ରାୟଗଡ଼ା/ଭବାନୀପାଟଣା/ଆସ୍କା: ରାଜ୍ୟବ୍ୟାପୀ ଲଗାଣ ବର୍ଷା ଯୋଗୁ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାୟଗଡ଼ା ବିଷମକଟକ ବ୍ଲକ୍ ପାଇକ ଡାକୁଲୁଗୁଡ଼ା ଓ ଥୁଆପାଡ଼ି ପଞ୍ଚାୟତର ଅନେକ ଅଂଚଳ ଜଳମଗ୍ନ ହୋଇଛି। ଥୁଆପାଡ଼ି ପଞ୍ଚାୟତର ଭେଜିପଦର କାଣିଯୋଡ଼ି ବ୍ରିଜ୍ ଉପରେ ୪ ଫୁଟ ଉଚ୍ଚରେ ପାଣି ଚାଲୁଛି। ସେପଟେ ଗୁଣପୁର-ଗୁମୁଡ଼ା ରାସ୍ତାର ସେରମା ନିକଟରେ କଲଭର୍ଟ ଧୋଇଯିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛିା ଗୁଣପୁରଠାରେ ବଂଶଧାରା ନଦୀରେ ବିପଦ ସଙ୍କେତ […]
ପୁରୀ: ଜଗତର ନାଥଙ୍କ ଅପୂର୍ବ ସାନ୍ନିଧ୍ୟ ପାଇ ବିମୋହିତ ଶ୍ରଦ୍ଧାଳୁ। କାଲି ଭାଇ ଭଉଣୀ ଶରଧାବାଲିରେ ପହଞ୍ଚିସାରିଥିବାରୁ ସତେ ଯେପରି ଅଭିମାନ କରିଥିଲା କାଳିଆ। ଆଜି ସକାଳୁସକାଳୁ ସଜବାଜ ହୋଇ ଆରମ୍ଭ କରିଥିଲା ଦ୍ୱିତୀୟ ଦିନର ଯାତ୍ରା। ଅସରା ଅସରା ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ବି ଉତ୍ସାହର ସହ ସାଲବେଗ ପୀଠ ବଳଗଣ୍ଡି ଛକଠାରୁ ନନ୍ଦିଘୋଷ ରଥକୁ ଟାଣିନେଇଥିଲେ ଗୁଣ୍ଡିଚା ମନ୍ଦିର ଯାଏଁ। ଆସନ୍ତାକାଲି ସାଦର୍ଶନ ପରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ହେବ। ଦ୍ୱିତୀୟ ଶ୍ରୀକ୍ଷେତ୍ର […]
ଭୁବନେଶ୍ୱର: ସାରା ଦେଶରୁ ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ୪ ଜଣଙ୍କ ଭିତରେ ଓଡ଼ିଶାର ଦୁଇ ବିଶିଷ୍ଟ ବ୍ୟକ୍ତିତ୍ୱ। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ନୃତ୍ୟଶିଳ୍ପୀ ସୋନାଲ୍ ମାନ୍ସିଂ। ଯାହା କେବେ ହୋଇ ନଥିଲା, ତାହା ଏବେ ହେଲା। ହେଲେ ଏବେ କାହିଁକି? ତାକୁ ନେଇ ଚର୍ଚ୍ଚା, ଜୋରଧରିଛି। କୁହାଯାଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇମେଜ୍କୁ କାଉଣ୍ଟର ଲାଗି ଏମିତି ଅସ୍ମିତା କାର୍ଡ ଖେଳିଛି କେନ୍ଦ୍ର ବିଜେପି ସରକାର। କାରଣ ବିଜେପି ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଛି […]
ଭୁବନେଶ୍ୱର: କଂଗ୍ରେସ ଭବନରେ ଚାଲିଛି କେନ୍ଦ୍ରୀୟ ଓ ରାଜ୍ୟ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ଇନ୍ଚାର୍ଜ ଜିତେନ୍ଦ୍ର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ଆଲୋଚନା। ବିଭିନ୍ନ ଜିଲ୍ଲା ସଭାପତି, କାର୍ଯ୍ୟକାରୀ ସଭାପତି ତଥା ପିସିସି ସଭାପତିଙ୍କ ପକ୍ଷରୁ ପ୍ରସ୍ତୁତ ପିସିସି ଓ ଡିସିସି କମିଟିରେ କାହାକୁ ରଖାଯିବ, କାହାକୁ ବାଦ୍ ଦିଆଯିବ, କେଉଁ ନୂଆ ମୁହଁ ସାମିଲ କରାଯିବ, ସେନେଇ ଚାଲିଛି ବିସ୍ତୃତ ଆଲୋଚନା। ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିବା ପାଇଁ ନେତା ମନୋନୟନ ନେଇ […]
ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବିଦେଶରେ ବି ଚର୍ଚ୍ଚା ଆରମ୍ଭ ହୋଇଛି। ନ୍ୟୁୟର୍କ ଟାଇମ୍ସ ଏହି ଖବର ଛାପିବା ପରେ ଏହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପୂରା ଘଟଣାକୁ ନ୍ୟୁୟର୍କ ଟାଇମ୍ସ ବିସ୍ତୃତ ଭାବେ ଛାପିବା ସହ ଗଜପତି ମହାରାଜା, ଶ୍ରୀମନ୍ଦିର ପରିଚାଳନା କମିଟି, ବୁଦ୍ଧିଜୀବୀଙ୍କଠୁ ଆରମ୍ଭ କରି ସାଧାରଣ ଭକ୍ତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମତାମତକୁ ଏଥିରେ ସ୍ଥାନିତ କରିଛି। ମନ୍ଦିରର ଗୁପ୍ତ ଭଣ୍ଡାରରେ ଥିବା ଲକ୍ଷ ଲକ୍ଷ ଡଲାର […]
ଭୁବନେଶ୍ୱର: ଗୋଟିଏ ପଟେ ଋଣ ବୋଝ, ଅନ୍ୟପଟେ ନିର୍ବାଚନର ଆହ୍ୱାନ। ଖାସ୍ ସେଥିପାଇଁ ବାଟ ବାହାର କରିଛି ଅର୍ଥ ବିଭାଗ। ଆଉ ଫୋକସ୍ରେ ରହିଛି ସପ୍ଲିମେଣ୍ଟାରି ବଜେଟ୍। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଗାଇଡ୍ ଲାଇନ୍ ଜାରି କରିଛି ଅର୍ଥ ବିଭାଗ। ରାଜ୍ୟରେ ସପ୍ତମ ବେତନ କମିଶନ୍ ଲାଗୁ ହେବା ପରେ ରାଜ୍ୟ ସରକାର ଆର୍ଥିକ ଚାପରେ ଥିବା ଜଣାପଡ଼ିଛି। ସେଦୃଷ୍ଟିରୁ ପ୍ରତି ବର୍ଷ ଭଳି ରୁଟିନ୍ ଖର୍ଚ୍ଚ ବରାଦ ନକରି ଆଡ୍ଜଷ୍ଟମେଣ୍ଟ୍ କରିବାକୁ କୁହାଯାଇଛି। ଯେଉଁ […]
ଚାନ୍ଦବାଲି: ମୃତ୍ୟୁର ପଥ ପାଲଟିଛି ଭଦ୍ରକ-ଚାନ୍ଦବାଲି ୯ ନମ୍ବର ରାଜ୍ୟ ରାଜପଥ। ଗତ ୩ ମାସ ମଧ୍ୟରେ ୧୧ କେଭି ତାର ଛିଣ୍ଡି ଜିଲ୍ଲାରେ ୬ ଜଣ ଲୋକଙ୍କ ପ୍ରାଣ ଗଲାଣି। ତଥାପି ବିଦ୍ୟୁତ୍ ବିଭାଗର ନିଦ ଭାଙ୍ଗୁନି। ରାଜ୍ୟ ରାଜପଥର ୫୨ କିଲୋମିଟର ଏହି ରାସ୍ତାରେ ପାଖାପାଖି୧୦୦ଟି ସ୍ଥାନରେ ୧୧କେଭି ତାର ରାସ୍ତା ଉପର ଦେଇ ଯାଇଛି। ଏମିତିକି ଅନେକ ସ୍ଥାନରେ ତାର ଯୋଡ଼ା ଯାଇଥିବା ବେଳେ ତଳକୁ କିଛି ସୁରକ୍ଷା ବ୍ୟବସ୍ଥା ନାହିଁ। ଅଘଟଣକୁ […]
କଟକ: ମାଛ ମାର୍କେଟ୍ରେ CMC ଫୁଡ୍ ଇନ୍ସପେକ୍ଟର ଚଢ଼ଉ କରିଛନ୍ତି। ସହରର ବିଭିନ୍ନ ମାଛ ବଜାର ଓ ମାଛ ଗୋଦାମରେ ଏହି ଚଢ଼ାଉ କରାଯାଇଛି। କଟକ କୃଷକ ବଜାର, ସେମିନାର୍ ଛକ, ପ୍ରେସ ଛକ ସ୍ଥିତ ମାଛ ମାର୍କେଟ୍ରେ ଚଢ଼ଉ କରାଯାଇଛି। ସେପଟେ ରାତିରେ ଆନ୍ଧ୍ରରୁ ଗୋଦାମକୁ ଆସୁଥିବା ମାଛ ଗାଡ଼ିରେ ଚଢ଼ଉ କରାଯାଇଛି। ମାଛରେ ଫର୍ମାଲିନ୍ ଥିବା ସନ୍ଦେହରେ ଏହି ଚଢ଼ଉ କରାଯାଉଛି। ଚଢ଼ଉ ବେଳେ ୮ ପ୍ରକାର ମାଛର ନମୂନା ସଂଗ୍ରହ କରାଯାଇ ଯାଞ୍ଚ […]
ଭୁବନେଶ୍ୱର: ରାଜ୍ୟସଭାକୁ ମନୋନୀତ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ରଘୁନାଥ ମହାପାତ୍ର। ୨ୟ କୋଣାର୍କ ଗଢ଼ିବା ସ୍ୱପ୍ନ ସତ ହେବା ପରି ଲାଗୁଛି ବୋଲି ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି। ଏଥିସହିତ ରାଜ୍ୟ ଓ କେନ୍ଦ୍ର ସରକାର ସହଯୋଗ କରିବା ନେଇ ସେ ଆଶାବାଦୀ ରହିଛନ୍ତି ବୋଲି କହିଛନ୍ତି। ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ରଘୁନାଥ ମହାପାତ୍ର। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ […]
କେନ୍ଦ୍ରାପଡ଼ା : ଇଞ୍ଜେକସନ୍ ନେଇ ନାବାଳକର ମୃତ୍ୟୁ ଅଭିଯୋଗ। ଏଭଳି ଘଟଣା ସମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ବାଳିକଣା ଗାଁ ମେଘନାଦ ବାରିକଙ୍କ ପୁଅ ସୁବ୍ରତଙ୍କୁ ଜ୍ୱର ନ ଛାଡ଼ିବାରୁ ଗାଁରେ ଥିବା ଇନ୍ଦ୍ରଜିତ ବିଶ୍ୱାସଙ୍କ ମେଡିକାଲ ଷ୍ଟୋରକୁ ନେଇଯାଇଥିଲେ। ସେଠାରେ ସୁବ୍ରତଙ୍କୁ କ୍ୱାକ୍ ଇଞ୍ଜେକସନ୍ ଦେଇଥିଲେ। ତେବେ କ୍ୱାକ୍ ସୁବ୍ରତଙ୍କୁ ଇଞ୍ଜେକସନ ଦେବାର କିଛି ଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ପାଟିରୁ ଫେଣ ବାହାରିଥିଲା। ଏହାର କିଛି ସମୟ ମଧ୍ୟରେ ତାଙ୍କର […]
ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ରେ ୨ ସାର୍ପ ଶୁଟର ଗିରଫ। ସାର୍ପ ସୁଟର ସେକ୍ ସୟଦ ଓ ବାବୁଲା ପତିଙ୍କୁ ଗିରଫ କରିଛି ଏସ୍ଟିଏଫ୍। ଦୁହିଁଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ଏସ୍ଟିଏଫ୍ ଡିଆଇଜି ହିମାଂଶୁ ଲାଲ। ସାର୍ପ ସୁଟରସେକ୍ ସୟଦ ଏବଂ ବାବୁଲା ପତିଙ୍କ ନାଁରେ ହତ୍ୟା ଓ ଦାଦାବଟି ଅାଦାୟ ଭଳି ୨୫ରୁ ଅଧିକ ମାମଲା ରହିଛି। ସେପଟେ ଟିଟୋ ଲିଙ୍କ୍ରେ ପାରାଦୀପରେ ଜଣେ ଶ୍ରମିକ ନେତାଙ୍କୁ ଜେରା କରୁଛି ଏସ୍ଟିଏଫ୍। ଶ୍ରମିକ […]
ରେଢାଖୋଲ : ସମ୍ବଲପୁର ରେଢାଖୋଲରୁ ଉଦ୍ଧାର ହେଲା ଖାଲରେ ପଡିଥିବା ହାତୀ ଛୁଅା। ସାନ ହିଣ୍ଡୋଳ ଗାଁ ପାଖରେ ଏକ ଖାଲ ଭିତରେ ଗତକାଲି ହାତୀ ଛୁଅାଟି ପଡିଯାଇଥିଲା। ହେଲେ ଯେତେ ଚେଷ୍ଟା କଲେ ବି ଖାଲରୁ ବାହାରି ପାରିନଥିଲା। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଥିଲା। ଜେସିବି ମେସିନ ସାହାଯ୍ୟରେ ମାଟି ଖୋଳାଯାଇ ଖାଲ ଯାଏଁ ସଂଯୋଗ କରାଯାଇଥିଲା। ଶେଷରେ ସେହି ବାଟ ଦେଇ ବାହାରକୁ ଅାସିଥିଲା ହାତୀ ଛୁଅା। ବାହାରକୁ ବାହାରିବା ପରେ […]
ସୁନ୍ଦରଗଡ଼ : ଖୋର୍ଦ୍ଧା ପରେ ଯୌତୁକ ଜୁଇରେ ବଳି ପଡିଲା ଅାଉ ଜଣେ ବଧୂ। ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ। ସୁନ୍ଦରଗଡ଼ରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା। ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମିଳିଥିବା ସୂଚନା ଅନୁସାରେ ,ଗତ ୪ ବର୍ଷ ତଳ ଉଭୟଙ୍କର ବିବାହ ହୋଇଥିଲା। ଯୌତୁକ ପାଇଁ ପତ୍ନୀଙ୍କୁ […]
ଝାରସୁଗୁଡ଼ା : ବାପାକୁ ମାରିଲା ପୁଅ। ଝାରସୁଗୁଡ଼ା ବେଦାନ୍ତ ବିସ୍ଥାପିତ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିଶିକେଶନ ରୋହିଦାସ ଭଗବାନଙ୍କୁ ତାଙ୍କ ପୁଅ ରୋହିଦାସ ଛୁରାମାଡ଼ କରିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ । ଖବର ପାଇଁ ବଡମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। […]