ନୁଆଦିଲ୍ଲୀ: କରୋନାରୁ ଆରୋଗ୍ୟ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଦିଲ୍ଲୀ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଗଷ୍ଟ ୨ ତାରିଖରେ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହରିୟାଣା ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେ ଅସୁରକ୍ଷିତ ଶ୍ରେଣୀରେ ଥିଲେ। କିନ୍ତୁ ଆଜି ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ଟ୍ୱିଟ୍ କରି ସୂଚନ ଆଦେଇଛନ୍ତି ମନୋଜ ତିୱାରୀ। ଶାହ କରୋନା […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ନେଇ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍ କରି ଜଣାଇବା ପରେ ଶାହ ସୁସ୍ଥ ହୋଇଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ଗୃହମନ୍ତ୍ରାଳୟ ଏହାକୁ ଖଣ୍ଡନ କରିବା ପରେ ମନୋଜ ତାଙ୍କ ଟ୍ୱିଟ୍କୁ ଡିଲିଟ୍ କରିଦେଇଛନ୍ତି। ଶାହ ଏବେ ବି କରୋନା ପଜିଟିବ୍ ଥିବା ଗୃହମନ୍ତ୍ରାଳୟ କହିଛି। ଖବର ସରବରାହ ସଂସ୍ଥା ଏନ୍ଆଇ ଅନୁସାରେ, ଗୃହମନ୍ତ୍ରାଳୟ କହିଛି, ଏପର୍ଯ୍ୟନ୍ତ ଶାହଙ୍କର ଦ୍ୱିତୀୟ ଥର […]
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପରିଚାଳନାରେ ଦୁର୍ନୀତି ନେଇ ବଡ଼ ଗନ୍ଧ ବାରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ୍ ଦୁର୍ନୀତିରେ ତାମିଲନାଡୁ ଲିଙ୍କ୍ ରହିଛି ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅପରାଜିତା। ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ୍ କିଣାଯାଇଛି। କୋଭିଡ୍ ପରିଚାଳନା ଦୁର୍ନୀତି ଓ ଅର୍ଥ ଉପାର୍ଜନ ପାଇଁ ସୁବିଧା ସାଜିଛି। ସେହିପରି ପଞ୍ଜାବ ଓ ହରିୟାଣାର ବିଭିନ୍ନ ଫାର୍ମରୁ ଚଢ଼ା ଦରରେ ମାସ୍କ କିଣା ହୋଇଛି ବୋଲି ଅପରାଜିତା କହିଛନ୍ତି। ରାଜ୍ୟ […]
ବଲାଙ୍ଗିର: ବଲାଙ୍ଗିର କୋଭିଡ ଆଇସୋଲେସନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ୍ ଥାନା ପୋଲିସ। ସେପଟେ ଆଇସୋଲେସନ୍ ଓ୍ୱାର୍ଡରେ ଡାକ୍ତରଙ୍କୁ ମାଡ଼ ନେଇ ପ୍ରତିବାଦ କରିଛନ୍ତି କୋଭିଡ୍ ଯୋଦ୍ଧା। ପ୍ରତିବାଦ ସ୍ୱାରୂପ କଳାବ୍ୟାଜ୍ ପିନ୍ଧି ଡାକ୍ତରମାନେ ମେଡିକାଲରେ ଡ୍ୟୁଟି କରୁଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ କରିବା ସହିତ ହସପିଟାଲରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ […]
କଟକ: କଟକ ସହରରେ କରୋନା ସଂକ୍ରମିତ ଅଧିକ, ଗ୍ରାମାଞ୍ଚଳରେ କମ୍। ବଡ଼ମ୍ବା ନରସିଂହପୁର ଓ ଆଠଗଡ଼, ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି। ଜିଲ୍ଲାରେ ଆଉ ଏକ କୋଭିଡ ହସ୍ପିଟାଲ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। କଟକ ଜିଲ୍ଲାରେ କରୋନା ସ୍ଥିତି ନେଇ ପ୍ରେସମିଟ୍ରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ ଜିଲ୍ଲାରେ ଏଯାବତ ୩୦୧ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ କୋଭିଡ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୧୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୬ ମଧ୍ୟରୁ କ୍ୱାରେଣ୍ଟିନରୁ ୯୮, ଲୋକାଲ କଣ୍ଟାକ୍ଟ କେସ୍ ୬୮ ରହିଛି। ଏନେଇ ଟ୍ୱିଟ୍ ୟୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ସାଲିଆସାହିରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ୟୁନିଟ୍-୯ରୁ ୫ ଓ ଆଇଆର୍ସି ଭିଲେଜରୁ ୪, ଗଙ୍ଗନଗର ଓ ରିଜର୍ଭ ପୋଲିସ କଲୋନୀରୁ […]
ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୪୩ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୩୧,୭୮୪କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ୪୦୨ ଓ ଖୋର୍ଦ୍ଧାରୁ ୨୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକରୁ ୧୩୧ ଓ କୋରାପୁଟରୁ ୧୨୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଜପତିରୁ ୧୧୧ ଓ ବାଲେଶ୍ୱରରୁ ୮୩, ଯାଜପୁର- ୫୮, ସମ୍ବଲପୁର-୪୯, ମାଲକାନଗିରିରୁ ୪୭, […]
କଟକ: ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ୧୨୨ ପଜିଟିଭ ଚିହ୍ନଟ। କଣ୍ଟେନମେଣ୍ଟ ଜୋନରୁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ।ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟିନରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟିନରୁ ୪୮, ଲୋକାଲ କଣ୍ଟାକ୍ଟ କେସ୍ ୩୧ ରହିଛି। କେଉଁ ଅଞ୍ଚଳରୁ କେତେ:- ମାଲଗୋଦାମ ଜଳୁଆ ସାହିରୁ ୨୪, ବେହେରାସାହିରୁ ୮ ଚିହ୍ନଟ ହୋଇଛନ୍ତି। OSAP ଷଷ୍ଠ ବାଟାଲିଅନରୁ ୧୬ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଛୁଆ ବଜାରରୁ ୭, ତେଲେଙ୍ଗା ବଜାରରୁ ୧୦ ଆକ୍ରାନ୍ତ […]
ଭୁବନେଶ୍ୱର: କରୋନା ମୃତ୍ୟୁହାର କ୍ଷେତ୍ରରେ ଆଗରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ। ବିଭିନ୍ନ ରାଜ୍ୟଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କରିଥିବା ଆଲୋଚନା ବେଳେ ଏହି ଉଦବେଗଜନକ ତଥ୍ୟ ସାମନାକୁ ଆସିଛି। ଦେଶର ୮ଟି ରାଜ୍ୟର ୧୩ଟି ଜିଲ୍ଲାରେ ମୃତ୍ୟୁହାର ଜାତୀୟ ହାରଠାରୁ ଅଧିକ ରହିଛି। ଏହିସବୁ ଜିଲ୍ଲା ଭିତରେ ରହିଛି ଗଞ୍ଜାମ। ଏପଟେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ସମେତ ଖୋର୍ଦ୍ଧା ଜିଲ୍ଲାରେ ଏବେ ହୁହୁ ହୋଇ ମାଡୁଛି କରୋନା। ଏମିତିକି ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମକୁ […]
ଭୁବନେଶ୍ୱର: ଓଡ଼ିଶାରେ ୧,୫୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୫୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୯୪୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୮୦ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଛି।
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଓ ନୟାଗଡ଼ରୁ ୩ ଜଣ ଲେଖାଏ, ସୁନ୍ଦରଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। Regret to inform the demise of fourteen #COVID19 positive patients while under […]
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମହାମାରୀ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ପ୍ରଣବ ମୁଖାର୍ଜୀ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସେଲ୍ଫ୍ ଆଇସୋଲେସନ୍ରେ ରହିବା ସହ କରୋନା ଟେଷ୍ଟ୍ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। On a visit to the hospital for a separate procedure, I have tested positive […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୦୭ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର ୭୫ ହୋଇଛି । ସେହିପରି ମୃତ୍ୟୁସଂଖ୍ୟା ୪୪ ହଜାର ୩୮୬ ଜଣ ବୋଲି ଜଣାପଡ଼ିଛି । ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୧୫ ଲକ୍ଷ ୩୫ ହଜାର ୭୪୪ […]
ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠାରେ ଗତ ୧୦୦ ଦିନ ହେବ, କୌଣସି କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇନାହିଁ। ସେହି ଦେଶ ହେଉଛି ନ୍ୟୁଜିଲ୍ୟାଣ୍ଡ। ଯେଉଁଠାରେ ଗତ ୧୦୦ ଦିନରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ତେବେ ନ୍ୟୁଜିଲ୍ୟାଣ୍ଡ ଏମିତି କ’ଣ ବ୍ୟବସ୍ଥା କରିଛି, ଯେଉଁଥିରେ କରୋନା ପୂରା ନିୟନ୍ତ୍ରଣକୁ ଆସିଛି? ନ୍ୟୁଜିଲ୍ୟାଣ୍ଡ୍ ପ୍ରଧାନମନ୍ତ୍ରୀ […]
ଭୁବନେଶ୍ୱର: ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୧୨୩୬ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଏଯାବତ୍ ୩୩୦୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୧୮୨, ରାୟଗଡ଼ାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୋଳରୁ ୩୯, କୋରାପୁଟରୁ ୩୬, ବାଲେଶ୍ୱରରୁ ୩୫, ବରଗଡ଼ରୁ ୩୪, […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଟେଷ୍ଟକୁ ଆହୁରି ଜୋରଦାର କରାଯିବ । ବିଏମ୍ସି ପକ୍ଷରୁ କୋଭିଡ୍ ଟେଷ୍ଟ ବ୍ୟବସ୍ଥାକୁ ଅଧିକ ସମ୍ପ୍ରସାରିତ କରାଯିବା ନେଇ ଯୋଜନା ରଖାଯାଇଛି। ଏନେଇ ଆଜିଠୁ ଭୁବନେଶ୍ୱରର ୯ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟ କରିବା ନେଇ ସୂଚନା ଦେଇଛି ବିଏମ୍ସି। ଆଜିଠୁ ସହରର ୯ଟି ସହରାଞ୍ଚଳ ହସ୍ପିଟାଲରେ ଲୋକେ ଆସି କରୋନା ଟେଷ୍ଟ କରାଇପାରିବେ। ଏହି ସେଣ୍ଟର ଗୁଡ଼ିକ ହେଉଛି ନିଳାଦ୍ରୀ ବିହାର, ୟୁନିଟ୍-୩, ପୋଖରୀପୁଟ୍, ୟୁନିଟ୍-୮, ୟୁନିଟ୍-୯, […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୫୩ ହଜାର ୬୦୧ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିନକରେ ୮୭୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ ସଂଖ୍ୟା ୪୫ ହଜାର ୨୫୭କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। #CoronaVirusUpdates: 📍Total #COVID19 Cases in India (as on August 11, 2020) ▶️28.21% […]
ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୩୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ସର୍ବାଧିକ ୧,୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ୧୩୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୨୩ରହିଛି। ସୋମବାର ରାଜ୍ୟରେ ସର୍ବାଧିକ ରୋଗୀ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ତା ପଛରେ ରହିଛି ଖୋର୍ଦ୍ଧା। ଗଞ୍ଜାମରୁ ୨୨୭ ଜଣ […]
ଭୁବନେଶ୍ୱର: ଖୋର୍ଦ୍ଧାର କରୋନା ସ୍ଥିତି ଜଟିଳ ଆଡକୁ ଗତି କରୁଛି। ଏପରିକି ଗତକାଲି ପଜିଟିଭ ସଂଖ୍ୟାରେ ଗଂଜାମଠୁ ଟପିଥିଲା ଖୋର୍ଦ୍ଧା। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଚିଲିକା ଓ ବାଣପୁର ବ୍ଲକ ଏବଂ ବାଲୁଗାଁ ଓ ବାଣପୁର NAC ସମ୍ପୂର୍ଣ୍ଣ ସଟଡାଉନ୍ କରାଯାଇଛି। ଆଜି ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ସମସ୍ତ ଦୋକାନ, ବଜାର […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨୯୬ରେ ପହଞ୍ଚିଛି। ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼, ପୁରୀ, ବାଲେଶ୍ୱର ଓ ରାୟଗଡ଼ାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। Regret to […]
ନୂଆଦିଲ୍ଲୀ: ଦିନକ ପରେ ଲଞ୍ଚ ହେବ ଦୁନିଆର ପ୍ରଥମ କରୋନା ଭାକ୍ସିନ । ଏହି ଭାକ୍ସିନ ପ୍ରଥମେ ଲଞ୍ଚ କରିବ ଋଷ। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୨ ତାରିଖ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା। ଯଦି ସବୁକିଛି ଠିକ୍ଠାକ୍ ରୁହେ ଏବଂ ଭାକ୍ସିନକୁ ରେଗୁଲେଟରୀ ଆପ୍ରୁଭାଲ ମିଳେ ତେବେ ଏହା ହେବ ବିଶ୍ୱର ପ୍ରଥମ କୋଭିଡ-୧୯ ଭାକ୍ସିନ । ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ଦେଶ ଭାକ୍ସିନ ପ୍ରସ୍ତୁତି କରିବାରେ […]
ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ନିଜେ ସୌମ୍ୟରଞ୍ଜନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସୌମ୍ୟରଞ୍ଜନଙ୍କ ନମୂନା ପରୀକ୍ଷା ପାଇଁ ଯାଇଥିଲା। ଆଜି ରିପୋର୍ଟ ପଜିଟିଭ ଆସିଥିଥିବା ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁଙ୍କୁ ଡାକ୍ତରୀ ପରାମର୍ଶ ପାଇଁ ପରାମର୍ଶ ଦେଇଛନ୍ତି ସୌମ୍ୟରଞ୍ଜନ। ମୁଁ ଆଜି କରୋନା ପଜିଟିଭ ହେଇଥିବା କଥା ଜଣା ପଡ଼ିଛି । ମୁଁ ସୁସ୍ଥ ଅଛି । ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା […]
ନୂଆଦିଲ୍ଲୀ: ଆସିଲା ବିଶ୍ୱର ପ୍ରଥମ କରୋନା ଭାକ୍ସିନ। ଏହି ପ୍ରଥମ ଭାକ୍ସିନ ଲଞ୍ଚ କରିଛି ଋଷ। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୨ ତାରିଖ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କୁ ଏହି ଟିକା ଦିଆଯାଇଛି। ଏ ନେଇ ନିଜେ ରାଷ୍ଟ୍ରପତି ପୁଟିନ ଏକ ସୂଚନା ଦେଇଛନ୍ତି। ତେବେ ସେ ଏହି ଟିକା ନେଇଛନ୍ତି କି ନାହିଁ ସ୍ପଷ୍ଟ କରିନାହାନ୍ତି। ପୁଟିନ କହିଛନ୍ତି, ମୋ ଝିଅ […]
ନୂଆଦିଲ୍ଲୀ: ପ୍ରସିଦ୍ଧ ଗୀତିକାର ଓ କବି ରାହତ ଇନ୍ଦୋରି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସେ ନିଜ ଟ୍ୱିଟ୍ରରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ କାଲି କୋଭଡ -୧୯ର ଲକ୍ଷଣ ଆରମ୍ଭ ହେବାର ମୁଁ ଜାଣିବାକୁ ପାଇଥିଲି। ଏନେଇ ଗତକାଲି ମୁଁ କରୋନା ପରୀକ୍ଷା କରିଥିଲି। ଯାହାର ରିପୋର୍ଟ ପଜିଟିଭ ଆସିଥିଲା। ସେ ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ରାହତ ଇନ୍ଦୋରି ପ୍ରଂଶସକମାନଙ୍କୁ ଅପିଲ୍ କରିଛନ୍ତି ଯେ ତାଙ୍କର […]
ନୂଆଦିଲ୍ଲୀ: ପ୍ରସିଦ୍ଧ କବି ଓ ଲିରିସିଷ୍ଟ ରାହତ ଇନ୍ଦୋରିଙ୍କ ପରଲୋକ ହୋଇଛି। ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଛି। ସେ ଏହା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଅରବିନ୍ଦୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ରାହତ ଇନ୍ଦୋରୀ କରୋନା ପଜିଟିଭ୍ ହେବା ନେଇ ଆଜି ସେ ନିଜେ ଟ୍ୱିଟ୍ କରି ସୂଚନା […]