• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ, ୫୦ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍‌
ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ, ୫୦ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍‌

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଟିଟୋର ପତ୍ନୀ ଏବଂ ୧୮ ସହଯୋଗୀଙ୍କ ନାଁରେ ଥିବା ୫୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ୍‌ କରାଯାଇଛି । ତା’ସହ ବାଲିଘାଟ, ମୋରମ ବ୍ୟବସାୟ ସଂପର୍କରେ ତଥ୍ୟ ଦେବାକୁ ୭ ଜଣ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମବ୍ରାଞ୍ଚ୍ ଟିଟୋର ଜମିଜମା ସମ୍ପତ୍ତି ନେଇ ତଥ୍ୟ ମାଗିଛି। ୧୧୦ କୋଟିର ମଦର୍ ଚାଇଲ୍ଡ କେୟାର ପ୍ରୋଜେକ୍ଟର ତଥ୍ୟ ବି ମଗାଯାଇଛି। ସେହିପରି […]

  • Friday, 02 July 2021
ରାୟଗଡ଼ାରେ ଜୀବନ ନେଲା ଡେଙ୍ଗୁ

ରାୟଗଡ଼ା: ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଉଛନ୍ତି ରାୟଗଡ଼ା ବ୍ଲକ ସୁଲଭା ଗାଁର। ତାଙ୍କ ନାଁ ହେଲା ମିଶାଲ ରବି କୁମାର। ୮ ତାରିଖରୁ ସେ ଜ୍ୱରରେ ପୀଡ଼ିତ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଜ୍ୱର ନ କମିବାରୁ ତାଙ୍କୁ ବିଶାଖାପାଟଣା ନିଆଯାଇଥିଲା। ଦୁଇ ଦିନ ଚିକିତ୍ସା ପରେ ଗତ ରାତିରେ ରବି କୁମାରଙ୍କ ମୃତ୍ୟୁ ହୋଇଛି।  

  • Friday, 02 July 2021
ଆଜି ଶ୍ରୀଜୀଉଙ୍କର ବନକ ଲାଗି ନୀତି, ଆସନ୍ତାକାଲି ନବଯୌବନ ଦର୍ଶନ
ଆଜି ଶ୍ରୀଜୀଉଙ୍କର ବନକ ଲାଗି ନୀତି, ଆସନ୍ତାକାଲି ନବଯୌବନ ଦର୍ଶନ

ପୁରୀ: ଆଜି ପବିତ୍ର ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ତିଥି । ଆଜି ଶ୍ରୀଜୀଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଅଣସର ଗୃହରେ ଦତ୍ତମହାପାତ୍ର ସେବକମାନେ ଏହି ନୀତି କରିବେ। ଆସନ୍ତାକାଲି ଭକ୍ତମାନେ ନବଯୌବନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥିପାଇଁ ଅତି ସୁନ୍ଦର ଭାବେ ବନକ ଲାଗି ନୀତି କରଯାଇଥାଏ। ଜ୍ୱରରେ ପୀଡ଼ିତ ହୋଇ ସୁସ୍ଥ ହେବା ପରେ ଏହା ପ୍ରଥମ ବନକ ଲାଗି ନୀତି ହୋଇଥିବାରୁ ଏଥିରେ ଅଧିକ ସମୟ ଲାଗିଥାଏ। ସେପଟେ […]

  • Friday, 02 July 2021
କେବେ ଗଠନ ହେବ ପିସିସି ଓ ଡିସିସି କମିଟି
କେବେ ଗଠନ ହେବ ପିସିସି ଓ ଡିସିସି କମିଟି

ଭୁବନେଶ୍ୱର:ଜୁନ୍ ୯ରୁ ଏଆଇସିସି ପକ୍ଷରୁ ଜିଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା ସରିଲାଣି। ପ୍ରଥମେ ଜୁନ୍ ୧୫ ଓ ତାପରେ ଜୁନ୍ ୩୦ ସୁଦ୍ଧା ପିସିସି ଓ ଡିସିସି କମିଟି ଗଠନ ହେବ ବୋଲି କୁହାଯାଇଥିଲା। ହେଲେ ଜୁନ୍ ଯାଇ ଜୁଲାଇ ଅଧା ହେଲାଣି, ଏ ଦୁଇ କମିଟିର ନାଁ ଗନ୍ଧ ନାହିଁ। ୨୦୧୯ ସାଧାରଣ ନିର୍ବାଚନ ପାଇଁ ସଂସଦୀୟ କ୍ଷେତ୍ର ଅନୁଯାୟୀ କିଭଳି ପ୍ରସ୍ତୁତ ହୋଇଛି ଦଳ ସେ ନେଇ ବିଶଦ ବିବରଣୀ […]

  • Friday, 02 July 2021
ମଲା ପୁଅ ଜୀବିତ ଫେରିଲା, ବିନା ଦୋଷରେ ଜେଲ୍‌ରେ ସଢ଼ିଲେ ଦୁଇ ମିଥ୍ୟା ଅଭିଯୁକ୍ତ

ବରଗଡ଼: ଦେଢ଼ ବର୍ଷ ତଳେ ଯିଏ ମରିଯାଇଥିଲା, ସିଏ ପୁଣି ଘରକୁ ଫେରିଛି। ଘଟଣାଟି ଅଜବ ଲାଗୁଥିଲେ ବି ସତ । ପ୍ରକୃତରେ ଯୁବକ ଜଣକ ମରି ନ ଥିଲେ ବି ପୋଲିସ ରେକର୍ଡ଼ରେ ତାଙ୍କୁ ହତ୍ୟା କରାଯାଇଥିଲା । ଆଉ ଏକ ବଡ଼ କଥା ହେଉଛି ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା। ଆଉ ସେମାନେ ବିନା ଦୋଷରେ ଜେଲରେ ସଢ଼ିଲେ । ଘଟଣା ଘଟିଛି ବରଗଡ଼ ଜିଲ୍ଲା ପାଇକମାଲ ଥାନା ପିପିଲିପାଲି […]

  • Friday, 02 July 2021
ଆଦର୍ଶ ବିଦ୍ୟାଳୟ ନାମକୁ ମାତ୍ର; ଶିକ୍ଷକ ନାହାନ୍ତି, ଡେପୁଟେସନ୍‌ରେ ଆସୁଛନ୍ତି

ଆସ୍କା: ଇଂରାଜୀ ମିଡିୟମ୍‌ ଢାଞ୍ଚାରେ ରାଜ୍ୟରେ ପିଲାଙ୍କୁ ପଢ଼ାଇ ଶିକ୍ଷାର ମାନ ବୃଦ୍ଧି ଲକ୍ଷ୍ୟ ରଖିଛନ୍ତି ସରକାର। ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଖୋଲୁଛନ୍ତି ଆଦର୍ଶ ବିଦ୍ୟାଳୟ। ହେଲେ ଆବଶ୍ୟକ ଶିକ୍ଷକ ନଥିବାରୁ ପାଠପଢ଼ାରେ ଅସୁବିଧା ହେଉଛି। ଅଭିଯୋଗ ହୋଇଛି, ଆସ୍କା ବ୍ଲକ୍‌ ନିମିନା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଆଖପାଖ ସ୍କୁଲ୍‌ରୁ ଶିକ୍ଷକଙ୍କୁ ଡେପୁଟେସନ୍‌ରେ ଅଣାଯାଇ ଶିକ୍ଷାଦାନ କରାଯାଉଛି। ଖାଲି ସେତିକି ନୁହେଁ ସ୍କୁଲ୍‌ର ଷଷ୍ଠ ଓ ସପ୍ତମ ଶ୍ରେଣୀରେ ବହୁ ସିଟ୍ […]

  • Friday, 02 July 2021
ନ୍ୟୁୟର୍କରେ ଚିକିତ୍ସାଧୀନ ସୋନାଲି ବେନ୍ଦ୍ରେ

ନ୍ୟୁୟର୍କ: କ୍ୟାନ୍‌ସର୍ ପୀଡ଼ିତା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ବର୍ତ୍ତମାନ ନ୍ୟୁୟର୍କରେ ଚିକିତ୍ସାଧିନ ଅଛନ୍ତି। ଏହି ଚିକିତ୍ସା ପ୍ରକ୍ରିୟାର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କର କେଶ କଟାଯାଉଥିବା ଦେଖିବାକୁ ମିଳୁଛି। ଆଗକୁ ଚିକିତ୍ସା ପ୍ରକ୍ରିୟା ହେବାକୁ ଥିବାରୁ ତାଙ୍କ କେଶ କଟାଯାଉଛି। ନିଜେ ସେ ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ସୋନାଲି ଏହି ଭିଡ଼ିଓ ସହ ଏକ ଭାବପ୍ରବଣତାର ବାର୍ତ୍ତା ବି ଦେଇଛନ୍ତି। ଏବେ ସେ METASTATIC CANCERରେ ପୀଡ଼ିତ ଅଛନ୍ତି। […]

  • Friday, 02 July 2021
ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ କଟକଣା
ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ କଟକଣା

ଭୁବନେଶ୍ୱର : ରାଜ୍ୟରେ ଆଗକୁ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ ହେବ। ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ କରାଯିବ । ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨ ବର୍ଷରେ ସଂପୂର୍ଣ୍ଣ ଭାବେ ବ୍ୟାନ୍ ହେବ ପଲିଥିନ। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସବୁ ବର୍ଗରୁ ସ୍ୱାଗତ କରାଯାଇଛି। କିଛିଦିନ ତଳେ ମହାରାଷ୍ଟ୍ର ସରକାର ମହରାଷ୍ଟ୍ରରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ବିକ୍ରି […]

  • Friday, 02 July 2021
ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି
ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି। ମାଉସୀ ମା’ ମନ୍ଦିର ଛକରେ ‘ହେଇଯାଉ’ ନାଁରେ ଏହି ଚା’ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଚା’ର ମଜା ଉଠାଇଥିଲେ। ଏହି  ଅବସରରେ ସେମାନେ ବୈଜୟନ୍ତଙ୍କ ସହ ମତ ବିନିମୟ ମଧ୍ୟ କରିଥିଲେ। ଚା’ ପିଇବା ସହ ବିଭିନ୍ନ ପ୍ରସଙ୍ଗରେ ଅନୌପଚାରିକ ଆଲୋଚନା ମଧ୍ୟ ହୋଇଥିଲା। କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ ମଧ୍ୟ ଏହି ଚା’ ଖଟିରେ ଦେଖିବାକୁ […]

  • Friday, 02 July 2021
ପ୍ରଖର ସ୍ମୃତିଶକ୍ତିର ଅଧିକାରୀ ୪ ବର୍ଷୀୟା ପରିଧି, ମନେରଖିଛି ୬୦ଟି ଦେଶର ପତାକା
ପ୍ରଖର ସ୍ମୃତିଶକ୍ତିର ଅଧିକାରୀ ୪ ବର୍ଷୀୟା ପରିଧି, ମନେରଖିଛି ୬୦ଟି ଦେଶର ପତାକା

ପୁରୀ (ପ୍ରଦେଶ ପ୍ରତ୍ୟୁଷ ) : ଆପଣ ଅନେକ ଛୋଟ ଛୋଟ ପିଲାଙ୍କ ଅପୂର୍ବ ଧୀଶକ୍ତି ବିଷୟରେ ଶୁଣିଥିବେ ଓ ଟେଲିଭିଜନ ପରଦାରେ ସେମାନଙ୍କୁ ଦେଖିଥିବେ । ଏମିତି ଆଉ ଜଣେ ପ୍ରଚଣ୍ଡ  ପ୍ରତିଭାଶାଳୀ କୁନି ଝିଅ  ହେଲେ ପରିଧି । ଏହି  ଝିଅର ସ୍ମୃତିଶକ୍ତି ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ପୁରୀର ୟୁରୋକିଡ୍‌ସ ଇଣ୍ଟର୍‌ନ୍ୟାସନାଲ୍‌  ପ୍ଲେ ସ୍କୁଲ୍‌ର ୟୁ-କେଜିରେ ପଢୁଥିବା ପରିଧିଙ୍କର ବୟସ ମାତ୍ର ୪ବର୍ଷ ୬ମାସ। ହେଲେ ଏତେ କମ୍‌ ବୟସରେ […]

  • Friday, 02 July 2021
ରାଜ୍ୟ ସରକାରଙ୍କୁ ବିମାନ ଉଡ଼ାଣର ହିସାବ ମାଗଲେ ବିରୋଧୀ

ଭୁବନେଶ୍ୱର: ଟୁଇଟ୍‌ରେ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ନିଶାନା। ନିରଞ୍ଜନ ପ୍ରଶ୍ନ କରିଛନ୍ତି, ରାଜ୍ୟପାଳଙ୍କୁ ତ ବିମାନ ଉଡ଼ାଣର ହିସାବ ମାଗିଲ, ହେଲେ ଗତ ତିନିବର୍ଷରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ବିମାନ ଉଡ଼ାଣ ବାବଦରେ ହୋଇଥିବା ୨୬ କୋଟି ୫୫ ଲକ୍ଷ ଖର୍ଚ୍ଚର ହିସାବ ଦେବେ କି? ସୂଚନା ମୁତାବକ ରାଜ୍ୟ ସରକାରଙ୍କ ପାଖରେ ବର୍ତ୍ତମାନ ନିଜସ୍ୱ ବିମାନ ନାହିଁ। ମାସିକିଆ ଭଡ଼ା ସୂତ୍ରରେ OSS କମ୍ପାନୀଠାରୁ ବିମାନ ଆଣୁଛନ୍ତି ସରକାର। ଗତ ମେ’ରେ ମାସିକିଆ ଭଡ଼ା […]

  • Friday, 02 July 2021
ଧୋନିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଝିଅ ଜିଭା
ଧୋନିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଝିଅ ଜିଭା

ନୂଆଦିଲ୍ଲୀ: ୩୭ ବର୍ଷରେ ପଦାପର୍ଣ କରିଛନ୍ତି କ୍ରିକେଟର୍ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି। ଏନେଇ କ୍ରିକେଟ୍ ଏବଂ ବଲିଉଡ୍ ଜଗତରୁ ଧୋନିଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ। ଧୋନିଙ୍କ ୩୭ତମ ଜନ୍ମଦିନ ସେ ଇଂଲଣ୍ଡରେ ପାଳନ କରିଛନ୍ତି। ଝିଅ ଜିଭା ବାପା MSଙ୍କୁ ଜଣାଇଛନ୍ତି ବାର୍ଥ ଡେ’ର ଶୁଭେଚ୍ଛା । ଯାହା ଏବେ ସୋସିଆଲ୍ ମିଡିଆରେ ବେସ୍ ଟ୍ରେଣ୍ଡ କରୁଛି। Birthday Boy Mahi Blowing Out The Candles ? #HappyBirthdayMSDhoni pic.twitter.com/ma3MXmR4zf — […]

  • Friday, 02 July 2021
ବୃଦ୍ଧ ଦମ୍ପତିଙ୍କ ମହାନ ଉଦ୍ୟମ : ଟାଙ୍ଗରା ଭୂଇଁରେ ଗଢ଼ିଲେ ଜଙ୍ଗଲ
ବୃଦ୍ଧ ଦମ୍ପତିଙ୍କ ମହାନ ଉଦ୍ୟମ : ଟାଙ୍ଗରା ଭୂଇଁରେ ଗଢ଼ିଲେ ଜଙ୍ଗଲ

ନୂଆପଡ଼ା  : ବ୍ୟାପକ ଗଛ କଟା ଯୋଗୁଁ ନଷ୍ଟ ହେଉଛି ସବୁଜିମା। ଲୋପ ପାଉଛି ଜଙ୍ଗଲ। ଗ୍ଲୋବାଲ ଓ୍ୱାର୍ମିଂ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ହେଲେ ପ୍ରକୃତିର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛନ୍ତି ନୂଆପଡ଼ା ଜିଲ୍ଲାର ଲାଲମଣି । ପରିଣତ ବୟସରେ ନିଜ ପତ୍ନୀଙ୍କ ସହ ମିଶି ଜଙ୍ଗଲ ସୁରକ୍ଷା ପାଇଁ ଜାରି ରଖିଛନ୍ତି ସଂଘର୍ଷ। ଲାଲମଣିଙ୍କ ଏ ମହତ ପ୍ରୟାସ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ। ଦିନେ ଯେଉଁ ଜଙ୍ଗଲ […]

  • Friday, 02 July 2021
୨୦ରୁ ଦେଶବ୍ୟାପୀ ଟ୍ରକ୍‌ ଧର୍ମଘଟ
୨୦ରୁ ଦେଶବ୍ୟାପୀ ଟ୍ରକ୍‌ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆସନ୍ତା ୨୦ତାରିଖରୁ ଦେଶବ୍ୟାପୀ ଟ୍ରକ୍‌ ଧର୍ମଘଟ।  ଅଖିଳ ଭାରତୀୟ ମୋଟର ପରିବହନ  କଂଗ୍ରେସ ଏହି ଧର୍ମଘଟ ଡାକରା ଦେଇଛି। ଅସନ୍ତା ୨୦ ତାରିଖ ସକାଳ ୬ଟାରୁ ଏହି ଧର୍ମଘଟ ହେଉଥିବା ନେଇ ଅନୁଗୁଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।  ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହେବ ବୋଲି  ଜଣାପଡ଼ିଛି। କେନ୍ଦ୍ର ସରକାର ସେମାନଙ୍କ ଯୁକ୍ତିଯୁକ୍ତ ଦାବି ପ୍ରତି ବୈମାତୃକ ମନୋଭାବ ପୋଷଣ […]

  • Friday, 02 July 2021
ଟିଟୋର ଆଉ ଜଣେ ସହଯୋଗୀକୁ ଘରୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବ୍‌ଜାରେ ଗ୍ୟାଙ୍ଗଷ୍ଟର ଟିଟୋର ଅନ୍ୟ ଜଣେ ସହଯୋଗୀ କ୍ଷୀରୋଦ କର। ଗତକାଲି ରାତିରେ କେନ୍ଦ୍ରାପଡ଼ା ସାନମଙ୍ଗଳା ଘରୁ କ୍ଷୀରୋଦକୁ ଉଠାଇ ନେଇ କ୍ରାଇମବ୍ରାଞ୍ଚ ଅଟକ ରଖିଛି। ଗତକାଲି ଟିଟୋ ଓ ତା’ର ସହଯୋଗୀଙ୍କ ଘର ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ ହୋଇଥିଲା। ଟିଟୋର ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍‌ରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିଥିଲା। ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର, ଲାପଟପ୍, ଟିପର୍ ଓ ଜେସିବି ମେସିନ ସମେତ ୨୬ଟି ଗାଡ଼ି ଆଦି […]

  • Friday, 02 July 2021
ଟ୍ରକ୍ ପଛରେ ପିଟିହେଲା କାର୍‌, ଚାଲିଗଲା ୨ ଜୀବନ
ଟ୍ରକ୍ ପଛରେ ପିଟିହେଲା କାର୍‌, ଚାଲିଗଲା ୨ ଜୀବନ

କେନ୍ଦୁଝର: କେନ୍ଦୁଝର ସଦର ଥାନା ଏମ୍ଏସ୍‌ପି ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏକ ୧୨ ଚକିଆ ଟ୍ରକ୍ ପଛରେ କାର୍ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ କାର୍‌ରେ ଥିବା ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ୨୦ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ଟି ଠିଆ ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା କାର୍‌ଟି ସ୍ପିଡ଼୍‌କୁ କଣ୍ଟ୍ରୋଲ ନ କରିପାରି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ […]

  • Friday, 02 July 2021
ଆସନ୍ତାକାଲିଠୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତାକାଲିଠୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହେବ।  ୯ ତାରିଖ ଓ ୧୦ ତାରିଖ ୨ ଦିନ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଆଜି ବର୍ଷା ସମ୍ଭାବନା ରହିଛି।  କିନ୍ତୁ ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଗତବର୍ଷ ଜୁନ୍ ମାସରେ  ରାଜ୍ୟରେ -୨ ପ୍ରତିଶତ […]

  • Friday, 02 July 2021
ନୀଳଗିରିରେ ଭାଲୁ ଅାତଙ୍କ

ବାଲେଶ୍ୱର: ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଭାଲୁ ଅାତଙ୍କ। ଧୁବସିଲା ନିକଟସ୍ଥ ଖଇରବନି ଗାଁ ଭିତରକୁ ଏକ ଭାଲୁ ପଶି ଅାସିଛି । ଗତ ରାତିରେ ହିଁ ଭାଲୁଟି ଗାଁ ଭିତରକୁ ଚାଲି ଅାସିଥିଲା। ଭାଲୁକୁ ଏଯାଏ କାବୁ କରାଯାଇ ନ ଥିବାରୁ ଗାଁ ଲୋକେ ଅାତଙ୍କିତ ଅବସ୍ଥାରେ ଅଛନ୍ତି। ସେପଟେ ଭାଲୁକୁ ଉଦ୍ଧାର ପାଇଁ ଶିମିଳିପାଳରୁ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି।

  • Friday, 02 July 2021
୯ ଘଣ୍ଟା ଧରି ମେଡିକାଲ ବେଡରେ ପଡି ରହିଲା ମୃତଦେହ
୯ ଘଣ୍ଟା ଧରି ମେଡିକାଲ ବେଡରେ ପଡି ରହିଲା ମୃତଦେହ

ଅନୁଗୁଳ  : ମିଳିଲାନି ମହାପ୍ରୟାଣ ଗାଡି। ଫଳରେ ୯ ଘଣ୍ଟା ଧରି ମେଡିକାଲ ବେଡରେ ପଡି ରହିଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ପାଲଲହଡା ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ। ଗତକାଲି ଚଷାଗୁରୁଜାଙ୍ଗ ପଂଚାୟତ ଶୁସବ ଗାଁର ଅମୃତି କିସାନଙ୍କ ଝିଅ ଝରଣା ମ୍ୟାଲେରିଆ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ରାତି ୧୨ ଟା ଆଡ଼କୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହ ନେବା ପାଇଁ ପାଲଲହଡାରେ ଗାଡ଼ି ନ ଥିଲା। ସେପଟେ ଅର୍ଥାଭାବରୁ […]

  • Friday, 02 July 2021
ପୁଣି ସୋସିଅାଲ୍ ମିଡିଅାରେ ଯୁବତୀଙ୍କ ଫଟୋ ଭାଇରାଲ୍ କଲେ ଅଭିନେତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସୋସିଅାଲ୍ ମିଡିଅାରେ ଯୁବତୀଙ୍କ ଫଟୋ ଭାଇରାଲ୍ ଅଭିଯୋଗ । ବାଳକୃଷ୍ଣ ନାମକ ଜଣେ ଅଭିନେତା ନିଜ ପ୍ରେମିକାଙ୍କ ଫଟୋ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି । ଏହା ସହ ସୋସିଅାଲ୍ ମିଡିଅାରେ ବିବାଦୀୟ ପ୍ରେମର ଗୁମର ବି ସେ ଖୋଲିଛନ୍ତି । ତେବେ ଘଟଣା ନେଇ ଏଯାଏଁ ପ୍ରେମିକାଙ୍କ ଅାଡୁ କୌଣସି ଏତଲା ଦିଅାଯାଇନଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି। ସେହିପରି ଅନ୍ୟ ଏକ ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ […]

  • Friday, 02 July 2021
ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋର୍ଡ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋର୍ଡ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋର୍ଡ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଶ୍ରୀମନ୍ଦିରରେ ସେବାୟତଙ୍କ ଅାଚରଣ ଓ ଦାନ ଦକ୍ଷିଣା ପ୍ରସଙ୍ଗରେ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ କୌଣସି ଅାପତ୍ତି ଥିଲେ କୋର୍ଟଙ୍କୁ ଜଣାଇବାକୁ ମନ୍ଦିରର ପରିଚାଳନା କମିଟିକୁ କୁହାଯାଇଛି । ତେବେ ମନ୍ଦିରରେ ପରିଚାଳନାଗତ ତ୍ରୁଟି ନେଇ ରାଜ୍ୟ ସରକାରଙ୍କୁ ମଗାଯାଇଥିବା ରିପୋର୍ଟ ଦାଖଲ ହୋଇନାହିଁ। ରଥଯାତ୍ରା […]

  • Friday, 02 July 2021
ଜମି ଜବରଦଖଲକାରୀଙ୍କ ପାଇଁ ସରକାରଙ୍କ ଗଳାବାଟ ପ୍ରସ୍ତୁତି !

ଭୁବନେଶ୍ୱର: ଜମି ଜବରଦଖଲକାରୀଙ୍କ ପାଇଁ ସରକାରଙ୍କ ଗଳାବାଟ ପ୍ରସ୍ତୁତି । ଜବରଦଖଲ ଜମିକୁ ନିୟମିତ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଅାରମ୍ଭ ହୋଇଛି। ଅାପତ୍ତିବିହୀନ ଜବରଦଖଲ ସରକାରୀ ଜାଗାକୁ ନିୟମିତ କରାଯିବ ବୋଲି ଅାଜି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଅାଯାଇଛି । ଏ ନେଇ ଏକ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ ହେଉଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଏହା ହେଲେ ସଂପୃକ୍ତ ଜାଗାରେ ଘର କରିଥିବା ଲୋକଙ୍କୁ ମାଲିକାନା  ସ୍ୱତ୍ତ୍ୱ ମିଳିବ। ତେବେ ଅାଜି କିଛି […]

  • Friday, 02 July 2021
ରାଜ୍ୟପାଳଙ୍କ ବିମାନ ଓ ହେଲିକପ୍ଟର ଭଡ଼ାକୁ ନେଇ ବିବାଦ

ଭୁବନେଶ୍ୱର: ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ବିମାନ ଓ ହେଲିକପ୍ଟର ଭଡ଼ାକୁ ନେଇ ବିବାଦ ଦେଖାଦେଇଛି। ଏ ନେଇ ରାଜଭବନକୁ ରାଜ୍ୟ ସରକାରଙ୍କ କଡ଼ା ଚିଠି । ଗତ ଜୁନ୍ ୧୦ରୁ ୧୪ ପର୍ଯ୍ୟନ୍ତ ଗସ୍ତରେ ରାଜ୍ୟପାଳ ବିମାନ ଓ ହେଲିକପ୍ଟର ବ୍ୟବହାର କରିଥିଲେ। ତେବେ କେଉଁ ପରିସ୍ଥିତି ଓ କାରଣ ପାଇଁ ରାଜ୍ୟପାଳ ଗସ୍ତ କରିଥିଲେ ତାହା ଜଣାଇବାକୁ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖିଛି।  ରାଜ୍ୟପାଳ ଭୁବନେଶ୍ୱରୁ ଦିଲ୍ଲୀ ଯାଅାସ ପାଇଁ […]

  • Friday, 02 July 2021
ଟିକା ନେଇ ଦି’ ମାସର ଛୁଆର ମୃତ୍ୟୁ ଅଭିଯୋଗ

କେନ୍ଦୁଝର: ଟିକାକରଣ ପରେ ଶିଶୁର ମୃତ୍ୟୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବାଂଶପାଳ ବ୍ଲକ୍ କୁସ୍କଳା ଗାଁରେ। ଅଭିଯୋଗ ଅନୁଯାୟୀ କୁସ୍କଳା ଗାଁର ଦାଶରଥୀ ଧାଙ୍ଗଡ଼ାଙ୍କ ଦୁଇମାସର ଶିଶୁପୁତ୍ରକୁ ଗତକାଲି ଟିକା ଦିଆଯାଇଥିଲା। ମାତ୍ର ଟିକା ଦେବାର କିଛି ଘଣ୍ଟା ପରେ ଶିଶୁକୁ ଜ୍ୱର ଆସିଥିଲା। ତାପରେ ଶିଶୁର ନାକ ଓ ଟିକା ଦିଆଯାଇଥିବା ସ୍ଥାନରୁ ରକ୍ତ ବାହାରିଥିଲା। ପରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହା ଫଳରେ ଗାଁରେ […]

  • Friday, 02 July 2021
ଚିଙ୍ଗୁଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୮ ଅସୁସ୍ଥ

ବାଲେଶ୍ୱର: ଚିଙ୍ଗୁଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ହୋଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁରେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ,ଏହି ଗାଁର ଏକ ପରିବାରର ୯ଜଣ ସଦସ୍ୟ ଚିଙ୍ଗୁଡି ତରକାରୀ ଖାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଝାଡାବାନ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖାଦ୍ୟ ବିଷାକ୍ତ କାରଣରୁ ଏପରି ହୋଇଥିବା ସନ୍ଦେହ […]

  • Friday, 02 July 2021