ଭୁବନେଶ୍ୱର : ପାରା , ନାଁ ଶୁଣୁଶୁଣୁ ଆପଣଙ୍କ ମନକୁ ଆସିଯିବ ସେହି ଅତୀତର କଥା। ଯେଉଁ ସମୟରେ ଚିଠି ଦିଆନିଆର ଏକ ମାଧ୍ୟମ ସାଜୁଥିଲା ଏହି ପକ୍ଷୀ। ଅବଶ୍ୟ ଆଧୁନିକତାର ଛାପରେ ଧିରେଧିରେ ଏହି ପରମ୍ପରା ବନ୍ଦ ହୋଇ ସାରିଛି । ତେବେ ଆଜିବି ସେହି ପୁରଣା ସ୍ମୃତିକୁ ସାଇତି ରଖିଛି ଓଡିଶା ପୋଲିସର ପିଜନ ସର୍ଭିସ। ମହାବିଷୁବ ସଂକ୍ରାନ୍ତି ଅବସରରେ ଇନଟାକ ଦୃଷ୍ଟିହୀନ ଏବଂ ଓଡିଶା ପୋଲିସର ମିଳିତ ସହାୟତାରେ ପାରାଙ୍କୁ ନେଇ ଏକ […]
ବାରିପଦା : ବିବାଦରେ ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ବାରିପଦା ଶାଖା। ଓଟିଏସ ଆଳରେ ଏହି ଶାଖା ବ୍ୟାଙ୍କରୁ ଋଣ ନେଇଥିବା ବ୍ୟକ୍ତିଙ୍କୁ ମାତ୍ରାଧିକ ଅନୁକମ୍ପା ଦେଖାଯାଇଥିବା ନେଇ ବ୍ୟାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି। ଏଥିସହ ବ୍ୟାଙ୍କ ସଭାପତିଙ୍କୁ କ୍ଷମତାଚ୍ୟୁତ ପାଇଁ ଅଡିଟ୍ ରିପୋର୍ଟରେ ମଧ୍ୟ ନିର୍ଦ୍ଦେଶ ରହିଛି। ଗତ ୧୧ତାରିଖରେ ଡେପୁଟି ରେଜିଷ୍ଟ୍ରାର କୋ-ଅପରେଟିଭ ସୋସାଇଟି ବାରିପଦା ଶାଖାରୁ ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲେଖାଯାଇଥିବା ଚିଠିରୁ ଜଣାପଡିଛି ଯେ ବାରିପଦା […]
ଭୁବନେଶ୍ୱର: ଭୁବନେଶ୍ୱରରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସୁରକ୍ଷା ସପ୍ତାହ ପାଳନ। ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥାଏ ଏହି ଉତ୍ସବ। ସପ୍ତାହର ପ୍ରଥମ ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଯୋଗ ଦେଇଥିଲେ ଫାୟାର ଡିଜି ବି. କେ. ଶର୍ମା। ବରମୁଣ୍ଡା ଫାୟାର ଷ୍ଟେସନରେ ଆୟୋଜିତ ଉତ୍ସବରେ ୨୦ ଜଣ ସହିଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଗାମୀ ଦିନରେ ରାଜ୍ୟରେ ତୃଣମୂଳ ସ୍ତରରେ […]
ପୁରୀ : ଆନ୍ତରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଚୋର ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୁରୀ ପୋଲିସ। ଏଥିସହ ସେମାନଙ୍କ ଠାରୁ ଚୋରି କରାଯାଇଥିବା ମୂର୍ତ୍ତି ଉଦ୍ଧାର ହୋଇଛି। ଅଭିଯୁକ୍ତମାନେ ଗୋପ, ନିଶ୍ଚିନ୍ତକୋଇଲି, ବାଲେଶ୍ୱର ଜିଲ୍ଲା ନୀଳଗିରି ଆଦି ଅଞ୍ଚଳରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଆସୁଥିଲେ। ଅଭିଯୋଗ ପରେ ପୁରୀ ପୋଲିସର ଏକ ଟିମ୍ ଏନେଇ ତଦନ୍ତ ଜାରି ରଖିଥିଲା। ଧରାପଡିଥିବା ରାକେଟର […]
କୋରାପୁଟ : ପାଣି ଓ ବିଦ୍ୟୁତ ସମସ୍ୟାର ସମାଧାନ ଦାବିରେ ଆଜି ଜଲାପୁଟରେ ବନ୍ଦ ପାଳନ କରାଯାଉଛି। ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳରେ ଗତ ୧୫ଦିନ ହେବ ପାଣି ଓ ବିଦ୍ୟୁତ ସମସ୍ୟା ଲାଗି ରହିଛି। ଏନେଇ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଅଧିକାରୀ ଓ ଜଲାପୁଟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏହାର ପ୍ରତିବାଦ କରି ଜଲାପୁଟରେ ଆଜି ବନ୍ଦ ପାଳନ ହେଉଛି। ଜଲାପୁଟ ଡ୍ୟାମର ୩ଟି ଗେଟ୍ […]
ଭୁବନେଶ୍ୱର : କଲମାର ସବୁ ଗେଟ ବନ୍ଦ। ଉପର ମୁଣ୍ଡରେ ଭରପୁର ପାଣି ହେଲେ ତଳମୁଣ୍ଡ ଶୁଖିଲା। ଏପରି ଚିତ୍ର ମହାନଦୀର ଓଡିଶା ଏଣ୍ଟ୍ରି ପଏଣ୍ଟ ଝାରସୁଗୁଡା ଲଖନପୁରର ଶୁଖାସୋଢାର। ମହାନଦୀର ଏ ଶୁଖିଲା ଶଯ୍ୟାକୁ ନେଇ ବିଧାନସଭାରେ ଉଦ୍ବେଗ। ସମୟ ଦିନ ୧୦ ଟା ୩୦। ବାତିଲ ହେଲା ପ୍ରଶ୍ନ କାଳ। ଶାସକ ଦଳ ମୁଖ୍ୟ ସଚେତକ ଆଣିଥିବା ମହାନଦୀ ସଂପର୍କିତ ମୋସନ ଉପରେ ଆରମ୍ଭ ହେଲା ମାରାଥନ ଆଲୋଚନା। ନୂଆ ଅଭିଯୋଗ ଥିଲା ଛତିଶଗଡ଼ର […]
କେନ୍ଦ୍ରାପଡ଼ା : ଆଳି ବ୍ଲକ ସଂସିଧାରେ ସାଂସଦ ପାଣ୍ଠିରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପକୁ ଆଜି ଉଦ୍ଘାଟନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଓଭର ହେଡ୍ ଟ୍ୟାଙ୍କ୍ ଦ୍ୱାରା ପ୍ରାୟ ୧୦ହଜାରରୁ ଅଧିକ ଲୋକ ଉପକୃତ ହେବେ। ତେବେ ଗତକାଲି ଆଳି ବ୍ଲକ ଅଧ୍ୟକ୍ଷା ଝରଣା ଦାସ, ଉପାଧ୍ୟକ୍ଷ ଦୀପକ ଭୂୟାଁ, ଜିଲ୍ଲାପରିଷଦ ସଭ୍ୟ ଧନରଂଜନ ବୋଷ ଏହି ପାଣି ଟାଙ୍କିକୁ ତରବରିଆ ଭାବେ ଆଗୁଆ ଉଦଘାଟନ କରି […]
ଖୋର୍ଦ୍ଧା : ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସିଲୁ ଛୋଟରାୟ ଆହତ ହୋଇଛି। ଖୋର୍ଦ୍ଧାର ଜଙ୍କିଆ ଥାନା ଛଣଗିରି ଜଙ୍ଗଲରେ ଅପରାଧୀ ସିଲୁ ଲୁଚିଥିବା ଖବର ପାଇଁ ଜଙ୍କିଆ ପୋଲିସ ଏନକାଉଣ୍ଟର କରିଥିଲା। ଏଥିରେ ସିଲୁର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସିଲୁ ନୟାଗଡର ସାରଙ୍ଗଧରପୁର ଗ୍ରାମ୍ୟବ୍ୟାଙ୍କ ଡକାୟତିରେ ସଂପୃକ୍ତ ଥିବା ଜଣାପଡିଛି।
ପୁରୀ : ଆଜି ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଅପରାହ୍ନ ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ଆରମ୍ଭ ହେବ ଭଣ୍ଡାର ଘରର ସ୍ଥିତି ଯାଞ୍ଚ୍। ରତ୍ନଭଣ୍ଡାର ଖୋଲାଯିବା ନେଇ ବ୍ୟବସ୍ଥାବଳୀ ଜାରି ହୋଇଛି। ଆଜି ଜଗମୋହନ ମରାମତି ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ଅନ୍ୟାନ୍ୟ ନୀତି ସ୍ଥଗିତ ରହିବ। ବ୍ୟବସ୍ଥାବଳୀ ଅନୁଯାୟୀ, ଶ୍ରୀମନ୍ଦିର ବାହାର ଚାରିଦ୍ୱାର ଓ ଭିତର ଗୁମୁଟରେ ପୋଲିସ ଜଗିବେ। ଛତିଶା ନିଯୋଗ ସଭାପତି, ସଂପାଦକ ଭଣ୍ଡାର ଖୋଲା ଦେଖିପାରିବେ। […]
Paddy Procurement Issues | Farmers Stage Road Blockade In Bargarh
ସମ୍ବଲପୁର: ଆଗକୁ ଆସୁଛି ବର୍ଷା ଋତୁ। କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ସରିପାରୁନି ଡ୍ରେନ୍ କାମ। ଫଳରେ ରାସ୍ତାରେ ଭାସୁଛି ଅଳିଆ ଆବର୍ଜନା ଯୁକ୍ତ ଡ୍ରେନ୍ ପାଣି। ଆଉ କିଛି ସପ୍ତାହ ପରେ ଆସିଯିବ ମୌସୁମୀ। ତେଣୁ ବର୍ଷା ଦିନ କଥା ଭାବି ଛାନିଆ ସମ୍ବଲପୁର ସହରବାସୀ। ସମ୍ବଲପୁର ମୁଦିପଡ଼ାରେ ବିନା ବର୍ଷାରେ ରାସ୍ତାରେ ଚାଲୁଛି ଡ୍ରେନ୍ ପାଣି। ଆଉ ଏହି ଅପରିଷ୍କାର ଡ୍ରେନ୍ ପାଣିରେ ଯାତାୟତ କରୁଛନ୍ତି ଲୋକେ। ବର୍ଷା ହେଲେ ରାସ୍ତାରେ କିଭଳି […]
ସମ୍ବଲପୁର: ବିଜେଡି ପକ୍ଷରୁ ଗତ କିଛି ଦିନ ଧରି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ସମ୍ବଲପୁର ନେଲସନ ମଣ୍ଡେଲା ଛକଠାରେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ସର୍ବଧର୍ମର ପଣ୍ଡିତଙ୍କୁ ନେଇ ଏକ ସର୍ବଦଳୀୟ ସର୍ବଧର୍ମ ସଭା ହେଉଛି। ଝାରସୁଗୁଡ଼ା ବିଧାୟକ ନବ ଦାସ ଏହାର ମଙ୍ଗ ଧରିଛନ୍ତି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମହାନଦୀ ସୁରକ୍ଷା ନେଇ କାର୍ଯ୍ୟକ୍ରମ ହେବ। ମହାନଦୀ ଉପର […]
ବାଲେଶ୍ୱର: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବୁଧବାର ଅର୍ଥ ପ୍ରଦାନ କରାଯାଉଛି। କେବଳ ବାଲେଶ୍ୱର ଜିଲ୍ଲାରେ ୧ ହଜାର ୯୬ ଜମାକାରୀଙ୍କୁ ଟଙ୍କା ଦିଆଯାଉଛି। ପ୍ରଥମ ଦିନରେ ୩୫୦ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦୦ ଜମାକାରୀଙ୍କୁ ପ୍ରାୟ ୧୨ ଲକ୍ଷ ୪୮ ହଜାର ପ୍ରଦାନ କରାଯାଇ ସାରିଲାଣି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିପୋଜିଟରଙ୍କ ବ୍ୟାଙ୍କ ଆକାଉଣ୍ଟରେ […]
ନବରଙ୍ଗପୁର: କୂଅରୁ ଉଦ୍ଧାର ହେଲେ ୪ ଭାଲୁ । ନବରଙ୍ଗପୁର ପଡ଼ାଲଗୁଡ଼ା ଗାଁ ନିକଟ ଏକ ବିଲରେ ଥିବା କୂଅରେ ପଡ଼ିଯାଇଥିଲେ ମାଆ ସହ ୩ ଛୁଆ ଭାଲୁ । ଖବରପାଇ ୪ ଭାଲୁଙ୍କୁ ଉଦ୍ଧାର କରିଛନ୍ତି ବନବିଭାଗ କର୍ମଚାରୀ । ପ୍ରଥମେ ଭାଲୁ ପଡ଼ିଥିବା ଜାଣିବା ପରେ ବାଡ଼ି ସାହାଯ୍ୟରେ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ ଜାରି ରଖିଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି କୂଅ ଭିତରୁ ଭାଲୁକୁ ଉଦ୍ଧାର କରିଛନ୍ତି ।
ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା। ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ବହୁଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି। କାଳବୈଶାଖୀକୁ ନେଇ ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାରେ ସକାଳ ୭ଟା ୩୦ରୁ ଦିନ ୧୧ଟା ୩୦ ମିନିଟ ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ, ଘଡ଼ଘଡ଼ି ଓ କୂଆପଥର ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଢେଙ୍କାନାଳ, ଅନୁଗୁଳ, ମୟୂରଭଂଜ, […]
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓ ସମର୍ଥକ ଆହତ। ଆହତ ୨ଜଣ ଖୋଲି ଭିତର ଗାଁର ବିଦ୍ୟା ଚିନ୍ଦା ଓ ଛତର ଚିନ୍ଦା ବୋଲି ଜଣା ପଡ଼ିଛି। ଏଥିସହ ସେଠାରେ ଏକ ମାଓ କ୍ୟାମ୍ପ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି। ଆଜି ସୁନାବେଡା ଅଭୟାରଣ୍ୟର ଖୋଲି ଭିତର ଗାଁ ନିକଟରେ ଏସଓଜି ଟିମ୍ କମ୍ବିଂ ଅପରେସନ କରୁଥିଲେ। ହେଲେ ହଠାତ ମାଓବାଦୀମାନେ […]
ସମ୍ବଲପୁର : ବିଜେଡି ପକ୍ଷରୁ ଗତ କିଛି ଦିନ ଧରି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହେବ। ଅପରାହ୍ନରେ ସମ୍ବଲପୁର ନେଲସନ ମଣ୍ଡେଲା ଛକଠାରେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ସର୍ବଧର୍ମର ପଣ୍ଡିତଙ୍କୁ ନେଇ ଏକ ସଭା ଆୟୋଜନ ହେବ। ଝାରସୁଗୁଡା ବିଧାୟକ ନବ ଦାସ ଏହାର ମଙ୍ଗ ଧରିଛନ୍ତି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମହାନଦୀ ସୁରକ୍ଷା ନେଇ କାର୍ଯ୍ୟକ୍ରମ ହେବ। ମହାନଦୀ ଉପର […]
ଭୁବନେଶ୍ୱର : MOU ନୁହେଁ, MOU ସ୍ୱାକ୍ଷର ସ୍ଥାନକୁ ନେଇ ଟଣାଓଟରା। ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଏ ଦୁଇ ଚିଠି ତାର ପ୍ରମାଣ। ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ପୀୟୁଷ ଗୋୟେଲ୍। ଭୁବନେଶ୍ୱର ରେଳ ଷ୍ଟେସନ୍ ଆଧୁନିକୀକରଣ ଏମ୍ଓୟୁକୁ ନେଇ ଉପୁଜିଛି ଏହି ବିବାଦ। ଗତ ଏପ୍ରିଲ୍ ୨୭ରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଏହି ଚିଠିରେ ମେ ୨୩ ତାରିଖ ଅର୍ଥାତ ଆସନ୍ତାକାଲି ଦିଲ୍ଲୀରେ […]
କଟକ : କେମିତି ହେଲା କଟକ ନିଆଳି ଅଞ୍ଚଳର କଲେଜ ପଢୁଆ ଝିଅର ମୃତ୍ୟୁ? ସନ୍ଦେହଜନକ ଏହି ମୃତ୍ୟୁକୁ ନେଇ ଉଠିଛି ନାନାଦି ପ୍ରଶ୍ନ। ଘର ଲୋକେ ହୃଦଘାତରୁ ମୃତ୍ୟୁ ହୋଇଥିବା କହୁଥିଲେ ବି ପାରିପାର୍ଶ୍ୱିକ ସ୍ଥିତି କିନ୍ତୁ ଅନ୍ୟ ଏକ ଭୟଙ୍କର ଦିଗକୁ ସୂଚାଉଛି। ଅଭିଯୋଗ ଅନୁଯାୟୀ, ଗତ ଶନିବାର ଦିନ ମେଡିକାଲ୍ ନେବା ବାହାନାରେ ନାବାଳିକାଙ୍କ ମୃତଦେହକୁ ବାଇକ୍ରେ ବୋହି ନେଇ ମଶାଣିରେ ପୋଡ଼ି ଦେଇଥିଲେ ତାଙ୍କ ବଡ଼ ବାପାଙ୍କ ଦୁଇ ପୁଅ। ନା […]
ଭୁବନେଶ୍ୱର : ଜୁଏଲ୍ଙ୍କ ନିଶାନାରେ ଦୁଇ ପଟ୍ଟନାୟକ। ନବୀନ ଓ ନିରଞ୍ଜନ। ନବୀନ, ନିରଞ୍ଜନଙ୍କ ଭାଇ ସୌମ୍ୟଙ୍କୁ ଦଳକୁ ଆଣି କଂଗ୍ରେସ ସହ ଭିତରି ବୁଝାମଣା ଦ୍ୱାର ଖୋଲା ରଖିଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜୁଏଲ୍। ଅତୀତର କିଛି ଘଟଣା କ୍ରମକୁ ଉଦ୍ଧାର କରି ସେ କଂଗ୍ରେସ ଓ ବିଜେଡିର ଗୋପନ ବୁଝାମଣାର ଅବତାରଣା କରିଛନ୍ତି। ୨୦୦୯ରେ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପ୍ରସଙ୍ଗ ଉଠାଇ ସେତେବେଳେ କଂଗ୍ରେସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜୁଏଲ୍। […]