ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୫ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୧୦ ଲକ୍ଷ ୯୮ ହଜାର ୭୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷ ୨୮ ହଜାର ୯୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ଟପିଛି। ଆମେରିକାରେ […]
ରାଇପୁର: ମହାମାରୀ କରୋନା ଭାଇରସର ମୁକାବିଲା କରିବାକୁ ଯାଇ ସାରା ଦେଶ ଏବେ ଲକ୍ଡାଉନ୍ ରହିଛି। ଏହି ସମୟରେ ଜନ୍ମ ନେଉଥିବା ଛୁଆଙ୍କ ନାମ ମଧ୍ୟ ମଜାଳିଆ ଢ଼ଙ୍ଗରେ ଦିଆଯାଉଥିବା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ ଜନ୍ମ ହୋଇଥିବା ଶିଶୁର ନାମ ତାଙ୍କ ବାପା ମା’ ‘ଲକ୍ଡାଉନ୍’ ରଖିଛନ୍ତି। ଏହି ବାଳକଟିର ନାମ ଉଚ୍ଚରାଣ କରିବା ପୂର୍ବରୁ ସର୍ବଦା ଜାତୀୟ ସ୍ୱାର୍ଥକୁ ମନେ ପକାଇବ। ତେଣୁ ଏଭଳି ନାମକରଣ ଦିଆଯାଇଛି ବୋଲି ପରିବାର ଲୋକେ […]
ଓ୍ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ନେତା ନିକୀ ହେଲି ଚୀନରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କରୋନା ମୃତକଙ୍କ ସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଚୀନ କରୋନା ମୃତ୍ୟୁ ସଂଖ୍ୟା ୩,୩୦୦ ବୋଲି ପ୍ରକାଶ କରିଛି। ଯାହାକି ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ମଧ୍ୟ ଚାଇନା ପ୍ରକାଶ କରିଥିବା କରୋନା ମୃତ୍ୟୁ ସଂଖ୍ୟାକୁ ବିଶ୍ୱାସ ନ କରିବାକୁ ହ୍ଵାଇଟ ହାଉସକୁ କହିଥିଲା। ଆମେରିକାରେ କରୋନା ମୃତ୍ୟୁ […]
ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୪ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୧୦ ଲକ୍ଷ ୧୬ ହଜାର ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷ ୧୨ ହଜାର ୯୯୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସର୍ବାଧିକ କରୋନା ଆକ୍ରାନ୍ତ ଆମେରିକାରେ ଚିହ୍ନଟ ହୋଇଛନ୍ତିି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ […]
ନୂଆଦିଲ୍ଲୀ: କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବ ଏହି ରବିବାର। କରୋନା ଚେନ ଭାଙ୍ଗିବାରେ ଏହା ଏକ ବଡ଼ ରାମବାଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ସକାଳ ୯ଟାରେ ଦେଶବାସୀଙ୍କୁ ଭିଡ଼ିଓ ବାର୍ତ୍ତା ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଆସନ୍ତୁ ଜାଣିବା ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ କ’ଣ କହିଛନ୍ତି ପ୍ରଧାନମନ୍ତ୍ରୀ… କରୋନା ମୁକାବିଲା ପାଇଁ ପୁଣି ଦେଶବାସୀଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପ୍ରିଲ ୫, ରବିବାର ଦିନ, ରାତି […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା। ନିଜାମୁଦ୍ଦିନ ଧର୍ମସଭା ପରେ ଦେଶରେ ଭୟଙ୍କର ରୂପ ଧାରଣ କରୁଥିବା କରୋନାରେ ଏବେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା […]
ମୁମ୍ବାଇ: ମହାମାରୀ କରୋନା ଭାଇରସ ଏବେ ବେଡ୍ ମାଧ୍ୟମ ଦେଇ ମଣିଷ ଶରୀରରେ ପ୍ରବେଶ କରିଛି। ମୁମ୍ବାଇର ଏକ ହସ୍ପିଟାଲରେ ଜଣେ ୩ ଦିନର ଶିଶୁ ପୁତ୍ର ଓ ତାଙ୍କ ୨୬ ବର୍ଷୀୟ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ-୧୯ରେ ପୀଡ଼ିତ ହୋଇ ଜଣେ ବ୍ୟକ୍ତି ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଡିସଚାର୍ଜ ହେବା ପରେ ହସ୍ପିଟାଲ ପକ୍ଷରୁ ତାଙ୍କ ବେଡ୍କୁ ସାନିଟାଇଜ କରାଯାଇଥିଲା। ତଥାପି କରୋନା ଭାଇରସ ବେଡ୍ ମଧ୍ୟରେ ବଞ୍ଚି ରହିଥିଲା। ହସ୍ପିଟାଲ […]
ମୁମ୍ବାଇ: ମୁମ୍ବାଇର ଧାରାଭି ଅଞ୍ଚଳରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫୬ ବର୍ଷୀୟ ଏହି ସଫେଇ କର୍ମଚାରୀଙ୍କ ନମୁନା ପରୀକ୍ଷଣରୁ କରୋନା ପଜିଟିଭ୍ ରିପୋର୍ଟ ଆସିଛି। ତିନି ଦିନ ପୂର୍ବେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ସ୍ବାବ ଟେଷ୍ଟ ପାଇଁ ପଠା ଯାଇଥିଲା। ରିପୋର୍ଟରେ କରୋନା ପଜିଟିଭ୍ ଆସିଥିଲା। ତାଙ୍କର ମୃତ୍ୟୁ ହେବାରୁ ତାଙ୍କ ଘରେ ରହୁଥିବା ୭ ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହି […]
ବରେଲୀ: ଉତ୍ତର ପ୍ରଦେଶରେ କରୋନା ଭୟରେ ଜଣେ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। କ୍ୱାରେଣ୍ଟାଇନରେ ଥିବା ଏହି ୨୩ ବର୍ଷୀୟ ଶ୍ରମିକ ଏଠାରୁ ଖସି ଯାଇ ଆତ୍ମହତ୍ୟା କରିଛନ୍ତି। ସେ କ୍ୱାରେଣ୍ଟାଇନ ସେଣ୍ଟରରୁ ଖସି ଲକ୍ଷ୍ମୀପୁରରେ ଥିବା ତାଙ୍କ ପରିବାର ଲୋକଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ସେ ଫେରାର ହୋଇଯାଇଥିବାରୁ ପୁଲିସ୍ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହା ଜାଣିପାରି ସେ ଆତ୍ମହତ୍ୟା କରିଛନ୍ତି। ମାର୍ଚ୍ଚ ୨୮ରେ ଏହି ଶ୍ରମିକ ଓ ତାଙ୍କ ସହ ଅନ୍ୟ ୬ […]
ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୩ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୯ ଲକ୍ଷ ୩୬ ହଜାର ୯୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏକ ଲକ୍ଷ ୯୪ ହଜାର ୬୬୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ପ୍ରତି ଘଣ୍ଟାରେ ଆମେରିକା, ଇଟାଲୀ, ସ୍ପେନ ଏବଂ ଇଂଲଣ୍ଡରେ ଆକ୍ରାନ୍ତ ଏବଂ ମୃତ୍ଯୁ ସଂଖ୍ୟା […]
ଅମୃତସର: କରୋନା ଭାଇରସରେ ପଦ୍ମଶ୍ରୀ ପୁରସ୍କାର ବିଜେତା ତଥା ଗୁରୁବାଣୀ ଗାୟକ ନିର୍ମଲ ସିଂଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ଆଜି ଭୋର ସାଢ଼େ ଚାରିଟା ସମୟରେ ପଞ୍ଜାଵର ଅମୃତସର ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ସେ ଗୋଲଡେନ ଟେମ୍ପଲର ପୂର୍ବତନ ”Hazuri Raagi” ଓ ଜଣେ ପ୍ରସିଦ୍ଧ କଳାକାର ଥିଲେ। ତାଙ୍କୁ ଗତକାଲି ଏକ ଭେଣ୍ଟିଲେଟରରେ ରଖାଯାଇଥିଲା। ପଞ୍ଜାବ ବିପର୍ଯ୍ୟୟ ପରିଚାଳନା (COVID-19)ର […]
ଲଣ୍ଡନ: କରୋନା ଭାଇରସ୍ ସଂକ୍ରମଣ ହେତୁ ହଲିଉଡ୍ ଅଭିନେତା ଆଣ୍ଡ୍ରିୟୁ ଜ୍ୟାକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ବ୍ରିଟେନରେ ଏକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ଗାବ୍ରିଲେ ରୋଗର୍ସ ବର୍ତ୍ତମାନ ଅଷ୍ଟ୍ରେଲିଆରେ କ୍ୱାରେଣ୍ଟାଇନ ରହିଛନ୍ତି। ତେଣୁ ସେ ଶେଷ ସମୟରେ ବି ସ୍ୱାମୀଙ୍କୁ ଭେଟିପାରି ନାହାନ୍ତି। ଏକ ସୋଶାଲ୍ ମିଡିଆ ପୋଷ୍ଟରେ ସେ ସୂଚନା ଦେଇ ଲେଖିଛନ୍ତି, “ମୋତେ ଆପଣମାନଙ୍କୁ ଜଣାଇବାକୁ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ ଗ୍ରାହକଙ୍କୁ ଏପ୍ରିଲ ୧୭ ଯାଏ ୧୦୦ ମିନିଟର ମାଗଣା ଟକଟାଇମ ଓ ୧୦୦ ମାଗଣା SMS ଦେବା ନେଇ ଘୋଷଣା କରାଯାଇଛି। ଏହାସହ ଏହି ଲକଡାଉନ ସମୟରେ ଦୋକାନ ଗୁଡିକରେ ରିଚାର୍ଜ କରିବାରେ ସକ୍ଷମ ନ ହୋଇପାରିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଜିଓ ପକ୍ଷରୁ ପ୍ରିପେଡ ଜିଓଫୋନ ବ୍ୟବହାରକାରୀମାନଙ୍କ ପାଇଁ ପ୍ଲାନ ବୈଧତା ବା ଭାଲିଡିଟି […]
ନୂଆଦିଲ୍ଲୀ: କରୋନା ଭଳି ମହାମାରୀର ମୁକାବିଲା ଓ ଦେଶରେ ସ୍ୱାସ୍ଥ୍ୟାବସ୍ଥାର ସୁଧାର ଆଣିବା ଲାଗି ଭାରତକୁ ସହଯୋଗର ହାତ ବଢ଼ାଇଛି ବିଶ୍ୱ ବ୍ୟାଙ୍କ। ଭାରତକୁ ୧ ବିଲିଅନ ଟଙ୍କାର ଆର୍ଥିକ ସହଯୋଗ କରିଛି ବିଶ୍ୱ ବ୍ୟାଙ୍କ। ବିଶ୍ୱବ୍ୟାଙ୍କ ଏଥିପାଇଁ ୪ ବର୍ଷିଆ ରୋଡମ୍ୟାପ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହି ଚାରି ବର୍ଷରେ କେନ୍ଦ୍ର ସରକାର ଦେଶର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବେ। ଏହାସହ ମହାମାରୀ ଭଳି ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟାବସ୍ଥାର ବିକାଶ କରିବେ ସରକାର। […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର ହୋଇଛି। ମହାମାରୀ କରୋନା ପୃଥିବୀର ୨୦୨ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୮ ଲକ୍ଷ ୫୮ ହଜାର ୬୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏକ ଲକ୍ଷ ୭୮ ହଜାର ୦୯୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଜାଣନ୍ତୁ ସାରା ବିଶ୍ୱରେ କେମିତି ରହିଛି କରୋନା ସ୍ଥିତି…. କରୋନା […]
ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ଲାଗି ଦେଶବାସୀ ଏବେ ଏକାଠି ହୋଇଛନ୍ତି। ଏହି ମହାମାରୀର ମୁକାବିଲା ଲାଗି ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢ଼ାଇଛନ୍ତି। କିଏ ସେମାନଙ୍କର ଦରମା ଦାନ କରୁଛନ୍ତି ତ ଆଉ କିଏ ଅତି ଜରୁରୀ ଜିନିଷ ସବୁ ଦାନ କରୁଛନ୍ତି। ଏସବୁ ଭିତରେ ବିଜେପି ଏକ ବଡ଼ ଘୋଷଣା କରିଛି। ଏଭଳି ସମୟରେ ଭାରତର ବିଭିନ୍ନ ଲୋକ ଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ […]
ଗୌହାଟୀ: କରୋନା ଆକ୍ରାନ୍ତଙ୍କୁ ରଖିବା ପାଇଁ ଆସାମ ସରକାର ଏକ ବିଶାଳ କ୍ୱାରେଣ୍ଟାଇନ ସେଣ୍ଟର ନିର୍ମାଣ କରୁଛନ୍ତି। ସପ୍ତାହକ ମଧ୍ୟରେ ଏହି ବିଶାଳ କ୍ୱାରେଣ୍ଟାଇନ ସେଣ୍ଟରର କାମ ସାରିବାକୁ ଆସାମ ସରକାର ଯୋଜନା ରଖିଥିବା ରାଜ୍ୟର ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ସୂଚନା ଦେଇଛନ୍ତି। ଏହି ବିଶାଳ କ୍ୱାରେଣ୍ଟାଇନ ସେଣ୍ଟର ବିମାନର ହ୍ୟାଙ୍ଗର ଭଳି ଦେଖାଯାଉଛି। ଯାହାର ଫଟୋକୁ ହିମନ୍ତ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, “ଗୌହାଟୀରେ ଥିବା ସରୁସୋଜାଇ ସ୍ପୋର୍ଟସ କମ୍ପ୍ଲେକ୍ସ […]
ହାଇଦ୍ରାବାଦ: ଲକ୍ ଡାଉନ୍ ନିୟମ ଉଲ୍ଲଘଂନକାରୀ ଓ ଯେଉଁମାନେ ଘର ବାହାରକୁ ବାହାରିବେ ସେମାନଙ୍କ ପାଇଁ କଠୋର ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ଲକ୍ ଡାଉନ୍ ବେଳେ ଯେଉଁମାନେ ଆଇନ ନ ମାନିବେ ସେମାନଙ୍କୁ ସୁଟ୍ ଆଟ୍ ସାଇଟ୍( ଦେଖିବାମାତ୍ରେ ଗୁଳି କରିବାକୁ) ସେ ନିର୍ଦ୍ଦେଶ ଦେଇଛନ୍ତି। ଯଦି ରାଜ୍ୟରେ ପୁଲିସ୍କୁ ଲୋକେ ସହଯୋଗ ନ କରନ୍ତି, ତା’ହେଲେ ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି କରୋନା […]
ନୂଆଦିଲ୍ଲୀ: ଇରାନରେ ଫସିଥିବା ୨୭୭ ଜଣ ଭାରତୀୟ ଆଜି ସ୍ଵଦେଶ ଫେରିଛନ୍ତି। ସ୍ଵତନ୍ତ୍ର ବିମାନ ଯୋଗେ ଏମାନଙ୍କୁ ଇରାନରୁ ଅଣାଯାଇଛି । ଚୀନରେ କରୋନା ବ୍ୟାପିବା ପରେ ଏବେ ଇଟାଲୀ ଓ ଇରାନରେ ସ୍ଥିତି ଗମ୍ଭୀର ହୋଇଛି। ପୁଣି ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନା ଆକ୍ରାନ୍ତରେ ତାମିଲନାଡୁରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଆକ୍ରାନ୍ତରେ ମୃତ୍ୟୁ […]
ମଦୁରାଇ: ପୁଣି ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନା ଆକ୍ରାନ୍ତରେ ତାମିଲନାଡୁରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି। ତାମିଲନାଡୁରେ କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟଣାରେ ଏହା ହେଉଛି ପ୍ରଥମ। A #COVID19 positive patient who was admitted at Rajaji Hospital in Madurai, Tamil […]
ବ୍ରହ୍ମପୁର: କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଗଞ୍ଜାମ ଛତ୍ରପୁର ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ବଡ଼ ଆର୍ଯ୍ୟପଲି ଗାଁର ସି.ଆର୍ଯ୍ୟ। ଏନେଇ ଗଞ୍ଜାମ ଏସପିଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଛତ୍ରପୁର ଅଞ୍ଚଳରେ ଜଣେ ଵ୍ୟକ୍ତି କରୋନାରେ ଆକ୍ରାନ୍ତ ନେଇ ଗିରଫ ଅଭିଯୁକ୍ତ ଜଣଙ୍କ whatsapp ରେ ମିଛ ଖବର ପ୍ରଚାର କରିଥିଲେ। Chatrapur Police arrested one Ch. […]
କୋଲକାତା: କରୋନା ଭାଇରସ ଆକ୍ରାନ୍ତରେ ଭାରତରେ ପୁଣି ଆଉ ଜଣଙ୍କ ମୃତ୍ୟୁ ଘଟିଛି। କୋଲକାତାରେ ଏହି ୫୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫଳରେ ମୃତକଙ୍କ ସଂଖ୍ୟା ୮ରେ ପହଁଚିଛି। କୋଲକାତାରେ କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟିବା ଏହା ହେଉଛି ପ୍ରଥମ ଘଟଣା। କରୋନା ମୁକାବିଲା ଲାଗି ଭାରତ ସରକାର ପ୍ରଥମେ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଥିଲେ। ଏବେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଆସନ୍ତାକାଲି […]
ଭୁବନେଶ୍ୱର: କରୋନା ପାଇଁ ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ ୫ଟି ଜିଲ୍ଲା ସମେତ ଓ ୮ ସହରକୁ ପ୍ରାୟ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଜିଲ୍ଲାକୁ ଗୁଡ଼ିକ ହେଲା- ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ। ଉପରୋକ୍ତ ଜିଲ୍ଲାକୁ ଛାଡ଼ିଦେଲେ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ଓ ରାଉରକେଲା ସହର ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯାଇଛି। […]
ଭୁବନେଶ୍ୱର: ଆସନ୍ତା କାଲିଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ପାର୍କ ବନ୍ଦ ରହିବ ବୋଲି ବିଏମ୍ସି ଓ ସିଏମ୍ସି ପକ୍ଷରୁ କୁହାଯାଇଛି। ସମସ୍ତ ସରକାରୀ ଓ ଘରୋଇ ମାଲିକାନାରେ ଥିବା ପାର୍କ ବନ୍ଦ ରହିବ। କରୋନା ଭାଇରସ୍ର ମୁକାବିଲା ନେଇ ବିଏମ୍ସି ଓ ସିଏମ୍ସି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ଦୁଇ ଜଣ କରୋନାରେ ଆକ୍ରାନ୍ତ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ଅର୍ଥାତ୍ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଓଡ଼ିଶାର ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଜନତା କର୍ଫ୍ୟୁ ପାଇଁ ଘରୋଇ ବସ୍ ଚଳାଚଳ ବନ୍ଦ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ଘରୋଇ ବସ୍ […]