• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

doctor
ଡାକ୍ତରଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କଲେ ସରକାର

ଭୁବନେଶ୍ୱର: କୋଭିଡ ପରିସ୍ଥିତିରେ ଡାକ୍ତରଙ୍କ ରହିଛି ଗୁରୁ ଦାୟିତ୍ୱ। ତେଣୁ ତାକୁ ନଜରରେ ରଖି ରାଜ୍ୟରେ ଡାକ୍ତରଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି ସରକାର। OHMS କ୍ୟାଡର ଡାକ୍ତରଙ୍କ ବୟସ ସୀମା ୬୫କୁ ବୃଦ୍ଧି ନେଇ ଆଜି କରୋନା ସମୀକ୍ଷା ବୈଠକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କୋଭିଡ୍ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲାଗି ୧୫ କୋଟି ଲେଖାଏଁ ମୋଟ ୩୦ କୋଟି ଟଙ୍କା […]

  • Tuesday, 06 July 2021
paulse
ଆଗାମୀ ୫ ମାସ ଯାଏ ମଗଣାରେ ମିଳିବ ଡାଲି ଓ ଚାଉଳ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ମାସ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମଗଣାରେ ଚାଉଳ ଓ ଡାଲି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟକ ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ ଓ ପ୍ରତି ପରିବାର ପିଛା ଏକ କେଜି ଲେଖାଏଁ ଡାଲି ମାଗଣାରେ ଯୋଗାଇ ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। ପୂର୍ବରୁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରି ସାରିଥିବାବେଳେ […]

  • Tuesday, 06 July 2021
auto
‘ରାତିରେ ଗଡ଼ିବ ୨୨ ଅଟୋ’

ବ୍ରହ୍ମପୁର: ଲକ୍‌ଡାଉନ୍‌ରେ ଲୋକଙ୍କ ସୁବିଧା ପାଇଁ ଅର୍ଥାତ୍‌ ଏହି ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବା ଲାଗି ୨୨ଟି ଅଟୋ ଚଳାଚଳ କରିବ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅଟୋ ଭଡ଼ା କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରିଛି ବ୍ରହ୍ମପୁର ମହାନଗର ନିଗମ। କେଉଁ ଅଟୋ ଚାଳକଙ୍କୁ ରାତିରେ ଅଟୋ ଚଲାଇବା ପାଇଁ ଅନୁମତି ମିଳିବ ସେନେଇ ସମ୍ପୃକ୍ତ ୨୨ଟି ଅଟୋ ଡ୍ରାଇଭରଙ୍କ ନାଁ ସହ ସେମାନଙ୍କ ଗାଡ଼ି ନମ୍ବର […]

  • Tuesday, 06 July 2021
corona
ଦିନକରେ ଓଡ଼ିଶାରୁ ଚିହ୍ନଟ ହେଲେ ୧,୦୭୮ ନୂଆ କରୋନା ଆକ୍ରାନ୍ତ‌

ଭୁବନେଶ୍ୱର: ଓଡ଼ିଶାରେ ୧,୦୭୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୩୫୭ ରହିଛି। ଗଞ୍ଜାମରୁ ସର୍ବାଧିକ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ […]

  • Tuesday, 06 July 2021
coronavirus
ଓଡ଼ିଶାରେ କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମରୁ ୩ ଜଣ, କନ୍ଧମାଳ ଓ ଗଜପତିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ୧,୦୭୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟିନ୍‌ରେ […]

  • Tuesday, 06 July 2021
ଆଜିଠୁ ୧୦ ଦିନ ଯାଏ ସମ୍ବଲପୁର ସଟ୍‌ଡାଉନ୍

ସମ୍ବଲପୁର: ଆଜିଠୁ ୧୦ ଦିନ ଯାଏ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଜିଠୁ ୨୫ ତାରିଖ ଯାଏ ପ୍ରଥମ ଦଫା ଓ ୨୬ ରୁ ୩୧ ତାରିଖ ଯାଏ ଦ୍ୱିତୀୟ ଦଫା ସଟ୍‌ଡାଉନ୍ କରାଯିବ। ସଟ୍‌ଡାଉନ୍‌ରେ ଜିଲ୍ଲା ଭିତରେ ଗମନାଗମନ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ  ରହିବ। ଏଥିସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ। […]

  • Tuesday, 06 July 2021
Coronavirus in India Latest Updates
ଦିନକରେ ଦେଶରେ ୩୭,୭୨୪ କରୋନା ଆକ୍ରାନ୍ତ ଚିହ୍ନଟ, ୬୪୮ ମୃତ

ନୂଆଦିଲ୍ଲୀ: ସାରା ଦେଶରେ କରୋନାର ପ୍ରକୋପ ଦିନକୁ ଭୟଙ୍କର ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୩୭,୭୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪୮ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୨,୯୧୫ରେ ପହଞ୍ଚିଛି। ସେଥିମଧ୍ୟରୁ ଆକ୍ଟିଭ୍‌ କେସ୍‌-୪,୧୧,୧୩୩, ସୁସ୍ଥ-୭,୫୩,୦୫୦ ଓ ମୃତ୍ୟୁ ସଂଖ୍ୟା-୨୮,୭୩୨। ମହାରାଷ୍ଟ୍ରରେ ୩ ଲକ୍ଷ ୨୭ ହଜାର ୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୨ ହଜାର ୨୭୬ରେ […]

  • Tuesday, 06 July 2021
shutdown
ସଟ୍‌ଡାଉନ୍‌ ତାଲିକାରେ ସାମିଲ ହେଲା ଓଡ଼ିଶାର ଆଉ ଏକ ଜିଲ୍ଲା

ରାୟଗଡ଼ା: ସଟ୍‌ଡାଉନ୍‌ ତାଲିକାରେ ସାମିଲ ହେଲା ଓଡ଼ିଶାର ଆଉ ଏକ ଜିଲ୍ଲା। ଆସନ୍ତାକାଲିଠୁ ୨୯ ତାରିଖ ଯାଏ ରାୟଗଡ଼ା ଜିଲ୍ଲାକୁ ସଟ୍‌ଡାଉନ୍‌ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଗତ ୨୪ ଘଣ୍ଟାରେ ରାୟଗଡ଼ାରୁ ୯୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ପ୍ରଶାସନ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧୩୯ଜଣ ସୁସ୍ଥ ହୋଇଥିବା ବେଳେ ୧୯୭ଜଣ ଚିକିତ୍ସାଧୀନ ଅଛନ୍ତି। ୨ଜଣଙ୍କ […]

  • Tuesday, 06 July 2021
ଭୁବନେଶ୍ୱରରୁ ଚିହ୍ନଟ ହେଲେ ନୂଆ ୯୧ କରୋନା ପଜିଟିଭ୍‌, ସୁସ୍ଥ ହେଲେ ୯୯

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୭୨ ଜଣ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ୍‌ କେସ୍ ୧୯ ରହିଛି। ଏନେଇ ଟ୍ୱିଟ୍  ବିଏମ୍‌ସି ପକ୍ଷରୁ ଯୋଗେ ସୂଚନା ଦିଆଯାଇଛି। ତେବେ ୯୯ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୪୩ରେ ପହଞ୍ଚି ଥିବାବେଳେ ୭୨୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ଆକ୍ଟିଭ କେସ୍‌ ୬୦୬ ରହିଛି। ୧୧ ଜଣଙ୍କ ମୃତ୍ୟୁ ହୋଇଛି।

  • Tuesday, 06 July 2021
coronavirus
ଜଣଙ୍କ ସଂସ୍ପର୍ଶରେ ଆସି ଏତିକି ହେଲେ କରୋନା ସଂକ୍ରମିତ..., ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ଜଣେ ସୁପର୍‌ ସ୍ପ୍ରେଡରଙ୍କୁ ନେଇ ଚିନ୍ତା ବଢ଼ିଛି। ମଞ୍ଚେଶ୍ୱରରେ ଥିବା ଏକ ଅଟାକଳରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ୨୬ଜଣ ଉକ୍ତ ଅଟାକଳର କର୍ମଚାରୀ ଓ ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ଅଟାକଳର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି।  ଆଜି ମଞ୍ଚେଶ୍ୱରରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

  • Tuesday, 06 July 2021
naveen
ଓଡ଼ିଶାକୁ ଆଗ ମିଳିବ କରୋନା ଟିକା!

ଭୁବନେଶ୍ୱର: କରୋନା ଟିକା ପ୍ରସ୍ତୁତିରେ ସେରମ ଇନଷ୍ଟିଚ୍ୟୁଟର ସଫଳତା ପରେ ସିଇଓ ଆଦର ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଭିଡିଓ କନଫରନେସିଂ ମାଧ୍ୟମରେ ଏହି ଆଲୋଚନା ହୋଇଥିଲା। ଟିକା ପ୍ରସ୍ତୁତିରେ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ପୁନାୱାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟିକା ପ୍ରସ୍ତୁତି ପରେ ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ଟିକା ଯୋଗାଇଦେବାକୁ ସେ ତାଙ୍କର ସହଯୋଗ ଲୋଡିଥିଲେ। ଏହାଛଡ଼ା କରୋନା ମୁକାବିଲାରେ ଓଡ଼ିଶାର ପଦକ୍ଷେପକୁ ପୁନାୱାଲା ପ୍ରଶଂସା କରିଛନ୍ତି। Hon'ble Sri @Naveen_Odisha today […]

  • Tuesday, 06 July 2021
sameer
ଚଳିତ ବର୍ଷ ସ୍କୁଲ ସିଲାବସ୍ କମିବ

ଭୁବନେଶ୍ୱର: କରୋନା ଯୋଗୁଁ ଚଳିତ ବର୍ଷ ସ୍କୁଲ ସିଲାବସ୍ କମିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସିଲାବସ୍ ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ କେତେ ପ୍ରତିଶତ ସିଲାବସ୍ କମିବ ସେନେଇ ପିଲାଙ୍କୁ ଆଗୁଆ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ କେବେ ସ୍କୁଲ ଖୋଲିବ ତାହା ସ୍ଥିର ହୋଇପାରୁ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ […]

  • Tuesday, 06 July 2021
PTI03-03-2020_000069A
କଟକ ସହରରୁ ଆଉ ୫୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ସହରରୁ ଆଉ ୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧ ସରକାରୀ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୪୧ ହୋମ୍ କ୍ୱାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ତା ସହିତ ୨ଟି ଲୋକାଲ କେସ୍ ରହିଛି। ସେହିଭଳି ଖଟବିନ ସାହିରୁ ୩୨, ଶଙ୍କରପୁର ପରିଡ଼ା ସାହିରୁ ୮ ଚିହ୍ନଟ ହୋଇଛନ୍ତି। ମଣିସାହୁ ଛକରୁ ୧, ଥୋରିଆସାହିରୁ ୧, ସୁତାହାଟରୁ ମଧ୍ୟ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ କଟକ ସହର ପାଇଁ ଚିନ୍ତାର କାରଣ ପାଲଟିଛି ଖଟବିନ […]

  • Tuesday, 06 July 2021
pradipta nayak
କରୋନା ପରିଚାଳନାରେ ପଶ୍ଚିମ ଓଡ଼ିଶାକୁ ଅଣଦେଖା ଅଭିଯୋଗ

ଭୁବନେଶ୍ୱର: କରୋନା ପରିଚାଳନା କ୍ଷେତ୍ରରେ ସରକାର ପଶ୍ଚିମ ଓଡ଼ିଶାକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପଶ୍ଚିମ ଓଡ଼ିଶାର ସ୍ଥିତି ସାଙ୍ଘାତିକ ହେଲାଣି। ଆଗ ଅପେକ୍ଷା ବର୍ତ୍ତମାନ ବହୁ ମାତ୍ରାରେ ସଂକ୍ରମିତ ଏହି ସବୁ ଜିଲ୍ଲାରୁ ଆସୁଛି। ଏଠି କିଛି ବ୍ୟବସ୍ଥା କରାଯାଇନାହିଁ ବୋଲି ପ୍ରଦୀପ୍ତ ଅଭିଯୋଗ କରିଛନ୍ତି। ଅଧାରୁ ଅଧିକ ଡାକ୍ତର ଗଞ୍ଜାମକୁ ପଠାଇଛନ୍ତି ସରକାର। ସେପଟେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଟେଷ୍ଟ ମଧ୍ୟ ଅଧିକ ପରିମାଣରେ ହେଉନାହିଁ। […]

  • Tuesday, 06 July 2021
coronavirus
ଘରେ ପତ୍ନୀ ଓ ପିଲା, ଗଛ ତଳେ ଜୀବନ ବିତାଉଛନ୍ତି କରୋନା ଯୋଦ୍ଧା

ରେଢ଼ାଖୋଲ: କରୋନା କାଳରେ ସାମ୍ନାକୁ ଆସିଲା ଆଉ ଏକ କରୁଣା କହାଣୀ। ରେଢ଼ାଖୋଲ ମେଡିକାଲରେ ଡ୍ରେସର ଭାବେ କାମ କରୁଥିବା ୪୦ ବର୍ଷୀୟ ଅକୃର ସେଠୀଙ୍କୁ ଏବେ ଗଛ ତଳେ ଜୀବନ ବିତାଇବାକୁ ପଡ଼ୁଛି।  କାହିଁକିନା ଗାଁ ଭିତରକୁ ପ୍ରବେଶ ଉପରେ କଟକଣା ଲାଗିଛି। ଘରେ ସ୍ତ୍ରୀ, ପିଲାମାନେ ବାପାଙ୍କୁ ଦେଖିଥିଲେ ମଧ୍ୟ ପାଖକୁ ଆସିପାରୁନାହାନ୍ତି। ଗତ ୫ ଦିନ ହେବ ଏମିତି ଭାବେ ଜୀବନ ବିତାଉଛନ୍ତି ଡବାହାଲ ପଚାଂୟତ ଟାଲ ଗାଁର ଅକୃର ସେଠୀ। ରେଢାଖୋଲ […]

  • Tuesday, 06 July 2021
board
କେନ୍ଦ୍ରୀୟ ବୋର୍ଡ ଫଣ୍ଡା ଆପଣାଇବ କି ସ୍କୁଲ ଓ ଗଣଶିକ୍ଷା ବିଭାଗ?

ଭୁବନେଶ୍ୱର: କରୋନା ମାଡ଼ରେ ସଂକୁଚିତ ହେବ ପିଲାଙ୍କ ପାଠ୍ୟକ୍ରମ। ପ୍ରଥମରୁ ଦଶମ ଏବଂ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ସିଲାବସ୍ କମିବ। ତେବେ ସିଲାବସ୍ କେତେ ପ୍ରତିଶତ କମିବ ତାହା ଶିକ୍ଷାନୁଷ୍ଠାନ ଖୋଲିବା ପରେ ହିଁ ସ୍ପଷ୍ଟ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ  ପିଲା ଏବଂ ଶିକ୍ଷାବିତ୍ ସ୍ୱାଗତ କରିଛନ୍ତି। କିନ୍ତୁ ପ୍ରକୃତରେ ସିଲାବସ୍‌ର କଣ ହେବ ରୂପରେଖ, ତାକୁ ନେଇ ଆଶଙ୍କାରେ ପଡ଼ିଯାଇଛନ୍ତି ସମସ୍ତେ। କେନ୍ଦ୍ରୀୟ ବୋର୍ଡ […]

  • Tuesday, 06 July 2021
coorna
ଆଉ ୪୪୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୪୪୦ କରୋନା ଆକ୍ରାନ୍ତ। ଖୋର୍ଦ୍ଧାରୁ ୮୩, ଗଂଜାମରୁ ୬୮ଓ ବାଲେଶ୍ୱରରୁ ୪୯ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମାଲକାନଗିରି ୪୦, ଜଗତସିଂହପୁର ୨୩, ଭଦ୍ରକ ୨୧, ମୟୂରଭଂଜରୁ ୨୦ ସୁସ୍ଥ ହୋଇଥିବା ବେଳେ କୋରାପୁଟ ୧୮, ପୁରୀ ୧୭, କଟକ ୧୧, ବରଗଡ଼ରୁ ୧୦ ସୁସ୍ଥ ହୋଇଛନ୍ତି। ଝାରସୁଗୁଡ଼ା, କେନ୍ଦୁଝର ଓ ନବରଙ୍ଗପୁରରୁ ୧୨ ଲେଖାଏଁ […]

  • Tuesday, 06 July 2021
odisha
ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର: ଖୁବ୍‌ଶୀଘ୍ର ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜ୍‌ମା ଥେରାପି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଗୁରୁତର କରୋନା ରୋଗୀଙ୍କୁ ଆଇଜିଏଚ୍‌ରେ ପ୍ଲାଜମା ଥେରାପି ଦିଆଯିବ। ଏବଂ ସେଠାରେ ପ୍ଲାଜ୍‌ମା ବ୍ୟାଙ୍କ୍ ମଧ୍ୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ସଂକ୍ରମଣ ବହୁଳ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର୍ ସେଣ୍ଟର ଭିତ୍ତିଭୂମି ବିକାଶ ପାଇଁ ୫ କୋଟି ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ […]

  • Tuesday, 06 July 2021
fff
ଥିଲାବାଲାଙ୍କର ସମ୍ଭଳ ଅଛି, ନଥିଲାବାଲାଙ୍କ ପାଇଁ ସରକାର, ମଧ୍ୟବିତ୍ତଙ୍କ ପାଇଁ କିଏ ?

ଭୁବନେଶ୍ୱର: ଥିଲାବାଲାଙ୍କ ପାଖରେ ସଞ୍ଚୟ ଅଛି, ସମ୍ବଳ ଅଛି; ଆଉ କିଛି ନଥିଲା ବାଲାଙ୍କ ପାଇଁ ସରକାର ଅଛି, ଯୋଜନା ଅଛି ହେଲେ ଯେଉଁମାନେ ମଝିରେ ରହିଗଲେ? ସେମାନଙ୍କ କଥା ପଚାରୁଛି କିଏ? ଆମେ କହୁଛୁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ କଥା। ସେମାନେ ନା ଏ କୂଳର, ନା ସେ କୂଳର। କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ପର୍ଯ୍ୟାୟରେ ଲାଗୁ ହେଉଥିବା ଲକ୍‌ଡାଉନ, ସଟ୍‌ଡାଉନ ଭଳି କଟକଣା ଭିତରେ, କାହାର ବେପାର ବେଉସା ଠପ୍ ପଡ଼ିଛି, […]

  • Tuesday, 06 July 2021
asit tripathy
କରୋନା ମୁକାବିଲା ପାଇଁ ୪ ମାସରେ ଖର୍ଚ୍ଚ ହୋଇଛି ୧୯ଶହ କୋଟି

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। କରୋନା ପାଇଁ ରାଜସ୍ୱ ଆଦାୟ କମିଥିବାରୁ ବଜେଟର ପୁନର୍ବିନ୍ୟାସ ହେବ। ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ି ଅନ୍ୟ ବିଭାଗର ଅର୍ଥ ଖର୍ଚ୍ଚ ହେଉନଥିବାରୁ ଏହାକୁ କରୋନା ମୁକାବିଲାରେ ଖର୍ଚ୍ଚ କରାଯିବ। ସ୍ୱାସ୍ଥ୍ୟସେବା ଲାଗି ସମସ୍ତ ଖର୍ଚ୍ଚ ବହନ କରିବେ ସରକାର। ଏଥିପାଇଁ ଆବଶ୍ୟକ ଅର୍ଥ ଭରଣା ଲାଗି ବଜାରରୁ ଋଣ ଉଠାଇବେ। କେନ୍ଦ୍ରୀୟ ଯୋଜନାରେ ଅନୁଦାନ କମିବା ଆଶଙ୍କା ରହିଛି। ବର୍ତ୍ତମାନ କୋଭିଡ ମୁକାବିଲା ଲାଗି ସରକାର […]

  • Tuesday, 06 July 2021
ghrabhda
କେତେ ନିର୍ଦ୍ଦୟୀ ଏହି ଘର ମାଲିକ

ଅନୁଗୁଳ: କରୋନା ସଂକ୍ରମଣ ଭଳି କଠିନ ସମୟରେ ସମାଜରୁ ମରିଯାଉଛି ମାନବିକତା। ମଣିଷ ଭୁଲି ଯାଉଛି ମଣିଷ ପଣିଆ। ଅନୁଗୁଳ ପୌରାଞ୍ଚଳରୁ ଏମିତି ଏକ ଖବର ଆସିଛି ଯାହା ଅଭାବନୀୟ ଓ ନିନ୍ଦନୀୟ। ଘରଭଡ଼ା ଦେଇ ନ ପାରିବା ସହ ଗତ କିଛିଦିନ ପୂର୍ବରୁ ମହିଳାଙ୍କ ଏକ ସନ୍ତାନ ପ୍ରସବ ହୋଇଥିବାରୁ ଘର ମାଲିକ ଦମ୍ପତିଙ୍କୁ ଘରୁ ବାହାର କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଆଉ ଏବେ ଅନୁଗୁଳ ସାପ୍ତାହିକ ହାଟ ପିଣ୍ଡିରେ ଅତି ଦୟନୀୟ […]

  • Tuesday, 06 July 2021
accident
ଲକ୍‌ଡାଉନ୍‌ ସମୟରେ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ।  ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ ୬୫% ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ(ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ) ବିଭିନ୍ନ ସ୍ଥାନରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୩୮୪ ଜଣଙ୍କ ମୃତ୍ୟୁ ହୋଇଛି। ୮୩୬ଟି ଦୁର୍ଘଟଣା ହୋଇଥିବା ବେଳେ ୭୨୨ ଜଣ ଆହତ ହୋଇଛନ୍ତି। ୨୦୧୯ ରେ ଏହି ସମୟରେ ଦୁର୍ଘଟଣାରେ […]

  • Tuesday, 06 July 2021
journalist--1
କରୋନା ଭୟରେ ପର କରିଦେଲେ ଆତ୍ମୀୟସ୍ୱଜନ, ସହାୟତାର ହାତ ବଢ଼ାଇଲେ ୪ ସାମ୍ବାଦିକ

ଆସିକା: ପାଖରେ ପଡ଼ିଛି ସ୍ୱାମୀର ମୃତଦେହ, ଆଉ କୋହଭରା କଣ୍ଠରେ କଇଁ କଇଁ ହୋଇ କାନ୍ଦୁଛନ୍ତି ସ୍ତ୍ରୀ। ପାଖରେ କେହି ନାହାନ୍ତି ସ୍ୱାମୀଙ୍କ ଶବକୁ କାନ୍ଧ ଦେବାକୁ। ଦୁଃଖ ସମୟରେ ବନ୍ଧୁବାନ୍ଧବଙ୍କଠୁ ଆରମ୍ଭ କରି ସାହି ପଡ଼ିଶା କେହିବି ମୁହଁକୁ ଚାହିଁଲେନି। ଉପାୟଶୂନ୍ୟ ହୋଇ କାନ୍ଦୁଛନ୍ତି ମହିଳା ଜଣକ। ହେଲେ ମହିଳାଙ୍କ ଏଭଳି ଦୁଃଖ ସମୟରେ ପ୍ରକୃତ ବନ୍ଧୁ ସାଜି ଠିଆହେଲେ ୪ ସାମ୍ବାଦିକ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଗାଁର ବଡ଼ଦାଣ୍ଡ ସାହି ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ […]

  • Tuesday, 06 July 2021
corona 1
ଓଡ଼ିଶାରେ କରୋନା ନେଲା ଆଉ ୬ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ଅଛନ୍ତି। ସୂଚନାଥାଉ କି,  ଓଡ଼ିଶାରେ ୧,୨୬୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ […]

  • Tuesday, 06 July 2021