କିଡନୀ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୁକ୍ତ ହିଂମାଶୁ ଭୂଷଣ ନନ୍ଦଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ। ହିଂମାଶୁଠାରୁ ଅଧିକ ତଥ୍ୟ ଓଗାଳିବା ପାଇଁ କମିଶନରରେଟ ପୋଲିସ ୨ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ସୂଚନା ଦେଇଛନ୍ତି ଡ଼ିସିପି ଉମାଶଙ୍କର ଦାଶ।
କଟକରେ ପୁଣି ଭେଜାଲ୍ ଜର୍ଦ୍ଦା କାରଖାନା ଠାବ। କଟକ ସଦର ଥାନା ପୋଲିସ ପୁଣି ଏକ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ କରିଥିବା ନେଇ ସୂଚନା ମିଳିଛି। ତେବେ କଟକ ସଦର ଥାନା ଅନ୍ତର୍ଗତ ସାସୋଳ ଗାଁରେ ଚଢାଉ କରି ପୋଲିସ ଏହି ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ କରିଛି
ଜୟପୁର ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟରେ ଯେଉଁ ତଥ୍ୟ ଦାଖଲ କରାଯାଇଛି, ସେଥିରେ ପୀଡ଼ିତାଙ୍କ ପରିବାର ସନ୍ତୁଷ୍ଟ ନୁହନ୍ତି। ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି, ପୋଲିସର ରିପୋର୍ଟ ଅନୁସାରେ ଦୁଷ୍କର୍ମର କିଛି ପ୍ରମାଣ ମିଳିନଥିଲା ଏବଂ ମାମଲାରେ ତଥ୍ୟଗତ ତ୍ରୁଟି ଥିଲା।
ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ ପ୍ରକାଶ ରାଓ।
କଳାହାଣ୍ଡି ଜୟପାଟଣା ବ୍ଲକ୍ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ସଭାରେ ଯୋଗଦେଇ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ପ୍ରକଳ୍ପ ଉଦଘାଟନ ଅବସରରେ ନବୀନ କହିଛନ୍ତି ଯେ, "ଭୋକର ଭୂଗୋଳ ଆଜି ଭାତହାଣ୍ଡି ପାଲଟିଛି।
କଳାହାଣ୍ଡି ଜୟପାଟଣା ବ୍ଲକ୍ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ସଭାରେ ଯୋଗଦେଇ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ କରୋନା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଇଚ୍ଛା ଅଛି, ଉଦ୍ୟମ ବି ଅଛି। ହେଲେ ବାଟ ରୋକୁଛି ଦାରିଦ୍ର୍ୟ। ଆମେ କହୁଛୁ, ବଲାଙ୍ଗିର ସହରର ୨ ଯୁବ କ୍ରୀଡ଼ା ପ୍ରତିଭାଙ୍କ କଥା। ସମ୍ବଳ ଓ ସୁବିଧା ସୁଯୋଗର ଘୋର ଅଭାବ ସତ୍ତ୍ୱେ, ସେମାନେ ରାଜ୍ୟ ସ୍ତରୀୟ ସୁଟିଂ ଚାମ୍ପିୟନ୍ସିପରେ ମେଡାଲ୍ ଜିତି ପାରିଛନ୍ତି। ବଲାଙ୍ଗିର ପାଇଁ ସୁନାମ ବି ଆଣିଛନ୍ତି।
କିଡନୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ। ଜାଲ କାଗଜପତ୍ର ଜରିଆରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ହଡପ କରୁଥିବା ଭୁବନେଶ୍ୱର ଉତ୍ତରା ଅଞ୍ଚଳର ହିମାଂଶୁ ନନ୍ଦଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ।
ଗତକାଲି ଧର୍ମେନ୍ଦ୍ର, ଆଉ ଆଜି ବୈଜୟନ୍ତ ମାହାଙ୍ଗାରେ ହତ୍ୟାର ଶିକାର ଦଳୀୟ ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହଙ୍କ ସ୍ମୃତିସଭାରେ ଯୋଗ ଦେଇ ସିଧା ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ୪ବର୍ଷ ତଳେ ସେ ନିଜେ ବି ଏଠୁ ରାଜନୈତିକ ହିଂସାର ଅନୁଭୂତି ନେଇ ଯାଇଥିଲେ।
କଟକ ବାଲିଘାଟରେ କମିଶନରେଟ୍ ପୋଲିସର ଚଢାଉ। କଟକ ଗୋପାଳପୁରର ପାଇକସାହି ବାଲିଘାଟରେ କମିଶନରେଟ୍ ପୋଲିସର ଏକ ଟିମ୍ ଚଢାଉ କରିଛି। ଚଢାଉରେ ୭ଟି ଟ୍ରାକ୍ଚର ସହ ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ। ତେବେ ଗିରଫଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ। ଏଥିରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ବାଲି ଚୋରା ଚାଲାଣ ହେଉଥିବା
ରାୟଗଡା: ଯୋଜନାର ନାଁ ପରିବର୍ତ୍ତନ ହୋଇସାରିଛି କିନ୍ତୁ ଘର ତିଆରି ହୋଇ ଅଧାରେ ପଡ଼ିଛି। ୧୦ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁନି ହିତାଧିକାରୀଙ୍କ ଘର। ଅଧପନ୍ତରିଆ ଘରେ ଭାଗ୍ୟକୁ ଆଦରି ରହୁଛନ୍ତି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା। ଅଧା ଗଢ଼ା ଘରେ ବିଜୁଛି ଜୀବନ, ଇନ୍ଦିରା ଆବାସ ଯୋଜନାରେ ଅବ୍ୟବସ୍ଥା ଅଭିଯୋଗ#Odisha #HouseProblem @RayagadaO pic.twitter.com/zUezeMCj2e — ଓଟିଭି (@otvkhabar) January 10, 2021 ଅଧାଗଢ଼ା ଘରେ ବିତୁଛି […]
ପୌର ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିକୁ ଘାରିଛି ଶ୍ରେୟ ରାଜନୀତି ଭୂତ। ଭୁବନେଶ୍ୱର ବିନ୍ଦୁ ସାଗର ପୁନରୁଦ୍ଧାରକୁ ଆଳ କରି ରାଜନୀତି ଏବେ ଜୋର ଧରିଛି। ଆଜି ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ଶୁଭାରମ୍ଭ ଉତ୍ସବ ପାଲଟିଥିଲା ରାଜନୈତିକ କାର୍ଯ୍ୟକ୍ରମ। ସଭାସ୍ଥଳରେ ହିଁ କର୍ମୀ ହାତାହାତି ହୋଇଥିବା ବେଳେ ମଞ୍ଚ ଉପରେ ବି ଉଭୟ ଦଳ ପରସ୍ପରକୁ ବାକ୍ୟ ବାଣ ମାରିଥିଲେ ଯାହାକୁ ନେଇ ବେଶ ଚର୍ଚ୍ଚା ଜାରି ରହିଥିଲା।
ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ। ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ଥାନା ପୋଲିସ। ଏଥିସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ଗ୍ରାମାଞ୍ଚଳ ପୋଲିସ ଜଣଙ୍କୁ ଗିରଫ କରିଥିଲ॥ ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ସମେତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତ ମାନଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ ବି କରିଥିଲା ପୋଲିସ।
ଯୁବତୀଙ୍କ ପାଇଁ ସୁରକ୍ଷା କବଚ। ଜୟପୁରର ଶିଶିର ମଲ୍ଲିକ ଏମିତି ଏକ ବେଲ୍ଟ ତିଆରି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି। କେତେବେଳେ ହ୍ୟାଣ୍ଡ ସାନିଟାଇଜର ତ କେତେବେଳେ ସୀମାରେ ସୈନିକଙ୍କ ସୁରକ୍ଷା ପାଇଁ ରୋବୋ ହେଲମେଟ ପ୍ରସ୍ତୁତ କରି ଚର୍ଚ୍ଚାରେ ଥିବା ଯୁବକ ଏବେ ପୁଣି ଏକ ପ୍ରୋଜେକ୍ଟ କରି ଚର୍ଚ୍ଚାରେ।
ମାହାଙ୍ଗାରେ ବରିଷ୍ଠ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ନେଇ ରାଜନୀତି ସରଗରମ ଥିବା ବେଳେ ଓଡିଶାରେ ପହଁଚିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। ଆଜି ବିଜେପି ଟିମ୍ ସହ ପୁରନ୍ଦେଶ୍ୱରୀ , ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯିବା କାର୍ଯ୍ୟକ୍ରମ ରହିଛି।
ଖୋର୍ଦ୍ଧା: (ରିପୋର୍ଟ/ବଳରାମ ଲେଙ୍କା)- ଆଜି ଚିଲିକା ହ୍ରଦରେ ହେଉଛି ପକ୍ଷୀ ଗଣନା। ଲୁଣା ହ୍ରଦ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଛି ସକାଳ। ମିଳିଥିବା ସୂଚନା ଅନୁସାରେ, ସକାଳ ୬ଟା ରୁ ଆରମ୍ଭ ହୋଇଛି ଏହି ପକ୍ଷୀ ଗଣନା କାର୍ଯ୍ୟ। ଏଥିପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଚିଲିକା ଓ୍ୱାଇଲ୍ଡଲାଇଫ୍ ଅଧିନସ୍ଥ ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ସହ ଚିଲିକାରେ ପକ୍ଷୀଙ୍କ ଗଣତି ଲାଗି ୨୧ଟି ଟିମ ଗଠନ କରାଯାଇଛି। ଏହି ଟିମରେ ପାଖାପାଖି […]
କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣା।ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା। କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଥାନାରେ ଦେଲେ ଏତଲା। ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁରେ ଏତଲା। ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ତେବେ ହତ୍ୟାକାଣ୍ଡକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ବିଜେପି ନେତାଙ୍କ ହତ୍ୟା ପରେ ଗାଁରେ ଚାପା ଉତ୍ତେଜନା। ୧୨ ଜଣଙ୍କ ନାଁରେ ଏତଲା, ରାଜନୈତିକ କାରଣରୁ […]
କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି।
ଚଳିତ ବର୍ଷ ୮୦ ପ୍ରତିଶତ ମାର୍କର ପରୀକ୍ଷା ଦେବେ ମ୍ୟାଟ୍ରିକ ଛାତ୍ରଛାତ୍ରୀ। ତେବେ ଏଥି ମଧ୍ୟରୁ ୫୦ ମାର୍କର ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ପଡିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ।
ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଲୋକ। ଦୀର୍ଘ ୯ ମାସ ପରେ ଆଜିଛୁ ଜଗା ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ। ଆଜିଠୁ ୧୫ରୁ ୧୭ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୁରୀ ବାସିନ୍ଦାଙ୍କ ପାଇଁ ହୋଇଥିବା ୬ ଦିନିଆ ଦର୍ଶନ ବ୍ୟବସ୍ଥା ପରେ ଦିନକୁ ୧୫ରୁ ୧୭ ହଜାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ହୋଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ରାଜ୍ୟରେ ଲଗାତାର ଭାବରେ ବଢିଚାଲିଛି ଭିଜିଲାନ୍ସ ଚଢାଉ। ତେବେ ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ ଏଏସଆଇ ଭାବେ କାର୍ଯ୍ୟରତ ରବୀନ୍ଦ୍ରନାଥ ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।
ଅବଧି ପରେ ବି ସରୁନି ୪ କୋଟିରୁ ଉର୍ଧ୍ୱ ଟଙ୍କାର ବିଜୁ ସେତୁ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର ନଦୀ ମଧ୍ୟରେ ସେତୁ ନିର୍ମାଣ କରି ଯୋଗାଯୋଗର ସୁବିଧା କରୁଥିବା ବେଳେ ଏଠି କିନ୍ତୁ ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି ।
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ। କଳାହାଣ୍ଡି ଧର୍ମଗଡ଼ରେ ପଞ୍ଚାୟତ ପିଇଓଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ହୋଇଛି। ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଯାଞ୍ଚ ହୋଇଥିବା ଜଣାପଡ଼ିଛି। ପିଇଓ ବାଲେଶ୍ୱର ନାଏକଙ୍କ ଭବାନୀପାଟଣା, ଭେଲାଗାଁ ଘର ଓ ପଞ୍ଚାୟତ ଅଫିସ୍ରେ ରେଡ୍ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୨ତମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ। ମନ କି ବାତରେ ମୋଦି ବିଭିନ୍ନ ପ୍ରସଙ୍ଗରେ ମନର କଥା କହିଛନ୍ତି। ଏହା ପୂର୍ବରୁ ମନର କଥାରେ କେଉଁ ପ୍ରସଙ୍ଗ ଆଲୋଚନା କରିବେ, ସେନେଇ ଶୁକ୍ରବାର ଦିନ ଦେଶବାସୀଙ୍କଠାରୁ ମତାମତ ଲୋଡ଼ିଥିଲେ ମୋଦି।
୪ ବର୍ଷର ନାତି ଦାଣ୍ଡରେ ଖେଳୁଥିଲା। କିଛି ସମୟ ପରେ ଦେଖିଲା ବେଳକୁ କୁଆଡ଼େ ଗାଏବ୍ ହୋଇଗଲା। ସେଦିନଠୁ ଘରେ ଚୁଲି ଜଳୁନି। ଫଟୋ ଧରି କାନ୍ଦୁଛନ୍ତି ଜେଜେ ମାଆ, ବାପା ଓ ମାଆ। ସେମାନଙ୍କ କାନ୍ଦ ଶୁଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ। ଦର୍ଶକବନ୍ଧୁ ଏ ଭିଡିଓଟିକୁ ଏତେ ମାତ୍ରାରେ ସେୟାର କରନ୍ତୁ ଯେମିତି ପୋଲିସ୍ ଚେଇଁ ଉଠିବ ଆଉ ଘରକୁ ହସି ହସି ଫେରି ଆସିବ ୪ ବର୍ଷର ଚିଣ୍ଟୁ।