ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ୨ ଜଣ ଇଞ୍ଜିନିୟର ବୋଲି ଜଣାପଡ଼ିଛି। ସେହିପରି ଜଣେ ଡ୍ରାଇଭର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବିଏମ୍ସିର ୨ଜଣ ଷ୍ଟାଫ୍ ଓ ଜଣେ ଡ୍ରାଇଭର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଏମ୍ସି ଇଞ୍ଜିନିୟରିଂ ବିଭାଗ ସିଲ୍ କରି ଦିଆଯାଇଛି। ଏଥିସହ ବିଭାଗର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିଏମ୍ସି କମିଶନର […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ। ୨ ମୃତକ ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ସେହିପରି କରୋନାରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଯଦିଓ ମହିଳା ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ ତେବେ କରୋନା ଯୋଗୁ ତାଙ୍କର ମୃତ୍ୟୁ ଘଟି ନ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଓ କଟକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୫୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ସମ୍ବଲପୁର: ବୁର୍ଲା ଭିସୁଟ୍ (Veer Surendra Sai University of Technology)ର ୨୫ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । କାଲି ୨୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉପଜିଲ୍ଲାପାଳ, ପିଡି ଡିଆରଡିଏ ହଷ୍ଟେଲରେ ସ୍ଥିତି ସମୀକ୍ଷା କରିଛନ୍ତି। କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଉ କେହି ଛାତ୍ର ଯେପରି ସଂକ୍ରମିତ ନ ହୁଅନ୍ତି […]
କଟକ: ଆସନ୍ତାକାଲିଠୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି କରାଯାଇଛି। କଟକ ସହର ସଟ୍ଡାଉନ୍କୁ ଦୃଷ୍ଟିରେ ରଖି ହାଇକୋର୍ଟ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଯେଉଁସବୁ ଶୁଣାଣି ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା ତାହା ହେବନାହିଁ। ୬ ତାରିଖରେ ହେବାକୁ ଥିବା ବେଞ୍ଚ୍ ଶୁଣାଣି ଆସନ୍ତା ୯ ତାରିଖରେ […]
ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଚଳିତ ବର୍ଷ ବନ୍ଦ ରହିବ ବୋଲବମ୍ ଯାତ୍ରା। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ତଥା ମନ୍ଦିର ବନ୍ଦ ଥିବାରୁ ବୋଲବମ୍ ଯାତ୍ରା ବନ୍ଦ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କୌଣସି ଭକ୍ତଙ୍କୁ ବୋଲବମ୍ ଯାତ୍ରାରେ ନ ଯିବାକୁ ସରକାର ତାଗିଦ୍ କରିଛନ୍ତି। ରାଜ୍ୟରେ ଯେଉଁଭଳି ଭାବରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ […]
କଟକ: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କଟକ ସହରକୁ ୪ ଦିନ ସଟ୍ଡାଉନ ଘୋଷଣା କରାଯାଇଛି। ଆଜିଠୁ ଜୁଲାଇ ୮ ତାରିଖ ମଧ୍ୟରାତ୍ର ଯାଏ କଟକ ସହରକୁ ସଟ୍ଡାଉନ୍ କରାଯିବ ବୋଲି କଟକ ମହାନଗର ନିଗମ(ସିଏମ୍ସି) ଘୋଷଣା କରିଛି। ସଟ୍ଡାଉନ୍ ଘୋଷଣାକୁ଼ ତତ୍କାଳ ଲାଗୁ ନେଇ ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସଟ୍ଡାଉନ୍ ବେଳେ କୌଣସି ଅଣ ଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି। ସେହିପରି ସମସ୍ତ […]
ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦିନକୁ ବଢିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୁରୁବାର ମହାରାଷ୍ଟ୍ରରୁ ସର୍ବାଧିକ ୮, ୭୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାଯାଇଛି, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୫୭୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୨୦ ରୋଗୀଙ୍କର ଜୀବନ ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ […]
କଟକ: କଟକ ଜିଲ୍ଲାରେ ଆଉ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ କଟକ ସହରର। ଅର୍ଥାତ୍ ଏହି ୧୧ ଆକ୍ରାନ୍ତ କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳର। ସିଏମ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଥିବାବେଳେ ୯୨ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କର ମୃତ୍ୟୁ […]
କଟକ: କଟକ ମହାନଗର ନିଗମ ରାଣୀହାଟ ମାଳିସାହିକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛି। ଏହି ଅଞ୍ଚଳରୁ କିଛି କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ CMC ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଗାଡ଼ି ଚଳାଚଳ ମନା କରାଯାଇଥିବା ବେଳେ ଘରୁ କେହି ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଳାଗିଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ […]
ସମ୍ବଲପୁର: ବୁର୍ଲା ସ୍ଥିତ Veer Surendra Sai University of Technology(VSSUT)ର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ଏହି ୪ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୂଚନାଥାଉ କି, ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ୱାମୀଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଅଧ୍ୟାପିକାଙ୍କ ନମୁନା ବି ପଜିଟିଭ ଆସିଥିଲା। ଅଧ୍ୟାପିକାଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ […]
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସଟ୍ଡାଉନ୍ କଟକଣାକୁ ଫୁ କରି ଖଟି କରିବା। ସଟ୍ଡାଉନ୍ ବେଳେ ଭୁବନେଶ୍ୱର ଜୟଦେବ ଭବନ ସ୍ଥିତ ଓମ୍ଫେଡ୍ ପାର୍ଲର ସାମ୍ନାରେ ଖଟି କରୁଥିବା କିଛି ଲୋକଙ୍କ ନିକଟରୁ ପୁଲିସ୍ ଜରିମାନା ଆଦାୟ କରିଛି। ସଟ୍ଡାଉନ୍ ସମୟରେ ବିନା କାରଣରେ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ରହିଛି। ଏସବୁ ସତ୍ତ୍ୱେ କିଛି ଲୋକ ଆଜି ଏଠାରେ ଖଟି କରୁଥିବା ବେଳେ ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସଟ୍ଡାଉନ୍ କଟକଣାକୁ ନ ମାନି […]
ନୂଆଦିଲ୍ଲୀ: ଭାରତର ତିନି ରାଜ୍ୟ ମହାରାଷ୍ଟ୍ର, ତେଲେଙ୍ଗନା ଏବଂ କେରଳରେ କୋଭିଡ-୧୯ର ଦୁଇଟି ନୂଆ ଷ୍ଟ୍ରେନ୍ ଠାବ ହୋଇଛି। ତେବେ ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିର କାରଣ ଯେ ଏହି ନୂଆ ଷ୍ଟ୍ରେନ ତାହାର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଏହି ଦୁଇ ନୂଆ ଭାରିଏଣ୍ଟର ନାମ N440K ଏବଂ E484K। E484K ଏମିତି ଭାଇରସ ଯାହାକୁ ଶରୀରର ଇମ୍ୟୁନ ରେସ୍ପନ୍ସ ନଷ୍ଟ କରିବାରେ ବିଫଳ ହୋଇଛି। […]
ନୂଆଦିଲ୍ଲୀ: ପୁଣି କାୟା ମେଲାଇଲାଣି କରୋନା। ମହାରାଷ୍ଟ୍ର, କେରଳ, ଛତିଶଗଡ଼, ପଞ୍ଜାବ ଓ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ଯେପରି ବଢ଼ିବାରେ ଲାଗିଛି ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। ଲଗାତର ୬ ଦିନ ହେବ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଦେଶରେ ଆକ୍ଟିଭ୍ କେଶ୍ ସଂଖ୍ୟା ୧.୫ ଲକ୍ଷ ଅତିକ୍ରମ କରିଛି । ଏହାକୁ ମିଶାରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧.୧୦ କୋଟି ଛୁଇଁଛି । ତେବେ ଚିକିତ୍ସାଧୀନ ସଂକ୍ରମିତଙ୍କ ମଧ୍ୟରୁ ୭୪ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଆଉ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ଟି ହୋମ୍ କ୍ୱାରେଣ୍ଟିନ୍, ୨୩ଟି ଲୋକାଲ୍ କଣ୍ଟାକ୍ଟସ୍ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ତେବେ ଆଜି ଭୁବନେଶ୍ୱରରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଲୋକାଲ୍ କଣ୍ଟାକ୍ଟସ୍ କେସ୍ ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫, ସାମନ୍ତାରପୁର ଅଞ୍ଚଳରୁ ୨, ମଞ୍ଚେନାଥ ହାଇସ୍କୁଲ(ଚକେଇସିଆଣି) ନିକଟରୁ ୪, ହାଡ଼ବାଇ ବସ୍ତି (ଚକେଇସିଆଣି)ରୁ ୨, ପାସ୍ପୋର୍ଟ ଅଫିସ୍ […]
ଯାଜପୁର: ଗଞ୍ଜାମ ପରେ ଯାଜପୁର ଜିଲ୍ଲାରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରାଯାଇଛି। ୮ ତାରିଖ ମଧ୍ୟରାତ୍ର ଯାଏ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରିଛନ୍ତି ଯାଜପୁର ଜିଲ୍ଲାପାଳ। ୪୮ ଘଣ୍ଟା ମଧ୍ୟରେ ଯାଜପୁରରେ ୮୧ କରୋନା ପଜିଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ୮୧ ଜଣଙ୍କ ମଧ୍ୟରେ ଜଣେ ବରିଷ୍ଠ ସରକାରୀ ଅଫିସର ଥିବା ସୂଚନା ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ଗଞ୍ଜାମରେ […]
ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଆସନ୍ତା ଜୁଲାଇ ୧ରୁ ଭୁବନେଶ୍ୱରରେ ସେରୋଲୋଜିକାଲ୍ ସର୍ଭେ ଆରମ୍ଭ ହେବ। ଭୁବନେଶ୍ୱର ସହର ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ଏହି ସର୍ଭେ ହେବ। ସେହିପରି କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରରେ ମଧ୍ୟ ସେରୋଲୋଜିକାଲ ସର୍ଭେ ହେବ। ଗତ ଶନିବାରଠୁ ପୁରୀରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ ବ୍ୟକ୍ତିଙ୍କୁ ସେରୋଲଜିକାଲ ସର୍ଭେରେ ପରିସରଭୁକ୍ତ […]
ଛତ୍ରପୁର: ଆସନ୍ତାକାଲିଠୁ ୭ ଦିନ ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର NAC ଅଞ୍ଚଳକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। କରୋନା ମୁକାବିଲା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ସଟ୍ଡାଉନ୍ ଘୋଷଣା କରିଛନ୍ତି। ଜୁନ୍ ୩୦ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା ହୋଇଛି। ଏହି ୭ ଦିନ କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ସଟ୍ଡାଉନ୍ ଘୋଷଣା ହେବା ପରେ ବଜାରରେ ହଠାତ୍ ଲୋକଙ୍କ […]
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଶୂନ ଥିବାବେଳେ ଗତ ୨୪ ଘଣ୍ଟାରେ ପୁଣି ଜଣଙ୍କର ମୃତ୍ୟୁ ଖବର ଆସିଛି। ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର । ୫୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ ଡାଇବେଟିସ୍ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିଲେ। Regret to inform the demise of 50 years old male Covid positive patient of Mayurbhanj District who was […]
ମୁମ୍ବାଇ:ମହାରାଷ୍ଟ୍ରରେ କରୋନା ଭାଇରସ୍ ପୁଣି ଥରେ କାୟା ବିସ୍ତାର କରିବାକୁ ଲାଗିଛି। ଏଥର ରାଜ୍ୟର ଜଳ ସଂପଦ ମନ୍ତ୍ରୀ ଜୟନ୍ତ ପାଟିଲ କରୋନା ସଂକ୍ରମିତ ହୋଇଛନ୍ତି। ଗୁରୁବାର ସେ ଏହି ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଟିଲ ଦୁଇ ଦିନ ତଳେ ନିଜ ଜନ୍ମଦିନ ଉତ୍ସବ ପାଳନ କରିଥିଲେ। କୁହାଯାଉଛି, ଉତ୍ସବ ସମୟରେ ମାସ୍କ ଏବଂ ସୋଶାଲ ଡିଷ୍ଟାନ୍ସିଂ ପାଳନ କରାଯାଇ ନ ଥିଲା। ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ […]
ଭୁବନେଶ୍ୱର: ଓଡ଼ିଶାରେ ଆଉ ୨ ମୁଣ୍ଡ ନେଲା କରୋନା। କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ୨ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୮୬ଜଣ ଚିକିତ୍ସାଧୀନ ଥିବାବେଳେ ୪,୭୪୩ଜଣ ସୁସ୍ଥ ହୋଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୩୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ […]
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ କ୍ୱାରେଣ୍ଟିନ୍ ଅବଧି ୨୧ ଦିନକୁ ବୃଦ୍ଧି କରାଯାଇଛି। ୧୪ ଦିନିଆ କ୍ୱାରେଣ୍ଟିନ୍ ପରେ ପଜିଟିଭ ବାହାରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ନୂଆ ନିଷ୍ପତ୍ତି ଅନୁସାରେ, ଯେଉଁ ପ୍ରବାସୀମାନେ ଗଜପତି ଜିଲ୍ଲାକୁ ଫେରିବେ ସେମାନେ ୨୧ ଦିନ ଯାଏ TMCରେ ରହିବା ବାଧ୍ୟତାମୂଳକ। TMCରେ ଥାଇ ଟେଷ୍ଟ ନେଗେଟିଭ ଆସିଲେ ବି ପୂରା ସମୟ ଅର୍ଥାତ୍ ୨୧ ଦିନ କ୍ୱାରେଣ୍ଟିନ୍ରେ ରହିବେ। ଲକ୍ଷଣ ନ ଥିଲେ ୨୧ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଯେଉଁଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତାକୁ ନେଇ ଏବେ ଚିନ୍ତା ବଢ଼ିଛି। ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଘର ଠାରୁ ୧ କି.ମି.ରୁ ଅଧିକ ଦୂରକୁ ଯାତ୍ରା ନ କରିବାକୁ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି। କରୋନା ସଂକ୍ରମଣକୁ ନେଇ ଜିଲ୍ଲାପାଳ ଏହି ନିବେଦନ କରିଥିବା ଜଣାପଡ଼ିଛି। ଏଥିସହ ଜ୍ୱର, କାଶ, ଅଣନିଶ୍ୱାସୀ ଓ ଝାଡାବାନ୍ତି ଭଳି ଲକ୍ଷଣ ଦେଖାଦେଲେ ଏହାକୁ ନ ଲୁଚାଇ […]
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱିତୀୟ ଡୋଜ୍ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ। ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ ଟିକା ନେଇଛନ୍ତି ୪ ଲକ୍ଷରୁ ଅଧିକ ଲୋକ । ଏହା ସ୍ୱାସ୍ଥ୍ୟକର୍ମୀଙ୍କ ଟୀକାକରଣ ପାଇଁ ଧାର୍ଯ୍ୟଲକ୍ଷ୍ୟର ପାଖାପାଖି ୯୦ ପ୍ରତିଶତ। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲଷ୍ମୀଧର ସାହୁ ଆଜି ଦ୍ୱିତିୟ ଡୋଜ୍ କୋଭିଡ ଟିକା ନେଇଥିଲେ । ଅନ୍ୟପକ୍ଷେ ଯେଉଁ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରଥମ ଡୋଜ ନେଇ ନାହାଁନ୍ତି, ସେମାନଙ୍କୁ ଆଉଥରେ ସୁଯୋଗ ଦିଆଯାଉଛି । ଫେବ୍ରୁଆରୀ […]