• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

maha
ଏହି ରାଜ୍ୟରେ ସେପ୍ଟେମ୍ବର ୩୦ ଯାଏ ବଢ଼ିଲା ଲକଡାଉନ୍

ମୁମ୍ବାଇ: କରୋନା ମହାମାରୀ ବଢ଼ୁଥିବାର ଦେଖି ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ସରକାର ଏବେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବଢ଼ାଇ ଦେଇଛନ୍ତି। ସୋମବାର ମହାରାଷ୍ଟ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ, ସାମଗ୍ରୀ ଏବଂ ଲୋକଙ୍କ ପାଇଁ ଆନ୍ତଃରାଜ୍ୟ ଯାତ୍ରାକୁ ଅନୁମତି ମିଳିଛି। ଏଥିପାଇଁ ଟ୍ରାନ୍ସପୋର୍ଟ କମିଶନର ଏସଓପି ଜାରି କରିବେ। ତେବେ ରାଜ୍ୟରେ ଗାଡ଼ି ଚଳାଚଳ ପାଇଁ କେଉଁ ପ୍ରକାର କଟକଣା ଲାଗୁ କରାଯିବା, ତାହା ପରିବହନ […]

  • Sunday, 04 July 2021
corona
୨୪ ଘଣ୍ଟାରେ ଓଡ଼ିଶାରେ ୩,୦୨୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୦୨୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୩,୦୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୪୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୮୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ […]

corona 22
Corona Deaths in Odisha: ୫୦୦ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ  ୧୧ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୦୩ ହୋଇଛି। ଖୋର୍ଦ୍ଧା, ମୟୂରଭଞ୍ଜ ଓ ପୁରୀରୁ ୨ଜଣ ଲେଖାଏ, କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୦୨୫ ନୂଆ କରୋନା ଆକ୍ରାନ୍ତ‌ […]

  • Sunday, 04 July 2021
corona
Corona Deaths In India: ୨୪ ଘଣ୍ଟାରେ ୮୧୯ ଜଣଙ୍କ ମୃତ୍ୟୁ, ୬୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୯, ୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧୯ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫,୨୮୮ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୯୧,୧୬୬ରେ ପହଞ୍ଚିଛି। ସେଥିମଧ୍ୟରୁ ଆକ୍ଟିଭ୍‌ କେସ୍‌-୭,୮୫,୯୯୬ ଥିବାବେଳେ ୨୮,୩୯,୮୮୨ଜଣ ସୁସ୍ଥ ହୋଇଛନ୍ତି। ୬୫,୨୮୮ଜଣଙ୍କ ମୃତ୍ୟୁ ଘଟିଛି।

  • Sunday, 04 July 2021
ramanth-kovind
ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ୮୪ ବର୍ଷ ବୟସରେ ପରଲୋକ ହୋଇଛି। ମଙ୍ଗଳବାର ଅର୍ଥାତ୍ ଆଜି ତାଙ୍କର ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର ହେବ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତିନି ସେନା ମୁଖ୍ୟଙ୍କ ସମେତ ଅନେକ ମାନ୍ୟଗଣ ବ୍ୟକ୍ତି ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀଙ୍କର ଅନ୍ତିମ ଦର୍ଶମ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା […]

  • Sunday, 04 July 2021
corona test
ରାଜ୍ୟରେ କମୁଛି କରୋନା ସଂକ୍ରମଣ, ହେଲେ ମୃତ୍ୟୁହାରରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ଦେଖିବାକୁ ମିଳିଛି। ଗତକାଲି ୨,୯୧୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୨,୮୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା…

  • Sunday, 04 July 2021
bhuneswar
ଭୁବନେଶ୍ୱରରୁ ଆଉ ୩୦୭ କୋଭିଡ୍-୧୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୩୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୦୭ରୁ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୩୫ ଏବଂ ୧୭୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଓୟୁଏଟି କଲୋନିରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍‌ସି। ସେହିଭଳି କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲର ୯ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବରମୁଣ୍ଡାରୁ ୭, ଗଣ୍ଡମୁଣ୍ଡା ବସ୍ତିରୁ ୫ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛି। ଓଲ୍‌ଡ […]

  • Sunday, 04 July 2021
agr
ଟେଲିକମ୍ କମ୍ପାନୀକୁ ସୁପ୍ରିମ୍ କୋର୍ଟଙ୍କ ଆଶ୍ୱସ୍ତି

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ସମସ୍ତ ଟେଲିକମ୍ କମ୍ପାନୀର ବକେୟା ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍)କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମ୍ କୋର୍ଟ ଏବେ ଟେଲିକମ୍ କମ୍ପାନୀକୁ ବଡ଼ ଆଶ୍ୱସ୍ତି ଦେବା ସହ ବକେୟା ଏଜିଆର୍ ଶୁଝିବା ପାଇଁ ୧୦ ବର୍ଷ ସମୟ ଦେଇଛନ୍ତି। ଟେଲିକମ୍ କମ୍ପାନୀ ଉପରେ ମୋଟ ୧.୬ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ସୁପ୍ରିମ୍ କୋର୍ଟ କହିଛନ୍ତି, ୧୦ ବର୍ଷର ଆଶ୍ୱସ୍ତି ଦେବାର ଅବଧି ଏପ୍ରିଲ୍ ୧, ୨୦୨୧ରୁ ଆରମ୍ଭ ହେବ। […]

  • Sunday, 04 July 2021
coronavirus
Cuttack Corona Update; କଟକ ସହରରୁ ୧୮୯ କରୋନା ପଜିଟିଭ୍ ଚିହ୍ନଟ

କଟକ: ଆଜି କଟକ ମହାନଗରରୁ ୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଗତପୁର ଅଞ୍ଚଳରୁ ୬, ସିଡିଏ ସେକ୍ଟର- ୬ ଅଞ୍ଚଳରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବାରୁ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଚାନ୍ଦିନୀଚୌକ ଓ ଦେଉଳ ସାହିରୁ ୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶଙ୍କରପୁର, କଲ୍ୟାଣୀ ନଗର, ତେଲେଙ୍ଗା ବଜାର, CDA ସେକ୍ଟର-୯ରୁ ୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ […]

  • Sunday, 04 July 2021
Odisha mla
ଓଡ଼ିଶାରେ ଆଉ ଦୁଇ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ବରି ବିଧାୟିକା ସୁନନ୍ଦା ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ଟୁଇଟ୍ କରି ସୂଚନା ଦେବା ସହ ନିକଟରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ସଙ୍ଗରୋଧରେ ରହିବା ସହ ନିଜ ନିଜର କୋଭିଡ୍ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏନେଇ ସେ […]

  • Sunday, 04 July 2021
corona 33
Corona Updates In Odisha: ଦିନକରେ ଚିହ୍ନଟ ହେଲେ ୩,୨୧୯ କରୋନା ପଜିଟିଭ୍‌

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୨୧୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ଓଡ଼ିଶାରେ ୫୧ ହଜାର ୨୪୫ କରୋନା ଟେଷ୍ଟ। ଆଣ୍ଟିଜେନ୍, RTPCR ଓ ଟ୍ରୁନଟ୍ ଦ୍ୱାରା ଏହି ଟେଷ୍ଟ କରାଯାଇଛି।  ଆଣ୍ଟିଜେନ୍- ୪୩,୪୭୬ RTPCR- ୭,୬୮୫ ଟ୍ରୁନଟ୍- ୮୪ Corona Updates In Odisha: ଚିହ୍ନଟ ନୂଆ ୩,୨୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୩୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ […]

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଆଖି ବୁଜିଲେ ୧୧ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଦିଆଯାଇଛି। ଗଞ୍ଜାମରୁ ୩, ଭୁବନେଶ୍ୱରରୁ ୨, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୧୪ ହୋଇଛି। ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୨୧୯ ନୂଆ କରୋନା ଆକ୍ରାନ୍ତ‌ […]

  • Sunday, 04 July 2021
goa cm
Goa CM Tests Coronavirus Positive: ଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ପାନାଜୀ: ଗୋଆ ମୁଖ୍ୟମନ୍ତ୍ରୀ Pramod Sawant କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ଟ୍ୱିଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ଏବେ ସେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି, ସେମାନଙ୍କୁ ଆବଶ୍ୟକତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପରାମର୍ଶ ଦେଇଛନ୍ତି।

corona
ଅଣାୟତ କରୋନା, ଦିନକରେ ନେଲା ୧୦୪୫ ଜୀବନ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ଭାଇରସର ୭୮,୩୫୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୯,୫୨୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୦୪୫ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଣରେ ମୃତ୍ୟୁ ସଂଖ୍ୟା ୬୬,୩୩୩ରେ […]

  • Sunday, 04 July 2021
vaccine
କରୋନା ଭ୍ୟାକ୍‌ସିନ୍‌ ନେଇଥିଲେ ଏହିସବୁ ଜିନିଷ ଉପରେ ମିଳିବ ୭% ଡିସ୍‌କାଉଣ୍ଟ

ରାଉରକେଲା: ଆପଣ କରୋନା ଭ୍ୟାକ୍‌ସିନ୍‌ ନେଇଛନ୍ତି କି ? ତା’ହେଲେ ଆପଣଙ୍କୁ କେକ୍, ବିସ୍କୁଟ, ପାଉଁରୁଟି, ମିଠା ଭଳି ଯେକୌଣସି ଜିନିଷ କିଣିଲେ ଏହା ଉପରେ ୭% ଡିସ୍‌କାଉଣ୍ଟ ମିଳିବ। ରାଉରକେଲା ବିଶ୍ରା ରୋଡ୍‌ରେ ଥିବା ଏକ ବେକ୍‌ରି ଦୋକାନ ଏଭଳି…

  • Sunday, 04 July 2021
bhubaneswar
ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୪୧ କରୋନା ଆକ୍ରାନ୍ତ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୦ କ୍ୱାରେଣ୍ଟାଇନ୍‌ରୁ ଓ ୩୨୧ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି)। ଏହାଛଡ଼ା ୩୦୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଏକ ଘରୋଇ ହସ୍ପିଟାଲର ୨୩ କର୍ମଚାରୀ ଅଛନ୍ତି। ସେହିପରି ୧୬ ପୁଲିସ କର୍ମଚାରୀ ମଧ୍ୟ କରୋନାରେ ଅକ୍ରାନ୍ତ ହୋଇଛନ୍ତି। ଭୀମପୁର କେଳାସାହିରୁ […]

  • Sunday, 04 July 2021
mask
ରାଜ୍ୟରେ ସୁସ୍ଥ ହେଲେ ୩୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୩୩୦୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୦୭୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କଟକ ଜିଲ୍ଲାରୁ ସର୍ବାଧିକ ୬୫୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୯୩, ଯାଜପୁରରୁ ୨୧୩, ଗଞ୍ଜାମରୁ ୨୦୯, ରାୟଗଡ଼ାରୁ ୧୮୫, ସମ୍ୱଲପୁରରୁ ୧୭୨, କୋରାପୁଟରୁ ୧୪୯, ପୁରୀରୁ ୧୨୮, ନୟାଗଡ଼ରୁ […]

  • Sunday, 04 July 2021
food 1
ଓଡ଼ିଶାରେ ବାର୍‌ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: କୋଭିଡ୍ ଗାଇଡ୍‌ଲାଇନ୍ସ ମାନି ରାଜ୍ୟରେ ଥିବା ସମସ୍ତ ବାର୍‌ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏନେଇ ବିଭିନ୍ନ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌କୁ ଚିଠି ଲେଖି ଅବଗତ କରିଛି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ। କରୋନା ଯୋଗୁ ରାଜ୍ୟରେ ଥିବା ବାର୍‌ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ବନ୍ଦ ରହିଥିଲା। କିନ୍ତୁ ରେଷ୍ଟୁରାଣ୍ଟରୁ କେବଳ ଖାଦ୍ୟ ପଦାର୍ଥ ପାର୍ସଲ ନେବା ପାଇଁ ଅନୁମତି ଥିଲା। ହେଲେ ଏଣିକି ଗ୍ରାହକମାନେ ରେଷ୍ଟୁରାଣ୍ଟ୍‌ରେ […]

  • Sunday, 04 July 2021
91301267_3106242399465684_2591553201635328000_n
୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୭୨୨

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୩,୬୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୧୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୪୧୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।   ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ […]

  • Sunday, 04 July 2021
corona
ଓଡ଼ିଶାରେ କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଦିଆଯାଇଛି। ଗଞ୍ଜାମରୁ ୩, କଟକରୁ ୨, ବାଲେଶ୍ୱର, ଭୁବନେଶ୍ୱର ଓ କନ୍ଧମାଳରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୨୨ ହୋଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ […]

corona
ଅସମ୍ଭାଳ ସ୍ଥିତି, ୨୪ ଘଣ୍ଟାରେ ସବୁ ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଗୁରୁବାର କରୋନାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୩,୮୮୩ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଯାହାକି କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଭ୍। ଏହାସହ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮,୫୩,୪୦୭ରେ ପହଞ୍ଚିଛି। Single-day spike of 83,883 new positive cases & 1,043 deaths reported in India, in the […]

  • Sunday, 04 July 2021
ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ବହୁ ରାଜନେତା ମଧ୍ୟ ମହାମାରୀ କରୋନାରେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି। ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି। କିଛିଦିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବରି ବିଧାୟିକା ସୁନନ୍ଦା ଦାସ,ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସମେତ […]

  • Sunday, 04 July 2021
କରୋନା ଚିକିତ୍ସାରେ ନୂଆ ଆଶା ଆଣିବ କି Steroid ?

ନୂଆଦିଲ୍ଲୀ: ମହାମାରୀ କରୋନା ଚିକିତ୍ସା ନେଇ ନୂଆ ଆଶା ସୃଷ୍ଟି ହୋଇଛି। Steroid ବ୍ୟବହାର କରାଯାଇ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚା ଯାଇପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଏହି ଉତ୍ସାହଜନକ ତଥ୍ୟ କରୋନା ଲଢ଼େଇରେ ବେଶ୍‌ ଫଳପ୍ରଦ ହୋଇପାରେ ବୋଲି ଆଶା କାରାଯାଉଛି। ଅନ୍ତର୍ଜାତୀୟ ଖବର କାଗଜ The Guardian ‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଷ୍ଟେରଏଡ୍ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। କୁହାଯାଇଛି ଯେ,  ଜୁନ୍‌ରେ ଅଧିକାଂଶ […]

coronavirus
ଦେଶର ୫ଟି ରାଜ୍ୟରେ ମୋଟ କରୋନା ଆକ୍ଟିଭ୍ କେସ୍‌ ୬୨%

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍‌ର ୬୨% ରହିଛନ୍ତି କରୋନା ରୋଗୀ ରହିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। କରୋନା ଅପଡେଟ୍ ନେଇ ସୂଚନା ଦେଲାବେଳେ ସେ ଏପରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏସବୁ ରାଜ୍ୟରେ ଧୀରେ ଧୀରେ ଆକ୍ଟିଭ୍ କେସ୍ କମୁଛି। କରୋନାରେ […]

  • Sunday, 04 July 2021
rto
ଆର୍‌ଟିଓମାନେ ଦେଇପାରିବେ ଆନ୍ତଃରାଜ୍ୟ ବସ୍‌ ପରମିଟ୍

ଭୁବନେଶ୍ୱର; ଏଣିକି ଆର୍‌ଟିଓମାନେ ଦେଇପାରିବେ ଆନ୍ତଃରାଜ୍ୟ ବସ୍‌ ପରମିଟ୍। କରୋନାରେ ଗହଳି ଏଡ଼ାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କମିଶନର। ଆବେଦନ ଦିନ ହିଁ ଆର୍ଟିଓମାନେ ଯଥା ସମ୍ଭବ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବୁର ଅନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ସ୍ୱତନ୍ତ୍ର ପରମିଟ୍ ଦରକାର ପଡୁଥିଲା। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ଏନେଇ ସ୍ୱତନ୍ତ୍ର ପରମିଟ୍ ଆଣିବାକୁ ପଡୁଥିଲା। କିନ୍ତୁ ଆର୍‌ଟିଓମାନେ ଅନ୍ତଃରାଜ୍ୟ ବସ ପରମିଟ୍ ଦେଇପାରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

  • Sunday, 04 July 2021