• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

death
କାନ୍ଥ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ,୩ ଛାତ୍ର ଗୁରୁତର

ବାସୁଦେବପୁର  : ବାସୁଦେବପୁରରେ କାନ୍ଥ ପଡ଼ି ଜଣେ ଛାତ୍ରୀର ମୃତ୍ୟୁ ଘଟିଥିବା ବେଳେ ୩ ଛାତ୍ର ଗୁରୁତର ଅଛନ୍ତି।  ବିନାୟକପୁର ୟୁ.ପି ସ୍କୁଲର ପିଲା ଖେଳୁଥିବା ବେଳେ ଏ ଅଘଟଣ ଘଟିଛି। ସ୍କୁଲ ନିକଟରେ ଥିବା ଏକ ପରିତ୍ୟକ୍ତ ଘର ଭୁଶୁଡ଼ି ପଡ଼ିଛି। ସ୍କୁଲ ପାଖରେ ଥିବା ଏକ କୋଳି ଗଛରୁ ସମସ୍ତେ କୋଳି ଖାଉଥିଲେ ସେତିକି ବେଳେ ଏହି ଅଘଟଣ ଘଟିଛି। ଏ ଘଟଣା ସଂପୃକ୍ତ ଅଂଚଳରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।

  • Monday, 19 July 2021
vlcsnap-error864
ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ପିଟିଲେ, ହସ୍ପିଟାଲ ନ ପଠାଇ ନଜରବନ୍ଦୀ ରଖିଲେ

ବାଲେଶ୍ୱର/ନୀଳଗିରି: ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଆଉ ସେଥି ପାଇଁ କିଛି ନିରୀହ ଲୋକଙ୍କୁ ତାଡ଼ନା ସହିବାକୁ ପଡୁଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଘଟିଛି ଏମିତି ଏକ ଘଟଣା । ନୀଳଗିରି ଅଂଚଳରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ ଓ ନଜରବନ୍ଦୀ କରି ରଖିବା ଅଭିଯୋଗ । ଅଭିଯୋଗ ଅନୁଯାୟୀ, ଶ୍ୟାମସୁନ୍ଦରପୁର ପଞ୍ଚାୟତ କଣ୍ଟାବଣିଆ ଗାଁରେ କିଛି ଲୋକଙ୍କ ଦେହ ଭଲ ରହୁ ନଥିଲା । ଏଥିପାଇଁ ସେହି […]

  • Monday, 19 July 2021
papu
ପପୁଙ୍କ ପୁନର୍ଜନ୍ମ! ଦେଖିଲେ ଚିହ୍ନି ହେଉନି, ଚେହେରାରେ ନାହିଁ ଚମକ

ଭୁବନେଶ୍ୱର: ଦିନ ଥିଲା ଲୋକେ ପପୁଙ୍କୁ ଦେଖୁ ଦେଖୁ ହସି ବେଦମ୍ ହେଉଥିଲେ । ଏବେ କିନ୍ତୁ ସମୟ ବଦଳିଯାଇଛି । ପପୁଙ୍କୁ ଦେଖି ଆଉ ଲୋକେ ବୋଧହୁଏ ନ ହସି କାନ୍ଦିବେ । ସତରେ ତାଙ୍କର ଚେହେରା ସେତିକି ଖରାପ ହୋଇଯାଇଛି। ଓଲିଉଡ଼ କମେଡ଼ି କିଙ୍ଗ୍‌ ପପୁ ଆଜି ରୁଗ୍‌ଣ ଓ ମଳିନ ପଡ଼ିଯାଇଛନ୍ତି । ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଜନିତ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବା ପପୁ ଶେଷରେ […]

  • Monday, 19 July 2021
Tribals
କନିଆ ଝିକାକୁ ନେଇ ସଂଘର୍ଷ: ପୁଅକୁ ରାଜି ହେଲାନି ଝିଅ, ମା’ ଘରକୁ ପଳାଇଆସିଲା

କଲ୍ୟାଣସିଂହପୁର (ରାୟଗଡ଼ା): ଆଦିବାସୀଙ୍କ ପରମ୍ପରା କନିଆଁ ଝିକାକୁ ନେଇ ୪ଟି ଗାଁ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ପାରସାଲି ପଞ୍ଚାୟତ ନିୟମଗିରି ପାହାଡ଼ ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ଗତ ୬ ତାରିଖରେ ଲମ୍ବା ଗାଁର ବାମ ସିକକାଙ୍କ ପାଇଁ ସାନ ଡେଙ୍ଗିଲିଲି ଗାଁର ଜଣେ ଝିଅ ସହିତ ବିବାହ ସ୍ଥିର ହୋଇଥିଲା। ଡଙ୍ଗରିଆ ପରମ୍ପରା […]

  • Monday, 19 July 2021
balasore
ବସ୍ ଚୋରି ଅଭିଯୋଗରେ ଦିବ୍ୟାଙ୍ଗ ଯୁବକ ଅଟକ

ବାଲେଶ୍ୱର: ବାଲେଶ୍ୱରରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ କଳା କାରନାମା ଦେଖିବାକୁ ମିଳିଛି। ନକଲି ଚାବିରେ ବସ୍ ଚୋରି ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ଯୁବକକୁ ପୁଲିସ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଜଣେ ଦିବ୍ୟାଙ୍ଗ ଯୁବକ ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ଏକ ଘରୋଇ ବସ୍‌କୁ ନକଲି ଚାବିରେ ଫିଟାଇ ନେଇ ଯାଇଥିଲେ। ତେବେ ବସ୍‌ଟି ସେରଗଡ଼ ଟୋଲ୍‌ ପ୍ଲାଜାରେ ପହଞ୍ଚିବା ପରେ ଟୋଲ୍‌ ଗେଟ୍ କର୍ମଚାରୀ ତାଙ୍କୁ ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ଦେଇନଥିଲେ। […]

  • Monday, 19 July 2021
TITO 2
ଖୋଲୁଛି ଟିଟୋ ସାମ୍ରାଜ୍ୟର ବଡ଼ ଗୁମର

ଭୁବନେଶ୍ୱର: ଫିଟୁଛି ଟିଟୋର କଳା ସାମ୍ରାଜ୍ୟର ଗୁମର। କାହିଁ କେତେ ଜାଗାକୁ ଲମ୍ବିଛି ଟିଟୋର ଚେର। ରିଅଲ୍ ଇଷ୍ଟେଟ୍, ଷ୍ଟିଭେଡରିଂ, ପେଟ୍ରୋଲ ପମ୍ପ, ଗାର୍ମେଣ୍ଟ ସୋରୁମ, ସବୁ ବ୍ୟବସାୟରେ ହାତ ମାରିଛି ଟିଟୋ। ଖାଲି ସେତିକି ନୁହେଁ ଟିଟୋର ରାଜ୍ୟ ବାହାରେ ରହିଛି ଏକାଧିକ ହୋଟେଲ୍ ସାଙ୍ଗକୁ ଜାଗୁଆର ଓ ଅଡି ଭଳି ଦାମୀ କାର୍। ଗ୍ୟାଙ୍ଗଷ୍ଟର ଟିଟୋର ବିଶାଳ ସମ୍ରାଜ୍ୟର ସନ୍ଧାନ ପାଇବା ପରେ ଏବେ ସମ୍ପତ୍ତି ଆଟାଚ୍ ପାଇଁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ୍। ୟା […]

  • Monday, 19 July 2021
vlcsnap-error723
କ୍ୟାନ୍‌ସର୍‌ ରୋଗୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେବ ହଜାରେ କୋଟି

ଭୁବନେଶ୍ୱର: କ୍ୟାନ୍‌ସର୍‌ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖର୍ଚ୍ଚ ହେବ ୧ହଜାର କୋଟି ଟଙ୍କା। ଆଜି ସଚିବାଳୟରେ ଟାଟା ଟ୍ରଷ୍ଟ ସହ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ବୈଠକରେ ତ୍ରିସ୍ତରୀୟ ପଦକ୍ଷେପ ନେଇ ଆଲୋଚନା ହୋଇଛି । ଆଲୋଚନାରୁ ଯାହା ନିଷ୍କର୍ସ ମିଳିଛି ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲର ସହ ୧୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ କରାଯିବ। ଆଗାମୀ ୫ ବର୍ଷରେ ୧ […]

  • Monday, 19 July 2021
representational image
ମୁଖ୍ୟମନ୍ତ୍ରୀ ଆଗ, ଆମ୍ବୁଲାନ୍ସ ପଛ!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ପାଇଁ ଅଟକିଲା ଆମ୍ବୁଲାନ୍ସ।  ଭୁବନେଶ୍ୱର ବିଜେଡ଼ି କାର୍ଯ୍ୟାଳୟ ସାମ୍ନାରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ପାଇଁ ଟ୍ରାଫିକ ନିୟନ୍ତ୍ରଣ ଥିଲା।  ଚାରି ଦିଗରୁ ଗାଡ଼ି ଗୁଡ଼ିକୁ ଅଟକାଇ ଥିଲା ଟ୍ରାଫିକ ପୋଲିସ।  ଫରେଷ୍ଟପାର୍କରୁ ଏଜି ଯାଏ ଗାଡ଼ିମୋଟର ଜାମ୍ ହୋଇଯାଇଥିଲା। ସେହି ଜାମ୍‌ରେ ଗୁରୁତର ରୋଗୀଙ୍କୁ ନେଉଥିବା ଏକ ଆମ୍ବୁଲାନ୍ସ ଫସି ଯାଇଥିଲା। ହେଲେ ଟ୍ରାଫିକ ଗାଡିଗୁଡିକ ଛାଡି ନ ଥିଲା  ଫଳରେ ପ୍ରାୟ ୫ […]

  • Monday, 19 July 2021
horosope today
ଆଜିର ରାଶିଫଳ

  • Monday, 19 July 2021