• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

d-brothers
ଆଜି କୋର୍ଟରେ ହାଜର ହେବେ ଗ୍ୟାଙ୍ଗଷ୍ଟର୍ ଡି ବ୍ରଦର୍ସ

ସରିଲା ଗ୍ୟାଙ୍ଗଷ୍ଟର୍ ଡି ବ୍ରଦର୍ସଙ୍କ ୩ ଦିନିଆ ରିମାଣ୍ଡ୍ ଅବଧି। ଆଜି ସେମାନଙ୍କୁ କଟକ ଜେଏମ୍ଏଫସି କୋର୍ଟରେ ହାଜର କରିବ କମିଶନରେଟ୍ ପୋଲିସ। ଧଳସାମନ୍ତ ଭ୍ରାତା ସୁଶାନ୍ତ ଓ ସୁଶୀଲଙ୍କୁ ପୋଲିସ ଆଉ ରିମାଣ୍ଡରେ ନେବାକୁ ଆବେଦନ କରିନପାରେ ବୋଲି ସୂଚନା ମିଳିଛି।

  • Wednesday, 14 July 2021
Police
ଆଜିଠୁ ଆରମ୍ଭ ହେବ ୬୨ ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ

ଆଜିଠୁ ଆରମ୍ଭ ହେଉଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ। ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ରେଞ୍ଜ ଆଇଜି ଏବଂ ଡିଆଇଜି ଉପସ୍ଥିତ ରହିବେ। ଏହାସହ ଭିଜିଲାନ୍ସ, ଜେଲ୍ ଏବଂ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ।

  • Wednesday, 14 July 2021
winter
ଶୀତରେ ଥରୁଛି ସାରା ଓଡିଶା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାଜ୍ୟରେ ୯ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସି ଆସିଛି ପାରଦ। ଜାଡ଼ରେ ଥରୁଛି ସାରା ରାଜ୍ୟ। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଥଣ୍ଡାର ପ୍ରକୋପ। ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ, କୋରାପୁଟରେ ୮ ଦଶମିକ ୨ ଡିଗ୍ରୀ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୮ ଦଶମିକ ୫, ଭବାନୀପାଟଣାରେ ୯, କେନ୍ଦୁଝରଗଡ଼ରେ ୯ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

  • Wednesday, 14 July 2021
Ganjam Collector
ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।  ଆସନ୍ତା ୨୯ ତାରିଖ ଯାଏଁ ପ୍ରତିଦିନ ୨ଟି ବ୍ଲକ ବୁଲିବ ଏହି ରଥ। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବ୍ରିଟେନରୁ ୩ ଜଣ ବ୍ରହ୍ମପୁର ଫେରିଛନ୍ତି ଏବଂ ଜଣଙ୍କୁ ଚିହ୍ନଟ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି।  କରୋନା ଟିକା ନ ଆସିବା ଯାଏଁ ଆମକୁ ସତର୍କ ରହିବାକୁ ହେବ ବୋଲି ରଥ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Karnjia
୨୮ ବର୍ଷ ହେଲାଣି ସରିପାରୁନାହିଁ ପ୍ରକଳ୍ପ?

ଅଧପନ୍ତରିଆ ଭାବେ ପଡ଼ି ରହିଛି ମୟୁରଭଞ୍ଜ ହାତିବାରୀରେ ନିର୍ମାଣ ହେଉଥିବା ଦେଓ ଜଳ ପ୍ରକଳ୍ପ। ଜମି ଅଧିଗ୍ରହଣ ଓ ବିସ୍ଥାପନ ସମସ୍ୟା ଯୋଗୁଁ ଦୀର୍ଘ ବର୍ଷ ହେଲା ପ୍ରକଳ୍ପ ଆଗକୁ ବଢ଼ି ପାରୁନି। ୫୨ କୋଟି ଟଙ୍କାର ବ୍ୟୟ ଅଟକଳ ଏବେ ୯୦୦ କୋଟି ଟଙ୍କା ହୋଇଗଲାଣି।

  • Wednesday, 14 July 2021
D-BROTHERS
ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କୁ ୩ ଦିନ ରିମାଣ୍ଡରେ ନେଲା ପୋଲିସ

ସିଡିଏ ଘରୁ ପୁଳି ପୁଳା ଗୁଳି ଓ ବନ୍ଧୁକ ଜବତ ହେବା ମାମଲାରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ପୋଲିସ୍। ଜେଲରେ ଥାଇ କଟକରେ ଡି ବ୍ରଦର୍ସ କିପରି ଚଳାଇଥିଲେ ବନ୍ଧୁକ କାରବାର?

  • Wednesday, 14 July 2021
Waterfall
ମନମୋହୁଛି ପର୍ଯ୍ୟଟନସ୍ଥଳୀ କିନ୍ତୁ ଯିବାକୁ ନାହିଁ ରାସ୍ତା...

ପର୍ଯ୍ୟଟନସ୍ଥଳୀର ବିକାଶ ସହ ଏହାର ରକ୍ଷଣାବେକ୍ଷଣା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା। ଏନେଇ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି।  ହେଲେ ଆଜି ବି ଏମିତି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ରହିଛି ଯେଉଁଠି ସରକାରୀ ଯୋଜନା କୌଣସି କାମକୁ ଆସୁନି।

  • Wednesday, 14 July 2021
nuapada
ସରକାରୀ ସହାୟତାକୁ ବି ଚଳୁ କରିଦେଲେ

ଡ୍ୟାମ୍ ପାଇଁ ଲୋକେ ନିଜ ଜମିବାଡି ସବୁ ଦେଇଦେଲେ। ସରକାର ସହାୟତା ଅର୍ଥ ବି ମଂଜୁର କଲେ। ହେଲେ ସରକାର ଓ ବିସ୍ଥାପିତଙ୍କ ମଝିରେ ଟଙ୍କା ଖାଇଗଲେ ଦଲାଲ। ଏବେ ବି ପ୍ରକୃତ ବିସ୍ଥାପିତ ସହାୟତା ଅପେକ୍ଷାରେ ଥିବା ବେଳେ ମାଲାମାଲ ଦଲାଲ ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ବୁଡି ଅଂଚଳ ପେଣ୍ଡରାବନ ଗାଁ ଲୋକେ।

  • Wednesday, 14 July 2021
odisha police
ସରୋଜଙ୍କ ବୟାନକୁ ନେଇ ଏମିତି କହିଲା ଓଡ଼ିଶା ପୋଲିସ

ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା SIT ମୁଖ୍ୟଙ୍କ ବିରୋଧରେ ସରୋଜ ସେଠୀଙ୍କ ବୟାନକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ଓଡ଼ିଶା ପୋଲିସ। ଗତକାଲି ଏକ ପ୍ରେସ ରିଲିଜ ଜାରି କରି ପୋଲିସ କହିଛି ଯେ, ପରୀ ହତ୍ୟାର ଖିଅ କାଢ଼ିବାକୁ ଟିମ୍ ପୂରା ଦମରେ କାମ କରୁଛି

Bidhyashree
ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ବିଦ୍ୟାଶ୍ରୀ

ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ । ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା, ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ସ୍ଥାନାନ୍ତର ସୂଚନା ।

  • Wednesday, 14 July 2021