• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

trump
WHOକୁ ପାଣ୍ଠି ଯୋଗାଣ ସ୍ଥଗିତ ରଖିବ ଆମେରିକା

ୱାଶଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ କଟକଣା ଲଗାଇଛି ଆମେରିକା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ୍‌କୁ ସମର୍ଥନ କରୁଥିବା ଅଭିଯୋଗ ଆଣିବା ପରେ ଏବେ ଏହି ସଂଗଠନକୁ ପାଣ୍ଠି ଯୋଗାଣ ସ୍ଥଗିତ ରଖିବ ବୋଲି ଆମେରିକା ଘୋଷଣା କରିଛି।  ଏ ନେଇ ଆମେରିକା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ବାର୍ଷିକ ୪୦୦ ମିଲିୟନରୁ ୫ଶହ ମିଲିୟନ ଡଲାର ସହାୟତା ଦେଉଥିବା ବେଳେ ଚୀନ ମାତ୍ର ୪୦ […]

  • Monday, 12 July 2021
jajpur
ଯାଜପୁରରୁ ଚିହ୍ନଟ ୨ୟ କରୋନା ଆକ୍ରାନ୍ତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯିବା  ପରେ ଏହି ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଏହି ଆକ୍ରାନ୍ତଙ୍କର ପରିଚୟ ମିଳି ପାରି ନ ଥିଲା। ତେବେ ଆକ୍ରାନ୍ତଜଣକ  ଯାଜପୁର ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଏହାପରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ […]

  • Monday, 12 July 2021
pak-cricket
କରୋନାରେ ପୂର୍ବତନ ପାକ୍‌ କ୍ରିକେଟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଥମଶ୍ରେଣୀର ପୂର୍ବତନ କ୍ରିକେଟର ଜାଫର ସରଫରାଜଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଛି। ଜାଫର କୋଭିଡ-୧୯ ନମୁନା ପଜେଟିଭ ଆସିଥିଲା। ୫୦ ବର୍ଷ ବୟସ୍କ ସରଫରାଜ ଭେଣ୍ଟିଲେଟରରେ ଥିଲେ। ତାଙ୍କୁ ତିନି ଦିନ ତଳେ ପେଶବାର ର ଏକ ଘରୋଇ କ୍ଲିନିକ୍‌ରେ ଆଇସିୟୁରେ ରଖାଯାଇଥିଲା। ୧୯୮୮ରେ  ସର୍ଫରାଜ କ୍ରିକେଟରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସେ ଜଣେ ବାମହାତୀ ମଧ୍ୟମକ୍ରମ ବ୍ୟାଟ୍‌ସମ୍ୟାନ ଭାବେ ୬ଟି ଅନ୍ତରାଷ୍ଟ୍ରିୟ ୱାନ୍‌ଡେ ମ୍ୟାଚ୍‌ରେ ୯୬ ରନ୍‌ ସଂଗ୍ରହ କରିଥିଲେ। ୧୯୯୪ରେ […]

  • Monday, 12 July 2021
pm modi
ଏପ୍ରିଲ ୨୦ ପରେ ଲକଡାଉନ ନିୟମ କୋହଳ କରିବା ପାଇଁ ମୋଦି ରଖିଲେ ଏମିତି ସର୍ତ୍ତ

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଢିବା ପାଇଁ ହେଲେ ଲକ୍‌ଡାଉନ ଅବଧିକୁ ଆହରି ବଢାଇବାକୁ ପଡ଼ିବ। ସେଥିପାଇଁ ଲକଡାଉନ ଅବଧି ୩ ତାରିଖ ପର୍ଯ୍ୟନ୍ତ ବଢାଇବା ସହ ଗାଇଡଲାଇନ କଡକଡି ପାଳନ କରିବାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, କରୋନା ମୁକାବିଲା ପାଇଁ ଦେଶବାସୀ ୨୧ ଲକ୍‌ଡାଉନ୍‌କୁ ବହୁତ୍‌ ସଂଯମତାର ସହ ପାଳନ କରିଛନ୍ତି। ଦେଶବାସୀଙ୍କ ଏହି ତ୍ୟାଗ […]

  • Monday, 12 July 2021
pm modi .
ବଢିଲା ଲକ୍‌ଡାଉନ୍‌ ଅବଧି, ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: ୨୧ ଦିନିଆ ଲକଡାଉନ୍‌ ଅବଧି ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଏହି ଲକ୍‌ଡାଉନ ଅବଧି ସମୟରେ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଷ୍ଟ ସହିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଲକଡାଉନ ନିୟମକୁ ପାଳନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ମୋଦି କହିଥିଲେ, ଏହି ଲକ୍‌ ଡାଉନ ସମୟରେ ଆପଣମାନେ ବହୁତ କଷ୍ଟ ସହିଛନ୍ତି। ଆଉ ସେଥିପାଇଁ ଦେଶ […]

  • Monday, 12 July 2021
nijamuddin
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୫୬ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେଲେ । ଗତକାଲି ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି।  ଏହାକୁ ମିଶାଇ  ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଲା । ତେବେ ଆକ୍ରାନ୍ତ ଜଣକ କେଉଁଠାର ତାହା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ […]

  • Monday, 12 July 2021
america
ଆମେରିକା; ଦିନକରେ ୧୫୦୦ରୁ ଅଧିକ ମୁଣ୍ଡ ନେଲା କରୋନା

ୱାଶିଂଟନ: ସାରା ବିଶ୍ୱରେ ଏବେ ସାଂଘାତିକ ସ୍ଥିତି।  କରୋନା ସଂକ୍ରମଣ ଏବେ ବିଶ୍ୱର ୨୧୦ ଦେଶରେ ତାର କାୟା ବିସ୍ତାର କଲାଣି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକା।  ଗତକାଲି ପୁଣି ଥରେ ଗୋଟିଏ ଦିନରେ ୧୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ମୃତ୍ୟ ସଂଖ୍ୟା ସାଢ଼େ ୨୩ ହଜାରରେ ପହଞ୍ଚିଛି। କେବଳ ନ୍ୟୁୟର୍କରେ ଏବେ ସୁଦ୍ଧା ୧୦ ହଜାର ଲୋକ କରୋନା ଯୋଗୁ ପ୍ରାଣ ହରାଇଲେଣି।  ଆମେରିକାରେ […]

  • Monday, 12 July 2021
corona-update
ମହାରାଷ୍ଟ୍ରରେ କରୋନା; ଗୋଟିଏ ଦିନରେ ୧୧ ମୃତ

ମୁମ୍ବାଇ: ଦେଶର ବାଣିଜ୍ୟିକ କ୍ୟାପିଟାଲ୍‌ରେ କାୟା ବିସ୍ତାର କରି ଚାଲିଛି କରୋନା। ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ରରେ ଏବେ କରୋନା ସ୍ଥିତି ଭୟଙ୍କର ରୂପ ନେଇଛି। ଦେଶର ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର।  ଗତକାଲି ରାଜ୍ୟରେ ୩୫୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୩୪ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି।  ରାଜ୍ୟରେ ଏବେ ଯାଏ ୧୬୦ ଜଣଙ୍କ ପ୍ରାଣ […]

  • Monday, 12 July 2021
corona-panic
ଆମେରିକାରେ ବଢୁଛି କରୋନା ମୃତ୍ୟୁ ; ୨୪ ଘଣ୍ଟାରେ ୧୫୦୦ରୁ ଅଧିକ

ନୂଆଦିଲ୍ଲୀ: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛିି କରୋନା ସଂକ୍ରମଣ। ବିଶ୍ୱର ୨୧୦ ଦେଶରେ ବ୍ୟାପିଥିବା କରୋନା ଜନିତ ମୃତ୍ୟୁ ୧ ଲକ୍ଷ ୧୪ ହଜାର ଟପିଗଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୮ ଲକ୍ଷକୁ ପାର କରିଛି।  ବିଶେଷ କରି ଆମେରିକା, ସ୍ପେନ, ଇଟାଲି ଏବଂ ଫ୍ରାନ୍ସରେ ସ୍ଥିତି ଅଧିକ ସଂଗୀନ ରହିଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଆମରିକାରେ କରୋନା ଜନିତ ମୃତ୍ୟୁ ୨୨ […]

  • Monday, 12 July 2021
camel-1
ଟ୍ୱିଟ କରି ମହିଳାଙ୍କୁ ସାହାଯ୍ୟ କଲେ ଅରୁଣ ବୋଥ୍ରା, ରାଜସ୍ଥାନରୁ ମୁମ୍ବାଇରେ ପହଞ୍ଚିଲା ଓଟ କ୍ଷୀର

ଜୟପୁର: ରାଜସ୍ଥାନରୁ ମୁମ୍ବାଇ ଗଲା ୨୦ ଲିଟର୍ ଓଟ କ୍ଷୀର। ଲକ୍ ଡାଉନ୍ ବେଳେ ସ୍ୱତନ୍ତ୍ର ଭାବେ ରେଳ ବିଭାଗ ପକ୍ଷରୁ ଏହି କ୍ଷୀରକୁ ରାଜସ୍ଥାନରୁ ଆଣି ମୁମ୍ବାଇରେ ପହଞ୍ଚାଯାଇଛି । ଏଠି ସାଧାରଣ ଭାବେ ଏକ ପ୍ରଶ୍ନ ଉଠେ, ରେଳବାଇ ୨୦ ଲିଟର କ୍ଷୀରକୁ କାହିଁକି ଏତେ ଗୁରୁତ୍ୱ ଦେଇ ମୁମ୍ବାଇ ଆଣିଲା ?  ହଁ, ଏହି ପ୍ରଶ୍ନର ଉତ୍ତର ଖାଲି ଆଶ୍ଚର୍ଯ୍ୟଜନକ ନୁହେଁ, ଖୁବ୍‌ ମର୍ମସ୍ପର୍ଶୀ ମଧ୍ୟ। ଗୋଟିଏସାଢେ ୩ ବର୍ଷ ଶିଶୁର ଜୀବନ […]

  • Monday, 12 July 2021
police
୮ ଘଣ୍ଟା ଅପରେସନ୍ ପରେ କଟା ହାତ ଲାଗିଲା, ସୁସ୍ଥ ହେଇଛନ୍ତି ପଟିଆଲାର ଏଇ ପୋଲିସ ଅଫିସର

ପଟିଆଲା: ୮ ଘଣ୍ଟାର ଅପରେସନ୍ ପରେ ଏବେ ସୁସ୍ଥ ହୋଇଛନ୍ତି ପଞ୍ଜାବ ପଟିଆଲାର ଏଏସ୍ଆଇ ହରଜିତ୍ ସିଂହ। ଚଣ୍ଡିଗଡ଼ PGI ହସ୍ପିଟାଲ୍‌ରେ ହୋଇଥିବା ଅପରେସନ୍‌ରେ ତାଙ୍କ କଟା ହାତକୁ ପୁଣି ଥରେ ଲଗାଯାଇଛି। ଯାହା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି। ଗତକାଲି ସାଢ଼େ ୭ ଘଣ୍ଟା ଧରି ହରଜିତ୍‌ଙ୍କ ହାତର ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା। ଯାହା ବେଶ ସଂଘର୍ଷପୂର୍ଣ୍ଣ ଥିବା ଡାକ୍ତରୀ ଟିମ୍ କହିଛନ୍ତି। ତେବେ ଅପରେସନ୍‌ର କିଛି ମାସ […]

  • Monday, 12 July 2021
bisra
ବିଶ୍ରାର ଏସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ

ସୁନ୍ଦରଗଡ଼; ସୁନ୍ଦରଗଡ଼ ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ବିଶ୍ରାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ କରାଯାଇଛି । ଏ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଉଦ୍ୟମ ଜାରି ରହିଥିବାରୁ ଏ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଡରେଇକେଲା ବସ୍ ଷ୍ଟପରୁ ବିଶ୍ରା ପୁରୁଣା […]

  • Monday, 12 July 2021
ctc
କାହିଁକି ଏଠାରୁ ପ୍ରତ୍ୟାହାର କରାଗଲା କଣ୍ଟେନମେଣ୍ଟ କଟକଣା ?

କଟକ:ରାଜ୍ୟରେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଅନେକ ଆକ୍ରାନ୍ତଙ୍କ  ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ସେମାନେ ମଧ୍ୟ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ପାଇବାପରେ ଓଡ଼ିଶାବାସୀଙ୍କ ମନରେ ଥିବା କରୋନା ଜନିତ ଭୟ ସାମାନ୍ୟ ଦୂର ହୋଇଛି। କଟକ ପଟ୍ଟାପୋଲ ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ଜଣା […]

  • Monday, 12 July 2021
dharabi
ଚିନ୍ତା ବଢାଉଛି ଧରାବୀ ସ୍ଲମ୍‌: ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ

ମୁମ୍ବଇ: ଏସିଆ ମହାଦେଶର ସବୁଠାରୁ ବଡ ସ୍ଲମ୍‌ ମୁମ୍ବାଇର ଧାରାବୀରେ କରୋନା କାୟା ବିସ୍ତାର କରି ଚାଲିଛି। ଶୁକ୍ରବାର ଏଠାରେ ପୁଣ ୫ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ଏହି ୫ ଜଣଙ୍କ ମଧ୍ୟରୁ ୨ ଜଣ ଦିଲ୍ଲୀ ମରକଜ୍‌ କାର୍ଯକ୍ରମରେ ଯୋଗ ଦେଇ ଫେରିଛନ୍ତି। ମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି, ଧାରାବୀରେ କରୋନା ଆକ୍ରାନ୍ତ ୫ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ନିଜାମୁଦ୍ଦିନ ମରକଜ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଛନ୍ତି। […]

  • Monday, 12 July 2021
mask
କଳାହାଣ୍ଡିରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଧର୍ମଗଡ: ଗତକାଲି ବିଳମ୍ବିତ ରାତିରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତ ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର। ଏହା ପୂର୍ବରୁ ଜଣେ କରୋନା ପଜିଟିଭ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଗତକାଲି ଚିହ୍ନଟ ବ୍ୟକ୍ତି ଜଣକ ତାଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ଏହାକୁ ମିଶାଇ କଳାହାଣ୍ଡି ଜିଲ୍ଲାରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଓ ସିଡିଏମ୍‌ଓ । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଗୁ ଅଗ୍ରୱାଲଙ୍କ କହିବା ଅନୁଯାୟୀ, […]

  • Monday, 12 July 2021
ma-pua
ଲକ୍‌ଡାଉନ: ୧୪୦୦ କିମି ସ୍କୁଟି ଚଲାଇ ପୁଅକୁ ଘରକୁ ଆଣିଲେ ମା’

ହାଇଦ୍ରାବାଦ୍‌: ତେଲେଙ୍ଗାନାର ନିଜାମ୍‌ବାଦରେ ରହୁଥିବା ଜଣେ ମହିଳା ଶିକ୍ଷୟିତ୍ରୀ ଲକ୍‌ଡାଉନ ସମୟରେ ନିଜର ସାହସିକ କାମ ପାଇଁ ବେଶ ପ୍ରଶସିଂତ ହୋଇଛନ୍ତି। ରାଜିଆ ବେଗମ ନାମ୍ନୀ ଏହି ମହିଳା ଜଣକ ନିଜାମାବାଦର ବୋଧାନର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଲକ୍‌ଡାଉନ ଘୋଷଣା କରାଯିବା ପରେ ତାଙ୍କର ପୁଅ ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଫସି ଯାଇଥିଲେ। ପୁଅକୁ ଆଣିବା ପାଇଁ ରାଜିଆ ନିଜ ସ୍କୁଟିରେ ନେଲ୍ଲୋର ପହଞ୍ଚି ଯାଇଥିଲେ। ଆଉ ସେଠାରୁ ତାଙ୍କ ପୁଅକୁ ନେଇ […]

  • Monday, 12 July 2021
coid
୨୪ ଘଣ୍ଟାରେ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟରେ ୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ ୪୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତକାଲି ପରୀକ୍ଷା ହୋଇଥିବା ୪୦୮ ନମୁନା ମଧ୍ୟରୁ ୬ଟି ପଜିଟିଭ୍ ଆସିଛି । ୪୦୨ ନମୁନା ନେଗେଟିଭ୍ ଆସିଛି। ଦିନବେଳା ୨ଟି ନମୁନା ପଜିଟିଭ ନେଇ ସୂଚନା […]

  • Monday, 12 July 2021
cv
ରାଜ୍ୟରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଆଜି ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି। 2 new COVID-19 POSITIVE cases confirmed so far today. 1 Dhenkanal town case, female 51 years 1 patient of a Bhubaneswar based private hospital […]

  • Monday, 12 July 2021
mask
କଟକଣା ପରେ ସଚେତନ; ସମସ୍ତେ ପିନ୍ଧିଲେ ମାସ୍କ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁସାରେ, ଆଜିିଠୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ଏହି ନିର୍ଦ୍ଦେଶନାମା ଜାରି କରାଯିବା ପରେ ଆଜି ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ଥିବା ଦେଖିବାକୁ ମିଳିଛି। କଟକ ବାଦାମବାଡି ହେଉ ବା ରାଜଧାନୀ ରାଜରାସ୍ତା ସବୁଠି ଲୋକଙ୍କ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁରରେ ମାସ୍କ ପିନ୍ଧିବା ନେଇ ଆହୁରି […]

  • Monday, 12 July 2021
photo
କଳାବଜାରୀ ରୋକିବାକୁ କେନ୍ଦ୍ର ସରକାରଙ୍କ କଡ଼ା ପଦକ୍ଷେପ  

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବେଳେ କଳାବଜାରୀକୁ ରୋକିବାକୁ କଡ଼ା ପଦକ୍ଷେ ନେଇଛନ୍ତି କେନ୍ଦ୍ର ସରକାର। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯେପରି ଜାରି ରହେ ସେ ନେଇ ଜରୁରୀ ପଦକ୍ଷେପ ନେବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ, ୧୯୫୫ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। କେତେ ପରିମାଣରେ ଜିନିଷ ମହଜୁଦ ହୋଇପାରିବ, ଜିନିଷର ଦର ନିର୍ଦ୍ଧାରଣ, ଉତ୍ପାଦନ କ୍ଷମତା ବୃଦ୍ଧି ଓ ବ୍ୟବସାୟୀମାନଙ୍କ ଆକାଉଣ୍ଟ ତନଖି […]

  • Monday, 12 July 2021
CORON
ଲକ୍ ଡାଉନ ଅବଧି ବୃଦ୍ଧି ପାଇଁ ଦାବି ବଢୁଛି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍ ଡାଉନ ଅବଧି ବୃଦ୍ଧି ପାଇଁ ଦାବି ହୋଇଛି ।ଏନେଇ କେନ୍ଦ୍ର ମନ୍ତ୍ରୀସ୍ତରୀୟ କମିଟି ଓ ବିଭିନ୍ନ ରାଜ୍ୟ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ଅନେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଲକ ଡାଉନ ଅବଧି ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଏପ୍ରିଲ ୧୪ ପରେ ମଧ୍ୟ ଯଦି ଲକଡାଉନ […]

  • Monday, 12 July 2021
cv
ପ୍ରଥମ କରୋନା ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି

ଭୁବନେଶ୍ୱର: କରୋନା ସଂକ୍ରମଣରେ ଭୁବନେଶ୍ୱରରେ ଜଣଙ୍କର ମୃତ୍ୟୁ ଘଟିବା ପରେ କରୋନା ଭୟ ସାରା ସହରରେ ଛାଇ ଯାଇଛି।  ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେ ନେଇ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ସୋମବାର ଭୁବନେଶ୍ୱର ଝାଡପଡା ଅଞ୍ଚଳର ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଗତ ୪ ତାରିଖରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।  ତାଙ୍କର ଉଚ୍ଚ ରକ୍ତଚାପ ଥିଲା । ତେବେ ଅନ୍ୟାନ୍ୟ ଲକ୍ଷଣ […]

  • Monday, 12 July 2021
ganga-1
ସ୍ୱଚ୍ଛ ହେଉଛି ଗଙ୍ଗା, ଯମୁନାର ଜଳ

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଦେଶରେ ପ୍ରଦୂଷଣ ମାତ୍ରା ଅନେକ ପରିମାଣରେ ହ୍ରାସ ପାଇଛି । କଳକାରଖାନା ବନ୍ଦ ଯୋଗୁଁ ଗଙ୍ଗା ଓ ଯମୁନା ନଦୀର ଜଳ ସ୍ୱଚ୍ଛ ହୋଇଛି ।  ହରିଦ୍ୱାରରେ ଥିବା ହର କି ପୌରି ଘାଟରେ ଗଙ୍ଗା ନଦୀର ଜଳ ପୂର୍ବ ଅପେକ୍ଷା ଅନେକ ପରିମାଣରେ ନିର୍ମଳ ହୋଇଯାଇଛି । ୨୧ ଦିନିଆ ଲକ୍‌ଡାଉନ୍ ଭିତରେ ଉତ୍ତରପ୍ରଦେଶରେ ଗଙ୍ଗାନଦୀର ଜଳରାଶି ସ୍ୱଚ୍ଛ ଓ ନିର୍ମଳ ଦିଶୁଛି। ସେହିପରି ବାରଣାସୀ ଓ କାନପୁରରେ ଏହି ଦିନମାନଙ୍କରେ […]

  • Monday, 12 July 2021