ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ଆଜି ଆରମ୍ଭ ହୋଇଛି ଟିକାକରଣ। ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ମହାଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଜି ଦୁନିଆର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଉଦ୍ଘାଟନ କରିଛନ୍ତି। ଟିକାକରଣର ଆଜି ପ୍ରଥମ ଦିନରେ ଦେଶରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ-୧୯ ଟିକା ପ୍ରଦାନ କରାଯାଇଛି। ସାରା ଦେଶରେ ୩୦୦୬ ଟିକାକରଣ କେନ୍ଦ୍ରରେ ଏହି ଟିକା ଦିଆଯାଉଛି। ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ପ୍ରଦାନ […]
ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ମହାଭିଯାନର ଶୁଭାରମ୍ଭ ଆଜି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଜି ୧୦.୩୦ ମିନିଟ୍ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି, କରୋନା ଭାକ୍ସିନର ୨ ଡୋଜ ପ୍ରତ୍ୟେକ ନାଗରିକ ନେବା ନିହାତି ଜରୁରୀ। ଗୋଟିଏ ଡୋଜ ନେବାର ଗୋଟିଏ […]
ଭୁବନେଶ୍ୱର:ଆଉ କିଛି ସମୟର ଅପେକ୍ଷା। ଅଦୃଶ୍ୟ ଭୁତାଣୁ ବିରୋଧରେ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ ଯୁଦ୍ଧ । ଟିକା ପ୍ରସ୍ତୁତ…ଟିକାକରଣ କେନ୍ଦ୍ର ବି ପ୍ରସ୍ତୁତ…ପ୍ରତିଟି କେନ୍ଦ୍ରରେ ପୂରା ତୟାର ଭେକ୍ସିନେଟର। ଦୀର୍ଘ ୧୦ ମାସ ଧରି ଲୋକଙ୍କୁ ଯନ୍ତ୍ରଣା ଦେଇଥିବା, ଆତ୍ମୀୟସ୍ୱଜନଙ୍କୁ ଛଡ଼ାଇ ନେଇଥିବା ମହାମାରୀକୁ ଦୂରେଇବା ଲାଗି ଆସିଛି ସଂଜୀବନୀ । ମହାମାରୀ ବିରୋଧୀ ମହାକବଚ ପାଇଁ ଆଜିଠୁ ଆରମ୍ଭ ହେଉଛି ଦେଶବ୍ୟାପୀ ମହାଅଭିଯାନ । ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ […]
ଭୁବନେଶ୍ୱର:ଲଗାତାର ୧୦ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ଉପରକୁ ଥିବାବେଳେ ଆଜି ହ୍ରାସ ପାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ ତଳେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୮୬ କରୋନା ସଂକ୍ରମିତ। ସେମାନଙ୍କ ମଧ୍ୟରୁ ୧୦୮ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କେସ ରହିଛି ୭୮। ଏହାକୁ ରାଜ୍ୟରେ […]
ଭୁବନେଶ୍ୱର: ରାଜ୍ୟରେ ସୁନ୍ଦରଗଡ ଜିଲ୍ଲାକୁ ନେଇ ଚିନ୍ତା ବଢିଛି। ନିୟମିତ ଭାବେ ଏହି ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହଉଛନ୍ତି। ଗତକାଲି ଏହି ଜିଲ୍ଲାରୁ ସର୍ବାଧିକ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୦ ଜଣ । କରୋନା ତାଲିକାରେ ଆଜି ମଧ୍ୟ ସୁନ୍ଦରଗଡ଼ ସର୍ବାଗ୍ରେ ରହିଛି। ସେହିପରି ରାଜ୍ୟରୁ ଆଜି ଜଣେ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ରୁ ୪ ହୋମ୍ କ୍ୱାରେଣ୍ଟିନ୍ ଏବଂ ୧୫ଟି ଲୋକାଲ କଣ୍ଟାକ୍ଟ୍ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସୂଚନା ଦିଆଯାଇଛି। ରେଲ୍ୱେର ୪ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ସମସ୍ତେ ଦିଲ୍ଲୀରୁ ଫେରିଥିଲେ ଓ ହୋମ୍ କ୍ୱାରେଣ୍ଟିନ୍ରେ ଥିଲେ। ସେହିପରି ୧୫ ଲୋକାଲ୍ କଣ୍ଟାକ୍ଟ୍ କେସ୍ ମଧ୍ୟରୁ ୬ଟି କେସ୍ ଏକ ପ୍ରାଇଭେଟ୍ ହସ୍ପିଟାଲ୍ରୁ ଚିହ୍ନଟ ହୋଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ […]
ଭୁବନେଶ୍ୱର: ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ସୁବାସ ନଗର ବସ୍ତିକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର(ବିଏମ୍ସି) କମିଶନର ଏହି ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ ଆସୁଥିବା ସୁବାସ ନଗର ବସ୍ତିରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଡୁମୁଡୁମା ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥାଇ ଏହି ଅଞ୍ଚଳରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଡୁମୁଡୁମା ହନୁମାନ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ଓଡ଼ିଶା କୋଭିଡ Dashboardରୁ ସୂଚନା ମିଳିଛି। ମୃତକ ପୁରୀ ଜିଲ୍ଲାର ୬୦ ବର୍ଷ ବୟସ୍କ ବ୍ୟକ୍ତି ବୋଲି ଜଣାପଡ଼ିଛି। କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭ଜଣ, ଅନୁଗୁଳରୁ ୬ଜଣ, […]
ଭୁବନେଶ୍ୱର: ରାଜ୍ୟରେ ଆଜି ୨୨୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୩୧ ଏବଂ ଲୋକାଲ କେସ ୯୪ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ […]
ନୂଆଦିଲ୍ଲୀ: ସ୍ଥିର ହେଲା କୋଭିଡ୍ ଭ୍ୟାକ୍ସିନର ମୂଲ୍ୟ। ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନିକା ଦ୍ୱାରା ନିର୍ମିତ କରୋନା ଟିକା କୋଭିଶିଲ୍ଡର ଗୋଟିଏ ଡୋଜ୍ ୨୦୦ ଟଙ୍କାରେ ବିକ୍ରି ହେବ। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII), ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଭାରତର ଆଷ୍ଟ୍ରାଜେନିକା ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି। ଏନେଇ ବିଭାଗୀୟ ଅଧିକାରୀ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଟିକାର ମୂଲ୍ୟ ପୂର୍ବରୁ ସ୍ଥିର […]
ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଦେଶର ୩ କୋଟି ଜନତାଙ୍କୁ ମାଗଣାରେ ଟିକା ଦେବେ କେନ୍ଦ୍ର ସରକାର। ଏଥିପାଇଁ ରାଜ୍ୟକୁ କୌଣସି ଖର୍ଚ୍ଚ ବହନ କରିବାକୁ ପଡ଼ିବ ନାହିଁ। ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ପର୍ଯ୍ୟାୟରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଯଥା ପୁଲିସ, ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀ ଆଦି ୩ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ଜଣ ହୋମ୍ କ୍ୱାରେଣ୍ଟିନ୍ରେ ଥିବାବେଳେ ୩ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚିକିତ୍ସିତ ହେଉଥିବା ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ୨୮ ବର୍ଷୀୟ ଚନ୍ଦ୍ରଶେଖରପୁର ଅଞ୍ଚଳର। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ହୋମ୍ କ୍ୱାରେଣ୍ଟିନ୍ରେ ଥିବା ୪ ଜଣ ରେଲ୍ୱେ କର୍ମଚାରୀ ଅଛନ୍ତି। ସେହିପରି ଲୋକାଲ କେସ୍ […]
ଭୁବନେଶ୍ୱର: ରାଜ୍ୟରେ ଗତ୨୪ ଘଣ୍ଟାରେ ୨୪ ଜିଲ୍ଲାରୁ ୨୪୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୧୪୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୧୦୨ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଅନ୍ୟପକ୍ଷେ ୨୪ ଘଣ୍ଟା ଭତରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ମିଳିଥିବା କରୋନା ତାଲିକାରୁ ଜଣାଯାଇଛି, ପଶ୍ଚିମ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଆଜି […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଓ ଯାଜପୁରରୁ ୮ଜଣ ଲେଖାଏ, […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୭ ଲୋକାଲ କେସ ଥିବା ଜଣାଯାଇଛି। ୨୩ ଜିଲ୍ଲାରୁ ୨୦୬ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୭ଟି ଜିଲ୍ଲାରୁ କେହି ଚିହ୍ନଟ ହୋଇ ନା ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ସୁନ୍ଦରଗଡ, ବଲାଙ୍ଗୀର ଓ ଅନୁଗୁଳରେ ୨୦ରୁ ଅଧିକ ଆକ୍ରାନ୍ତ […]
ପ୍ୟାରିସ: ବ୍ରିଟେନ୍ରେ ଆଉ ଏକ କରୋନା ଟିକାକୁ ମିଳିଛି ଅନୁମତି। ୟୁକେ ରେଗୁଲେଟାରି ଅଥରିଟି ମଡର୍ଣ୍ଣାକୁ ଟିକାକରଣ ପାଇଁ ଅନୁମୋଦନ ଦେଇଛି। ତେବେ ଏହାର ଟିକାକରଣ ପାଇଁ ଆହୁରି ୭ ଦିନ ସମୟ ଲାଗି ପାରେ ବୋଲି କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ୭୦ ଲକ୍ଷ କରୋନା ଟିକାର ଡୋଜ୍ ଯୋଗାଇବ ମଡର୍ଣ୍ଣା। ବ୍ରିଟେନ୍ରେ ମଡର୍ଣ୍ଣା ୩୦ ହଜାରରୁ ଅଧିକ ଲୋକଙ୍କ ଉପରେ ଟିକାର ଟ୍ରାଏଲ କରିଛି। ଏହାପରେ ୯୫ ପ୍ରତିଶତ ସଫଳ ହୋଇଥିବା ଦାବି କରିଥିଲା କମ୍ପାନି। […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୪୧ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୧୦୪। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟରେ ଆଜି ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ। ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୯୬ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ ଗତକାଲି କରୋନାରେ କାହାରି ମୃତ୍ୟୁ ଘଟି ନ ଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛି ଏ ନେଇ ସୂଚନା ଦେଇଛି […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪ଟି କ୍ୱାରେଣ୍ଟିନ୍ କେସ୍, ୩ଜଣ କରୋନା ଯୋଦ୍ଧା ଓ ୨ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଗାଡ଼କଣ ମହିମା ନଗରର ଗୋଟିଏ ପରିବାରରୁ ୨ଟି ଲୋକାଲ୍ କେସ୍ ରହିଛି। ଚିହ୍ନଟ ଉଭୟ ଜଣେ ପୂର୍ବ ଆକ୍ରାନ୍ତ ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ସଂପର୍କୀୟ। ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ, […]
ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମଣ ହାର କିଛି ଦିନ କମିବା ପରେ ପୁଣି ଆଜି ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ୨୮ ଟି ଜିଲ୍ଲାରୁ ଏହି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୩୩ କ୍ୱାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୯୮ ଲୋକାଲ କେସ ଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୪ ଜଣ Corona ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୮ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦୁଝରରୁ […]
ଭୁବନେଶ୍ୱର:ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ଅର୍ଥାତ୍ ୨୦୦ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୩ ଲୋକାଲ କେସ ଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ […]
ଭୁବନେଶ୍ୱର: ରାଜ୍ୟରେ ଆଜି ବି ୨୦୦ ତଳେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେଣ୍ଟିନରୁ ଏବଂ ୭୭ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରାଜ୍ୟରେ କରୋନା ମୃତ୍ୟୁ ଗ୍ରାଫ ମଧ୍ୟ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୨ ଜଣ ରୋଗୀ କରୋନାରେ ଆଖି ବୁଜିଛନ୍ତି। […]
ପୁରୀ: ପୁରୀରୁ ଚିହ୍ନଟ ହୋଇଥିବା ନୂଆ ୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଓକିଲ ଓ ଜଣେ ମୋହରିର ଅଛନ୍ତି। ସେମାନଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ଜୁଡିସିଆଲ୍ କୋର୍ଟ, କଲେକ୍ଟୋରେଟ୍, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଡିଏସ୍ଆର୍ଙ୍କ ଅଫିସରେ ତାଲା ପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲା ହରିହର ଛକରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଣ୍ଟେନମେଣ୍ଟ ଜାରି ରହିବ ବୋଲି […]