• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

virus
ଦେଶରେ କରୋନା ସ୍ଥିତି: ଦିନକରେ ୭୫ ହଜାରରୁ ଅଧିକ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ବଢିବାରେ ଲାଗିଛି କରୋନା ପ୍ରକୋପ। ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୭୬୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦେଶରେ ଗୋଟିଏ ଦିନରେ ୧୦୨୩ ଜଣଙ୍କର ମୃତ୍ୟୁ ଘଟିଛି। ଆଜିର ସଂଖ୍ୟାକୁ ମିଶାଇ ଦେଶରେ  କରୋନା ଜନିତ ମୃତ୍ୟୁସଂଖ୍ୟା ୬୦,୪୭୨ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୫କୁ ବୃଦ୍ଧି ପାଇଛି।  ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ଟିଭ୍ କେସ୍ ୭,୨୫,୯୯୧ ଥିବାବେଳେ  ସୁସ୍ଥ […]

  • Sunday, 04 July 2021
police
'କରୋନାରେ ୧୪ ପୋଲିସ୍ ମୃତ'

ଭୁବନେଶ୍ୱର: ରାଜ୍ୟରେ ଏଯାବତ ୧୪ ପୁଲିସ କର୍ମଚାରୀଙ୍କ କରୋନାରେ ମୃତ୍ୟୁ। ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ ପାଇଁ ଉଦ୍ୟମ କରାଯାଉଛି। ଏନେଇ ସୂଚନା ଦେଇଛି ପୁଲିସ ମହାନିର୍ଦ୍ଦେଶକ ଅଭୟ। ମହାମାରୀ କବଳରେ କରୋନା ଯୋଦ୍ଧା। କେବଳ ଯେ ପୋଲିସ୍ ବିଭାଗ ନୁହେଁ, କରୋନାରେ ଯାଉଛି ଆଉ ଅନ୍ୟ ବିଭାଗରେ କାର୍ଯ୍ୟରତ କୋଭିଡ୍ ଯୋଦ୍ଧା ଜୀବନ। କିଛି ଦିନ ତଳେ ରାଉରକେଲାରେ କରୋନା ସଂକ୍ରମଣ ଯୋଗୁଁ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ […]

  • Sunday, 04 July 2021
gurjar
ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ମୋଦି ସରକାରରେ ଥିବା ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣ ପାଲ ଗୁରଜାରଙ୍କ ରିପୋର୍ଟ ପଜିଟିଭ ଆସିଛି। ମନ୍ତ୍ରୀ ଖୋଦ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। स्वास्थ्य संबंधी दिक्कतों को गंभीरता से लेते हुए मैंने कोरोना टेस्ट करवाया जिसकी रिपोर्ट पॉजिटिव आई है। चिकित्सकों के परामर्श पर अब […]

  • Sunday, 04 July 2021
bhubaneswar
ଭୁବନେଶ୍ୱରରେ ୩୮୬ ପଜିଟିଭ ଚିହ୍ନଟ, ୨୦୩ ଲୋକାଲ କେସ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ୩୮୬ ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୮୩ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୦୩ ରହିଛି। ସେହିପରି ୨୧୩ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। କେଉଁ ଅଞ୍ଚଳରୁ କେତେ :- ଗଙ୍ଗନଗର ଏସୟୁଏଚ୍‌ରୁ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ଆଇଡି ମାର୍କେଟର ଏକ ସରକାରୀ ଅଫିସରୁ ୧୫ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରୁ ୧୨, ସପ୍ତମ ବାଟାଲିଅନରୁ […]

  • Sunday, 04 July 2021
sero
କାଲିଠୁ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର: କାଲିଠାରୁ ଆରମ୍ଭ ହେବ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ। RMRCର ଟେକ୍ନିକାଲ ଓ BMCର ପ୍ରଶାସନିକ ଅଧିକାରୀ ମିଳିତ ସର୍ଭେ କରିବେ। BMCର ୨୫ଟି ୱାର୍ଡରେ ଦ୍ୱିତୀୟ ପଯର୍ୟାୟ ସେରୋ ସର୍ଭେ କରିବେ ୫ଟି ଟିମ୍। ୨ଟି ଗ୍ରୁପ କମ୍ୟୁନିଟିି ଓ ହାଇ ରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ ହେବ। ପ୍ରଥମ ଦୁଇ ଦିନରେ ୧୫ ଶହ ସାମ୍ପଲ୍ ସଂଗ୍ରହ ଲକ୍ଷ୍ୟ ନେଇ BMC ସୂଚନା ଦେଇଛି। ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ସେରୋ ସର୍ଭେଲାନ୍ସରେ […]

  • Sunday, 04 July 2021
cure
ଦିନକରେ ସୁସ୍ଥ ହେଲେ ୨୧୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୨୧୫୦ କରୋନା ଆକ୍ରାନ୍ତ। ଏହାକୁ ମିଶାଇ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୬୫,୩୨୩କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ୪୩୫, ଗଞ୍ଜାମରୁ ୨୭୭, କଟକରୁ ୨୨୫, ପୁରୀରୁ ୨୧୮, କୋରାପୁଟରୁ ୧୮୨, ଯାଜପୁରରୁ ୧୩୫, ମୟୂରଭଞ୍ଜରୁ ୧୧୯, ବାଲେଶ୍ୱରରୁ ୧୦୧, ଗଜପତିରୁ ୮୯, ମାଲକାନଗିରିରୁ ୭୫, ସୁନ୍ଦରଗଡ଼ରୁ ୭୨, ସମ୍ବଲପୁରରୁ ୬୪, ବଲାଙ୍ଗିରରୁ ୫୧, […]

  • Sunday, 04 July 2021
shutdown
୭ ଦିନ ପାଇଁ ସଟ୍‌ଡାଉନ୍‌ ହେବ ଏହି ସହର

ଝାରସୁଗୁଡ଼ା: ୭ ଦିନ ପାଇଁ ସଟ୍‌ଡାଉନ୍‌ ହେବ ଝାରସୁଗୁଡ଼ା ସହର। ଆସନ୍ତା ୩୦ରୁ ସେପ୍ଟେମ୍ବର ୫ ତାରିଖ ଯାଏ ସଟ୍‌ଡାଉନ୍ ହେବା ନେଇ ଘୋଷଣା ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।ସଟ୍‌ଡାଉନ୍‌ ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୬ରୁ ଦିନ ୧୧ ଯାଏ ଖୋଲା ରହିବ ବୋଲି ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ […]

ciovid
ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟାରେ ମୃତ ୧୦୫୭, ଆକ୍ରାନ୍ତ ୭୭,୨୬୬

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଯେପରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ଚିନ୍ତାର କାରଣ ହୋଇଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଦେଶରେ ୭୫ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗୁରୁବାର ୭୭ ହଜାର ୨୬୬ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୦୫୭ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ଦେଶରେ ଆକ୍ଟିଭ କରୋନା ରୋଗୀଙ୍କ ସଂଖ୍ୟା ୭ […]

  • Sunday, 04 July 2021
corona
ଓଡ଼ିଶାରେ ଦିନକରେ ୩,୬୮୨ କରୋନା ଆକ୍ରାନ୍ତ‌ ଚିହ୍ନଟ, ଚିନ୍ତା ବଢ଼ାଇଲା ଖୋର୍ଦ୍ଧା

ଭୁବନେଶ୍ୱର: ଓଡ଼ିଶାରେ ୩,୬୮୨ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୬୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୪୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୪୪୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧା (Khordha) ରୁ ସର୍ବାଧିକ ୭୭୫ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୪, […]

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଆଖି ବୁଜିଲେ ୮

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୬ ଛୁଇଁଛି। ଓଡ଼ିଶାରେ ୩,୬୮୨ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ପଢ଼ନ୍ତୁ: ଓଡ଼ିଶାରେ ଦିନକରେ ୩,୬୮୨ କରୋନା ଆକ୍ରାନ୍ତ‌ ଚିହ୍ନଟ, ଚିନ୍ତା ବଢ଼ାଇଲା ଖୋର୍ଦ୍ଧା

  • Sunday, 04 July 2021
jail
ରାୟଗଡ଼ାରେ ୨୧୮ ଜେଲ୍ ଅନ୍ତେବାସୀଙ୍କୁ କରୋନା

ରାୟଗଡ଼ା: ଚିନ୍ତା ବଢାଇଲା ରାୟଗଡା। ଆଜି ଚିହ୍ନଟ ହୋଇଥିବା ପଜିଟିଭ ମଧ୍ୟରେ ରାଜ୍ୟର ଦ୍ୱିତୀୟ ସ୍ଥାନରେ ରହିଛି ରାୟଗଡା। ଜେଲ୍ ଅନ୍ତେବାସୀ ସଂକ୍ରମିତ ହେବା କରୋନା ବ୍ୟାପିବାର ମୂଳ କାରଣ। ରାୟଗଡ଼ା ଜିଲ୍ଲାରେ ୨୧୮ ଜେଲ୍ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାୟଗଡ଼ା ସବଜେଲରେ ୫ ଷ୍ଟାଫ୍ ସମେତ ୧୫୭ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗୁଣପୁର ସବ୍‌ଜେଲ୍‌ରେ ୬୧ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ ବେହେରାଙ୍କ ସୂଚନା ଦେଇଛନ୍ତି। ତେବେ ସମସ୍ତ […]

  • Sunday, 04 July 2021
bmc
ଭୁବନେଶ୍ୱରରୁ ଆଉ ୩୫୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ଆଜି ରାଜଧାନୀରେ ୩୫୪ ପଭିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୨ ଏବଂ ୨୦୨ ଲୋକାଲ୍‌ କେସ୍ ରହିଛି। ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୧ରେ ପହଞ୍ଚିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୫୪୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେବି ରାଜଧାନୀରେ ୩୫୩୫ ଆକ୍ଟିଭ୍ କେସ୍ ରହିଛି। Update on newly detected […]

  • Sunday, 04 July 2021
h-basant
କରୋନାରେ ସାଂସଦ ବସନ୍ତକୁମାରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ନେଲା ସାଂସଦଙ୍କ ଜୀବନ। ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ସାଂସଦ ବସନ୍ତ କୁମାର କରୋନାରେ ପ୍ରାଣ ହରାଇଛନ୍ତି। ଅଗଷ୍ଟ ୧୦ରେ ୭୦ ବର୍ଷୀୟ ବସନ୍ତ କୁମାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। Saddened by the demise of Lok Sabha MP Shri H. Vasanthakumar Ji. His strides […]

  • Sunday, 04 July 2021
covid-cure
ରାଜ୍ୟରେ ସୁସ୍ଥ ହେଲେ ୨୫୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୨୫୦୩ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୭୮୨୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ୩୬୯, କଟକରୁ ୨୮୧, ଗଞ୍ଜାମରୁ ୨୦୪, ରାୟଗଡ଼ାରୁ ୧୮୦, ସମ୍ବଲପୁରରୁ ୧୪୯, ନୟାଗଡ଼ରୁ ୧୩୫, ବାଲେଶ୍ୱରରୁ ୧୩୨, ମୟୂରଭଞ୍ଜରୁ ୧୦୭, ପୁରୀରୁ ୧୦୨, କୋରାପୁଟରୁ ୯୫, ଝାରସୁଗୁଡ଼ାରୁ ୭୧ ଆକ୍ରାନ୍ତ, ବରଗଡ଼, ଭଦ୍ରକ ଓ ବୌଦ୍ଧରୁ ୭୦ ଲେଖାଏଁ, ମାଲକାନଗିରିରୁ […]

  • Sunday, 04 July 2021
private
ଘରୋଇ ମେଡିକାଲ୍ ପାଇଁ ଆସିଲା 'କରୋନା' ଗାଇଡଲାଇନ୍

ଭୁବନେଶ୍ୱର: ଘରୋଇ ମେଡିକାଲ୍ ପାଇଁ କରୋନା ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। କେଉଁ ସବୁ ନିୟମ ମାନିବାକୁ ପଡ଼ିବ ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି କରାଯାଇଛି। ଲକ୍ଷଣ ବିହୀନ ଓ କମ୍ ଲକ୍ଷଣ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନ କିମ୍ବା CCCକୁ ପଠାଇବେ। ୩୦ ବେଡ୍‌ରୁ ଅଧିକ ସୁବିଧା ଥିବା ହସ୍ପିଟାଲ ଆକ୍ରାନ୍ତଙ୍କ ପାଇଁ ୧୦% ବେଡ୍ ରଖିବେ। ଦରକାର ପଡ଼ିଲେ ସମ୍ପୂର୍ଣ୍ଣ ହସ୍ପିଟାଲ କୋଭିଡ ଆକ୍ରାନ୍ତ ପାଇଁ ବ୍ୟବହାର କରିବେ। ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ […]

  • Sunday, 04 July 2021
Shutdown 22
JEE, NEET 2020 Exam: ପରୀକ୍ଷା କେନ୍ଦ୍ର ଥିବା ସହର ଗୁଡ଼ିକରେ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ମନା

ଭୁବନେଶ୍ୱର: JEE (Main) 2020, NEET (UG) ପରୀକ୍ଷାର ସୁପରିଚାଳନା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା କେନ୍ଦ୍ର ହୋଇଥିବା ସହର ଗୁଡ଼ିକରେ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ କଟକଣା ଲାଗୁ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସେପ୍ଟେମ୍ବର ୭ ତାରିଖ ଯାଏ ଏବଂ ସେପ୍ଟେମ୍ବର ୧୨ରୁ ୧୪ ଯାଏ ଲକ୍‌ଡାଉନ୍‌/ସଟ୍‌ଡାଉନ୍ କଟକଣା ଲାଗୁ ହେବନି। କଟକଣା ଲାଗୁ ନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(SRC) ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, […]

  • Sunday, 04 July 2021
corona
Odisha Coronavirus Updates: ଚିହ୍ନଟ ହେଲେ ୩,୨୫୨ ନୂଆ କରୋନା ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୩,୨୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍‌ ସେଣ୍ଟରରୁ ୧, ୯୮୭ ଏବଂ ଲୋକାଲ କଣ୍ଟାକ୍ଟ ୧, ୨୬୫ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଦେଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଖୁସିର କଥା, ଗଞ୍ଜାମ ସ୍ଥିତିରେ ଲଗାତାର ସୁଧାର ଆସୁଛି। ଆଜି ମଧ୍ୟ ଏଠାରେ ୧୬୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ କଟକ ସ୍ଥିତିରେ କୌଣସି […]

  • Sunday, 04 July 2021
corona 11
Coronavirus Updates: ଓଡ଼ିଶାରେ ଆଜି ସର୍ବାଧିକ ୧୪ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର, ଭୁବନେଶ୍ୱର,କଟକ, ଜଗତସିଂହପୁର ଓ ମାଲକାନଗିରିରୁ ୨ଜଣ ଲେଖାଏ, ବରଗଡ଼, ଯାଜପୁର,ପୁରୀ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୦ ଛୁଇଁଛି। Regret to inform the demise of fourteen […]

Corona Vaccine Update
Corona Updates: ଦେଶରେ ରେକର୍ଡ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୭୬ ହଜାର ରୋଗୀ

ନୂଆଦିଲ୍ଲୀ:  ଦେଶରେ ମାଡ଼ି ଚାଲିଛି କରୋନା । ଦିନକରେ ୧୦୨୧ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ୭୬ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ତଥ୍ୟକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଖ୍ୟା ୬୨ ହଜାର ୫୫୦ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ରେ ପହଞ୍ଚିଛି। ବର୍ତ୍ତମାନ ୭ ଲକ୍ଷ ୫୨ ହଜାର ୪୨୪ ଜଣ ଚିକିତ୍ସିତ ହେଉଥିବା ବେଳେ୨୬ ଲକ୍ଷ ୪୮ […]

  • Sunday, 04 July 2021
corona 22
ଭଦ୍ରକ ଉପଜିଲ୍ଲାପାଳଙ୍କୁ କରୋନା

ଭଦ୍ରକ: ଭଦ୍ରକ ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି  ସୂଚନା ଦିଆଯାଇଛି। ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି। ଆସନ୍ତା ସେପ୍ଟେମ୍ବର ୧୫ ଯା‌ଏ ଏହି ଦାୟିତ୍ୱ ରହିବେ ମନୋରମା। ଗତ ୨୪ ଘଣ୍ଟାରେ ଭଦ୍ରକରୁ ୭୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

  • Sunday, 04 July 2021
corona test
ଲିଫ୍ଟ ଯୋଗୁ ବଢିଲା କରୋନା ସଂକ୍ରମଣ; ଆପର୍ଟମେଣ୍ଟରୁ ବାହାରିଲେ ୨୦ ପଜିଟିଭ

ହାଇଦ୍ରାବାଦ୍‌: ଯିବା ଆସିବାବେଳେ ଯଦି ଲିଫ୍ଟ ବ୍ୟବହାର କରୁଥାନ୍ତି ତେବେ ସାବାଧାନ ! କାରଣ କରୋନା ସଂକ୍ରମଣ ବ୍ୟାପିବାର ଏକ ମାଧ୍ୟମ ପାଲଟିଛି ଲି‍ଫ୍ଟ । ଲିଫ୍ଟ ଯୋଗୁ ଏଠାରେ ୨୦ରୁ ଅଧିକ ଲୋକ ଏଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଘଟଣା ଘଟିଛି ତେଲେଙ୍ଗାନାର ଖମ୍ମମ ଜିଲ୍ଲା ଅଞ୍ଚଳରେ । ଖମ୍ମମ ଜିଲ୍ଲାର ବାଇପାସ୍‌ ରୋଡ ଇଲାକାରେ ଥିବା ଏକ ୫ ମହଲା କୋଠାରୁ ୨୦ ଜଣ ପଜିଟିଭ ବାହାରିଛନ୍ତି। ଏହି ବିଲ୍‌ଡିଂରେ ରହୁଥିବା ପ୍ରାୟ […]

  • Sunday, 04 July 2021
CSK
IPL 2020: ଧୋନିଙ୍କ ଟିମ୍‌ର ଆଉ ଜଣେ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ ଟିମ୍‌ର ଆଉ ଜଣେ ଖେଳାଳି ରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଚେନ୍ନାଇ ସୁପର କିଙ୍ଗସ ଟିମ୍‌ର ଜଣେ ଫାଷ୍ଟ୍‌ ବୋଲର୍‌ ଏବଂ କିଛି ସଦସ୍ୟଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଅନ୍ୟପକ୍ଷରେ, ବ୍ୟକ୍ତିଗତ କାରଣରୁ ଚେନ୍ନାଇ ସୁପର କିଙ୍ଗସ୍‌ ଟିମ୍‌ର ଖେଳାଳି ସୁରେଶ ରାଇନା ଚଳିତ ବର୍ଷ ଆଇପିଏଲ୍‌ର କୌଣସି ମ୍ୟାଚ୍‌ ଖେଳିବେ ନାହିଁ। ସେ ଭାରତ ଫେରି ଆସିଛନ୍ତି। ଚେନ୍ନାଇ ସୁପର […]

  • Sunday, 04 July 2021
corona-guidelines
କେନ୍ଦ୍ରର ବିନା ଅନୁମତିରେ ଲକ୍‌ଡାଉନ୍ କରିପାରିବେନି ରାଜ୍ୟ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍‌-୪ ଗାଇଡ୍‌ଲାଇନ୍‌ରେ ଅନେକ କିଛି କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଲକ୍‌ଡାଉନ୍‌ କରିବାର ଅଧିକାର ଉଠାଇ ନେଇଛନ୍ତି। ଏଣିକି କେନ୍ଦ୍ରର ବିନା ଅନୁମତିରେ ଲକ୍‌ଡାଉନ୍‌ କରିପାରିବେନି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ।   ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ କୁହାଯାଇଛି “ କେନ୍ଦ୍ର ସରକାରଙ୍କ ସହିତ ବିନା ପରାମର୍ଶରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ […]

  • Sunday, 04 July 2021
lockdown
ରାଜ୍ୟରେ ଲକଡାଉନ ଓ ସଟଡାଉନ ସାମୟିକ ସ୍ଥଗିତ

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଓ ସଟଡାଉନ ସାମୟିକ ବାରଣ କଲେ ସରକାର। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ୱର ୧୨ରୁ ୧୪ ଯାଏ ମନା କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି SRC। ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଲକଡାଉନ ଓ ସଟଡାଉନ ବାରଣ କରାଯାଇଛି। ପରୀକ୍ଷାର୍ଥୀ, ଅଭିଭାବକ, ପରୀକ୍ଷା କେନ୍ଦ୍ର ଷ୍ଟାଫଙ୍କ ସୁବିଧା ପାଇଁ ଏହା ବାରଣ କରାଯାଇଛି। JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି […]

  • Sunday, 04 July 2021
unlock-4-sports
ସେପ୍ଟେମ୍ବର ୨୧ରୁ କ୍ରୀଡ଼ା ଓ ରାଜନୈତିକ ସମାବେଶକୁ ଅନୁମତି

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଅନଲକ୍‌-୪ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ନିୟମ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଅନ୍ୟ କିଛି ଉପରେ ନିର୍ଦ୍ଦିଷ୍ଟ ସମୟ ପାଇଁ କଟକଣା ଜାରି କରାଯାଇଛି। ଯେପରି ସାମାଜିକ କାର୍ଯ୍ୟ ଖେଳ, ଶୈକ୍ଷିକ କାର୍ଯ୍ୟ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟ ପାଇଁ ସେପ୍ଟେମ୍ବର ୨୧ ତାରିଖରୁ ଅନୁମତି ମିଳିଛି। ତେବେ ଏହିସବୁ କାର୍ଯ୍ୟରେ ୧୦୦ରୁ ଅଧିକ ଲୋକ ସାମିଲ୍‌ ହୋଇପାରିବେ ନାହିଁ। ଜାରି ହୋଇଥିବା […]

  • Sunday, 04 July 2021