• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

man died
ଦିଲ୍ଲୀରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗିରିବନ୍ଧ ଗାଁର ୩୮ ବର୍ଷୀୟ ଗୌରୀଶଙ୍କର ପରିଡ଼ା। ଗତ ସପ୍ତାହେ ହେଲା ତାଙ୍କୁ ଜ୍ୱର ହେଉଥିଲା। କରୋନା ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ଗୌରୀଶଙ୍କରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବା ପାଇଁ ପରିବାର ଲୋକ ବିଭିନ୍ନ ହସ୍ପିଟାଲ୍‌ ଯାଇଥିଲେ। ହେଲେ କୌଣସି ହସ୍ପିଟାଲ୍‌ରେ ବେଡ୍‌ ମିଳିନଥିଲା। ଶେଷରେ ପରିବାର ଲୋକ ନିରାଶ ହୋଇ ନୋଇଡାର […]

Ashish Yechury
କରୋନାରେ ଆଖି ବୁଜିଲେ ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ପୁଅ

ନୂଆଦିଲ୍ଲୀ: ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ୩୪ ବର୍ଷୀୟ ଆଶିଷ ୟେଚୁରୀଙ୍କ କରୋନାରେ ଦେହାନ୍ତ ହୋଇଥିବା ସୀତାରାମ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଜୁନ୍‌ ୯ ତାରିଖରେ ଆଶିଷଙ୍କୁ ୩୫ ବର୍ଷ ହୋଇଥାନ୍ତା। କରୋନାରେ ଆକ୍ରାନ୍ତ ହେବାପରେ ଆଶିଷ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ଓ ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ। ହେଲେ ଆଜି ଭୋର […]

  • Tuesday, 13 July 2021
temple
ବଢ଼ୁଛି କରୋନା ସଂକ୍ରମଣ, BMC ନେଲା ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଏକ ବଡ଼ ନିଷ୍ପତ୍ତି ନେଇଛି। ରାଜଧାନୀରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ ବ୍ୟାନ୍‌ ଲଗାଯାଇଛି। ଫଳରେ ଧାର୍ମିକ ଅନୁଷ୍ଠାନକୁ ଆଉ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ଆସନ୍ତାକାଲିଠୁ ଏହି ନିୟମ ଲାଗୁ ହେବ। ତେବେ ଧର୍ମାନୁଷ୍ଠାନରେ କେବଳ ନୀତିକାନ୍ତିକୁ ଅନୁମତି […]

odisha
କୁମ୍ଭମେଳାରୁ କଟକ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ

କୁମ୍ଭମେଳା ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା କଟକ ରେଲ୍‌ୱେ ଷ୍ଟେସନରେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ୩୦ ଜଣଙ୍କ RTPCR ଟେଷ୍ଟ କରାଯାଇଥିଲା  ଆଜି ୨ଟି ଟ୍ରେନ୍‌ରେ କୁମ୍ଭମେଳା ଫେରନ୍ତା ଆସିବେ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ କଟକ: କୁମ୍ଭମେଳା ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା। ଗତକାଲି କଟକ ରେଲ୍‌ୱେ ଷ୍ଟେସନରେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ […]

  • Tuesday, 13 July 2021
wear mask
ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ଦିନକରେ ଖୋର୍ଦ୍ଧାରୁ ବାହାରିଲେ ୮୨୦ ପଜିଟିଭ୍‌

ଚିନ୍ତା ବଢ଼ାଇଲା ଖୋର୍ଦ୍ଧା ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଆକ୍ରାନ୍ତ ଚିହ୍ନଟ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ଓ ୫ ଜଣଙ୍କ ମୃତ୍ୟୁ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨,୭୮୫ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୧,୯୭୬ ରହିଛି ୧,୯୫୩ରେ ପହଞ୍ଚିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା ଭୁବନେଶ୍ୱର: ଚିନ୍ତା ବଢ଼ାଇଲା ଖୋର୍ଦ୍ଧା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ […]

  • Tuesday, 13 July 2021
dmet cbk mohanty
ଆଗକୁ ବଢ଼ିପାରେ କରୋନା ସଂକ୍ରମଣ: DMET

ରାଜ୍ୟରେ ଆଗକୁ ଆହୁରି ବଢ଼ିପାରେ କରୋନା ସଂକ୍ରମଣ ହେଲେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି: DMET ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବର ଆକ୍ଟିଭ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଲୋକାଲ ସ୍ତରରେ ସଂକ୍ରମିତ ଥିଲେ ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କୁ ଯୋଗାଯୋଗ କରନ୍ତୁ ଭୁବନେଶ୍ୱର: ଓଡ଼ିଶାରେ କରୋନା ଗ୍ରାଫ ଉପର ମୁହାଁ। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ସିବିକେ […]

  • Tuesday, 13 July 2021
lockdown
ଆଜି ରାତି ୧୦ଟାରୁ ରାଜଧାନୀରେ ଲକ୍‌ଡାଉନ୍‌

ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ  ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲାଗୁ ହେବ ଲକ୍‌ଡାଉନ୍‌ କଟକଣା ପୂର୍ବରୁ ଦିଲ୍ଲୀରେ ୱିକ୍‌ଏଣ୍ଡ୍‌ କର୍ଫ୍ୟୁ ଲାଗୁ ହୋଇଥିଲା ରବିବାର ଦିଲ୍ଲୀରେ ୨୫,୪୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଗତବର୍ଷ ମାର୍ଚ୍ଚ ୨୨ରୁ ମେ’ ୧୮ ପର୍ଯ୍ୟନ୍ତ ଦିଲ୍ଲୀକୁ  ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଥିଲା ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ୍‌ ଲଗାଇବା ଲାଗି ଆଜି ରାତି ୧୦ଟାରୁ ଆସନ୍ତା […]

  • Tuesday, 13 July 2021
train
କୋଭିଡ୍‌ ମୁକାବିଲା ପାଇଁ ଗଡ଼ିବ ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଟ୍ରେନ୍

ନୂଆଦିଲ୍ଲୀ: କୋଭିଡ୍‌ ରୋଗୀଙ୍କ ଦେଖାଶୁଣା ପାଇଁ ୪୦୦୨ଟି ରେଲ୍‌ୱେ କୋଚ୍‌କୁ ରେଳ ବିଭାଗ ସମ୍ପୂର୍ଣ୍ଣ ଭାବରେ କୋଭିଡ୍‌ କେୟାର କୋଚ୍ ଭାବେ ପରିବର୍ତ୍ତନ କରିଥିବା ବେଳେ କରୋନା ଲଢ଼େଇରେ ଭାରତୀୟ ରେଲ୍‌ୱେର ପୁଣି ଏକ ଯୋଗଦାନ। ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଉଥିବା ବେଳେ, ଏହି ସମସ୍ୟାର ସମାଧାନ ପାଇଁ ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ବିଭାଗ ପ୍ରସ୍ତୁତ ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍‌ […]

cremation
ଶ୍ମଶାନରେ ମିଳିଲାନି ଜାଗା; ମୃତଦେହ ବାହାରେ ରଖି ଚାଲି ଆସିଲେ ସମ୍ପର୍କୀୟ, ଶେଷରେ...

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ କରୋନା ପାଇଁ ଧୀରେ ଧୀରେ ମରି ଯାଉଛି ମାନବିକତା। କେଉଁଠି  ପରିଜନମାନେ ପଚାରୁ ନଥିବାବେଳେ ଆଉ କେଉଁଠି ସୁଖଦୁଃଖର ସାଥୀ ବୋଲି ଯାହାକୁ ଭାବୁଥିଲେ, ସେମାନେ ମଧ୍ୟ ମୁହଁକୁ ଟିକେ ଅନାଉ ନାହାନ୍ତି। ବାଡ଼ ସୃଷ୍ଟି କରୁଛି ସଂକ୍ରମଣ ଭୟ। ଆଉ ଧୀରେ ଧୀରେ ହଜି ଯାଉଛି ମାନବିକତା। ଏଭଳି ସମୟରେ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଶ୍ମଶାନରେ ଶବ ପୋଡ଼ିବା ପାଇଁ ଜାଗା ନମିଳିବାରୁ କରୋନାରେ ଆକ୍ରାନ୍ତ ହୋଇ […]

  • Tuesday, 13 July 2021
corona test
ଚିନ୍ତା ବଢ଼ାଇଲା ଖୋର୍ଦ୍ଧା, ଦିନକରେ ବାହାରିଲେ ୭୦୪ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବୃଦ୍ଧି ପାଉଛି, ତାକୁ ନେଇ ଚିନ୍ତା ବଢ଼ିଛି। ସୁନ୍ଦରଗଡ଼ ପରେ ଏବେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୩,୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୬୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। […]

  • Tuesday, 13 July 2021
covid hospital
ପୁଣି କୋଭିଡ୍‌ ହସ୍ପିଟାଲ୍‌ରେ ଲାଗିଲା ନିଆଁ, ଆଖି ବୁଜିଲେ ୫ ରୋଗୀ

ରାଇପୁର: ଛତିଶଗଡ଼ ରାଇପୁର ସ୍ଥିତ ଏକ କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ଘଟିଛି।ସହରର ଟିକରପଡ଼ା ଅଞ୍ଚଳରେ ଥିବା ଏହି ଘରୋଇ ହସ୍ପିଟାଲ୍‌ର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଦୁଇ ମହଲା ବିଶିଷ୍ଟ ହସ୍ପିଟାଲ୍‌ର ଆଇସିୟୁରେ ନିଆଁ ଲାଗିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନିଆଁରେ ପୋଡ଼ି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ-ରମେଶ ସାହୁ, ଇଶ୍ୱର ରାଓ, ବନ୍ଦନା ଗଜ୍‌ମାଲା, ଭାଗ୍ୟଶ୍ରୀ […]

  • Tuesday, 13 July 2021
coronavirus
ଯୁବଗୋଷ୍ଠୀଙ୍କ ପାଇଁ ସତର୍କବାଣୀ ! କରୋନାକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଭୁବନେଶ୍ୱର: କରୋନାକୁ ନେଇ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏବେ ଯୁବ ଗୋଷ୍ଠୀଙ୍କୁ ମଧ୍ୟ ଆକ୍ରମଣ କରୁଛି ମହାମାରୀ କରୋନା। ଏପରିକି ୧୮ ବର୍ଷରୁ କମ୍ ବୟସର ପିଲା ବି କରୋନା ସଂକ୍ରମିତ ହେଉଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ନୂଆ ତଥ୍ୟ ଅନୁସାରେ, ୧୮ ବର୍ଷରୁ କମ୍ ବୟସର ପିଲା ଓ ଶିଶୁ ଅଧିକ ସଂକ୍ରମିତ ହେଉଥିବା ବିଜୟ ପାଣିଗ୍ରାହୀ କହିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ‘କରୋନାର […]

  • Tuesday, 13 July 2021
odisha
କରୋନା ସଂକ୍ରମଣ ବଢ଼ୁଥିବାରୁ ଓଡ଼ିଶାର ଏହି ୨ ସହରରେ କଡ଼ାକଡ଼ି ହେଲା କଟକଣା

ନୂଆପଡ଼ା ଜିଲ୍ଲାର ୨ ସହରରେ କଡ଼ା କଟକଣା ଖଡ଼ିଆଳ NAC ଅଞ୍ଚଳ ଓ ଖଡ଼ିଆଳ ରୋଡ୍‌ ସହରରେ କଡ଼ା କଟକଣା ଆସନ୍ତାକାଲି ସକାଳ ୬ଟାରୁ ୨୨ ତାରିଖ ଯାଏ ଖଡ଼ିଆଳ NAC ଅଞ୍ଚଳରେ କଟକଣା ଆସନ୍ତାକାଲିଠୁ ଖଡ଼ିଆଳ NAC ଅଞ୍ଚଳରେ ସମସ୍ତ ଦୋକାନ, ବଜାର ବନ୍ଦ ରହିବ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ।  ନୂଆପଡ଼ା: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନୂଆପଡ଼ା ଜିଲ୍ଲାର ୨ ସହରରେ କଡ଼ା କଟକଣା ଲାଗୁ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ […]

  • Tuesday, 13 July 2021
night curfew
ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଓଡ଼ିଶାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି  କର୍ଫ୍ୟୁ ବଳବତ୍ତର ରହିବ। ପୂର୍ବରୁ ଛତିଶଗଡ଼ ସୀମାର ୧୦ଟି ଜିଲ୍ଲାର ସହାରାଞ୍ଚଳରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁର ଅବଧି ବଢ଼ିଛି। ସୀମାନ୍ତବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ […]

corona
ଦିନକରେ ଓଡ଼ିଶାରେ ୩ ହଜାର ଟପିଲା କରୋନା ପଜିଟିଭ୍‌, ଖୋର୍ଦ୍ଧାରୁ କେବଳ ୫୩୪ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉପର ମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ। ଦିନକରେ ରାଜ୍ୟରେ ଦୈନିକ କରୋନା ପଚିଟିଭ୍‌ ସଂଖ୍ୟା ୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୧୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]

  • Tuesday, 13 July 2021
shop
ବଢ଼ୁଛି କରୋନା ସଂକ୍ରମଣ; ୯ ଦିନ ପର୍ଯ୍ୟନ୍ତ ଏହି ସହରର ସମସ୍ତ ଦୋକାନ, ବଜାର ବନ୍ଦ ଘୋଷଣା

ନୂଆପଡ଼ାରେ କାୟା ବିସ୍ତାର କରୁଛି କରୋନା ୯ ଦିନ ପର୍ଯ୍ୟନ୍ତ ଖଡ଼ିଆଳ ସହରର ସମସ୍ତ ଦୋକାନ, ବଜାର ବନ୍ଦ ଏହି ସମୟରେ ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ ପନିପରିବା ଦୋକାନ ଖୋଲା ରହିବ ନୂଆପଡ଼ା: ଲଗାତାର ଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୯୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧,୭୩୩ ଜଣ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍‌ ୧,୨୫୬ ରହିଛି। ନୂଆପଡ଼ା […]

  • Tuesday, 13 July 2021
train
କରୋନାର ଦ୍ୱିତୀୟ ଲହର ମଧ୍ୟରେ ବନ୍ଦ ହୋଇଯିବ କି ଟ୍ରେନ୍ ଚଳାଚଳ‌ ? ରେଲ୍‌ୱେ ଦେଲା ବଡ଼ ବୟାନ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ମଧ୍ୟ ଜାରି ହୋଇଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ଅଧିକ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ଲାଗି ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ମୁମ୍ବାଇରୁ ପ୍ରବାସୀ ଶ୍ରମିକଙ୍କ ସେମାନଙ୍କ ରାଜ୍ୟକୁ ପଳାଉଥିବା ଦେଖିବାକୁ […]

  • Tuesday, 13 July 2021
micro containment zone
୪ ଦିନ ପାଇଁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା ହେଲା ଏହି ଗ୍ରାମ ପଞ୍ଚାୟତ

୪ ଦିନ ପାଇଁ ସିନାପାଲି ଗ୍ରାମ ପଞ୍ଚାୟତକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ‌ ଘୋଷଣା ଅତି ଜରୁରୀ ନଥିଲେ ୪ ଦିନ ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନ ଯିବାକୁ ପରାମର୍ଶ ନୂଆପଡ଼ା: କରୋନାର ଦ୍ୱିତୀୟ ଲହର ଆସିବା ପରେ ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମା ସିନାପାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଗତକାଲି ସିନାପାଲି ଗ୍ରାମ ପଞ୍ଚାୟତକୁ ୪ ଦିନ ପାଇଁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ‌ ଘୋଷଣା […]

  • Tuesday, 13 July 2021
maharashtra
ଆଜିଠୁ ଆସନ୍ତା ୧୫ ଦିନ ପାଇଁ ଏହି ରାଜ୍ୟରେ ଲାଗୁ ହେବ ୧୪୪ ଧାରା

ମୁମ୍ବାଇ: ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଲାଗୁ ହେବ। କରୋନାର ‘ବ୍ରେକ୍ ଦ ଚେନ୍’ ଅଭିଯାନ ଆରମ୍ଭ ହେବ ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି। ପୁରା ମହାରାଷ୍ଟ୍ରରେ ଯା’ଆସ ଉପରେ ପ୍ରତିବନ୍ଧକ ଲାଗୁ ହେବ। ବିନା କାରଣରେ ଲୋକମାନେ ଘରୁ ନ ବାହାରିବାକୁ […]

  • Tuesday, 13 July 2021
fined
ମାସ୍କ ପିନ୍ଧି ନଥିଲେ ପୋଲିସ୍ ବାବୁ, ଗଣିଲେ ଜରିମାନା

ପୁରୀ: ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମାସ୍କ ଚେକିଂ କଡ଼ାକଡ଼ି ହୋଇଛି। ମାସ୍କ ଅମାନିଆଙ୍କ ପାଇଁ କିଛିଦିନ ତଳେ ଜରିମାନା ପରିମାଣ ରାଜ୍ୟ ସରକାର ବଢ଼ାଇଛନ୍ତି। ଯେଉଁମାନେ ମାସ୍କ ପିନ୍ଧି ନଥିବେ ଓ ପ୍ରଥମ ଏବଂ ୨ୟ ଥର ଧରାପଡ଼ିଲେ ସେମାନଙ୍କୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା […]

  • Tuesday, 13 July 2021
corona-1
ଦିନକରେ ଓଡ଼ିଶାରେ ୨ ହଜାର ଟପିଲା କରୋନା ପଜିଟିଭ୍‌ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର୍‌ କରିଛି। ୨୪ ଘଣ୍ଟାରେ ରାଜ୍ୟରେ ୨,୨୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର, ଗଞ୍ଜାମ ଓ ବଲାଙ୍ଗିରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ […]

Police Personnel Assault
‌ମନ୍ଦିର ଯାଇଥିବା ବେଳେ ପିନ୍ଧି ନଥିଲେ ମାସ୍କ, ତଳେ ପକାଇ ମାରିଲା ପୋଲିସ୍

ଭଦ୍ରକ: ମାସ୍କ ଚେକିଂ ନାଁରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ପୋଲିସ୍‌ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଶନିବାର ଦିନ ବେତାଳି ଗାଁର ଶୁଭରଞ୍ଜନ ମେକାପ ନାମକ ଜଣେ ଯୁବକ ମନ୍ଦିର ଯାଇଥିବା ବେଳେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ପୋଲିସ୍‌ ତାଙ୍କୁ ମାଡ଼ ମାରି ଫାଣ୍ଡିରେ ଅଟକ ରଖିଥିଲା। ଫାଣ୍ଡି ଭିତରେ ଯୁକ୍ତି ତର୍କ ଭିତରେ ମୋବାଇଲ ବାହାର କରିବାରୁ ହଠାତ୍ ୫ରୁ ୬ ଜଣ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରି […]

  • Tuesday, 13 July 2021
covid test
ବେଲଗାମ୍‌ କରୋନା: ଦିନକରେ ଓଡ଼ିଶାରେ ବାହାରିଲେ ୧,୭୪୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧,୦୧୫ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୭୨୬ ରହିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୪ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ […]

  • Tuesday, 13 July 2021
train
କ’ଣ ପୁଣିଥରେ ଗଡ଼ିବ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍ ? ଜାଣନ୍ତୁ ଭାଇରାଲ୍‌ ଖବରର ସତ୍ୟାସତ୍ୟ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ମଧ୍ୟ ଜାରି ହୋଇଛି। ମହାରାଷ୍ଟ୍ରରେ କରୋନା କେସ୍‌ ଅଧିକ ରେକର୍ଡ କରାଯାଉଛି। ଏସବୁ ଭିତରେ ଏକ ଖବର ସୋସିଆଲ୍‌ ମିଡିଆରେ […]

  • Tuesday, 13 July 2021
COVID19
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା; ଦିନକରେ ୧,୩୭୯ ପଜିଟିଭ୍ ଚିହ୍ନଟ

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ କ୍ୱାରେଣ୍ଟିନରେ ୮୦୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୫୭୧ ରହିଛି ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ଜଣ ଆକ୍ରାନ୍ତ ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୫୬୧ରେ ପହଞ୍ଚିଲା ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୩୭୯ ନୂଆ କରୋନା […]

  • Tuesday, 13 July 2021