]
ଗୁଜରାଟ: ଦି ହାତରେ ଖଣ୍ଡା ଧରି ବୁଲାଉଛନ୍ତି କେନ୍ଦ୍ର ମହିଳା ଓ ଶିଶୁବିକାଶ ଓ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। କେନ୍ଦ୍ରମନ୍ତ୍ରୀଙ୍କର ଏହି ନୂଆ ରୂପକୁ ଦେଖି ସେଠାରେ ଉପସ୍ଥିତି ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁଇ ହାତରେ ଖଣ୍ଡା ଧରି କିଛି ସମୟ ବୁଲାଇବା ପରେ ଖଣ୍ଡା ଧରି ପାଦରେ ପାଦ ମିଶାଇ ନାଚିଥଲେ ସ୍ମୃତି ଇରାନୀ। ପ୍ରାୟ ଅନେକ ସମୟ ଏମିତି ଖଣ୍ଡା ଧାରି ନାଚିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ତେବେ କେନ୍ଦ୍ରମନ୍ତ୍ରୀଙ୍କର ହଠାତ୍ […]
ନୂଆଦିଲ୍ଲୀ : ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍(ଇସ୍ରୋ)ର ୨୦୧୯ରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ କାର୍ପେଣ୍ଟର୍, କେମିକାଲ୍, ଇଲେକ୍ଟ୍ରିସିଆନ୍ ପରି ଅନ୍ୟାନ୍ୟ ପଦବୀ ରହିଛି। ଇଚ୍ଛୁକ ଆବେଦନକାରୀ ଇସ୍ରୋର ଅଫିସିଆଲ୍ ୱେବସାଇଟ୍ isro.gov.in କୁ ଯାଇ ନଭେମ୍ୱର ୨୯, ୨୦୧୯ ମଧ୍ୟରେ ଆବେଦନ କରିପାରିବେ। ଲିଖିତ ଓ ମୌଖିକ ପରୀକ୍ଷା ଜରିଆରେ ଉପଯୁକ୍ତ ଆବେଦନକାରୀ ଚୟନ କରାଯିବ। ପରୀକ୍ଷା ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ। ପରୀକ୍ଷାରେ କୃତକାର୍ଯ୍ୟ ହେଲେ ୬୯ […]
ଶ୍ରୀନଗର: ନବ ଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଖୁବ୍ଶୀଘ୍ର ବିଧାନସଭା ନିର୍ବାଚନ ହୋଇପାରେ। ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ କେନ୍ଦ୍ର ଶାସିତ ଅଞ୍ଚଳ, ଯେଉଁଠି ବିଧାନସଭା ଆସନ ରହିଛି। ତେଣୁ ଉପରାଜ୍ୟପାଳ ଏଠାରେ ଶାସନ କରିବେ ନାହିଁ। ଗୁରୁବାର ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଏହା କହିଛନ୍ତି। ଜମ୍ମୁ କାଶ୍ମୀରର ରିୟାସୀ ଜିଲ୍ଲାରେ ଥିବା ତଲଓ୍ୱାର ଅଞ୍ଚଳରେ ଗତକାଲି ୧୪ଶ ପୁଲିସ କନେଷ୍ଚବଳ ପାସିଂ ଆଉଟ ପରେଡରେ ଯୋଗ […]
ମୁମ୍ୱାଇ : ବାରମ୍ବାର ‘ମି ଟୁ’ ଅଭିଯୋଗ ଆସିବା ପରେ ବହୁ ଦିନ ଧରି ନିରବ ଥିବା ବଲିଉଡ୍ ସଂଙ୍ଗୀତ ନିର୍ଦ୍ଦେଶକ ଅନୁ ମଲୀକ ଶେଷର ମୁହଁ ଖୋଲିଛନ୍ତି। ତାଙ୍କ ଉପରେ ଲାଗିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଅନୁ କହିଛନ୍ତି। ଏଥିସହିତ ତାଙ୍କର ନିରବତାକୁ ତାଙ୍କର ଦୁର୍ବଳତା ନ ଭାବିବାକୁ ଚେତାବନୀ ଦେଇଛନ୍ତି ଅନୁ। ବାରମ୍ବାର ମିଛି ଅଭିଯୋଗ ଲାଗିବାରୁ ତାଙ୍କରି କ୍ୟାରିୟର୍ ଖରାପ ହେବା ସହିତ ସେ ନିଜକୁ ଅସହୟ ମନେ କରୁଛନ୍ତି […]