• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

vlcsnap-error174
ଭୁବନେଶ୍ୱର ମାଛରୁ ମିଳିଲା ଫର୍ମାଲିନ

ଭୁବନେଶ୍ୱର: ଭୁବନେଶ୍ୱରର ମାର୍କେଟରେ ମାଛରୁ ବିଷାକ୍ତ ଫର୍ମାଲିନ ମିଳିଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ସଚିବ ବିଶାଲ ଗଗନ। ସେ କହିଛନ୍ତି ଯେ, ଲାବ୍ ଟେଷ୍ଟ ପରେ ମାଛ ନମୂନାରୁ ଫର୍ମାଲିନ ମିଳିଛି। ୪ ନମ୍ବର ମାର୍କେଟରୁ ରୋହି, ମିରିକାଳି, ପାମ୍‌ପ୍ଲେଟ୍‌ ଆଦି ମାଛର ୯ଟି ନମୂନା ସଂଗ୍ରହ ହୋଇଥିଲା। ସେଥିମଧ୍ୟରୁ ପାମ୍‌ପ୍ଲେଟ୍‌ ମାଛ ନମୂନାରୁ ଫର୍ମାଲିନ ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ନମୂନା ସଂଗ୍ରହ କରାଯାଇ ଟେଷ୍ଟ କରାଯିବ ବୋଲି […]

  • Monday, 19 July 2021
alaranatha
ସେବାୟତ-ମନ୍ଦିର କମିଟି ସଭାପତି ମୁହାଁମୁହିଁ

ବ୍ରହ୍ମଗିରି: ଅଲାରନାଥ ମନ୍ଦିର ଲୁଟ୍ ଘଟଣାକୁ ନେଇ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ମନ୍ଦିର ଉନ୍ନୟନ କମିଟି ସଭାପତି ଓ ସେବାୟତଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଅଲାରନାଥ ମନ୍ଦିର ହୁଣ୍ଡିରୁ ଗତ ୧୦ ତାରିଖ ରାତିରେ ଚୋରି  ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। କିନ୍ତୁ ଦୁଇ ଦିନ ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ଗତକାଲି ସେବାୟତଙ୍କ ଏକ ଗୋଷ୍ଠୀ ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ […]

  • Monday, 19 July 2021
minister son
ସିବିଆଇ ସ୍କାନରରେ ସୂର୍ଯ୍ୟଙ୍କ ପୁଅ

ଭୁବନେଶ୍ୱର : ଚିଟ୍‌ଫଣ୍ଡ ଲିଙ୍କ୍ ନେଇ ସିବିଆଇ ସ୍କାନରରେ ମନ୍ତ୍ରୀଙ୍କ ପୁଅ। ଅର୍ଥତତ୍ୱ ଲିଙ୍କ୍‌ରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ସିବିଆଇ ପଚରାଉଚରା କରିଥିବା ଜଣାପଡ଼ିଛି। ବିପ୍ଲବ ନିଜ ଅଫିସରେ ଲଗାଇଥିବା ଏକାଧିକ କଂପୁଟରର ବିଲ୍ ଅର୍ଥତତ୍ୱ ଆକାଉଣ୍ଟରୁ ପୈଠ ହୋଇଥିବା CBI ସୁରାକ ପାଇଥିଲା। ଏହାପରେ ସିବିଆଇ ଅଧିକାରୀ ତାଙ୍କ ଅଫିସ୍‌କୁ ଯାଇ ଯାଞ୍ଚ କରିବା ସହ ହାଜର ହେବା ଲାଗି ସମନ କରିଥିଲେ। ଅନ୍ୟପକ୍ଷରେ ଜଣେ ପ୍ରତିଷ୍ଠିତ ବିଲ୍ଡର ଓ  […]

  • Monday, 19 July 2021
puri
ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆରମ୍ଭ

ପୁରୀ : ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଦୀର୍ଘ ୧୫ ଦିନର ଅଣସର ପରେ ଆଜି ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ। ମହାପ୍ରଭୁଙ୍କୁ ନିକଟରୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଜଗମୋହନ ମରାମତି କାମ ସରିଥିବାରୁ ଭିତର କାଠ ନିକଟକୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ସକାଳ ୬ଟାରେ ଚକା ଅପସର କରାଯାଇଛି। ୮ଟାରୁ ଶ୍ରୀଜୀଉଙ୍କ ପରିମାଣିକ ଦର୍ଶନ ଆରମ୍ଭ ହେବ।  ଶ୍ରଦ୍ଧାଳୁ ଦକ୍ଷିଣ ଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ପରେ ସକାଳ ୯ଟାରୁ ୧୦ଟା ୩୦ […]

  • Monday, 19 July 2021
rank
ବିଶ୍ୱ ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରକୁ ୩୪ ନମ୍ବର ରାଙ୍କ୍‌

ଭୁବନେଶ୍ୱର : ବିଶ୍ୱ ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ମିଳିଛି ୩୪ ନମ୍ବର ରାଙ୍କ୍‌। ସିଙ୍ଗାପୁର ସ୍ଥିତ ଇଡେନ ଷ୍ଟ୍ରାଟେଜୀ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ଘୋଷିତ ୫୦ଟି ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରକୁ ଏହି ରାଙ୍କ୍‌ ପ୍ରଦାନ କରାଯାଇଛି । ଟପ୍ ୱାନ ତଥା ଶୀର୍ଷରେ ରହିଛି ଲଣ୍ଡନ। ଦ୍ୱିତୀୟ ରାଙ୍କ୍‌ରେ ରହିଛି ସିଙ୍ଗାପୁର ଏବଂ ସିଓଲ୍‌କୁ ମିଳିଛି ୩ ନମ୍ବର ରାଙ୍କ୍‌। ପ୍ରକାଶିତ ତାଲିକାରେ ଭୁବନେଶ୍ୱର ସମେତ ଦିଲ୍ଲୀ, ସୁରଟ, ଅହମ୍ମଦାବାଦ ଏବଂ ପୁନେ ସହରକୁ ମଧ୍ୟ ସ୍ଥାନିତ […]

  • Monday, 19 July 2021
heritage
ଗଠନ ହେଲା ଐତିହ୍ୟ କ୍ୟାବିନେଟ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସମୃଦ୍ଧି ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ ପୂର୍ବକ ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ କରି ତାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଗଠନ କରିଛନ୍ତି ଐତିହ୍ୟ କ୍ୟାବିନେଟ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୮ ଜଣ ବରିଷ୍ଠ ମନ୍ତ୍ରୀ ରହିବେ।  ଏହି କ୍ୟାବିନେଟ କମିଟିର କାମ ହେଲା-ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସଂରକ୍ଷଣ, ପ୍ରଚାର, ପ୍ରସାର ତଥା ସମୃଦ୍ଧି ନିମନ୍ତେ କାମ କରୁଥିବା ସଂସ୍ଥା ଓ […]

  • Monday, 19 July 2021
ratha
ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ

ପୁରୀ : ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଦିନକ ପରେ ରଥଯାତ୍ରା । ଦୀର୍ଘ ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଉ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଣେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥଠାରୁ ପଥ, ସବୁର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଅନ୍ତ ହେବ ଦୀର୍ଘ ୧୫ ଦିନର ପ୍ରତୀକ୍ଷା। ରାତି ପାହିଲେ ନବ ଯୌବନ […]

  • Monday, 19 July 2021
chandra
ପୋଡ଼ି ମାରି ଦେଲେ ସ୍ୱାମୀ ଓ ଶାଶୁ-ଶ୍ୱଶୁର

ଖୋର୍ଦ୍ଧା  : ଯେତେ ସଚେତନତା ଏବଂ ଆଇନ ତିଆରି କଲେ ବି ଯୌତୁକ ରାକ୍ଷାସ କବଳରୁ ଫିଟିପାରୁନି ମଣିଷ । ଆଜି ବି ବୋହୂଟି ଜଳୁଛି ଯୌତୁକ ଜୁଈରେ। ଜଳିପୋଡ଼ି ଧୂଳିସାତ ହୋଇଯାଉଛି, ତାର ସବୁ ଅସୁମାରୀ ସ୍ୱପ୍ନ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଆସିଛି ଆଉ ଏକ ସମ୍ବେଦନଶୀଳ ଏବଂ ସ୍ପର୍ଶକାତର ଘଟଣା । ୮ ବର୍ଷ ତଳେ ବିବାହ କରିଥିବା ବୋହୂକୁ ଯୌତୁକ ପାଇଁ ସ୍ୱାମୀ ସହ ମିଶି କିରୋସିନି ନିଆଁରେ ଜାଳି ମାରିଦେଇଛନ୍ତି […]

  • Monday, 19 July 2021