• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kalka
ବିନା ସାରରେ ଧାନ ଚାଷ; ଏମିତି ଧାନ ଯାହାର ପତ୍ର, ମୂଳ ଓ ଚାଉଳ ସବୁ କଳା

ଭୁବନେଶ୍ୱର: ଚାଷୀ ଭାଇଙ୍କ ପାଇଁ ଖୁସି ଖବର। ଆମେ ଆଜି ଆପଣଙ୍କୁ ଏମିତି ଏକ ଧାନ ଚାଷ ବିଷୟରେ କହିବୁ, ଯାହା ପାଇଁ ଆପଣଙ୍କୁ ଅଧିକ କୀଟନାଶକ କିମ୍ବା ରାସାୟନିକ ସାର ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ମାନେ, କମ୍‌ ଖର୍ଚ୍ଚ କରି ଅଧିକ ଫାଇଦା।  ତେବେ ଆସନ୍ତୁ ଜାଣିବା। ଏହି ଧାନ ଫସଲର ରଙ୍ଗ ଧଳା ନୁହେଁ କି ଇସତ୍ ହଳଦିଆ ବି ନୁହେଁ, ଏହାର ରଙ୍ଗ କଳା। ଖାଲି ଧାନ କାହିଁକି ଏହାର ପତ୍ର, […]

dhoni
କ୍ରିକେଟ୍‌କୁ ଫେରିବେ ଧୋନି

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ନା ପୁଣିଥରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। ଯଦି ପ୍ରତ୍ୟାବର୍ତ୍ତନ କରିବେ, ତାହେଲେ କେବେ? ଏହି ପ୍ରଶ୍ନ ବର୍ତ୍ତମାନ ଭାରତୀୟ କ୍ରିକେଟରେ ଖୁବ୍ ଚର୍ଚ୍ଚିତ। ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଟିମର କୋଚ୍ ରବି ଶାସ୍ତ୍ରୀ ଅପେକ୍ଷା କରିବା କଥା କହିଥିବା ବେଳେ ଏମଏସକେ ପ୍ରସାଦଙ୍କ ମତରେ ଧୋନି ଭବିଷ୍ୟତ କଥା ଚିନ୍ତା କରୁଛନ୍ତି। କିନ୍ତୁ ବୁଧବାର ଖୋଦ୍ ଧୋନି ଏହି ଚର୍ଚ୍ଚା […]

883012-uddhav-sena-pti
ମରାଠୀଙ୍କୁ ଚାକିରିରେ ୮୦% ସଂରକ୍ଷଣ ଦେବ ଶିବସେନା ଓ ମେଣ୍ଟ ସରକାର

ମୁମ୍ବାଇ: ମହା ବିକାଶ ଅଘାଡ଼ି ନାଁରେ ମେଣ୍ଟ କରିଥିବା କଂଗ୍ରେସ-ଏନସିପି ଓ ଶିବସେନା ସରକାର ବିଧିବଦ୍ଧ ଦାୟିତ୍ୱ ନେବା ପୂର୍ବରୁ ବଡ଼ ଘୋଷଣା କରିଛନ୍ତି। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମେ ଚାଷୀଙ୍କ ଋଣ ଛାଡ଼ ସମ୍ପର୍କରେ ଘୋଷଣା କରିବେ। ତେବେ ମେଣ୍ଟ ସରକାର ସ୍ଥାନୀୟ ଅଞ୍ଚଳର ଯୁବକ(ମରାଠୀ)ଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେବାକୁ ସ୍ୱତନ୍ତ୍ର ଆଇନର କାର୍ଯ୍ୟ କରିବେ। ବିଭିନ୍ନ କ୍ଷେତ୍ରରେ ସ୍ଥାନୀୟ ଯୁବକଙ୍କ ପାଇଁ ଚାକିରିରେ ୮୦% ସ୍ଥାନ ସଂରକ୍ଷଣ ହୋଇ ରହିବ […]

maharat
ମହାରାଷ୍ଟ୍ର ମହାନାଟକର ସମ୍ପୂର୍ଣ୍ଣ କାହାଣୀ

ମୁମ୍ବାଇ: ମାସାଧିକକାଳ ରାଜନୈତିକ ଛକାପଞ୍ଝା ପରେ ଶେଷରେ ମହାରାଷ୍ଟ୍ର ଏକ ନୂଆ ମେଣ୍ଟ ସରକାର ଦେଖିବାକୁ ଯାଉଛି। ଏନ୍‌ସିପି, କଂଗ୍ରେସ ସହଯୋଗରେ ସରକାର ଗଠନ କରିବାକୁ ଯାଉଛି ଶିବସେନା। ଆଉ ଏହି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେବେ ଶିବସେନା। କିନ୍ତୁ ସେବେଠୁ ଏପର୍ଯ୍ୟନ୍ତ କେମିତି ଥିଲା ମହାରାଷ୍ଟ୍ର ମହାନାଟକର କାହଣୀରେ ଚୁମ୍ବକରେ ଆସନ୍ତୁ ଜାଣିବା। ୧: ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ଏକାଠି ଲଢ଼ିଥିଲେ। ବିଜେପି ୧୦୫ ଓ ଶିବସେନା ୫୬ ଆସନ ଜିତିଥିଲା। […]

pragnya-thakur
ନିଜ ମନ୍ତବ୍ୟରେ ସଫେଇ ଦେଲେ ପ୍ରଜ୍ଞା ଠାକୁର୍

ନୂଆଦିଲ୍ଲୀ: ପ୍ରଥମେ ବିବାଦୀୟ ବୟାନ୍‌ ଦେଲେ, ଏବେ ସେଥିରେ ତାଳି ପକାଇବାକୁ ଚେଷ୍ଟା କରୁଛନ୍ତି ଭୋପାଳ ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞା ଠାକୁର। ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀକୁ ବିଜେପି ସ୍ମରଣୀୟ କରିବା ପାଇଁ କିଛି ଦିନ ତଳେ ଉଦ୍ୟମ କରିଥିବା ବେଳେ ସେହି ଗାନ୍ଧିଙ୍କ ହତ୍ୟାକରୀ ନାଥୁରାମ ଗଡସେକୁ ଦଳର ସାଂସଦ ଦେଶଭକ୍ତ ବୋଲି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଜ୍ଞାଙ୍କ ଏହି ବୟାନକୁ ନେଇ ସଂସଦ ଠାରୁ ଆରମ୍ଭ କରି ସମଗ୍ର ଦେଶରେ ତୀବ୍ର […]

kangan
ଖୁବ୍‌ଶୀଘ୍ର ଆସୁଛି ଦୂତୀ ଚାନ୍ଦଙ୍କ ବାୟୋପିକ୍‌

ଭୁବନେଶ୍ୱର: ଚର୍ଚ୍ଚିତ ଧାବିକା ଦୂତୀ ଚାନ୍ଦଙ୍କ ଘଟଣାବହୁଳ ଜୀବନୀକୁ ନେଇ ଏକ ବାଓପିକ୍ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛି କାଦମ୍ବିନୀ ମିଡିଆ। ଡ. ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପିତ ଏହି ଚଳଚ୍ଚିତ୍ରର ରଚନା ଓ ପ୍ରଯୋଜନା କରିବେ ସାହିତ୍ୟିକା ତଥା କାଦମ୍ବିନୀ ସଂପାଦିକା ଡ. ଇତି ସାମନ୍ତ। ସେହିଭଳି ଏହି ଫିଲ୍ମର ଚିତ୍ର ନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିବେ ଜାତୀୟ ପୁରସ୍କାରପ୍ରାପ୍ତ ଖ୍ୟାତିସଂପନ୍ନ ନିର୍ଦ୍ଦେଶକ ହିମାଂଶୁ ଖଟୁଆ। ହିମାଂଶୁଙ୍କ ସହିତ ସହ ବଲିଉଡର ମହିମ୍ ଯୋଶୀ […]

geruaa
‌ଏହି କମିଟିରୁ ବିଦା ହେଲେ, ଏବେ ବିଜେପିରୁ ବିଦା ହେବେ ପ୍ରଜ୍ଞା ଠାକୁର୍ !

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରୁ ବିଦା ହେଲେ ମଧ୍ୟପ୍ରଦେଶ ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ସଂସଦୀୟ କାର୍ଯ୍ୟମନ୍ତ୍ରୀ ତାଙ୍କୁ ଏହି କମିଟିରୁ ବହିଷ୍କାର କରିଛନ୍ତି। ଏଥିସହିତ ଗୃହ ଚାଲୁଥିବା ବେଳେ ବିଜେପି ସଂସଦୀୟ ଦଳର ବୈଠକକୁ ନ ଆସିବା ପାଇଁ ମଧ୍ୟ ତାଗିଦ୍ କରିଛନ୍ତି ପ୍ରହ୍ଲାଦ। ତେବେ ଖୁବ୍‌ଶୀଘ୍ର ପ୍ରଜ୍ଞା ଠାକୁର ବିଜେପିରୁ ମଧ୍ୟ ବିଦା ହୋଇପାରନ୍ତି ବୋଲି  ଆଶଙ୍କା କରାଯାଉଛି। ଏନେଇ ଦଳର ଶୃଙ୍ଖଳା କମିଟି ବୈଠକରେ ଆଲୋଚନା କରାଯାଉଥିବା ଜଣାପଡ଼ିଛି। […]

nepal-accident
ପାହାଡ଼ ଉପରେ ଚାଲୁଥିଲା ବସ୍‌, ହଠାତ୍‌ ଖସିପଡ଼ି ଚାଲିଗଲା ୧୮ଜୀବନ

କାଠମାଣ୍ଡୁ: ପାହାଡ଼ର ଉଚ୍ଚ ଶିଖରରେ ଚାଲୁଥିଲା ବସ୍‌। ଭିତରେ ଥିଲେ ଫୁଲ୍ ଯାତ୍ରୀ। ସମସ୍ତେ ନିଜ ଭାବନାରେ ପାହାଡ଼ିଆ ଅଞ୍ଚଳରେ ପ୍ରକୃତିର ସୌନ୍ଧର୍ଯ୍ୟକୁ ଉପଭୋଗ କରୁଥିଲେ। କିନ୍ତୁ କିଏ ଜାଣିଥିଲା ହଠାତ୍‌ ଏଭଳି ଦଇବ ଦୁର୍ଘଟଣା ଘଟିବା ବୋଲି। ମାତ୍ର କେଇ ମିନିଟ୍‌ ଭିତରେ ସବୁକିଛି ସରିଗଲା। ଗାଡ଼ିଟି ପାହାଡ଼ ଉପରେ ଟର୍ଣ୍ଣି ନେଲାବେଳେ ଭାରାସାମ୍ୟ ହରାଇ ବସିଲେ ବସ୍‌ ଡ୍ରାଇଭର। ଫଳରେ ପାହାଡ଼ ତଳକୁ ଖସିପଡ଼ିଲା ବସ୍‌। ଅକାଳରେ ଚାଲିଗଲା ୧୮ ଜୀବନ। ୧୩ ଜଣ […]

v
ଡିଜିଟାଲ୍‌ ମିଡିଆ ଉପରେ ଅଙ୍କୁଶ ଲାଗିବ

ନୂଆଦିଲ୍ଲୀ: ଏଣିକି ଇ-ପେପର ଓ ଡିଜିଟାଲ୍‌ ମିଡିଆ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର।  ଏଥିପାଇଁ ପୂର୍ବରୁ ଥିବା ପିଆର୍‌ବି(ପ୍ରେସ୍‌ ଆଣ୍ଡ ରେଜିଷ୍ଟେସନ୍‌ ବୁକ୍‌)ଆକ୍ଟ ୧୮୬୭ରେ ପରିବର୍ତ୍ତନ କରି ଆର୍‌ପିପି(ରେଜିଷ୍ଟେସନ ଅଫ୍‌ ପ୍ରେସ୍‌ ଆଣ୍ଡ ପିରିଓଡିକାଲ୍‌) ପଞ୍ଜୀକରଣ୨୦୧୯ ବିଲ୍‌ ଆଣିବାକୁ ଚାହୁଁଛନ୍ତି। ପିଆରବି ଆକ୍ଟ ୧୮ ୬୭ ଅନୁସାରେ ପ୍ରତ୍ୟେକ ମୁଦ୍ରଣ ମାଧ୍ୟମକୁ ଯେପରି ଖରକାଗଗଜ ଓ ପତ୍ରପତ୍ରିକା ବହି ଆଦି ପଞ୍ଜୀକରଣର ବ୍ୟବସ୍ଥା ଥିଲା। ହେଲେ ଆର୍‌ପିପି ବିଧେୟକ ୨୦୧୯ ଅନୁସାରେ […]

pra
ନାଥୁରାମ ଗଡ୍‌ସେଙ୍କୁ ଦେଶଭକ୍ତ କହି ଫସିଲେ ପ୍ରଜ୍ଞା ଠାକୁର୍

ନୂଆଦିଲ୍ଲୀ: ନାଥୁ ରାମ୍‌ ଗଡ୍‌ସେକୁ ଦେଶ ଭକ୍ତ କହିଲେ ବିଜେପ ସାଂସଦ ପ୍ରଜ୍ଞାଠାକୁର୍। ବୁଧବାର ଲୋକସଭାରେ ଏସ୍‌ପିଜି ସଂଶୋଧନ ବିଧେୟକ ଉପରେ ଚାର୍ଚ୍ଚା ଚାଲିଥିବା ସମୟରେ ନାଥୁରାମଙ୍କୁ ଦେଶଭକ୍ତ ବୋଲି କହିଥଲେ ପ୍ରଜ୍ଞା ଠାକୁର। ଯାହାକୁ ତୀବ୍ର ବିରୋଧ କରିଛି କଂଗ୍ରେସ। ସଦନରେ ଡିଏମ୍‌କେ ବିଧାୟକ ଏ ରାଜା ଭାଗ ନେଇ ନକାରାତ୍ମକ ମାନସିକତା ବିଷୟରେ ଚର୍ଚ୍ଚା କରି ଗୋଡ୍‌ସେଙ୍କ ଉଦାହରଣ ଦେଇଥିଲେ। ଏହାକୁ ବିରୋଧ କରି ପ୍ରଜ୍ଞାଠାକୁର କହିଥିଲେ “ଏଠାରେ ଦେଶଭକ୍ତଙ୍କର ଉଦାହରଣ ନ ଦିଆଯାଉ।” […]

lancha
ସର୍ଭେ ରିପୋର୍ଟ: ଏହିସବୁ ରାଜ୍ୟରେ ଲାଞ୍ଚ କାରବାର ବଢ଼ିଛି, ଓଡ଼ିଶା ?

ନୂଆଦିଲ୍ଲୀ: ଦିଲ୍ଲୀ, ହରିଆଣା, ଗୁଜରାଟ, ୱେଷ୍ଟବ୍ୟାଙ୍ଗଲ୍‌, କେରଳ, ଗୋଆ ଏବଂ ଓଡ଼ିଶାରେ ଲାଞ୍ଚ କାରବାର କମିଛି। ଏଠାକାର ଜନତା ସରକାରୀ ବାବୁମାନଙ୍କ କମ୍‌ ଲାଞ୍ଚ ଦେଇଥିବା ଜଣାପଡ଼ିଛି। ସେହିଭଳି ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗନା, କର୍ଣ୍ଣଟକା, ତାମିଲ୍‌ନାଡୁ, ରାଜସ୍ଥାନ, ଝାରଖଣ୍ଡ ଓ ପଞ୍ଜାବରେ ଲାଞ୍ଚ କାରବାର ଘଟଣା ଅଧିକ ହୋଇଛି। ଇଣ୍ଡିଆନ୍‌ କରପ୍‌ସନ୍‌ ସର୍ଭେ ୨୦୧୯ରେ ଏଭିଳ ତଥ୍ୟ ସାମ୍ନାକ ଆସିଛି। ଯଦିଓ ଗତ କିଛି ବର୍ଷରେ ଲାଞ୍ଚର ପରିମାଣ କମିଛି, ତଥ୍ୟରୁ ଜଣାପଡ଼ିଛି ୫୦%ରୁ ଅଧିକ […]

s
ଦଳକୁ ଫେରିଆସିବା ପାଇଁ ଅଜିତ ପାୱାରଙ୍କୁ ମନାଇଥିଲେ ଏହି ବ୍ୟକ୍ତି;

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ତାତିରେ ଦେଶର ରୈଜନୈତିକ ମାହୋଲ୍ ଏବେ ବି ଗରମ ରହିଛି। କିନ୍ତୁ ଯେତେବେଳେ ହଠାତ୍ ସନ୍ଧ୍ୟାରେ ଏନ୍‌ସିପି ନେତା ଅଜିତ୍‌ ପାୱାର୍‌ ବିଜେପିକୁ ସମର୍ଥନ ଦେଇ ସରକାର ଗଠନ କଲେ, ସେତେବେଳେ ରାଜ୍ୟରେ ରାଜନୈତିକ ମାହୋଲ୍ ଅଧିକ ଗରମ ହୋଇ ଉଠିଲା। ଦେବେନ୍ଦ୍ର ପଡ଼ନାଭିସ୍‌ ମୁଖ୍ୟନ୍ତ୍ରୀ ଓ ଅଜିତ ହେଲେ ଉପମୁଖ୍ୟମନ୍ତ୍ରୀ। ତେବେ ନିଜ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଥିବାରୁ ଏନ୍‌ସିପି ସୁପ୍ରିମୋ ଶରତ ପାୱାର୍‌ ପୁତୁରା ଅଜିତ୍‌ ପାୱାରଙ୍କ ଉପରେ […]

amruta
ପଡ଼ନାଭିସ୍‌ଙ୍କ ଇସ୍ତଫା ପରେ ପତ୍ନୀ ଲେଖିଲେ, ମୌସୁମୀ ବଦଳିଲେ ପୁଣି ଫେରିବି

ମୁମ୍ବାଇ: ବହୁମତ ନଥିବାରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ୍‌ ଇସ୍ତଫା ଦେବା ପରେ ତାଙ୍କ ପତ୍ନୀ ଅମୃତା ପଡ଼ନାଭିସ୍‌ଙ୍କ ଏକ ଟ୍ୱିଟ୍‌ କରିଛନ୍ତି। ଯାହାକୁ ନେଇ ଏବେ ଜୋର୍‌ଦାର ଚର୍ଚ୍ଚା ହେଉଛି। ଏହି ଟ୍ୱିଟ୍‌ରେ ଅମୃତାଙ୍କୁ ଜଣେ କବୟିତ୍ରୀ ଶୈଳୀରେ ଏକ କବିତା ଲେଖିଛନ୍ତି। ସେ ଲେଖିଛନ୍ତି -“ପଲଟ୍‌ କେ ଆଉଙ୍ଗୀ ସାଖୋଁ ମେ ଖୁସ୍‌ବୁଏଁ ଲେକର,                       ଖିଜାଁ କି ଜନ୍ଦ ମେଁ ମୌସମ୍‌ ଜରା ବଦଲ୍‌ନେ ଦୋ” ଏଥିସହିତ  ୫ବର୍ଷ ପାଇଁ ସେବା […]

satalight
ଆକାଶରେ ଥାଇ ଶତ୍ରୁ ଉପରେ ନଜର ରଖିବ କାର୍ଟୋସାଟ୍-୩

ଶ୍ରୀହରୀକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଇଶ୍ରୋ ଆଜି ପୁଣି ଆଉ ଏକ ଇତିହାସ ରଚିଛି। ଇସ୍ରୋ ଆଜି ସକାଳ ୯.୨୮ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ କାର୍ଟୋସାଟ୍-୩ ସାଟେଲାଇଟ୍‌କୁ ସଫଳତାର ସହ ଲଞ୍ଚ କରିଛି। ଏଥିସହିତ ଆମେରିକା ୧୩ଟି ନାନୋ ସ୍ୟାଟେଲାଇଟ୍‌କୁ ମଧ୍ୟ ସଫଳାତର ସହିତ ଲଞ୍ଚ କରାଯାଇଛି। ଇଶ୍ରୋର ଏହି ସଫଳତା ପାଇଁ ଟ୍ୱିଟ୍‌ କରି ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପରୀକ୍ଷଣ ସହିତ ଇଶ୍ରୋ ଦେଶକୁ ପୁଣିଥରେ ଗୌରବାନ୍ୱିତ କରିଛି ବୋଲି […]

sarda
ପୁତୁରା ଅଜିତ୍‌ଙ୍କୁ କ୍ଷମା କଲେ ଶରଦ; ଅଜିତ୍‌ କହିଲେ ମୁଁ ଥିଲି ଥିବି

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମଥର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଏନ୍‌ସିପି ନେତା ତଥା ଶରଦ ପୱାର୍‌ଙ୍କୁ ପୁତୁରା ଅଜିତ୍ ପାୱାର୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଦଳୀୟ ନେତାଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହାପରେ ସେ ଇସ୍ତଫା ଦେଇଛନ୍ତି। ସେ ଏନ୍‌ସିପିରେ ଥିଲେ ଓ ରହିଛନ୍ତି। ନୂଆ ସରକାରରେ ତାଙ୍କ ଭୂମିକା କ’ଣ ହେବ ତାହା ଦଳ ସ୍ଥିର କରିବା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଅଜିତ୍ ପାୱାର୍। […]

smith
ଏହି କାରଣରୁ ନିଜକୁ ଦଣ୍ଡ ଦେଲେ ବିଶ୍ୱର ନମ୍ବର ୱାନ୍‌ ବ୍ୟାଟ୍ସମ୍ୟାନ୍‌ ସ୍ମିଥ୍

ସିଡନୀ: ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ରେ ଭଲ ରନ୍‌ କରିପାରିଲେ ନାହିଁ ବୋଲି ନିଜକୁ ଦଣ୍ଡ ଦେଲେ ବିଶ୍ୱର ନମ୍ବର ୱାନ୍‌ ଟେଷ୍ଟ୍‌ ବ୍ୟାଟ୍ସମ୍ୟନ୍ ଷ୍ଟିଭ୍‌ ସ୍ମିଥ୍। ରବିବାର ଗାବାରେ ପ୍ରଥମ ଟେଷ୍ଟ ଶେଷ ହେବା ପରେ ସ୍ମିଥ୍ ନିଜ ଟିମ୍ ବସ୍ ଧରିପାରି ନଥିଲେ। ଆଉ ଏଥିପାଇଁ ସେ ନିଜକୁ ଦଣ୍ଡିତ କରିବା ପାଇଁ ପଡ଼ିଆରୁ ତିନି କିଲୋମିଟର୍ ଚାଲି ଚାଲି ନିଜ ହୋଟେଲ୍ ରୁମକୁ ଯାଇଥିଲେ। ସ୍ମିଥ୍ ଯଦି ଚାହିଁଥାନ୍ତେ, ତାହେଲେ ଅନ୍ୟ ଗାଡ଼ି […]

hindu bride walks behind husband holding garb
ଏମିତି ପ୍ରେମ କାହାଣୀ କେବେ ଶୁଣି ନଥିବେ

ଭୋପାଳ: ଆପଣମାନେ ପ୍ରାୟ ସମସ୍ତେ ହିନ୍ଦୀ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ଦେଖିଥିବେ ନିଶ୍ଚିତ। ସଲ୍‌ମାନ ଖାନ, ଐଶ୍ୱର୍ଯ୍ୟା ଓ ଅଜୟ ଦେବଗନଙ୍କୁ ନେଇ ନିର୍ମାଣ ହୋଇଥିବା ଫିଲ୍ମଟି ସେତେବେଳେ ଖୁବ୍ ଲୋକପ୍ରିୟ ହୋଇଥିଲା। ଫିଲ୍ମରେ ସଲ୍‌ମାନ ଓ ଐଶ୍ୱର୍ଯ୍ୟା ପରସ୍ପରକୁ ଭଲପାଉଥିଲେ। କିନ୍ତୁ ଐଶ୍ୱର୍ଯ୍ୟାଙ୍କ ବାପା ତାଙ୍କୁ ଅଜୟ ଦେବଗନଙ୍କ ସହ ବାହା କରାଇଦେଲେ। କିନ୍ତୁ ପରେ ଅଜୟ ଯେମିତି ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ସଲ୍‌ମାନଙ୍କୁ ଭଲପାଉଥିଲେ ସେ ପୁଣିଥରେ […]

udhhab
୫ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ଉଦ୍ଧବ ଠାକ୍‌ରେ: ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡ଼ନାଭିସ ଇସ୍ତଫା ଦେବାରୁ ଏବେ ଶିବସେନା ନେତୃତ୍ୱରେ ସରକାର ଗଠନ ହେବାର ବାଟ ଫିଟିଛି। ଏବେ ରାଜ୍ୟପାଳ ଶିବସେନା-କଂଗ୍ରେସ ଓ ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବେ। ଏହାପୂର୍ବରୁ ଏନ୍‌ସିପିର ବିଦ୍ରୋହୀ ବିଧାୟକ ଅଜିତ ପାୱାର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ-ଶିବସେନା ଓ ଏନସିପି ଶିବିରକୁ ଫେରିବେ ବୋଲି କୁହାଯାଉଛି। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, “ଉଦ୍ଧବ […]

sv
ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନାଭିସ୍‌; ଯିବା ପୂର୍ବରୁ ବିରୋଧୀଙ୍କୁ ଶାଣିତ ଆକ୍ରମଣ କଲେ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏବେ ଏବେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅଜିତ୍ ପାୱାର୍‌। ଆଉ ଏବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ପଡ଼ନାଭିସ୍। ପ୍ରେସ୍‌ମିଟ୍‌ରେ ସେ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ପ୍ରେସ୍‌ମିଟ୍‌ ପରେ ରାଜ୍ୟପାଳ ଭଗତ ସିଂହ ଖୁସ୍‌ୱାରୀଙ୍କ କାର୍ଯ୍ୟାଳୟକୁ ଯାଇ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଏଥିସହିତ ଯେଉଁଦଳ ସରକାର ଗଠନ କରିବ, ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରେସ୍‌ମିଟ୍‌ରେ ପଡ଼ନାଭିସ୍ କହିଛନ୍ତି, ଶିବସେନା ସହିତ […]

oppostion
ମୋଦୀଙ୍କ ଉଦ୍‌ବୋଧନକୁ ବିରୋଧୀଙ୍କ ବୟକଟ୍‌

ନୂଆଦିଲ୍ଲୀ: ଆଜି ସମ୍ବିଧାନ ଦିବସ ଉପଲକ୍ଷେ ସଂସଦର ଯୁଗ୍ମ ଅଧିବେଶନ ବସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଛନ୍ତି। ତେବେ ଯୁଗ୍ମ ଅଧିବେଶନରେ ମୋଦିଙ୍କ ଉଦ୍‌ବୋଧନକୁ ବିରୋଧୀ କଂଗ୍ରେସ, ଏନସିପି ଓ ଶିବସେନା ସମେତ ଏକାଧିକ ଦଳ ବୟକଟ କରିଛନ୍ତି। ବିରୋଧୀମାନେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ସଂସଦ ପରିସରରେ ଥିବା ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ କରିଛନ୍ତି। ଏଠାରେ ସୋନିଆ ଗାନ୍ଧି ଭାରତୀୟ ସମ୍ବିଧାନରେ […]

sawanajami
ଅଯୋଧ୍ୟା ରିଭ୍ୟୁ ପିଟିସନ୍‌କୁ ପସନ୍ଦ କୁରନାହାନ୍ତି ଶତାଧିକ ପ୍ରତିଷ୍ଠିତ ମୁସ୍‌ଲିମ୍‌

ମୁମ୍ବାଇ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ରିଭ୍ୟୁ କରିବା ପାଇଁ ମୁସଲିମ ପର୍ସନେଲ ଲ’ ବୋର୍ଡ ନେତୃତ୍ୱରେ ଏକାଧିକ ବ୍ୟକ୍ତି ଅଣ୍ଟା ଭିଡ଼ିଛନ୍ତି। ତେବେ ଅଯୋଧ୍ୟା ବିବାଦରେ ପୁଣିଥରେ ରିଭ୍ୟୁ ପିଟିସନ ଦାଖଲ ନିଷ୍ପତ୍ତିକୁ ଦେଶର ୧୦୦ରୁ ଅଧିକ ପ୍ରଖ୍ୟାତ ମୁସଲିମ ପକ୍ଷ ବିରୋଧ କରିଛନ୍ତି। ଏହି ବିରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ତାଲିକାରେ ଅଭିନେତା ନସୀରଦ୍ଦୁନି ଶାହ, ଶାବନା ଆଜମୀ, ଉର୍ଦ୍ଦ୍ୱୁ ସ୍ତମ୍ଭକାର ହାସନ କାମଲା, ସାମ୍ବାଦିକ ଜାଭେଦ ଆନନ୍ଦ ଓ ସାମାଜିକ କର୍ମୀ […]

salman
ବାପାଙ୍କ ସହ ମାଛ ଧରୁଥିବା ବେଳର ଫଟୋ ଶେୟାର୍‌ କରି ସଲମାନ କହିଲେ ହ୍ୟାପି ବାର୍ଥ୍‌ ଡେ ଡାଡି

ମୁମ୍ବାଇ: ଗତକାଲି ଥିଲା ସଲମାନ୍‌ଙ୍କ ବାପା ତଥା ବଲିଉଡ୍‌ର ପ୍ରଖ୍ୟାତ ବଲିଉଡ୍‌ ସ୍କ୍ରିପ୍ଟ ରାଇଟର୍‌ ସଲିମ ଖାନ୍‌ଙ୍କ ଜନ୍ମଦିନ। ବାପାଙ୍କ ଜନ୍ମଦିନ ଶୁଭକମାନ ପାଇଁ ସଲମାନ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଅପ୍‌ଲୋଡ୍ କରିଥିଲେ ଯାହା ଏବେ ଖୁବ୍‌ ଭାଇରାଲ୍‌ ହେଉଛି। ଫଟୋରେ ତାଙ୍କୁ ତାଙ୍କ ବାପା ସଲିମ୍‌ ଖାନ୍‌ଙ୍କ ସହ ଫିସିଂର ମଜା ନେବାର ଦେଖାଯାଉଛି। ବାପାଙ୍କ ୮୪ତମ ଜନ୍ମଦିନ ଅବସରରେ ସଲମାନ୍‌ ଏହି ଫଟୋଟି ଶେଆର କରିଛନ୍ତି। ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର […]

1457501297-6366
ଦିବାରାତ୍ର ଟେଷ୍ଟ: ଦର୍ଶକ ଫେରିପାଇବେ ଚତୁର୍ଥ ଓ ପଞ୍ଚମ ଦିନର ଟିକେଟ୍ ଅର୍ଥ

କୋଲକାତା: ଭାରତ ଓ ବାଂଲାଦେଶ ମଧ୍ୟରେ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ତିନି ଦିନ ଭିତରେ ଶେଷ ହୋଇଛି। ତେବେ ବଳକା ଦୁଇଦିନ ଅର୍ଥାତ୍ ଚତୁର୍ଥ ଓ ପଞ୍ଚମ ଦିନର ଟିକେଟର ଅର୍ଥ ଦର୍ଶକଙ୍କୁ ଫେରାଇବା ପାଇଁ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି) ନିଷ୍ପତ୍ତି ନେଇଛି। ସାଧାରଣତଃ କୌଣସି ମ୍ୟାଚ୍ ବର୍ଷା କିମ୍ବା ଅନ୍ୟ କାରଣରୁ ବାତିଲ୍ ହେଲେ ଟିକେଟ୍ ଅର୍ଥ ଫେରାଇ ଦିଆଯାଇଥାଏ। କିନ୍ତୁ କୋଲକାତା ଟେଷ୍ଟର ଶେଷ ଦୁଇଦିନର ଟିକେଟ୍ […]

scot
ସ୍କଟିଶ୍ ଓପନ୍ ଟାଇଟଲ୍ ଜିତିଲେ ଲକ୍ଷ୍ୟ ସେନ୍

ଗ୍ଲାସଗୋ: ଭାରତର ଉଦୀୟମାନ ଶଟଲର୍ ଲକ୍ଷ୍ୟ ସେନ୍ ଏଠାରେ ଅନୁଷ୍ଠିତ ସ୍କଟିଶ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଗତ ତିନିମାସ ଭିତରେ ଲକ୍ଷ୍ୟଙ୍କର ଏହା ଚତୁର୍ଥ ଟାଇଟଲ୍। ସେ ଫାଇନାଲରେ ବ୍ରାଜିଲର ଗୋର୍ କୋଏଲହୋଙ୍କୁ ହରାଇ ଏହି ସଫଳଜା ଅର୍ଜନ କରିଛନ୍ତି। ଏହି ଟପ୍‌-ସିଡ୍ ଭାରତୀୟ ଖେଳାଳି ୫୬ ମିନିଟ୍ ଧରି ଚାଲିଥିବା ଫାଇନାଲକୁ ୧୮-୨୧, ୨୧-୧୮, ୨୧-୧୯ ଗେମରେ ଜିତିଥିଲେ। ଚଳିତ ବର୍ଷ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଲକ୍ଷ୍ୟ ୪ଟିରୁ ତିନୋଟି ଟାଇଟଲ୍ ଜିତିଛନ୍ତି, ଯେଉଁଥିରେ ସାରଲୋରକ୍ସ ଓପନ୍‌, […]