• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଆଜି ଜାତୀୟ କ୍ରୀଡ଼ା ଦିବସ
ଆଜି ଜାତୀୟ କ୍ରୀଡ଼ା ଦିବସ

ଆହ୍ଲାବାଦ: ଆଜି ଜାତୀୟ କ୍ରୀଡ଼ା ଦିବସ। ଆଜି ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ। ଧ୍ୟାନଚାନ୍ଦ ୧୯୦୫ ମସିହା ଅଗଷ୍ଟ ଆଜିର ଦିନରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ୧୭ ବର୍ଷ ବୟସରୁ ସେ ଭାରତୀୟ ହକି ଦଳରେ ସାମିଲ ହୋଇଥିଲେ। ହକିର ଯାଦୁଗର ଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ୧୯୨୮, ୧୯୩୨, ୧୯୩୬ରେ ଭାରତ ଲଗାତର ୩ଟି ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ। ଧ୍ୟାନଚାନ୍ଦଙ୍କ ପାଇଁ ହିଁ ସେ ସମୟରେ ବିଶ୍ୱହକିରେ ଟିମ୍ […]

  • Friday, 02 July 2021
ହୀରାକୁଦ ଡ୍ୟାମ୍‌ର ୨୫ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ୨୫ଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ବର୍ଷା କାରଣରୁ ଏହି ସବୁ ଗେଟ୍ ଖୋଲାଯାଇଛି। ବୌଦ୍ଧ ଏବଂ ସୋନପୁରରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀ ବୌଦ୍ଧ ସହର ନିକଟରେ ସୁଅ କାଟି ଚାଲିଛି। ବନ୍ୟା ପାଣିରେ ସ୍ଥାନୀୟ ହନୁମାନ ମନ୍ଦିର ଅଧା ବୁଡ଼ିଯାଇଛି। ତଳିଆ ଅଞ୍ଚଳ ସାହୁପଡ଼ାର ଅନେକ ଅଞ୍ଚଳ ଜଳମଗ୍ନ ହୋଇସାରିଲାଣି। ଆଉ ସୋନପୁର ପାଖରେ ଉଭୟ ମହାନଦୀ ଓ ତେଲ ନଦୀରେ ସ୍ରୋତ ତୀବ୍ରତର ହୋଇଛି। ବାଉରି ଜୋର ଉପରେ ୧୪ […]

  • Friday, 02 July 2021
ରାଜଧାନୀରେ ନକଲି ସସ୍‌ କାରଖାନା ଠାବ, ଜଣେ ଅଟକ

ଭୁବନେଶୱର: ରାଜଧାନୀରେ ନକଲି ସସ୍ ତିଆରି କାରଖାନା ଠାବ କରାଯାଇଛି। ଶୈଳଶ୍ରୀ ବିହାର ମହାବୀର ବସ୍ତିର ଏକ ଘରେ ଏହି ନକଲି ସସ୍ ତିଆରି ଚାଲିଥିଲା। ସେଠାରେ କଖାରୁରେ ତିଆରି ହେଉଥିଲା ଟମାଟୋ, ଚିଲି, ସୋୟା ସସ୍। ପୁଲିସ୍‌ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଷ୍ଟିକର ସହ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି  ଘଟଣାରେ ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

  • Friday, 02 July 2021
ପୁଲିସ୍‌-ଓକିଲ ମୁହାଁମୁହିଁ

କଟକ: କଟକରେ ପୁଲିସ୍‌-ଓକିଲ ମୁହାଁମୁହିଁ ହୋଇଛନ୍ତି। ନୂଆବଜାର ପୋଲ ନିକଟରେ ଜଣେ ଆଇନଜୀବୀଙ୍କୁ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ତାତିଛନ୍ତି ଓକିଲ। ଓକିଲଙ୍କୁ ମାଡ଼ ପ୍ରତିବାଦରେ ଶତାଧିକ ଆଇନଜୀବୀ ଚାଉଳିଆଗଞ୍ଜ ଥାନାକୁ ଘେରାଉ କରିଥିଲେ। ଓକିଲ ମାନେ କାର୍ଯ୍ୟନୁଷ୍ଠାନ ଦାବିରେ ଅଡ଼ି ବସିଥିଲେ। ଆହତ ଓକିଲଙ୍କୁ SCBରେ ଭର୍ତ୍ତି କରଯାଇଛି।

  • Friday, 02 July 2021
ପଶ୍ଚିମବଙ୍ଗ ସରକାରଙ୍କ ଫଳକ ଭାଙ୍ଗିଲା ବାଲେଶ୍ୱର ଜିଲ୍ଲା ପ୍ରଶାସନ

ବାଲେଶ୍ୱର: ଓଡ଼ିଶା–ପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ଦିଘା ଉଦୟପୁରରେ ଉତ୍ତେଜନା ଦେଖାଦେଇଛି। ଓଡିଶା ସୀମାରେ ଲାଗିଥିବା ପଶ୍ଚିମବଙ୍ଗର ସୀମା ଫଳକକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି।  ଗତ ଏକମାସ ତଳେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଓଡିଶା ସୀମାରେ ଏକ ଫଳକ ଲଗାଯାଇଥିଲା। ଓଡିଶା ସୀମାର ପ୍ରାୟ ୨୦ଫୁଟ୍ ଭିତରକୁ ଏହି ଫଳକ ଲଗାଯାଇଥିଲା। ଘଟଣା ସମ୍ପର୍କରେ ରାଜସ୍ୱ ବିଭାଗ ଜାଣିବା ପରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବଗତ କରାଯାଇଥିଲା। ତେବେ ଏହାପରେ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ […]

  • Friday, 02 July 2021
ଆନ୍ଦୋଳନ ବେଳେ ଚାଷୀ ମୃତ

ବରଗଡ: ଆନ୍ଦୋଳନ ବେଳେ ଚାଷୀ ମୃତ। ଏମିତି ଏକ ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ପାଇକମାଲର ପଲସଦା ଗାଁରେ। ମୃତକଙ୍କ ନାମ ଗୋବିନ୍ଦ ବିଶ୍ୱାଳ ବୋଲି ଜଣାପଡ଼ିଛି। ୫୦ ବର୍ଷୀୟ ଗୋବିନ୍ଦ ଫସଲ ବୀମା ପ୍ରଦାନ ଦାବିରେ ପଲସଦା ସମବାୟ ସମିତି ଆଗରେ ୫ ଦିନ ହେଲା ଆନ୍ଦୋଳନ କରୁଥିଲେ। ଚାଷୀ ସମବାୟ ସମିତିରେ ତାଲା ପକାଇ ଚାଷୀମାନେ ଆନ୍ଦୋଳନ କରୁଥିଲେ। କିନ୍ତୁ ଆଲୋଚନା ପାଇଁ ଚାଷୀଙ୍କ ନିକଟରେ କୌଣସି ପ୍ରାଶାସନିକ ଅଧିକାରୀ ପହଞ୍ଚି ନଥିଲେ ବୋଲି […]

  • Friday, 02 July 2021
କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ଼

କେନ୍ଦ୍ରାପଡ଼ା: ପ୍ରେମ ବ୍ୟାପାରକୁ ନେଇ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ଼ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍‌ ତାଳଚୁଆ ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ରଙ୍କଣି ପଞ୍ଚାୟତର ଜଣେ ଯୁବକ ଗାଁ ତାଳଚୁଆ ପଞ୍ଚାୟତର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗ୍ରାମବାସୀ ଏହା ଜାଣିବା ପରେ ଗତକାଲି ତାଳଚୁଆ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଗାଁରେ ଏକ ସଭା ବସିଥିଲା। ପରେ ସରପଞ୍ଚ ସଂପୃକ୍ତ ଯୁବକଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଫଳରେ […]

  • Friday, 02 July 2021
ଏଣିକି ମଦ ଲାଇସେନ୍ସ ଦେବେ ଜିଲ୍ଲାପାଳ
ଏଣିକି ମଦ ଲାଇସେନ୍ସ ଦେବେ ଜିଲ୍ଲାପାଳ

ଭୁବନେଶ୍ୱର : ମଦକୁ ନେଇ ଚାଲିଛି ମହାଭାରତ । ସମାଜକୁ ବିଗାଡୁଥିବା ମଦ ବିରୋଧରେ ଦୈନିକ କେଉଁଠି ନାଁ କେଉଁଠି ଏମିତି ଢଙ୍ଗରେ ହେଉଛି ହିଂସାତ୍ମକ ପ୍ରତିବାଦ ଓ ଅାନ୍ଦୋଳନ । ହେଲେ ରାଜ୍ୟ ସରକାର କିନ୍ତୁ ଏ ବାବଦରେ ସାଜିଛନ୍ତି ଧୃତରାଷ୍ଟ୍ର। ମଦ ବନ୍ଦ କରିବେ କଣ ବରଂ ଅାଗକୁ ଗାଁ ଗାଁରେ କେମିତି ମଦର ବନ୍ୟା ସୃଷ୍ଟି ହେବ ସେଥିପାଇଁ ନେଇଛନ୍ତି ନିଷ୍ପତ୍ତି। ଯାହା କି ସ୍ପଷ୍ଟ ପ୍ରମାଣିତ କରୁଛି ଅବକାରୀ ବିଭାଗର ବିଜ୍ଞପ୍ତିରୁ […]

  • Friday, 02 July 2021
ପୌର ନିର୍ବାଚନ ବାଟ ଏବେ ଏକ ପ୍ରକାର ବନ୍ଦ
ପୌର ନିର୍ବାଚନ ବାଟ ଏବେ ଏକ ପ୍ରକାର ବନ୍ଦ

ଭୁବନେଶ୍ୱର : ଅାସନ୍ତା ସେପ୍ଟେମ୍ବର ୩୦ରେ ଶେଷ ହେଉଛି ୬୫ଟି ପୌର ପରିଷଦର କାର୍ଯ୍ୟକାଳ। ହେଲେ ସେସବୁ ସ୍ଥାନରେ ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ଅାଗେଇ ପାରିନାହିଁ ପ୍ରକ୍ରିୟା। ଏଥିରେ ବାଧକ ସାଜିଛି ସଂରକ୍ଷଣ ଓ ଓ୍ୱାର୍ଡ ପୁନର୍ଗଠନ। ରାଜ୍ୟ ସରକାର ଏପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନ୍‌ଙ୍କୁ ଓ୍ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାଲିକା ଦେଇନାହାଁନ୍ତି। ସେପଟେ ପୌର ପରିଷଦଗୁଡ଼ିକରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଏହାକୁ ଚ୍ୟାଲେଂଜ […]

  • Friday, 02 July 2021
ପୁଣି ଝଡ଼ାଫୁଙ୍କା ଅନ୍ଧବିଶ୍ୱାସ
ପୁଣି ଝଡ଼ାଫୁଙ୍କା ଅନ୍ଧବିଶ୍ୱାସ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପୁଣି ସାପ କାମୁଡ଼ାରେ ଗୁରୁତର ମହିଳାଙ୍କୁ ଝଡ଼ାଫୁଙ୍କା । ଛେଣ୍ଡିପଦା ବ୍ଲକ୍‌ ମାମୁରିଅା ଗାଁରୁ ଅାସିଛି ଏହି ଅଭିଯୋଗ। ମିଳିଥିବା ସୂଚନା ଅନୁଯାୟୀ, ଗାଁର ଝୁନା ଭୁତିଅା ନାମକ ଜଣେ ମହିଳାଙ୍କୁ ଅାଜି ସକାଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ […]

  • Friday, 02 July 2021
‘ମୁଁ ହିରୋ’କୁ ଟାର୍ଗେଟ୍
‘ମୁଁ ହିରୋ’କୁ ଟାର୍ଗେଟ୍

ଭୁବନେଶ୍ୱର : ବିଜେଡିର ‘ମୁଁ ହିରୋ’ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ସମାଲୋଚନା। ଅାଜି କଟକରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୩୬ ଲକ୍ଷ ଯୁବକ କାମ ଅପେକ୍ଷାରେ ଥିବା ବେଳେ ୬୦ ଲକ୍ଷ ବାହାରେ ଖଟୁଛନ୍ତି। ତେଣୁ ସରକାର ପ୍ରଥମେ ଜିରୋଙ୍କୁ ହିରୋ କରନ୍ତୁ। ସେପଟେ ନିର୍ବାଚନ ପ୍ରଚାର ନାଁରେ ଏହା କେବଳ ଏକ ସ୍ଲୋଗାନ […]

  • Friday, 02 July 2021
ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ର ପୁନଃରୁଦ୍ଧାର ଦାବି
ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ର ପୁନଃରୁଦ୍ଧାର ଦାବି

ବାରିପଦା : ବାରିପଦାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌କୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ଦାବିରେ ଜେଏମ୍ଏମ୍‌ର ଅାନ୍ଦୋଳନ। ଏହି ଦଳ ପକ୍ଷରୁ ଅାଜି ବାରିପଦା ଦେଇ ଯାଇଥିବା ରାଜପଥ ଅବରୋଧ କରାଯାଇଛି।  ଜେଏମ୍ଏମ୍ କର୍ମୀମାନେ ବାରିପଦା, ପାଲବଣି, ବୈଶିଙ୍ଗା, ବେତନଟୀ ସମେତ ବାଲେଶ୍ୱରର କିଛି ସ୍ଥାନରେ ମଧ୍ୟ ରାସ୍ତା ଅବରୋଧ କରିଛନ୍ତି। ଏହା ଦ୍ୱାରା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।  ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଏସିଅାର ସର୍ବବୃହତ ଏୟାରଷ୍ଟ୍ରିପ୍ […]

  • Friday, 02 July 2021
ଭୁଶୁଡ଼ିଲା ପାଣି ଟାଙ୍କି; ପଡ଼ିଲା ୱେସ୍କୋ ଅଫିସ୍‌ ଉପରେ

ରାଉରକେଲା: ରାଉରକେଲାରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି। ରାଉରକେଲା ସିଭିଲ୍ ଟାଉନ୍‌ ସିପ୍‌ରେ ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଭୁଶୁଡ଼ି ପଡ଼ିଛି । ପାଣି ଟାଙ୍କି ଭୁଶୁଡ଼ିବାରୁ ତଳେ ଥିବା ୱେସ୍କୋ ଅଫିସ୍ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଛି।  ତେବେ ପାଣି ଟାଙ୍କି ଭୁଶୁଡିବା ବେଳେ ୱେସ୍କୋ ଅଫିସ୍‌ରେ କେହି ଥିଲେ କି ନାହିଁ, ତାହା ଜଣାପଡ଼ିନି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଟାଙ୍କି ନିର୍ମାଣ କରାଯାଇ ଥିବା ନେଇ ସୂଚନା ମିଳିଛି।

  • Friday, 02 July 2021
ମଦ ପିଇ ବୋମା ମାଡ଼ କଲେ, ନିଜ ବୋମାରେ ନିଜେ ଆହତ ହେଲେ

ନୟାଗଡ଼: ବୋମା ମାଡ଼ କରି ଉଡ଼ାଇଦେବାର ପ୍ଲାନିଂ। ତିନି ଜଣ ଯୁବକ ମାତାଲ୍‌ ହୋଇ ବୋମା ଧରି ଜଣେ ଯୁବକଙ୍କୁ ଖୋଜି ଖୋଜି ବିଭିନ୍ନ ଜାଗାରେ ବୋମାମାଡ଼ କରି ଆତଙ୍କ ଖେଳାଇଦେଲେ ଓ ଶେଷରେ ନିଜ ବୋମାରେ ନିଜେ ଆହତ ହେଲେ। ଆଉ ବିନା ଦୋଷରେ ଜଣ ପଥଚାରୀ ବି ଆହତ ହେଲେ। ଗତକାଲି ରାତିରେ ଏମିତି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ। ସୂଚନା ଅନୁସାରେ, କୋମଣ୍ଡର ଜଣେ ଯୁବକ ଗତ ରାତିରେ ବେଲଗୁଣ୍ଠାର […]

  • Friday, 02 July 2021
ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ; ଜୀବନ ଜୀବିକା ପ୍ରଭାବିତ

ଚିଲିକା: ଚିଲିକାରେ ଡଙ୍ଗାବୁଡି ଘଟଣା ପରେ ଡଙ୍ଗା ଚଳାଚଳ ବନ୍ଦ ରହିଛି। ଘଟଣାକୁ ଦୁଇମାସ ବିତିଗଲା ପରେ ବି ଡଙ୍ଗା ଚଳାଚଳ ପାଇଁ ଅନୁମତି ମିଳିନି। ଫଳରେ ଡଙ୍ଗା ଚାଳକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଡଙ୍ଗା ଚଳାଇ ପରିବାର ପୋଷୁଥିବା ଚାଳକ ଏବେ ଘରେ ହାତ ବାନ୍ଧି ବସିଛନ୍ତି। ଟଙ୍କା କେଉଁଠୁ ଆସିବ ଓ କେମିତି ପରିବାର ଚଳିବ ଏହାକୁ ନେଇ ୩ ଶହରୁ ଅଧିକ ପରିବାର ଏବେ ଚିନ୍ତାରେ। ଅନ୍ୟପଟେ ଓଳିଏ ଖାଇଲେ ଆର […]

  • Friday, 02 July 2021
ବିଶ୍ୱକପ୍ ହକି ପାଇଁ ରାଜଧାନୀରେ ହୋଟେଲ ଚିନ୍ତା
ବିଶ୍ୱକପ୍ ହକି ପାଇଁ ରାଜଧାନୀରେ ହୋଟେଲ ଚିନ୍ତା

ଭୁବନେଶ୍ୱର : ବିଶ୍ୱକପ୍‌ ହକି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ସତ ହେଲେ ରାଜ୍ୟରେ ଉନ୍ନତମାନର ହୋଟେଲର ଅଭାବ ମୁଣ୍ଡବିନ୍ଧା ବଢାଇ ଦେଇଛି। କାରଣ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୧୬ଟି ଦେଶର ଖେଳାଳି , ଟୁର୍ଣ୍ଣାମେଣ୍ଟ ଅଫିସିଅାଲ, ହକି ସଂଘର କର୍ମକର୍ତ୍ତା, ଭିଭିଅାଇପି , ଟିଭି ବ୍ରଡକାଷ୍ଟର ଓ ଦେଶ ବିଦେଶରୁ ଅାସିବାକୁ ଥିବା ଦର୍ଶକଙ୍କ ପାଇଁ  ରାଜଧାନୀରେ ନାହିଁ ପର୍ଯ୍ୟାପ୍ତ ସଂଖ୍ୟକ ଷ୍ଟାର ହୋଟେଲ। ଖେଳାଳି ଓ ଅଫିସିଅାଲଙ୍କ ଲାଗି ରାଜ୍ୟ ସରକାର ଭୁବନେଶ୍ୱରର […]

  • Friday, 02 July 2021
ସାତକୋଶିଅା ଅଭୟାରଣ୍ୟ ଅଞ୍ଚଳବାସୀଙ୍କୁ ‘ସୁନ୍ଦରୀ’ ଚିନ୍ତା
ସାତକୋଶିଅା ଅଭୟାରଣ୍ୟ ଅଞ୍ଚଳବାସୀଙ୍କୁ ‘ସୁନ୍ଦରୀ’ ଚିନ୍ତା

ଅନୁଗୁଳ : ସାତକୋଶିଅାରେ ପାଦ ରଖିବା ପରେ, ସ୍ଥାନୀୟ ଲୋକଙ୍କ ନିଦ ଉଡ଼ାଇ ଦେଇଛି, ବାନ୍ଧବଗଡ଼ର ‘ସୁନ୍ଦରୀ’।  ଗାଁ ମୁଣ୍ଡରେ ବାଘପଞ୍ଝାର ଚିହ୍ନ ଦେଖିବା ପରେ ଗାଁ ସାରା କୋକୁଅା ଭୟ। ଜୀବନ ବଞ୍ଚାଇ ଘରେ ରହିବେ, ନା ପେଟ ପୋଷିବାର ମାଧ୍ୟମ ଛେଳିଗୋରୁଙ୍କୁ ଚରେଇବାକୁ ନେବେ।  ଏବେ ଅଭୟାରଣ୍ୟ ଅଞ୍ଚଳର କଟରଙ୍ଗ ବାସିନ୍ଦାଙ୍କୁ ସେଇ ଚିନ୍ତା ଘାରିଛି। ବାଘଠାରୁ ରକ୍ଷା ପାଇବାକୁ ଲୋକେ ଠେଙ୍ଗାବାଡ଼ି ଧରି ଦଳବଳ ହୋଇ ପହରା ଦେଉଛନ୍ତି। ଏଣେ କାମଧନ୍ଦା ପାଇଁ […]

  • Friday, 02 July 2021
ଡାକ୍ତର ରବୀନ୍ଦ୍ର ରଥ ମୃତ୍ୟୁ ମାମଲାର ନୂଅା ଖୁଲାସା
ଡାକ୍ତର ରବୀନ୍ଦ୍ର ରଥ ମୃତ୍ୟୁ ମାମଲାର ନୂଅା ଖୁଲାସା

ଭୁବନେଶ୍ୱର : ଡାକ୍ତର ରବୀନ୍ଦ୍ର ରଥ ମୃତ୍ୟୁ ମାମଲାର ନୂଅା ଖୁଲାସା । ବାଇକ୍‌ ପଛରେ ବସି ପ୍ଲାଟଫର୍ମ ଯାଇଥିବା CCTV ଫୁଟେଜ୍‌ରୁ ଜଣାପଡ଼ିଛି। ତେବେ କାହା ଗାଡ଼ି ପଛରେ ବସି ରବୀନ୍ଦ୍ର ଯାଇଥିଲେ ସେନେଇ ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ସୂଚନା ମୁତାବକ, ଅଘଟଣ ଦିନ ରାତି ୯ଟା ୧ରେ ରବୀନ୍ଦ୍ର ଜଣେ BMC କର୍ମଚାରୀଙ୍କ ପତ୍ନୀଙ୍କ ଫୋନ୍‌ ନମ୍ବରରେ କଥା ହୋଇଥିଲେ । କର୍ମଚାରୀଙ୍କ ପତ୍ନୀଙ୍କ ନମ୍ବର ରବୀନ୍ଦ୍ରଙ୍କ ଫୋନରେ ସେଭ୍ […]

  • Friday, 02 July 2021
କୋରାପୁଟରେ ଲଗାଣ ବର୍ଷା
କୋରାପୁଟରେ ଲଗାଣ ବର୍ଷା

କୋରାପୁଟ  : କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା । ଫଳରେ କୋରାପୁଟ ଉପର କୋଲାବ, ମାଛକୁଣ୍ଡ ଓ ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। କୋରାପୁଟ ଉପର କୋଲାବ ଜଳ ଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇଛି। ଏଠାରେ ବିପଦ ସଂକେତ ୮୫୮ ମିଟର ଥିବା ବେଳେ ଏବେ ଜଳପତ୍ତନ ୮୫୭ ମିଟର ରହିଛି। ଅାଜି ଅପରାହ୍ନ ୪ଟାରେ ଗେଟ୍ ଖୋଲିବା ନେଇ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଏ ନେଇ ସେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି […]

  • Friday, 02 July 2021
ଚିକିତ୍ସାରେ ଅବହେଳା ଅଭିଯୋଗ
ଚିକିତ୍ସାରେ ଅବହେଳା ଅଭିଯୋଗ

ରାଉରକେଲା : ଚିକିତ୍ସା ଅବହେଳାରୁ ଗର୍ଭବତୀ ଓ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ। ଏହି ସଂଗୀନ ଅଭିଯୋଗ ଅାସିଛି ରାଉରକେଲା ସରକାରୀ ହସ୍ପିଟାଲରୁ। ସୂଚନା ଅନୁସାରେ ମାଲଗୋଦାମ ବସ୍ତିର ହରିଶ୍ଚନ୍ଦ୍ର ପାତ୍ରଙ୍କ ଗର୍ଭବତୀ ପତ୍ନୀ ଭାମା କିଷାନଙ୍କୁ ଗତକାଲି ରାତି ପ୍ରାୟ ୧୧ଟାରେ ଏହି ହସ୍ପିଟାଲକୁ ଅଣାଯାଇଥିଲା। ସେ ପ୍ରାୟ ସାଢ଼େ ୯ ମାସର ଗର୍ଭବତୀ ଥିଲେ। ପ୍ରସବ ବେଦନା ହେବାରୁ ହସ୍ପିଟାଲକୁ ତାଙ୍କୁ ଅଣାଯାଇଥିଲା। ନର୍ସ ସ୍ୱାସ୍ଥ୍ୟବସ୍ଥା ଚେକ୍ କରି ଭର୍ତ୍ତି କରାଇଥିଲେ।  କିନ୍ତୁ ଅାସିଲେନି […]

  • Friday, 02 July 2021
ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ
ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ

ଭୁବନେଶ୍ୱର : ସିସିଟିଭି ଫୁଟେଜରୁ ଜଣାପଡିଛି ମୃତ୍ୟୁର କିଛି ସମୟ ପୂର୍ବର ଦୃଶ୍ୟ । ଶୁକ୍ରବାର ରାତି ୯ଟା ୧୦ ମିନିଟ୍‌ରେ ସାମନ୍ତରାପୁରସ୍ଥିତ ନିଜ କ୍ଲିନିକ ଛାଡିଥିଲେ ଡାକ୍ତର ରବୀନ୍ଦ୍ର ନାଥ ରଥ। ଏକ ଫୋନ୍ କଲ୍ ଅାସିବା ପରେ କ୍ଲିନିକ୍ ଛାଡି ରେଲୱେ ଷ୍ଟେସନ ବାହାରିଥିଲେ। ଅାଉ ଷ୍ଟେସନ୍‌ରେ ପହଞ୍ଚିବାର ମାତ୍ର ୧୫ ମିନିଟ୍ ପରେ ମିଳିଲା ମୃତଦେହ। ତେବେ ସାମନ୍ତରାପୁର ସ୍ଥିତ ତାଙ୍କ କ୍ଲିନିକରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଅନେକ ଘଟଣା ସନ୍ଦେହ ସୃଷ୍ଟି […]

  • Friday, 02 July 2021
ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଉପରାଷ୍ଟ୍ରପତିଙ୍କ ଅାହ୍ୱାନ
ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଉପରାଷ୍ଟ୍ରପତିଙ୍କ ଅାହ୍ୱାନ

ଭୁବନେଶ୍ୱର : ଓଡ଼ିଆରୁ ଭାଷଣ ଅାରମ୍ଭ କରି, ଡାକ୍ତରୀ ଜୀବନରେ ନୂଅା କରି ପାଦ ଥାପିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଉପରାଷ୍ଟ୍ରପତି ଏମ୍.ଭେଙ୍କେୟା ନାଇଡୁଙ୍କ ଗୁରୁମନ୍ତ୍ର। ଡାକ୍ତରୀ ପେଶାକୁ କମିଶନ ନକରି ମିଶନରେ ପରିଣତ କରିବାକୁ ଦେଇଛନ୍ତି ଅାହ୍ୱାନ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ସହ ଶରୀର ଓ ମନରେ ବି ସ୍ୱଚ୍ଛ ରହିବାକୁ ଦେଇଛନ୍ତି ପରାମର୍ଶ। ପ୍ରଥମ ସମାବର୍ତ୍ତନ ଉତ୍ସବକୁ ନେଇ ଅାଜି ବେଶ୍  ଚଳଚଞ୍ଚଳ ଥିଲା ଭୁବନେଶ୍ୱର ଏମ୍‌ସ। ଏହି ଅବସରରେ ନାଇଟ୍ ସେଲ୍ଟର୍, ବର୍ଣ୍ଣ ୟୁନିଟ୍ […]

  • Friday, 02 July 2021
ବାଜପେୟୀଙ୍କ ଅସ୍ଥିକଳସ ଶୋଭଯାତ୍ରା ଘଟଣା
ବାଜପେୟୀଙ୍କ ଅସ୍ଥିକଳସ ଶୋଭଯାତ୍ରା ଘଟଣା

ପୁରୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ଶୋଭଯାତ୍ରା ବେଳେ ଅଣ୍ଡାମାଡ଼ ଘଟଣାରେ ଜଣେ ଗିରଫ। ପୁରୀ ଚନ୍ଦନପୁରର ଦୀପକ ମହାପାତ୍ର ନାମକ ଯୁବକକୁ ଗିରଫ କରିଛି ସ୍ଥାନୀୟ ପୁଲିସ୍। କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌କୁ ପଠାଇ ଦିଅାଯାଇଛି। ଗତ ୨୩ ତାରିଖରେ ବାଜପେୟୀଙ୍କ ଅସ୍ଥି କଳସ ମହୋଦଧିରେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ପୁରୀ ନିଅାଯିବା ବାଟରେ ଚନ୍ଦନପୁର ନିକଟରେ ଶୋଭାଯାତ୍ରା ଉପରକୁ ବିଜୁ ଯୁବ ବାହିନୀର କର୍ମକର୍ତ୍ତା […]

  • Friday, 02 July 2021
ରଶ୍ମିରଞ୍ଜନ ପରିଡା ଓଡ଼ିଶା ରଣଜୀ ଟିମ୍‌ର ନୂଅା କୋଚ୍‌
ରଶ୍ମିରଞ୍ଜନ ପରିଡା ଓଡ଼ିଶା ରଣଜୀ ଟିମ୍‌ର ନୂଅା କୋଚ୍‌

ଭୁବନେଶ୍ୱର : ପୂର୍ବତନ ରଣଜୀ ଖେଳାଳି ରଶ୍ମିରଞ୍ଜନ ପରିଡ଼ା ହେଲେ ଓଡ଼ିଶା କ୍ରିକେଟ ଦଳର ନୂଅା କୋଚ୍।  ୨୦୧୮-୧୯ ରଣଜୀ ସିଜିନ୍ ପାଇଁ ରଶ୍ମିରଞ୍ଜନଙ୍କୁ କୋଚ୍ ନିଯୁକ୍ତ କରିଛି ଓଡ଼ିଶା କ୍ରିକେଟ ଅାସୋସିଏସନର କାର୍ଯ୍ୟକାରୀ କମିଟି। ଦେବାଶିଷ ମହାନ୍ତିଙ୍କ ସ୍ଥାନରେ ରଶ୍ମିରଞ୍ଜନ ନିଯୁକ୍ତ ହୋଇଛନ୍ତି। ଦେବାଶିଷ ଜାତୀୟ କନିଷ୍ଠ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇବା ପରେ କୋଚ୍ ପଦ ଖାଲି ହୋଇଥିଲା। ରଶ୍ମୀରଞ୍ଜନ ୧୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚର ଅଭିଜ୍ଞତା ରଖିଛନ୍ତି। ସେ ଓଡ଼ିଶା ବ୍ୟତୀତ ରାଜସ୍ଥାନ, […]

  • Friday, 02 July 2021
୨ ଯୁବତୀଙ୍କୁ ବିବାହ କରି ଯୁବକ ହଟହଟା
୨ ଯୁବତୀଙ୍କୁ ବିବାହ କରି ଯୁବକ ହଟହଟା

କେନ୍ଦ୍ରାପଡ଼ା : ଦୁଇ ଜଣ ଯୁବତୀଙ୍କୁ ବିବାହ କରି ଯୁବକ ହଟହଟା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ପରିସରରେ। ଅଭିଯୋଗ ଅନୁସାରେ ରାଜକନିକା ଥାନା ମେଘପୁର ଗାଁର ରଜନୀକାନ୍ତ ରାଉତ ପ୍ରଥମେ ଚାନ୍ଦବାଲି ଅଞ୍ଚଳରେ ବିବାହ କରିଥିଲେ। ତେବେ ଦୁଇମାସ ପରେ ସ୍ତ୍ରୀକୁ ଘରୁ ବାହାର କରି ଦେଇ ରାଜକନିକା କାଟଣା ଗାଁରେ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। କିଛି ଦିନ ପରେ ରଜନୀକାନ୍ତ ତାଙ୍କୁ ନିର୍ଯାତନା ଦେଉଥିବା ସେ […]

  • Friday, 02 July 2021