କେନ୍ଦ୍ରାପଡ଼ା: ନଳକୂପରୁ ବାହାରୁଛି ନିଆଁ। ଏହି ଘଟଣା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏମିତି ଏକ ଘଟଣା କେନ୍ଦ୍ରାପଡ଼ା ଗରଦପୁର କାଳବୁଡ ଅଞ୍ଚଳରେ ଘଟିଛି । ନୂଆ କରି ଖୋଳା ଯାଇଥିବା ଏକ ନଳକୂପର ଖନନ କାମ ସାରି ପୂଜା କରିବାବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଲୋକମାନେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁ ଆୟତ୍ତକୁ ଆସିନଥିଲା। ପରେ କୋରୁଆ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ନଳକୂପ ମଧ୍ୟରୁ ବାହାରୁଥିବା […]
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଘୁଷୁରି ମଡ଼କ ପରେ ଛେଳି ମଡ଼କ। କାଲିମେଳା ବ୍ଳକର ଏମ୍ଭି-୬୬ ଗାଁରେ ଗତ ୩ ମାସ ଭିତରେ ଶତାଧିକ ଛେଳି ଅଜଣା ରୋଗରେ ମୃତ୍ୟୁବରଣ କରିଥିବା ଗାଁ ଲୋକେ କହିଛନ୍ତି। ଗାଁରେ ଆହୁରି କିଛି ଛେଳି ରୁଗ୍ଣ ଅବସ୍ଥାରେ ଛଟପଟ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣାସ୍ଥଳରେ କାଲିମେଳା ପ୍ରାଣୀ ଚିକିତ୍ସକ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।ରୁଗ୍ଣ ଛେଳିଙ୍କର ରକ୍ତ ନମୂନା ସଂଗ୍ରହ କରି ପଠାଯାଇଛି। ଏହାର ରିପୋର୍ଟ ଆସିଲେ […]
ଭୁବନେଶ୍ୱର : ଫ୍ରିଜ୍ ଭିତରୁ ଉଦ୍ଧାର ହେଲା ସାପ । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାପ ଉଦ୍ଧାର ହୋଇଛି। ଆଜି ସକାଳେ ଘର ବାହାରେ ବୁଲୁଥିବା ଏକ ସାପ ହଠାତ ଘରକୁ ଆସି ଫ୍ରିଜ୍ ଭିତରେ ପଶି ଯାଇଥିଲା। ପରେ ଘର ଲୋକେ ସ୍ନେକ୍ ହେଲପ ଲାଇନକୁ ଖବର ଦେଇଥିଲେ। ସ୍ନେକ୍ ହେଲପଲାଇନ୍ ସଦସ୍ୟ ଆସି ସାପଟିକୁ ଫ୍ରିଜ ଭିତରୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ପ୍ରାୟ ୪ ଫୁଟରୁ […]
କେନ୍ଦ୍ରାପଡା : ମଦ ଦୋକାନ ଉଚ୍ଛେଦ ଦାବିରେ ତାତିଲେ ମହିଳା। କେନ୍ଦ୍ରାପଡା ମାର୍ଶାଘାଇ ବ୍ଳକର ଅଙ୍ଗୁଳାଇ ଛକରେ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ମହିଳା। ଦୀର୍ଘ ଦିନ ହେବ ଏଠାରେ ଦୁଇଟି ଦେଶୀ ଓ ଓ ବିଦେଶୀ ମଦ ଦୋକାନ ଖୋଲା ରହୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ କିଛି ଫଳ ମିଳୁନଥିବାରୁ ମହିଳାମାନେ ମଦ୍ୟପଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଆମରଣ ଅନଶନକୁ ଓହ୍ଲାଇଥିବା କହିଛନ୍ତି। ଧାରଣାସ୍ଥଳରେ ମହାତ୍ମା ଗାନ୍ଧୀଙ୍କ […]
ଗଞ୍ଜାମ : ଗଛରେ ପିଟି ହୋଇ ଘାଟି ତଳକୁ ଓଲଟିଲା ଟ୍ରକ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିର ମୃଗବିହାର ନିକଟରେ ଏକ କାଜୁ ବୋଝେଇ ଟ୍ରକ ଗଛକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଟ୍ରକ ଭିତରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଡ୍ରାଇଭର ସମେତ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଖୋର୍ଦ୍ଧା ବଡପୋଖରିଆ ପଞ୍ଚାୟତ ଓଳସିଂ […]
ବାଲେଶ୍ୱର : ବାଲେଶ୍ୱରରେ ପୁଣି ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍। ଗତକାଲି ରାତିରେ ସହରରେ ରାଣୀପାଟଣା ଛକରେ ଏଟିଏମ୍ ତା଼ଡ଼ି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ତେବେ ପୋଲିସ ପହଞ୍ଚିଯିବାରୁ ଟଙ୍କା ନେଇନପାରି ଘଟଣାସ୍ଥଳରୁ ଫେରାର ମାରିଛନ୍ତି। ଫଳରେ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। କିଛି ଦିନ ପୂର୍ବରୁ ବାଲେଶ୍ୱର ସହରରୁ ସୁନହଟ ଓ ଆଇଟିଆଇ ଛକରୁ ଦୁଇଟି ଏଟିଏମ୍ ତାଡି କଳାକନା ବୁଲାଇଥିଲେ ଲୁଟେରା।