• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ ଓ ବହୁତ ଭଲ ନେତା-ଟ୍ରମ୍ପ

ୱାଶଂଟନ: ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଦେବାପାଇଁ ଭାରତ ଅନୁମତି ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋଦି ବହୁତ ଭଲ ଓ  ମହାନ ନେତା ବୋଲି କହିଛନ୍ତି ଟ୍ରମ୍ପ। କରୋନାରେ ସର୍ବାଧିକ ସକ୍ରଂମିତ ଦେଶ ଆମେରିକାର ରାଷ୍ଟପତି ‌ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମରିକା ୨୯ ମିଲିୟନ ଔଷଧ କିଣିବ ଏବଂ ଏଥିରୁ ସବୁଠାରୁ ଅଧିକ ଭାରତ ଯୋଗାଇବ। କରୋନା ଭାଇରସର ବିପଦ ଏବେ ସାରା ବିଶ୍ୱକୁ ଘାରିଛି। ଆମେରିକାରେ […]

  • Monday, 12 July 2021
china
୭୬ ଦିନ ପରେ ଉହାନରୁ ହଟିଲା ଲକ୍‌ଡାଉନ୍

ନୂଆଦିଲ୍ଲୀ: କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ହୁବେଇ ରାଜ୍ୟର ଉହାନରୁ ଗତକାଲି ମଧ୍ୟରାତ୍ରୀରୁ ଲକ୍‌ଡାଉନ୍ ହଟିଛି। ଦୀର୍ଘ ୭୬ ଦିନ ପରେ ଚାଇନା ସରକାର ଲକ୍‌ଡାଉନ୍ ହଟାଇଛନ୍ତି। ଏଣିକି ଉହାନବାସୀ ପୂର୍ବ ଭଳି ନିଜ ନିଜର କାମ କରିପାରିବେ। ଗତବର୍ଷ ଡିସେମ୍ୱର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ ୨୩ରେ ଲକ୍‌ଡାଉନ୍ ଘୋଷଣା କରିଥିଲେ। କରୋନା ଭାଇରସ ପାଇଁ ଚାଇନାରେ ୩୩୦୦ରୁ […]

  • Monday, 12 July 2021
547646547
ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମ୍‌ସି।  ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ। ସବୁଠୁ ବଡ଼ କଥା ହେଉଛି, ଏହି ସଂକ୍ରମିତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସେ ବାହାର ଦେଶକୁ ଯାଇ ନାହାନ୍ତି କି ଦେଶର କୌଣସି ଅଞ୍ଚଳକୁ ଯାଇନଥିବା ଜଣାପଡ଼ିଛି । ଫଳରେ ଏହା ପ୍ରଶାସନର ଚିନ୍ତା ବଢାଇଛି । ସତ୍ୟନଗର ଛକରୁ-କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ-ପତଞ୍ଜଳି […]

  • Monday, 12 July 2021
Untitled-1
ଏଇ ଚାମ୍ବର ଭିତରେ ଚାଲିଗଲେ ଭାଇରସ୍‌ ମୁକ୍ତ ହେବ ସମ୍ପୂର୍ଣ୍ଣ ଶରୀର !

ନୂଆଦିଲ୍ଲୀ: ସମସ୍ତଙ୍କୁ ଘାରିଛି କରୋନା ଭୟ। ଦିନକୁ ଦିନ କରୋନାର କରାଳ ଗ୍ରାସରେ ହଜାର ହଜାର ଲୋକ ଜୀବନ ହାରୁଛନ୍ତି। ନା ଔଷଧ, ନା ଭାକ୍ସିନ …। ଏକମାତ୍ର ମାଧ୍ୟମ ହୋଇଛି ସାନିଟାଇଜେସନ ଓ ସୋଶାଲ ଡିଷ୍ଟାନ୍ସ। ନିୟମିତ ସମୟ ବ୍ୟବଧାନରେ ସାବୁନ, ହାଣ୍ଡୱାଶରେ ହାତ ଧୋଇବା, ସାନିଟାଇଜର ଲଗାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ତଥାପି ମନରେ ଭୟ ରହୁଛି, କେଉଁଠି ଭାଇରସ ରହିଗଲା କି ? ଏ ନେଇ ଏକ ଖୁସି ଖବର, ଏଣିକି ମେସିନ୍‌ରେ […]

  • Monday, 12 July 2021
america
କରୋନା: ଗୋଟିଏ ଦିନରେ ଆମେରିକାରେ ୧୯୭୦ ମୃତ

ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୮୨ ହଜାର ପହଞ୍ଚିଛି। ମୋଟ ସଂକ୍ରମଣ ସଂଖ୍ୟା ୧୪ ଲକ୍ଷ ଟପିଗଲାଣି। ତାସହ ୨୦୯ ଦେଶ ଏବେ ଏହି ମହାମାରୀ କବଳରେ। ସବୁଠୁ ଉଦବେଗଜନକ ସ୍ଥିତି ଆମେରିକାରେ । ସେଠାରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୮୦୦ ଟପିଥିବାବେଳେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୯ ଶହ ୭୦ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ମିଚିଗାନ୍, କାଲିଫର୍ଣ୍ଣିଆ, […]

  • Monday, 12 July 2021
corona
୧୪ ମାସ ଶିଶୁର ଜୀବନ ନେଲା କରୋନା

ନୂଆଦଲ୍ଲୀ: ଦେଶରେ ଉଦ୍‌ବେଗଜନକ ଭାବେ ମାଡ଼ି ଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍ ସଂକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୭୮୯କୁ ବୃଦ୍ଧି ପାଇଛିା ସେହିଭଳି ୩୫୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଗୁଜରାଟ ଜାମନଗର ଅଞ୍ଚଳରେ କରୋନାରେ ଆକ୍ରାନ୍ତ ୧୪ ମାସ […]

  • Monday, 12 July 2021
trump
କରୋନା ମୁକାବିଲା ପାଇଁ ଆମେରିକା ପ୍ରଥମେ ମାଗିଲା ସହାୟତା, ପରେ ଧମକ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ  ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟାମଲ ଭଳି ଔଷଧ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ସାମୟିକ ଭାବେ ହଟାଇ ଦେଇଛନ୍ତି। କରୋନା ବିରୋଧରେ ହାଇଡ୍ରୋକ୍ଲୋରକୁଇନ ଉପଯୁକ୍ତ ଆଣ୍ଟି ବାଓଟିକ ହୋଇଥିବାରୁ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତକୁ ଏହା ମାଗିଥିଲେ। ସୋମବାର ଭାରତ ସରକାର ସମସ୍ତ ପ୍ରକାରର ମେଡିସିନ୍ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଉଠାଇ ଦେଇଛନ୍ତି। ହେଲେ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲକୁ କଟକଣା ତାଲିକାଭୁକ୍ତ କରିଛନ୍ତି। ଅନ୍ୟପକ୍ଷେ […]

  • Monday, 12 July 2021
Untitled-1
କରୋନା ଆକ୍ରାନ୍ତ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ଲଣ୍ଡନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ତାଙ୍କୁ ଡାଉନିଂ ଷ୍ଟ୍ରିଟରେ ଥିବା ସେଣ୍ଟ ଥୋମାସ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ କହିଛନ୍ତି, ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ବିଗିଡ଼ିଥିଲା। ତେଣୁ ଡାକ୍ତର ଟିମ୍‌ର ପରାମର୍ଶକ୍ରମେ ତାଙ୍କୁ ଆଇସିୟୁରେ ରଖାଯାଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଥିବାରୁ ବୈଦେଶିକ […]

  • Monday, 12 July 2021
123
ଦେଶରେ ୪ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ:ଦେଶରେ କରୋନା ମୃତ୍ୟୁସଂଖ୍ୟା ଶହେ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ଘାତକ ମହାମାରୀ ଏଯାଏଁ ୧୧୧ ଜଣଙ୍କ ମୁଣ୍ଡ ନେଲାଣି । କେବଳ ଗତକାଲି ୩୦ ଜଣଙ୍କ ଜୀବନ ଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୭୦୪ଟି ନୂଆ  ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥିସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୨୮୧ର ପହଞ୍ଚିଛି। କରୋନା ସଂକ୍ରମଣରୁ ସୁସ୍ଥ ହୋଇ ୩୧୮ ଜଣ ଆରୋଗ୍ୟ ଲାଭ କରିଛନ୍ତି […]

  • Monday, 12 July 2021
america
୨୪ ଘଣ୍ଟା ମଧ୍ୟରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୧୨ଶହ ଟପିଲା

ୱାଶିଂଟନ: ସାରା ବିଶ୍ୱରେ ବଢ଼ିଚାଲିଛି କରୋନା ଜନିତ ସଂଖ୍ୟା । ବିଶେଷ କରି ଆମେରିକା ଏବଂ ସ୍ପେନରେ ଚିନ୍ତାଜନକ ସ୍ଥିତି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ୧୨ଶହ ଟପିଛି ମୃତକଙ୍କ ସଂଖ୍ୟା। ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩ ଲକ୍ଷ ୩୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୦ ହଜାର ପାଖାପାଖି ପହଞ୍ଚିଲାଣି। ସାରା ବିଶ୍ୱରେ ୧୧ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା […]

  • Monday, 12 July 2021
japan
ଜାଣି ଜାଣି କରୋନା ସଂକ୍ରମିତ ହେଲେ ମେୟର

ବର୍ଲିନ: ପୁରା ଦୁନିଆରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ସମସ୍ତଙ୍କୁ ସୋଶିଆଲ ଡିଷ୍ଟାନ୍ସ ରକ୍ଷା କରିବାକୁ କୁହାଯାଇଛି। ଏକାଧିକ ଲୋକ ଏକାଠି ନ ହେବାକୁ ଅନୁରୋଧ କରାଯାଇଛି । କାରଣ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ଭୟ ରହିଛି । ହେଲେ ଏପରି ସମୟରେ ବର୍ଲିନର ଏମିତି ଏକ ଖବର ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଲିନର ଜଣେ ମେୟର ଜାଣି ଜାଣି ନିଜକୁ କରୋନା ସଂକ୍ରମିତ କରିଦେଲେ। ବର୍ଲିନର ଜଣେ […]

  • Monday, 12 July 2021
centre
ଏପ୍ରିଲ ୧୪ ପରେ ବଢିବ କି ଲକ୍‌ଡାଉନ ଅବଧି ?

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଅନ୍ୟପଟେ ଏପ୍ରିଲ ୧୪ରେ ପ୍ରଥମ ୨୧ ଦିନିଆ ଲକଡାଉନ୍ ଅବଧି ଶେଷ ହେଉଛି। ସୂଚନା ଅନୁସାରେ ସରକାର ସର୍ତ୍ତମୂଳକ ଭାବେ ପ୍ରଥମ ଦଫା ତାଲାବନ୍ଦ ଉଠେଇଦେବେ। କିନ୍ତୁ ମେ ୧୫ ତାରିଖରୁ ଦ୍ୱିତୀୟ ଥର ତାଲାବନ୍ଦ ଘୋଷଣା କରିପାରନ୍ତି। ଯଦଓ ଏ ନେଇ ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ, ତେବେ ଦେଶର ପ୍ରମୁଖ ଗଣମାଧ୍ୟମରେ ଏ ନେଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ଏପ୍ରିଲ ୩ ତାରିଖରେ […]

  • Monday, 12 July 2021
kalahandi
ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍‌ ହେଲା କଳାହାଣ୍ଡିର ଏସବୁ ଅଞ୍ଚଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକରେ ପ୍ରଥମ କୋରନା ରୋଗୀ ଚିହ୍ନଟ ପରେ ସଂକ୍ରମଣ ନବ୍ୟାପିବାକୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।  ଜିଲ୍ଲା ପ୍ରଶାସନ ତିନିଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଏରିଆ ଭାବେ ଘୋଷଣା କରିଛି । ଏହି ଅଞ୍ଚଳସବୁ ହେଲା  ରାଗୁଡ଼ା, ପାଞ୍ଜିଆ ଓ ଖମାରହଳଦୀ।  ସେହିଭଳି ସୋସିଆ, ଆମ୍ବଗୁଡ଼ା ଓ ଘୋଟିଆ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ । ଏସବୁ ଅଞ୍ଚଳରେ କେବଳ ମେଡିକାଲ ଏମର୍ଜେନ୍ସିକୁ ବାଦ ଦେଇ କୌଣସି ସରକାରୀ […]

  • Monday, 12 July 2021
corona
ଦେଶରେ ୧୦୯ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ:ଦେଶରେ ୧୦୯ଜଣଙ୍କ ମୁଣ୍ଡ ନେଲା କରୋନା। ଆଜି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଶହେ ଟପିଛି। ଏଥି ସହ ଦେଶରେ ମୋଟ୍ ୪ ହଜାର ୬୭ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୩ ହଜାର ୬ଶହ ୬୬ ଚିକିତ୍ସାଧୀନ ଅଛନ୍ତି। ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ୨୯୧ଡିସ୍‌ଚାର୍ଜ ହେଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, କେରଳ, ଉତ୍ତର […]

  • Monday, 12 July 2021
india
ଭୁବନେଶ୍ୱରରେ କରୋନା ସ୍ଥିତି; ଅଧିକାଂଶ ଆକ୍ରାନ୍ତଙ୍କର ସୂର୍ଯ୍ୟନଗର ଓ ବମିଖାଲ ଲିଙ୍କ୍‌ ରହିଛି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରେ ପହଞ୍ଚିଛି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ନୂଆ ୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଭିତରୁ କେବଳ ବମିଖାଲରୁ ୧୫ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କର ଭୁବନେଶ୍ୱରର ସୂର୍ଯ୍ୟନଗରରେ ପ୍ରଥମ […]

  • Monday, 12 July 2021
corona
କଟକ ସହର ବି ହେବ ୪୮ ଘଣ୍ଟିଆ ଶଟ ଡାଉନ୍‌

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ପୂରା ଶଟ୍‌ ଡାଉନ୍‌ ଘୋଷଣା କରାଯିବା ପରେ କଟକ ସହରକୁ  ଏଥିରେ ସାମିଲ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଏ ନେଇ  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରୁ ୬ ଟି କରୋନା ପଜିଟିଭ ମିଳିଥିବାରୁ ୪୮ ଘଣ୍ଟା ଶଟ୍ ଡାଉନ୍ ଘୋଷଣା […]

  • Monday, 12 July 2021
cv
ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡ଼ିଛି। ଏନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ତେବେ ସେ କେବେ ଦିଲ୍ଲୀରୁ ଫେରିଲେ ତାହା ସ୍ପଷ୍ଟ ହୋଇନାହିଁ। ଏପରିକି ସେ କାହା କାହା […]

  • Monday, 12 July 2021
EUqVFHrU4AAhHaR
ଶଟ୍‌ ଡାଉନ ବେଳେ କ’ଣ ବନ୍ଦ ରହିବ ?

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଲେ କଠୋର ପଦକ୍ଷେପ। ୨୧ ଦିନିଆ ଲକ୍‌ଡାଉନ ଚାଲିଥିବାବେଳେ ଆଜି ସରକାର ପୁଣି ଲାଗୁ କରିଛନ୍ତି ୪୮ ଘଣ୍ଟିଆ ଶଟ୍‌ଡାଉନ। ତେବେ କ’ଣ ଏହି ଶଟ୍‌ଡାଉନର ଅର୍ଥ ? ଏମିତି ତ ସବୁ ବନ୍ଦ ଥିଲା, ପୁଟି କ’ଣ ବନ୍ଦ ହେବ ? ଏମିତି ପ୍ରଶ୍ନ ମନକୁ ଆସୁଛି। ଲକ୍‌ଡାଉନ ଠାରୁ ଆହୁରି କଡାକଡି ହେବ ଶଟ୍‌ଡାଉନର ଗାଇଡଲାଇନ। ଲକ୍‌ଡାଉନବେଳେ ଗ୍ରୋସରୀ, ପରିବା, କ୍ଷୀର, ମାଛ, ମାଂସ ଆଦି […]

  • Monday, 12 July 2021
lockdown-1
ଲକ୍‌ଡାଉନ୍: ଖୋଲା ହେଲା ଏସବୁ ଦୋକାନ

ଭୁବନେଶ୍ୱର: ଲକ୍‌ଡାଉନ୍ ବେଳେ କଣ କଣ ଖୋଲା ରହିବ ? କେଉଁ ସବୁ ଦୋକାନକୁ ବନ୍ଦରୁ ବାଦ୍ ଦିଆଯିବ ? ଏହାର ପୁଣି ଏକ ତାଲିକା ପ୍ରସ୍ତୁତ କଲା ପ୍ରଶାସନ। ଏ ନେଇ ପୁଣି ଥରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଛନ୍ତି ଗୃହ ସଚିବ ଅଜୟ ଭଲ୍ଲା। ଏହି ତାଲିକା ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଗରିବ ହିତାଧିକାରୀ, ମହିଳା ଏବଂ ଶିଶୁଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପ୍ରତି ୧୫ ଦିନରେ ପହଞ୍ଚାଇବା […]

  • Monday, 12 July 2021
capital hospital
ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସିର ଖବର। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୨ୟ ବ୍ୟକ୍ତି ଦୁଇଦିନ ତଳେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିବାବେଳେ ଆଜି ପ୍ରଥମ ଆକ୍ରାନ୍ତଙ୍କୁ ଡିସ୍‌ଚାର୍ଜ କରାଯାଇଛି। ପ୍ରଥମ ଆକ୍ରାନ୍ତ ଜଣକ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ନମୁନା ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନରୁ ଡିସ୍‌ଚାର୍ଜ କରାଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଏଥିସହ ବିଭାଗ କ୍ୟାପିଟାଲ୍ ହସ୍ପିଟାଲ୍ […]

  • Monday, 12 July 2021
jail
କରୋନା ପାଇଁ ମୁକ୍ତ ହେଲେ ୧୭୭ କଏଦୀ

ଭୁବନେଶ୍ୱର: କରୋନା ପାଇଁ ମୁକ୍ତି ପାଇଲେ କଏଦୀ। ଏଥିସହିତ ଅନେକ କଏଦୀଙ୍କୁ ସ୍ଥାନାନ୍ତର ମଧ୍ୟ କରାଯାଇଛି। କରୋନକୁ ଦୃଷ୍ଟିରେ ରଖି ଏସବୁ କରାଯାଉଛି। କାରଣ ଅନେକ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହିଛନ୍ତି। ଜେଲ୍‌ରେ ଯେପରି କରୋନା ନ ବ୍ୟାପିବ ସେଥିପାଇଁ କର୍ତ୍ତୃପକ୍ଷ ଆଗୁଆ ପଦକ୍ଷେପ ସ୍ୱରୂପ ଏପରି କରିଛନ୍ତି। ଓଡ଼ିଶାରେ ବିଭିନ୍ନ ଜେଲରେ ଏବେ ଅଛନ୍ତି ୧୭ହଜାର ୫୧୯ ଜେଲ ଅନ୍ତେବାସୀ ଏମାନଙ୍କ ମଧ୍ୟରୁ ୩ ହଜାର ୭୫୩ କଏଦୀ ଏବଂ ୧୩ ହଜାର ୭୬୬ଜଣ […]

  • Monday, 12 July 2021
world bank
କୋଭିଡ ୧୯ ବିରୋଧି ଲଢ଼େଇରେ ସାମିଲ ହେଲା ବିଶ୍ୱବ୍ୟାଙ୍କ, ଏସବୁ ଦେଶକୁ ଦେବ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧୀ ଲଢ଼େଇରେ ଭାରତ ଓ ଭାରତ ଭଳି ଦେଶମାନଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛି ବିଶ୍ୱବ୍ୟାଙ୍କ। ବିଶ୍ୱବ୍ୟାଙ୍କର ଉଚ୍ଚକ୍ଷମତା ସମ୍ପନ୍ନ ବୋର୍ଡ ବୈଠକ ପରେ ଭାରତ ଲାଗି ଏକ ବିଲିୟନ ଆମେରିକୀୟ ଡଲାରର ଆପତକାଳୀନ ଅର୍ଥରାଶି ସହାୟତା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁସାରେ ଆସନ୍ତା ୧୫ ମାସ ପାଇଁ ଭାରତ ଭଳି ୨୫ଟି ଦେଶକୁ ମୋଟ ୧ ଦଶମିକ ୯ ବିଲିୟନ ଆମେରିକୀୟ ଡଲାର […]

  • Monday, 12 July 2021
bmc
ପଞ୍ଚମ ଆକ୍ରାନ୍ତଙ୍କ ଘରେ ହୋଇଥିଲା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ତଥ୍ୟ ପାଇବା ପରେ କଠୋର ପଦକ୍ଷେପ ନେଇଛି ବିଏମ୍‌ସି। ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି ବିଏମସି। ଏହାବ୍ୟତୀତ ଏକ ବଡ ଖବର ସାମ୍ନାକୁ ଆସିଛି। ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ବହୁ ଲୋକ ଯୋଗ ଦେଇଥିଲେ। ମାର୍ଚ୍ଚ ୧ରୁ ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ  ଆସିଥିବା ବ୍ୟକ୍ତିଙ୍କୁ […]

  • Monday, 12 July 2021
corona
ଗୁଜରାଟ ଓ ହରିଆଣାରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ମହାମାରୀ କରୋନା ଭାଇରସ ଗୁଜରାଟରେ ଜଣେ ଏବଂ ହରିଆଣାର ଜଣଙ୍କର ମୁଣ୍ଡ ନେଇଛି। ଗୁଜରାଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ନିକଟରେ ଶ୍ରୀଲଙ୍କା ଗସ୍ତରୁ ଫେରିଥିଲେ। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରର ଅନ୍ୟ ୪ ଜଣଙ୍କ ଶରୀରରେ ବି କୋଭିଡ-୧୯ ଭୂତାଣୁ […]

  • Monday, 12 July 2021
nizamiddin
ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ଆଉ ୨ ଯାଜପୁରରୁ ଚିହ୍ନଟ

ଭୁବନେଶ୍ୱର:  ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ ଧର୍ମୀୟ ସଭାରୁ ଫେରିଥିବା ଆଉ ୨ ଜଣଙ୍କୁ ଓଡ଼ିଶାରୁ ଚିହ୍ନଟ କରାଯାଇଛି। ଗତକାଲି କେନ୍ଦ୍ରାପଡାରୁ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣଙ୍କୁ ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଠାବ କରାଯାଇଥିଲା। ଆଜି ପୁଣି ଯାଜପୁର ଜିଲ୍ଲାରୁ ଆଜି ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଥିବା ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ରସୁଲପୁରର ଏବଂ ଅନ୍ୟଜଣେ […]

  • Monday, 12 July 2021